spot_img
Home Blog Page 5411

ଟିକା ନେବା ପରେ ବି ହେଉଛି ସଂକ୍ରମଣ, ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ଲହର କମିନଥିବା ବେଳେ ତୃତୀୟ ଲହର ଆସିବା ସମ୍ଭାବନା ବଢିଛି । ତୃତୀୟ ଲହରକୁ ନେଇ ସଜାଗ ରାଜ୍ୟ ସରକାର। ଏଥିପାଇଁ ଲୋକଙ୍କୁ ସଚେତନ ହେବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଟିକା ନେବା ପରେ ସଂକ୍ରମଣ ହେଉଥିବାରୁ କୋଭିଡ ନିୟମ ମାନି ଚଳିବା ପାଇଁ ପରାମର୍ଶ ଦିଆଯାଇଛି।

ଟେଷ୍ଟି, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣ। 4-ଟି ଅଧିକ ତ୍ୱରାନ୍ୱିତ କରିଛି ସ୍ୱାସ୍ଥ୍ୟ ବିଭାଗ। ବର୍ତ୍ତମାନ ରାଜ୍ୟ ସରକାର ଏନଫୋର୍ସମେଣ୍ଟ ଓ କଣ୍ଟେନମେଣ୍ଟକୁ ଫୋକସ କରିଥିବା ବେଳେ, କଟକ ଭୁବନେଶ୍ୱରରେ ସଂକ୍ରମଣ ପ୍ଲାଟ୍ୟୁ ଷ୍ଟେଜରେ ରହିବା ଚିନ୍ତା ବଢାଇଛି। ଯେଉଁ ଜାଗାରେ ସଂକ୍ରମଣ ଅଧିକ ରହୁଛି ସେଠି ନୂଆ ଭୂତାଣୁ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଯେଉଁ ଜିଲ୍ଲାରେ ସଂକ୍ରମଣ ବଢୁଛି, ସେଠାରେ କୋଭିଡ ନିୟମକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ତୃତୀୟ ଲହର ପାଇଁ ରାଜ୍ୟସରକାରଙ୍କୁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ନଭେମ୍ବର ମାସ ପର୍ଯ୍ୟନ୍ତ କୋଭିଡ କଟକଣା କଡ଼ାକଡ଼ି କରାଯିବା ଦରକାର। ଟିକା ନେବା ପରେ ୪୦ ପ୍ରତିଶତ ଲୋକ ସଂକ୍ରମିତ ହେଉଥିବାରୁ ଲୋକେ ଅମାନିଆ ନହେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ଟଳୁନି ଟିକା ସଂକଟ, ମାତ୍ର ୬୬ କେନ୍ଦ୍ରେର ଦିଆଯିବ ଟିକା

ଭୁବନେଶ୍ୱର: ରାଜ୍ୟରେ ଟଳୁନି ଟିକା ସଂକଟ। କେନ୍ଦ୍ର ସରକାର ଆବଶ୍ୟକ ମୁତାବକ ଟିକା ନଦେବାରୁ ରାଜ୍ୟରେ ଟିକାର ଘୋର ଅଭାବ ଦେଖାଦେଇଛି । ଅନେକ ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି। ଆଜି ରାଜ୍ୟରେ ମାତ୍ର ୬୬ଟି କେନ୍ଦ୍ରରେ ହେବ ଟିକାକରଣ।

ଗଞ୍ଜାମ ୨, ପୁରୀ ୫୭, ରାୟଗଡ଼ା ୩ ଓ ସୁନ୍ଦରଗଡ଼ର ୪ଟି କେନ୍ଦ୍ରରେ ଆଜି ଟିକା ଦିଆଯିବ। ରାଜ୍ୟରେ ୮ ଲକ୍ଷ ୫ ହଜାର ୧୮୦ କୋଭିସିଲଡ ଡୋଜ ଥିବା ବେଳେ ୧ ଲକ୍ଷ ୧୭ ହଜାର ୨୬୦ କୋଭାକ୍ସିନ ଡୋଜ ମହଜୁଦ ରହିଛି। ଅନ୍ୟପଟେ ରାଜ୍ୟରେ ମୋଟ ୧୫ଶହ ୩୯ ଜଣ ଗର୍ଭବତୀଙ୍କୁ ଟିକା ଦିଆଯାଇଛି।

 

