ପୁଣି ଫେଲ୍ ମାରିଲା ପଞ୍ଜଶୀରରେ ପ୍ରବେଶ ଉଦ୍ୟମ: ୩୫୦ ଜଣ ତାଲିବାନୀ ନିପାତ

1 min read

କାବୁଲ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ଅଲବିଦା କହିଛି ଆମେରିକା । ଆଉ ଏହା ପରେ ଆଶ୍ୱସ୍ତ ହୋଇଛି ତାଲିବାନ । ଆଫଗାନିସ୍ତାନରେ ତାଲିବାନୀ ସରକାର ଗଠନର ସ୍ୱପ୍ନ ସାକାର ହେଲା ଭଳ ମନେ ହେଉଛି ।  ହେଲେ ଏବେ ପଞ୍ଜଶୀରରେ ପ୍ରବେଶ ତାଲିବାନ ପାଇଁ ସ୍ୱପ୍ନ ହୋଇ ରହିଛି । ବାରମ୍ୱାର ଅନୁପ୍ରବେଶ ଉଦ୍ୟମ ପରେ ବି ବିଫଳ ହୋଇଛନ୍ତି । ହେଲେ ନଛୋଡ଼ବନ୍ଧା ତାଲିବାନୀ ସୈନିକ । ମଙ୍ଗଳବାର ରାତିରେ ପୁଣି ପଞ୍ଜଶୀରରେ ପ୍ରବେଶ ପାଇଁ ଉଦ୍ୟମ କରିଛନ୍ତି । ଏଣୁ ପଞ୍ଜଶୀରର ନର୍ଦନ ଏଲାଏନ୍ସ ସହ ମୁହାଁମୁହିଁ ହୋଇଛନ୍ତି ତାଲିବାନୀ  ।

ସେଠକାର ସାମ୍ୱାଦିକ ନାତିକ ମାଲିକଜାଦା ଦ୍ୱାରା କରାଯାଇଥିବା ଟ୍ୱିଟ୍ ଅନୁଯାୟୀ ଆଫଗାନିସ୍ତାନର ପଞ୍ଜଶୀରର ପ୍ରବେଶ ପଥ ଗୁଲବାହାର ଅଞ୍ଚଳରେ ତାଲିବାନ ସୈନିକ ଏବଂ ନର୍ଦନ ଏଲାଏନ୍ସ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । କେବେଳେ ସେତିକି ନୁହେଁ ଏଠାରେ ତାଲିବାନୀ ଦ୍ୱାରା ପୋଲ ଉଡ଼ାଯାଇଥିବା ନେଇ ମଧ୍ୟ ଖବର ମିଳିଛି । ଏହା ପୂର୍ବରୁ ସୋମବାର ରାତିରେ ମଧ୍ୟ ତାଲିବାନୀ ଏବଂ ନର୍ଦନ ଏଲାଏନ୍ସର ସୈନିକଙ୍କ ମଧ୍ୟରେ ଗୁଳି ବିନମୟ ହୋଇଥିଲା । ତେବେ ମଙ୍ଗଳବାର ହୋଇଥିବା ସଂଘର୍ଷରେ ୩୫୦ ଜଣ ତାଲିବାନୀ ନିପାତ ହୋଇଥିବା ବେଳେ ୪୦ ଜଣଙ୍କୁ କଏଦ କରିନେଇଛି ନର୍ଦନ ଏଲାଏନ୍ସ ।

ଅହମ୍ମଦ ମସୁଦଙ୍କ ପ୍ରବକ୍ତା ଫହିମ୍ ଦସ୍ତି ଦ୍ୱାରା ମଧ୍ୟ ତାଲିବାନଙ୍କ ସହିତ ହୋଇଥିବା ଯୁଦ୍ଧ ସମ୍ପର୍କରେ ସ୍ପଷ୍ଟ କରାଯାଇଛି । ସୋମବାର ରାତିରେ ପଞ୍ଜଶୀରରେ ତାଲିବାନ ଆକ୍ରମଣ କରିଥିଲା । ଏବଂ ଅନୁପ୍ରବେଶ ନେଇ ଉଦ୍ୟମ କରିଥିଲା । କିନ୍ତୁ ତାଙ୍କୁ ସଫଳତା ମିଳିପାରିନଥିଲା । ତାଲିବାନୀ ପୂର୍ବରୁ ମଧ୍ୟ ପଞ୍ଜଶୀର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରିଦେଇଛି । କିନ୍ତୁ ପରେ ଏହାକୁ ଖୋଲି ଦିଆଯାଇଥିଲା ।

ଅପରପକ୍ଷରେ ୩୦ ଅଗଷ୍ଟରେ ଆମେରିକା ସେନା କାବୁଲ ଏୟାରପୋର୍ଟ ଖାଲି କରିଦେଇଛି । ଏବେ ଆଫଗାନିସ୍ତାନ ଉପରେ ସମ୍ପୂର୍ଣ୍ଣ ଭାବେ ତାଲିବାନର କବଜା ରହିଛି । ତାଲିବାନ ଦ୍ୱାରା ଖୁବଶୀଘ୍ର ଆଫଗାନିସ୍ତାନରେ ନୂଆ ସରକାର ଗଠନ କରାଯିବ । ତାଲିବାନର ବଡ଼ ନେତା କାନ୍ଧାହରରେ ଉପସ୍ଥିତ ଅଛନ୍ତି । ଯିଏ ଖୁବଶୀଘ୍ର କାବୁଲ ଆସିବେ ।

Leave a Reply