ତୃତୀୟ ଲହରରେ ବାପାମାଆଙ୍କ ମାଧ୍ୟମରେ ପିଲାମାନଙ୍କ ପାଖକୁ ଆସିବ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ କରୋନା କଟକଣା କୋହଳ ହୋଇଛି । କଟକଣା କୋହଳ ପରେ ସମସ୍ତଙ୍କ ଦାୟିତ୍ୱ ବଢ଼ିଲା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ପରିବାରର ଦାୟିତ୍ୱ ବଢ଼ିବା ସହ ମନିଟରିଂ ବାଧ୍ୟତାମୂଳକ କରିବାକୁ ପଡ଼ିବ । କଟକଣାକୁ ସମେସ୍ତେ ପୂର୍ବପରି ମାନିବାକୁ ପଡ଼ିବାକୁ । କଟକଣା କୋହଳ ପରେ ସଂକ୍ରମଣ ସ୍ଥିତି କ’ଣ ରହୁଛି ତା’ ଉପରେ ନଜର ରଖିବାକୁ ପଡ଼ିବ । ସମେସ୍ତେ ହାତ ମିଳାଇଲେ ହିଁ କରୋନାକୁ ରୋକି ହେବ ନହେଲେ ପୁଣି ବିପଦକୁ ନିମନ୍ତ୍ରଣ କରିବା । ମୃତ୍ୟୁ ସଂଖ୍ୟା ଆଜି କିଛି କମିଛି ଆଗକୁ ମଧ୍ୟ କମିପାରେ ।

ଅନ୍ୟପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ତୃତୀୟ ଲହରରେ ସଂକ୍ରମଣ ବାପା ମାଆଙ୍କ ମାଧ୍ୟମରେ ପିଲାମାନଙ୍କ ପାଖକୁ ଆସିବ । ତେଣୁ ବାପାମାଆ ସଚେତନ ନହେଲେ ପିଲାମାନଙ୍କୁ ଏହା ସଂକ୍ରମିତ କରିବ । କଟକଣା ଯାଇଛି ହେଲେ କରୋନା ଯାଇନି । କରୋନା ଭୂତାଣୁ ଆମ ଆଖପାଖରେ ଅଛି ତେଣୁ ସତର୍କ ରହିବାକୁ ପଡିବ ।

Corona Third Wave, Child May Infected By Parents

ସମସ୍ତଙ୍କର ଧାରଣା ଅଛି ଟିକା ନେଲେ ସଂକ୍ରମଣ ହେବନି ହେଲେ ଟିକା ନେଲେ ସଂକ୍ରମଣ ସମ୍ଭାବନା ଅଧିକ ଅଛି । ହେଲେ ଟିକା ନେବା ପରେ ସଂକ୍ରମିତ ହେଲେ ଏହାର ଲକ୍ଷଣ ଦେଖାଯିବନି । ଯାହାକୁ ବାପାମାଆ ଆଣି ପିଲାମାନଙ୍କ ଦେହରେ ଛାଡ଼ିବାର ବାହକ ହେବେ । ତେଣୁ ପିଲାମାନେ ଅଧିକ ସଂକ୍ରମିତ ହେବେ । କଟକଣା କୋହଳ ହୋଇଥିବାରୁ ଖାମଖିଆଲ ନ ହୋଇ କୋଭିଡ୍ ନିୟମ ମାନିବା ।

ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ମଧ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି । ଡେଙ୍ଗୁ ଗ୍ରାଫ ଖସୁଛି, ଆଡମିସନ କମିଛି । ମୃତ୍ୟୁ ନାହିଁ, କିଛି ଦିନ ଭିତରେ ଆହୁରି ଡେଙ୍ଗୁ ଗ୍ରାଫ କମିବା ସହ ସ୍ଥିତି ଆହୁରି ଭଲ ହେବ ।

Leave a Reply