୧୯ରୁ ଗଡ଼ିବ ମୋ ବସ,୧୬ ରୁଟରେ ମିଳିବ ସେବା

ଭୁବନେଶ୍ୱର: ସୋମବାର ଠାରୁ ଗଡ଼ିବ ମୋ ବସ୍ । କେବଳ ୧୬ ରୁଟରେ ମିଳିବ ମୋ ବସ୍ ସେବା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ପାଇଁ ମିଳିବ ବସ୍ । ତେବେ ବସରେ ଯାତ୍ରା କରିବାକୁ ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି । ବସରେ ଯେତିକି ସିଟ୍, ସେତିକି ଯାତ୍ରୀ ହିଁ ଯାତ୍ରା କରିପାରିବେ ।

କୌଣସି ଯାତ୍ରୀ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର । ତେବେ ଆଗାମୀ ଦିନରେ ଅଧିକ ରୁଟରେ ମୋ ବସ ସେବା ଯୋଗାଇ ଦିଆଯିବ । କରୋନା କଟକଣା କୋହଳ ପରେ ଯାତ୍ରୀଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର । ପୂର୍ବରୁ ସାଧାରଣ ବସ ଗୁଡିକ ଗଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର  ।

ନୂଆ ଏସଓପି ଅନୁସାରେ ଖୋଲିବନି କଣ୍ଟେନମେଣ୍ଟ ଜୋନ ଭିତରେ ଥିବା ସ୍କୁଲ

ଭୁବନେଶ୍ୱର: ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ଜାରି ହୋଇଛି ଏସଓପି । ନୂଆ ଏସଓପି ଅନୁସାରେ କଣ୍ଟେନମେଣ୍ଟ ଜୋନ ଭିତରେ ଥିବା ସ୍କୁଲ ଖୋଲିବନି । ଏହା ସହ ସ୍କୁଲ ଆସିବେନି ଶିକ୍ଷକ ଓ ଛାତ୍ରଛାତ୍ରୀ । ଯଦି ସ୍କୁଲ କର୍ମଚାରୀ କଣ୍ଟେନେମଣ୍ଟ ଜୋନରେ ଥିବେ ତେବେ ସେ ସ୍କୁଲ ଆସିବେନି । ସଂକ୍ରମିତ ଚିହ୍ନଟ ହେଲେ ସଂପୃକ୍ତ ସ୍କୁଲ ବନ୍ଦ କରିପାରିବେ ତୁରନ୍ତ ଜିଲ୍ଲାପାଳ । ସ୍କୁଲର ସମସ୍ତ ଅଞ୍ଚଳ ସାନିଟାଇଜ କରିବାକୁ ବାଧ୍ୟତାମୂଳକ ବୋଲି କୁହାଯାଇଛି । ଲାଇବ୍ରେରୀ, ଲାବ୍‌, ରୋଷଇ ଘରକୁ ସାନିଟାଇଜ କରାଯିବ ।

ପାଣି ଟାଙ୍କି, ଗାଧୁଆ ଘର, ଟଏଲେଟ ବି ସାନିଟାଇଜ କରାଯିବ । ଯଦି ସ୍କୁଲରେ ପାନୀୟ ଜଳ ଓ ଟଏଲେଟ ବ୍ୟବସ୍ଥା ନାହିଁ ତେବେ ସ୍କୁଲ ଖୋଲିବ ନାହିଁ । ଏହି ସମୟରେ ହଷ୍ଟେଲ ସୁବିଧା ଛାତ୍ରଛାତ୍ରୀଙ୍କୁ ମିଳିବନାହିଁ । ହଷ୍ଟେଲ ଖୋଲିବା ନେଇ ମଧ୍ୟ ସରକାର ଏସଓପି ଜାରି କରିବେ । ସ୍କୁଲ ବସ୍‌ ୫୦% ଛାତ୍ରଛାତ୍ରୀଙ୍କୁ ନେଇ ଚାଲିପାରିବ । ତେବେ ସ୍କୁଲ ବସ୍‌ ସେବା ନେଇ ଅଭିଭାବକ ଉତ୍ତରଦାୟୀ ରହିବେ । ସମସ୍ତ ଏସଓପି ମାନିବା ପାଇଁ ଶିକ୍ଷକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସରକାର ଅପିଲ୍ କରିଛନ୍ତି ।

