ନୂଆଦିଲ୍ଲୀ: କୋଭିସିଲ୍ଡ ଟିକାକୁ ମିଳିଲା ସ୍ୱୀକୃତି । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପକ୍ଷରୁ ବିକଶିତ ଏବଂ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ଉତ୍ପାଦିତ କୋଭିସିଲ୍ଡ ଟିକାକୁ ବିଶ୍ୱ ଦରବାରରେ ସ୍ୱୀକୃତି ବଢ଼ିବାରେ ଲାଗିଛି । ୟୁରୋପୀୟ ସଂଘର ୨୭ଟି ରାଷ୍ଟ୍ର ମଧ୍ୟରୁ ୧୬ଟି ରାଷ୍ଟ୍ର ଏହାକୁ ସ୍ୱୀକୃତି ଦେଇଥିବା ସେରମ୍ ମୁଖ୍ୟ ଅଦର ପୁନାଓ୍ୱାଲା ସୂଚନା ଦେଇଛନ୍ତି । ୟୁରୋପୀୟ ସଂଘର ସଦସ୍ୟ ନଥିବା ସ୍ୱିଜରଲାଣ୍ଡ ମଧ୍ୟ ଅନ୍ୟତମ ୟୁରୋପୀୟ ଦେଶ ଭାବେ ଏହି ଟିକାକୁ ଅନୁମତି ପ୍ରଦାନ କରିଛି । ଅର୍ଥାତ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ନେଇଥିଲେ ଏସବୁ ଦେଶକୁ ଯିବା ପାଇଁ ଅନୁମତି ମିଳିବ । ତେଣୁ ଟିକାର ମାର୍କେଟିଂ ଅଥୋରାଇଜେସନ୍ ପାଇଁ ୟୁରୋପୀୟ ସଂଘକୁ ଆବେଦନ କରିବାର ଆବଶ୍ୟକତା ନାହିଁ ବୋଲି ସେରମ୍ ମୁଖ୍ୟ କହିଛନ୍ତି । ଶେଷ ରାଷ୍ଟ୍ର ଭାବେ ଫ୍ରାନ୍ସ ମଧ୍ୟ ଶନିବାର କୋଭିସିଲ୍ଡ ଟିକାକୁ ଅନୁମତି ଦେଇଛି । ତେବେ କେବଳ ଇଟାଲୀ ଓ ଅନ୍ୟ କେତେକ ଦେଶ ଆଜି ଯାଏ ଏହି ଟିକାକୁ ଅନୁମତି ଦେଇନାହାନ୍ତି । କୋଭିଡ ଟିକାର ଜରୁରୀକାଳନୀ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପ୍ରସ୍ତୁତ କରିଥିବା ତାଲିକାରେ କୋଭିସିଲ୍ଡ ରହିଛି। ତେଣୁ ଏହାକୁ ଅନୁମତି ପ୍ରଦାନରେ ବିଶେଷ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ସିରମ ମୁଖ୍ୟ ଆଦାର ପୁନାୱାଲା । ଅନ୍ୟପକ୍ଷରେ କୋଭାକ୍ସିନ୍ର ଅନୁମତି ନେଇ ଅନିଶ୍ଚିତତା ଜାରି ରହିଛି । ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ରିପୋର୍ଟରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଏଯାଏଁ ଏହି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେଇନାହିଁ । ଏଣୁ ବିଦେଶରେ ପାଠ ପଢ଼ିବାକୁ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ସେଭଳି ଅସୁବିଧା ସମ୍ମୁଖୀନ ହେବେନାହିଁ । ତେବେ ଉଭୟ ଭ୍ୟାକ୍ସିନ୍ କରୋନା ମୁକାବିଲା ଦିଗରେ ଭଲ ପ୍ରଦର୍ଶନ କରିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି ।
ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ, ସୁରକ୍ଷା ବ୍ୟବସ୍ଥାର କରିବେ ଅନୁଧ୍ୟାନ
ମାଲକାନଗିରି: ପୋଲିସ ଡିଜି ଅଭୟଙ୍କ ମାଲକାନଗିରି ଗସ୍ତ। ଜିଲ୍ଲାର ସୁରକ୍ଷା, ମାଓଦମନ, ବିକାଶ କାର୍ଯ୍ୟ ଉପରେ ସମୀକ୍ଷା କରିବେ ପୋଲିସ ଡିଜି। ଏହି ଅବସରରେ ଡିଜି ମାଥିଲି ବ୍ଲକ ଅନ୍ତର୍ଗତ କର୍ତନପାଲି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସୁରକ୍ଷା ବାହିନୀର ଅଧିକାରୀଙ୍କ ସହ ମାଓ ମୁକାବିଲା ରଣନୀତି ନେଇ ଆଲୋଚନା କରିବେ।
ସୂଚନା ମୁତାବକ ମାଲକାନଗିରିର ବରିଷ୍ଠ ପୋଲିସ ଓ ବିଏସଏଫ ଅଧିକାରୀଙ୍କ ସହ ଡିଜି ବୈଠକ କରିବେ। କିଛି ମାଓବାଦୀ ଆତ୍ମସମର୍ପଣ କରିବେ ବୋଲି ସୂଚନା ମିଳିଛି । ସୀମାନ୍ତବର୍ତ୍ତି ଛତିଶଗଡ଼ ଓ ଆନ୍ଧ୍ର ପୋଲିସ ସହ ମିଳିତ ଭାବେ ଅପରେସନ ଉପରେ ଅଧିକ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ମାଲକାନଗିରି ପରେ କୋରାପୁଟ ଓ କନ୍ଧମାଳ ଗସ୍ତ କରିବେ ପୋଲିସ ଡିଜି।
