ଜିଲ୍ଲା ଚିକିତ୍ସାଳୟର ତୃତୀୟ ମହଲା ଝରକା ତାଜାକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ

Mental Ill Patient Attempt To Suicide From District Hospital Third Floor Window 

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲା ଝରକା ତାଜାକୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଉଦ୍ଧାର କରିବାକୁ ଯାଇ ଅଗ୍ନିଶମ ବିଭାଗ ଓ ଡାକ୍ତରଖାନା କର୍ମଚାରୀ ନକେଦମ୍‌ । ପ୍ରାୟ ଦେଢ଼ ଘଣ୍ଟାର ଉଦ୍ୟମ ପରେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ସକାଳ ପ୍ରାୟ ୧୦ଟା ବେଳେ ହଠାତ ଜଣେ ଯୁବକ ପ୍ରସ୍ତାବିତ ଆଇସିୟୁ ବିଲ୍ଡିଂର ତୃତୀୟ ମହଲା ଉପରେ ଚଢ଼ି ସେଠାରେ ଥିବା ଝରକା ତାଜା ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ।

Mental Ill Patient Attempt To Suicide From District Hospital Third Floor Window 

ଚିକିତ୍ସାଳୟ କର୍ତ୍ତୃପକ୍ଷ ଅଗ୍ନିଶମ ବାହିନୀକୁ ଡାକିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତଳେ ଏକ ଜାଲ ବିଛାଯିବା ସହ ଉପରକୁ ସିଡ଼ି ପକାଇ ଉଦ୍ଧାର କାର୍ଯ୍ୟ ହୋଇଥିଲା । ଅନ୍ୟ ଏକ ଟିମ ସମ୍ପୃକ୍ତ ଯୁବକଙ୍କୁ ବୁଝାସୁଝା ଉଦ୍ୟମ କରିଥିଲେ । ଶେଷରେ ଏକ ରଶି ସାହାଯ୍ୟରେ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଛି ।

Mental Ill Patient Attempt To Suicide From District Hospital Third Floor Window 

ଉଦ୍ଧାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡର ଭଜମନ ଗୋଛାୟତ । ସେ ଦୁଇ ବର୍ଷ ପୂର୍ବେ ମୁଖ୍ୟ ଚିକିତ୍ସାଳୟରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ମାନସିକ ବିକାରଗ୍ରସ୍ତ ହୋଇ ଦୁଇଦିନ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଉଦ୍ଧାର ପରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Leave a Reply