ଆଫଗାନିସ୍ତାନରେ ଭାରତୀୟ ଫଟୋ ସାମ୍ବାଦିକଙ୍କୁ ହତ୍ୟା, ତାଲିବାନ କହିଲା ଆମେ ଜାଣିନୁ…

କାବୁଲ: ଆଫଗାନିସ୍ତାନ ଯୁଦ୍ଧରେ ଭାରତୀୟ ଫଟୋ ସାମ୍ବାଦିକ ଡାନିସ ସିଦ୍ଦିକଙ୍କ ମୃତ୍ୟୁ ଘଟଣା ।ଡାନିସଙ୍କ ମୃତ୍ୟୁ ପଛରେ ଆମର ଭୂମିକା ନାହିଁ ବୋଲି କହିଛି ତାଲିବାନ । ତାଲିବାନ କହିଛି ଡାନିସଙ୍କ ମରଶରୀରକୁ ରେଡକ୍ରସ ଆନ୍ତର୍ଜାତିକ କମିଟିକୁ ହସ୍ତାନ୍ତର କରାଯାଇଛି । ତାଙ୍କ ମୃତ୍ୟୁ ସହ ତାଲିବାନ ବାହିନୀର କୌଣସି ସମ୍ପର୍କ ନାହିଁ । ତାଲିବାନ ମୁଖପାତ୍ର ଜାବିଉଲ୍ଲା ମୁଜାହିଦ କହିଛନ୍ତି କାହାର ଗୁଳିମାଡରେ ଡାନିସଙ୍କ ମୃତ୍ୟୁ ଘଟିଲା ତାହା ଆମେ କହିପାରିବୁ ନାହିଁ । ଏହା ସହ ଯୁଦ୍ଧରେ କିଏ ପ୍ରାଣ ହରାଇଲା ତାହା ବି ଆମେ ଜାଣୁନା ।

ସେ କହିଛନ୍ତି କୌଣସି ସାମ୍ବାଦିକ ଯୁଦ୍ଧାଞ୍ଚଳ ଭିତରେ ପ୍ରବେଶ କଲେ ସେ ଆମକୁ ଜଣାଇବା କଥା । ଆମେ ସେହି ବ୍ୟକ୍ତି ବିଶେଷଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବୁ । ଡାନିସଙ୍କ ମୃତ୍ୟୁରେ ଆମେ ଦୁଃଖିତ ବୋଲି ସେ କହିଛନ୍ତି । ମୁମ୍ବାଇ ବାସିନ୍ଦା ଡାନିସ ରଏଟରରେ କାମ କରୁଥିଲେ ଏବଂ ସେ ଆଫଗାନିସ୍ତାନ ଯାଇ ସେଠାରୁ ଅତି ସ୍ପର୍ଶକାତର ସ୍ଥାନରୁ ଫଟୋ ସଂଗ୍ରହ କରୁଥିବାବେଳେ ଗୁଳିମାଡରେ ତାଙ୍କର ମୃତ୍ୟୁ ହୋଇଥିଲା । ସମ୍ମାନଜନକ ପୁଲିଜର ପୁରସ୍କାରପ୍ରାପ୍ତ ସାମ୍ବାଦିକଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଥିଲା ।

ତାଙ୍କର ଦୁଃଖଦ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ ଭାରତ ଲାଗି ନିଯୁକ୍ତ ଆଫଗାନ ରାଷ୍ଟ୍ରଦୂତ ଫରିଦ ମାମୁନ୍ଦ । କାନ୍ଦାହାରର ବୋଲଦାକ ଜିଲ୍ଲାରେ ଚାଲିଥିବା ଯୁଦ୍ଧର ଫଟୋ ଉତ୍ତୋଳନ କରୁଥିବାବେଳେ ଶତ୍ରୁଙ୍କ ଆକ୍ରମଣରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ସେ ଜାମିଆ ମିଲିଆ ଇସଲାମିଆରେ ଅର୍ଥନୀତିରେ ଡିଗ୍ରୀ ହାସଲ କରିବା ସହ ଏଜେକେ ମାସ କମ୍ୟୁନିକେସନ ରିସର୍ଚ୍ଚ ସେଣ୍ଟରରୁ ଡିଗ୍ରୀ ହାସଲ କରିଥିଲେ ।

ଆଫଗାନ ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ, ଅପହରଣ ପରେ ଭୀଷଣ ନିର୍ଯାତନା

