ମୌସୁମୀ ବର୍ଷାରେ ଉବୁଟୁବୁ ରାଜଧାନୀ: ୧୨ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

1 min read

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଅବିଶ୍ରାନ୍ତ ବର୍ଷା । ମୌସୁମୀ ବର୍ଷାରେ ଉବୁଟୁବୁ ରାଜଧାନୀ । ରାସ୍ତାଘାଟ ଜଳମଗ୍ନ । ଆଜି ସକାଳୁ ୬ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ । ରାସ୍ତା ଉପରେ ପାଣି ଜମି ରହିଥିବାରୁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେପ୍ଟେମ୍ବରରେ ରାଜଧାନୀରେ ବର୍ଷା ଗତ ୧୨ବର୍ଷର ରେକର୍ଡ ଭାଙ୍ଗିଛି । ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨ ଓ ୩ ତାରିଖ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ମଙ୍ଗଳବାର ରାତିରୁ ବର୍ଷା ଜାରି ରହିଥିବାରୁ ମିଣ୍ଟୋ ବ୍ରିଜ୍, ଦିଲ୍ଲୀ ଆଇଟିଓ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଭରି ରହିଥିଲା । ରାସ୍ତା ଘାଟ ଜଳମଗ୍ନ ଯୋଗୁ ଟ୍ରାଫିକ ସମସ୍ୟା ଉପୁଜି ଥିବାବେଳେ ତୁରନ୍ତ ଜଳ ନିଷ୍କାସନ ସହ ଟ୍ରାଫିକ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଅନ୍ୟପଟେ ପ୍ରାୟ ଦେଢ଼ ବର୍ଷ ପରେ ଦିଲ୍ଲୀରେ ଆଜିଠାରୁ ସ୍କୁଲ ଖୋଲିଛି । ସକାଳୁ ପ୍ରବଳ ବର୍ଷା ଜାରି ରହିଥିବାରୁ ଅନେକ ସ୍କୁଲ ବସ ରାସ୍ତା ଉପରେ ଅଟକି ରହିଥିବା ଦେଖାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ପୁଣି ଫେଲ୍ ମାରିଲା ପଞ୍ଜଶୀରରେ ପ୍ରବେଶ ଉଦ୍ୟମ: ୩୫୦ ଜଣ ତାଲିବାନୀ ନିପାତ

Leave a Reply