ଆଜିଠାରୁ ଭାରତ-ଶ୍ରୀଲଙ୍କା ଏକଦିବସୀୟ ଶୃଙ୍ଖଳା: କଟକଣା ମଧ୍ୟରେ ଖେଳାଯିବ ମ୍ୟାଚ୍
କଲମ୍ବୋ: ଶ୍ରୀଲଙ୍କା ଓ ଭ୍ରମଣକାରୀ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ସୀମିତ ଓଭର ମ୍ୟାଚ୍ । ପ୍ରଥମେ ଏହି ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧୩ ଜୁଲାଇରୁ ଆରମ୍ଭ ହେବାର ଥିଲା । କିନ୍ତୁ ଶ୍ରୀଲଙ୍କା କ୍ୟାମ୍ପରେ କରୋନା ପଶିବାରୁ ୫ ଦିନ ବିଳମ୍ବରେ ଆରମ୍ଭ ହେବ । ଆର ପ୍ରେମାଦାସା ଷ୍ଟାଡିୟମରେ ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ୍ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତ ଶେଷ ହୋଇଛି । ଶ୍ରୀଲଙ୍କା ଗସ୍ତରରେ ଭାରତ ୩ଟି ଦିନିକିଆ ଏବଂ ୩ ଟି ଟି-୨୦ ମ୍ୟାଚ୍ ଖେଳିବ ।
କରୋନା ପାଇଁ ଭାରତର ସିନିୟର ଟିମ୍ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଏଥିପାଇଁ ଶିଖର ଧୱନଙ୍କ ନେତୃତ୍ୱରେ ଆଉ ଗୋଟିଏ ଟିମ୍ ଶ୍ରୀଲଙ୍କା ଗସ୍ତ କରିଛି । ତେଣୁ ଧାଓ୍ୱନ ଆଣ୍ଡ କୋ ପ୍ରଥମ ସିରିଜ୍ ବିଜୟ ଲକ୍ଷ୍ୟ ନେଇ ଆସନ୍ତାକାଲି ପଡ଼ିଆକୁ ଓହ୍ଲାଇବେ। ଟିମ୍ର ଧାଓ୍ୱନଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ତ୍ୟା ଓ ଭୁବନେଶ୍ୱର କୁମାରଙ୍କ ଭଳି ବରିଷ୍ଠ ଖେଳାଳି ଅଛନ୍ତି।
ଏତଦ୍ବ୍ୟତୀତ ସିନିୟର ଟିମ୍ ସହ ଖେଳି ଅଭିଜ୍ଞତା ହାସଲ କରିଥିବା କୁଲଦୀପ ଯାଦବ ଓ ୟଜବେନ୍ଦର ଚହଲ ବି ଅଛନ୍ତି । ଆଜିର ପ୍ରଥମ ଦିନିକିଆରେ ଶିଖର ଧୱନଙ୍କ ସହ ପୃଥ୍ୱୀ ଶ’ ଇନିଂସ ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ବରିଷ୍ଠତା ଦୃଷ୍ଟିରୁ ହାର୍ଦ୍ଦିକ ଓ ଭୁବନେଶ୍ୱର କୁମାର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। ବାକି ସ୍ଲଟ ପାଇଁ ଏକାଧିକ ଦାବିଦାର ରହିଛି। ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ ନଂ ୩ ସ୍ଲଟରେ ଦେବଦତ୍ତ ପାଡିକ୍କଲ ନା ଋତୁତରାଜ ଗାଏକ୍ୱାଡଙ୍କୁ ସ୍ଥାନ ଦେବ? ସୂର୍ଯ୍ୟ କୁମାର ଯାଦବ ଓ ମନୀଷ ପାଣ୍ଡେ ମଧ୍ୟ ସ୍କ୍ୱାଡରେ ଅଛନ୍ତି। ତେଣୁ ଏହି ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ହିଁ ଟସ୍ ପରେ ସ୍ପଷ୍ଟ ହେବ । ତେବେ୨ଟି ସିରିଜ୍ ପାଇଁ ଭାରତ ୨ଟି ଟିମ୍ ପଠାଇଥିବାରୁ ଏଥିରୁ ଭାରତୀୟ ଟିମ୍ର ବେଞ୍ଚ ଷ୍ଟ୍ରେନ୍ଥ ସଷ୍ଟ ଅନୁମେୟ ।
ଏଥିସହିତ ପଢ଼ନ୍ତୁଷ ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ
ମୁଖ୍ୟମନ୍ତ୍ରୀ ନୀତିଶ ଓ ଅନ୍ୟ ଶୀର୍ଷ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କଲେ ଆଇଏଏସ୍ ଅଧିକାରୀ
ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ରାଜ୍ୟର ଅନ୍ୟ ଶୀର୍ଷ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଜଣେ ଆଇଏଏସ୍ ଅଧିକାରୀ । ୧୯୮୭ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ସୁଧୀର କୁମାର ଦ୍ୱିପ୍ରହରରେ ଗରଦାନିବାଗ୍ ପୋଲିସ ଷ୍ଟେସନ୍ରେ ପହଞ୍ଚିଥିଲେ ଏବଂ ତାଙ୍କ ଲିଖିତ ଅଭିଯୋଗର କପି ଦେବାକୁ ଥାନାଧିକାରୀଙ୍କୁ କହିଥିଲେ । ଆଉ ଏଥିଲାଗିି ତାଙ୍କୁ ପାଖାପାଖି ୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିବା କହିଛନ୍ତି । ରାଜ୍ୟ ରାଜସ୍ୱ ବୋର୍ଡର ସଦସ୍ୟ ଥିବା ଏହି ଅଫିସରଙ୍କ ମୁତାବକ ମାମଲାଟି ଦୁର୍ନୀତି ସମ୍ପର୍କିତ । ଯେଉଁଥିରେ ଉପରସ୍ଥ ଅଧିକାରୀଙ୍କ ଠାରୁ ତଳସ୍ତରର କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି ।
ତେବେ ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନାମ ନିଆଯାଇଥିବା କଥାକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି । ତେବେ ସେ ଅଭିଯୋଗ କରଥିବା ଅନ୍ୟ ଜଣେ ଅଧିକାରୀ ହେଲେ ମନ୍ନୁ ମାହାରାଜ । ଯାହାକୁ ଡିଆଇଜି ରାଙ୍କଙ୍କୁ ପ୍ରମୋଟ କରାଯାଇଛି କିନ୍ତୁ ଏବେ ମଧ୍ୟ ସେଠାରେ ହିଁ ସେ କାର୍ଯ୍ୟ କରିଆସୁଛନ୍ତି । ଅପରପକ୍ଷରେ ଅଭିଯୋଗର କପି ନେଇ ୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିବାରୁ ଗଣମାଧ୍ୟମ ସମ୍ମୁଖରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହିତ ସେ ପୂର୍ବରୁ ଦାୟର କରିଥିବା ମାମଲାର ଅଗ୍ରଗତି ନେଇ ଯାଞ୍ଚ କରିବାକୁ ଆସିଥିବା କହିଛନ୍ତି । ଅପରପକ୍ଷରେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ ମାମଲାର ତଦନ୍ତ ଦାବି କରିବା ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କହିଛନ୍ତି ।
ମନ୍ତ୍ରୀଙ୍କ ସହ ଆଲୋଚନ ସଫଳ, ଆସନ୍ତାକାଲିଠୁ ସ୍ୱଭାବିକ ହେବ ବସ ଚଳାଚଳ
ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ସ୍ୱଭାବିକ ହେବ ବସ ଚଳାଚଳ। ଗତକାଲି ଘରୋଇ ବସ ମାଲିକ ସଂଘ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା ପରେ ବସ ଚଳାଚଳ ସ୍ୱଭାବିକ କରିବାକୁ ନିଷ୍ପତି ନେଇଛନ୍ତି।
ସୂଚନା ମୁତାବକ ଗତକାଲିର ଆଲୋଚନାରେ ଆଉ ଦୁଇ ମାସ ରୋଡ୍ ଟ୍ୟାକ୍ସ ଛାଡ଼ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଋଣ ଆଣିଥିବା ଡିଫଲ୍ଟର ବସ୍ ମାଲିକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ବ୍ୟାଙ୍କମାନଙ୍କୁ ସରକାର ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସରକାରଙ୍କ ପ୍ରତିଶ୍ରୁତି ପରେ ବସ୍ ଚଳାଚଳ ସ୍ୱଭାବିକ କରିବାକୁ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି।
ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ବସ୍ ମାଲିକମାନଙ୍କୁ ନିଶ୍ଚିତ ଭାବେ ସୁହାଇବ। ତେଣୁ ବସ୍ ମାଲିକମାନଙ୍କୁ ବସ ଚଳାଚଳ କରିବାକୁ ଅନୁରୋଧ କରାଯିବ। ତେବେ ଜଣାଇଦେବାକୁ ଚାହୁଁ ଯେ ଦୀର୍ଘଦିନ ହେଲାଣଇ ଟ୍ୟାକ୍ସ ଛାଡ଼, ଋଣ ପରିଶୋଧ ସମୟସୀମା ବୃଦ୍ଧି ଓ ୧ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ ଆଦି ଦାବିରେ ଅଟଳ ଥିଲେ ବସ୍ ମାଲିକ।