କାବୁଲ: ଆଫଗାନିସ୍ତାନରେ ଅସ୍ଥିରତା ଜାରି ରହିଥିବାବେଳେ ପାକିସ୍ତାନସ୍ଥିତ ଆଫଗାନ ରାଷ୍ଟ୍ରଦୂତ ନାଜିବୁଲ୍ଲା ଅଲିଖିଲଙ୍କ କନ୍ୟାଙ୍କୁ କରାଯାଇଛି ଅପହରଣ । ଇସଲାମାବାଦରେ ଅଲିଖିଲଙ୍କ ୨୭ ବର୍ଷ ବୟସ୍କା କନ୍ୟା ସିଲସିଲା ଅଲିଖିଲଙ୍କୁ ଅପହରଣ ପରେ ଭୀଷଣ ନିର୍ଯାତନା ଦିଆଯାଇଛି । ନିର୍ଯାତନାର କିଛି ଘଣ୍ଟା ପରେ ତାଙ୍କୁ ମୁକ୍ତ କରାଯାଇଛି । ଏହି ଘଟଣା ଆନ୍ତର୍ଜାତିକ ସ୍ତରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏହି ଘଟଣାକୁ ନେଇ ଆଫଗାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ପାକିସ୍ତାନରେ ରାଷ୍ଟ୍ରଦୂତଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଇଛି ଆଫଗାନିସ୍ତାନ । ଏହା ସହ ବିଭିନ୍ନ ଅଫିସର କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି ଆଫଗାନିସ୍ତାନ ଦାବି କରିଛି । ସିଲସିଲାଙ୍କୁ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି । ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ହୋଇଛି ।

ବିଶ୍ୱାସ/ ଅନ୍ଧବିଶ୍ୱାସ: ଗୋପାଳନ କରନ୍ତି କିନ୍ତୁ କ୍ଷୀର ବ୍ୟବହାର କରନ୍ତିନି

ମାଲକାନଗିରି:  ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଅତି ଯତ୍ନରେ ଗାଈ ପାଳନ୍ତି । କିନ୍ତୁ କ୍ଷୀର ଟୋପାଏ ଦୁହିଁବାକୁ ସଂକୋଚ କରନ୍ତି । ପିଢି ପରେ ପିଢି ଏହି ପରମ୍ପରା ଚାଲିଆସିଛି । କାହିଁକି କ୍ଷୀର ଦୁହିଁବାକୁ ସଂକୋଚ କରନ୍ତି ତାହାର କିଛି ତଥ୍ୟ ସେମାନଙ୍କ ପାଖରେ ନାହିଁ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଏବେବି ଏମିତି କିଛି ଅଜବ ବିଶ୍ୱାସ ବଞ୍ଚିଛି । ତାହା ବୋଲି ଗାଈର ଯତ୍ନ ନେବାରେ ଆଜି ଯାଏଁ କୌଣସି ପ୍ରକାର ଅବହେଳା କରିନାହାନ୍ତି ।

ଦୀର୍ଘଦିନ ହେଲା ବିଛିନ୍ନ ହୋଇ ରହିଥିଲା ଚିତ୍ରକୋଣ୍ଡା ବ୍ଲକର ସାତଟି ପଞ୍ଚାୟତ । ବର୍ତ୍ତମାନ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଏବେ ସମସ୍ତ ପଞ୍ଚାୟତ ବାହ୍ୟଜଗତ ସହ ଯୋଡ଼ି ହେବାକୁ ଲାଗିଛି । ଏହି ଅଞ୍ଚଳ ଗୁଡିକରେ ବର୍ତମାନ ଧୀରେ ଧୀରେ ବିକାଶ ପହଞ୍ଚୁଛି । ବର୍ତମାନ ଏହି ସ୍ୱାଭିମାନ ଅଞ୍ଚଳବାସୀ କେମିତି ଜୀବନ ବଞ୍ଚୁଛନ୍ତି ତାହା ଅନୁଧ୍ୟାନ କରିବାବେଳେ ସାମ୍ନାକୁ ଆସିଲା ଗୋଟିଏ ଚକିତ କଲାଭଳି ପରମ୍ପରା । ଏହି ଅଞ୍ଚଳରେ ସମସ୍ତେ ଗାଈ ପାଳନ କରନ୍ତି ଗାଈ ଗୋବରକୁ ଖତ କରି ଚାଷ କାର୍ଯ୍ୟରେ ବ୍ୟବହାର କରନ୍ତି କିନ୍ତୁ କ୍ଷୀରକୁ ବ୍ୟବହାର କରନ୍ତି ନାହିଁ । ଏମିତି ଏକ ଅଜବ ପରମ୍ପରା ଦେଖବାକୁ ମିଳିଥିଲା । ପଚାରୁ ପଚାରୁ ଏଠାକାର ସମସ୍ତ ବାସିନ୍ଦା ଗାଈରୁକ୍ଷୀର  ନଦୁହିଁ ବାଛୁରୀ ପାଇଁ ଛାଡ଼ିଦେବା କଥା କହୁଥିବା ବେଳେ ଆଉ କେତେ ଲୋକ ଭଗବାନଙ୍କୁ ବିଶ୍ୱାସ କରି ଖୀର ଦୁହୁଁ ନଥିବା କଥା କହୁଥିଲେ ।

ଅନେକ ଲୋକେ ପୁଣି ଏଭଳି ଉତ୍ତର ଦେଇ କହିଥିଲେ ଯେ ପୂର୍ବ ପୁରୁଷ ପ୍ରଣୟନ କରିଥିବା ପରମ୍ପରାକୁ ପିଢି ପରେ ପିଢି ନିଭେଇ ଆସୁଛୁ । କେବେଳ ଦେବା ଦେବୀଙ୍କ ପୂଜା ସମୟରେ କ୍ଷୀର ଦୁହିଁ ପୂଜା କରନ୍ତି । ଅନ୍ୟ ସମୟରେ ସେମାନେ କ୍ଷୀର କେବେ ଦୁହାଁନ୍ତିନି ବୋଲି ଜଣା ପଡିଥିଲା । କିନ୍ତୁ ଏହା ପଛରେ ଯୁକ୍ତି ରହିଥିବା ସେମାନେ ମନେ କରନ୍ତି । ସେହି ପରି ନିଜ ପରମ୍ପରାକୁ ବଞ୍ଚାଇବା ପାଇଁ ପୂର୍ବ ପୁରୁଷଙ୍କ ନିଷ୍ପତିକୁ ସମ୍ମାନ ଦେବା ତାଙ୍କର ମୁଖ୍ୟ ଉଦେଶ୍ୟ ବୋଲି କହନ୍ତି । ତେବେ ସେହି ଅଞ୍ଚଳର ଅନ୍ୟ କିଛି ଜଣା କହିବା କଥା ଅନୁଯାଇ ଦେବା ଦେବୀଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ପୂର୍ବପୁରୁଷ ଏହି ପରମ୍ପରାକୁ ପାଳନ କରିବା ପାଇଁ ଆଦେଶ ଦେଇଥିଲେ ଯାହା ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛି ।

ଓଡ଼ିଶା ଭୂ-ବନ୍ଦୋବସ୍ତ ଆଇନ୍ ୧୯୬୨ରେ ହେବ ସଂଶୋଧନ, ଷ୍ଟାମ୍ପ ଖର୍ଚ୍ଚ ହଜାରେ ଟଙ୍କା ରହିବ

ଭୁବନେଶ୍ୱର: ଓଡ଼ିଶା ଭୂ-ବନ୍ଦୋବସ୍ତ ଆଇନ୍ ୧୯୬୨ରେ ହେବ ସଂଶୋଧନ । ପୂର୍ବ ଆଇନରେ ଥିବା ଅସଙ୍ଗତିକୁ ଦୂର କରିବା ପାଇଁ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଜମି କିଣାବିକା ସମୟରେ ପାଓ୍ବାର ଅଫ୍ ଆଟର୍ଣ୍ଣି ଚୁକ୍ତିପତ୍ର ପାଇଁ ହେଉଥିବା ଷ୍ଟାମ୍ପ ଖର୍ଚ୍ଚକୁ ୫ ପ୍ରତିଶତରୁ ଦୁଇ ପ୍ରତିଶତକୁ ହ୍ରାସ କରାଯାଇଛି । ସର୍ବନିମ୍ନ ଷ୍ଟାମ୍ପ ଖର୍ଚ୍ଚ ହଜାରେ ଟଙ୍କା ରହିବ । ତେବେ ରାଜ୍ୟର ରାଜସ୍ବ ବୃଦ୍ଧି ପାଇଁ ପୂର୍ବ ନିବନ୍ଧିତ ଦଲିଲର ପ୍ରମାଣପତ୍ର ନକଲ ପାଇଁ ଷ୍ଟାମ୍ପ ଦେୟ ୧୦ ଟଙ୍କାରୁ ୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିଭଳି ଅବଢା ଯୋଜନାରେ ଖଣ୍ଡଲାଇଟ୍ ପଥର ଉପରେ ରୟାଲଟି ଛାଡ କରାଯାଇଛି । ସୁନ୍ଦରଗଡ ଜିଲ୍ଲାର ଡୁଡୁକା- ଗୋପାଳପୁର- ଟୋପାରିଆ ରାସ୍ତାର ସଂପ୍ରସାରଣ ପାଇଁ ଖର୍ଚ୍ଚ ହେବ ୧ ଶହ ୨କୋଟି ୬୫ ଲକ୍ଷ ଟଙ୍କା । ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯାଇଛି । ଓଡ଼ିଶା ବେସାମରିକ ସେବା ନିୟମାବଳୀରେ ସଂଶୋଧନ ସହ ଓଡ଼ିଶା ଷ୍ଟେଟ୍ ଓ୍ବାଇଡ ନେଟଓ୍ବାର୍କ-ଓସ୍ବାନ ପ୍ରକଳ୍ପର ଉନ୍ନତିକରଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥି ପାଇଁ ଖର୍ଚ୍ଚ ହେବ ୩ ଶହ ୩୨ କୋଟି ଟଙ୍କା ।

ଦୁଇ ଡୋଜ ଟିକା ନେବା ପରେ ବି ଭୁବନେଶ୍ୱରରେ ହୋଇଛନ୍ତି ୨,୫୨୭ ସଂକ୍ରମିତ

ଭୁବନେଶ୍ୱର: କୋଭିଡ ଟିକା ନେଇ ମଧ୍ୟ ସଂକ୍ରମିତ ହାର କମିନି  । ଖୋଦ ଭୁବନେଶ୍ୱର ମହାନଗର ନିଗମର କୋଭିଡ ଏବଂ ଟିକାକରଣ ସଂକ୍ରାନ୍ତରେ ଦିଆଯାଇଥିବା ସୂଚନା ହିଁ ଚିନ୍ତା ବଢାଇଦେଇଛି  । କାରଣ ଭ୍ୟାକ୍ସିନ ନେଇଥିବା ଲୋକଙ୍କ ମଧ୍ୟରେ ଭୁବନେଶ୍ୱରରେ ୪୦ ପ୍ରତିଶତ ହୋଇଛନ୍ତି ସଂକ୍ରମିତ  । ଗୋଟେପଟେ କୋଭିଡ ଭ୍ୟାକ୍ସିନ ସୁରକ୍ଷିତ ବୋଲି ମତ ପ୍ରକାଶ କରୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ  ଅନ୍ୟପଟେ ଟିକା ନେଇଥିବା ଲୋକେ ହିଁ ସଂକ୍ରମିତ ହେବା ରିପୋର୍ଟ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି  ।

ମିଳିଥିବା ସୂଚନା ମୁତବାକ ଭୁବନେଶ୍ୱରରେ ପ୍ରଥମ ଡୋଜ କରୋନା ଟିକା ନେଇଥିବା ଲୋକଙ୍କୁ ମଧ୍ୟରୁ ସଂକ୍ରମିତ ହୋଇଛନ୍ତି ୧ ହଜାର ୮୯୦ ଜଣ । ସେହିପରି ଟିକାର ୨ଟି ଡୋଜ ନେଇ ସଂକ୍ରମିତ ହୋଇଛନ୍ତି ୨ହଜାର ୫୨୭ଜଣ । କୁହଯାଉଛି ଟିକାର ୨ଟି ଡୋଜ ନେବା ପରେ ୧୪ ଦିନ ବ୍ୟବଧାନରେ ଆଂଟିବଡ଼ି ବା ପ୍ରତିରୋଧ ଶକ୍ତି ସୃଷ୍ଟି ହେବ । କିନ୍ତୁ ଭୁବନେଶ୍ୱରରେ   ୨ଟି ଡୋଜ ନେଇ ମଧ୍ୟ ୧୪ ଦିନ ପରେ ସଂକ୍ରମିତ ହୋଉଛନ୍ତି ୧ ହଜାର ୭୦୫ଜଣ ।

ସେହିପରି ଚିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫ ପ୍ରତିଶତଙ୍କ ଠାରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଛି  । କିନ୍ତୁ ସବୁଠୁ ଆଶ୍ୱସ୍ତିକର ଖବର ହେଉଛି, ଦୁଇଟି ଡୋଜ ନେଇଥିବା ଅଧିକାଂଶ ବ୍ୟକ୍ତିଙ୍କ ଠାରେ କୌଣସି କୋଭିଡ ଲକ୍ଷଣ ଦେଖାଯାଇନି କିମ୍ବା ହୋଇନାହିଁ  । ତେଣୁ ଟିକା କେଉଁଠି ନା କେଉଁଠି ସଫଳ ପ୍ରଭାବ ପକାଇଛି  । କିନ୍ତୁ ସଂକ୍ରମିତ ସଂଖ୍ୟା କମାଇବାରେ ସେତେଟା ଫଳପ୍ରଦ ହୋଇନଥିବା ବିଏମସି ରିପୋର୍ଟରୁ ଜଣାପଡ଼ିଛି  ।

ବିଶୁଦ୍ଧ ପାଣି ପିଇବେ ରାଜ୍ୟବାସୀ, ସୁନ୍ଦରଗଡରେ ନିର୍ମାଣ ହେବ ୩୮୮ କୋଟି ଟଙ୍କାର ପ୍ରକଳ୍ପ

ଭୁବନେଶ୍ୱର: ଗ୍ରାମାଞ୍ଚଳ ଲୋକଙ୍କୁ ମିଳିବ ବିଶୁଦ୍ଧ ପାନୀୟଜଳ । ରାଜ୍ୟ ବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ବିଶୁଦ୍ଧ ପାଣି ଯୋଗାଇଦେବା ନେଇ କ୍ୟାବିନେଟରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ  । ସୂଚନା ମୁତାବକ ସୁନ୍ଦରଗଡ ଜିଲ୍ଲାରେ ୩ ଶହ ୮୮ କୋଟି ୮୧ ଲକ୍ଷ ଟଙ୍କାର ଦୁଇ ବୃହତ ଗ୍ରାମ୍ୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କଟକ ଜିଲ୍ଲାରେ ବାଙ୍କି, ଆଠଗଡ ଓ ତିଗିରିଆରେ ପାଇପ୍ ଜଳ ଯୋଗାଣ ପାଇଁ କ୍ୟାବିନେଟର ମଞ୍ଜୁରୀ ମିଳିଛି ।

୭ଟି ପଞ୍ଚାୟତରେ ସମସ୍ତ ଘରକୁ ପାଇପ୍ ଜଳ ଯୋଗାଣ ହେବ । ୩ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସରିବ । ଏଥି ପାଇଁ ୨ ଶହ ୭୫ କୋଟି ୩୯ ଲକ୍ଷ ଟଙ୍କାର ପ୍ରକଳ୍ପ ପାଇଁ ଠିକା ସଂସ୍ଥାକୁ କ୍ୟାବିନେଟ୍ ମୋହର ବାଜିଛି ।  ସେହିଭଳି କେନ୍ଦୁଝର ଜିଲ୍ଲା ଯୋଡା ଓ ଚମ୍ପୁଆରେ ଡ୍ରିଙ୍କ ଫର୍ ଟ୍ୟାପ୍ ଜଳ ଯୋଗାଣ ପ୍ରକଳ୍ପକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ । କଟକ ଓ ପୁରୀରେ ଏହି ପ୍ରକଳ୍ପର ସଫଳତା ପରେ କେନ୍ଦୁଝରରେ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି ।

ରାଜ୍ୟବାସୀଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ସମୟରେ ଘୋଷଣା କରିଥିଲେ  । ଏହାର ଗପରବର୍ତ୍ତି ସମୟରେ ସରକାର ପୁନର୍ବାର ଗଢିବା ପରେ ସରକାର ପୁରୀ ଏବଂ କଟକ ଜିଲ୍ଲାରେ ଏହି ମେଗା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲେ  । ଯାହାର ଚୂଡ଼ାନ୍ତ ପ୍ରତିଫଳନ ଆଜି ଅନେକ ଅଞ୍ଚଳକରେ ଦେଖିବାକୁ ମିଳିଛିି  । ଘରେ ଘରେ ସ୍ଚଚ୍ଛ ପାନୀୟ ଜଳ ମୁଳୁଛି  ।