ଆଫଗାନିସ୍ତାନରେ ଚାଲିବ ଇରାନ୍ ମଡେଲ: ହିବାତୁଲ୍ଲା ଅଖୁନ୍ଦଜାଦା ହେବେ ରାଜନୈତିକ ଓ ଧାର୍ମିକ ମୁଖ୍ୟ

1 min read

କାବୁଲ: ଆଫଗାନିସ୍ତାନରେ ଚାଲିବ ଇରାନ ମଡେଲ ଶାସନ । ଆଫଗାନ ମାଟିରୁ ଆମେରିକାର ବିଦାୟ ପରେ ଦେଶରେ ଶାସନ ବ୍ୟବସ୍ଥା କିପରି ହେବ ଏନେଇ ଆଲୋଚନା ହୋଇଛି । ଇରାନରେ ଯେପରି ଜଣେ ସୁପ୍ରିମ ଲିଡର ଦେଶର ମୁଖ୍ୟ ହୁଅନ୍ତି ଠିକ୍ ସେପରି ଆଫଗାନିସ୍ତାନରେ ହିବାତୁଲ୍ଲା ଅଖୁନ୍ଦଜାଦା ସୁପ୍ରିମ ଲିଡର ହେବେ ଏବଂ ତାଙ୍କ ନେତୃତ୍ୱରେ ଶାସନ ଚାଲିବ । ଏପରିକି ସେ ଦେଶର ରାଜନୈତିକ ଓ ଧାର୍ମିକ ମୁଖ୍ୟ ବି ହେବେ । ତାଙ୍କ କ୍ଷମତା ସର୍ବଶକ୍ତିଶାଳୀ ହେବ । ବର୍ତ୍ତମାନ ସୁଦ୍ଧା ଲୋକଲୋଚନକୁ ନ ଆସି ତାଲିବାନର ରିମୋଟ କଣ୍ଟ୍ରୋଲର ଥିବା ଅଖୁନ୍ଦଜାଦା ଖୁବ୍ ଶୀଘ୍ର ଦାୟିତ୍ୱ ନେବାର ସମ୍ଭାବନା ରହିଛି । ଅଖୁନ୍ଦଜାଦା କାନ୍ଦହାରରେ ରହି ଏବେ ତାଲିବାନକୁ ନିୟନ୍ତ୍ରଣ କରୁଥିବା କୁହାଯାଉଛି । ଆଫଗାନିସ୍ତାନରେ ସରକାର କିପରି ଗଠନ ହେବ, କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ ସେନେଇ ପାକିସ୍ତାନ ନିବିଡ ଯୋଗସୂତ୍ରରେ ରହିଛି । ପ୍ରଚ୍ଛଦପଟରେ ତାଲିବାନ ନେତାଙ୍କ ସହ ପାକିସ୍ତାନ ସରକାରଙ୍କ ସମସ୍ତ ପରାମର୍ଶ କାର୍ଯ୍ୟକାରୀ ହେଉଥିବା ସୂଚନା ମିଳିଛି । ସେପଟେ ଯେଉଁମାନ ଦେଶ ଛାଡି ଚାଲିଯିବାକୁ ଚାହାଁନ୍ତି ସେମାନଙ୍କୁ ନିରାପଦରେ ଯିବା ଲାଗି ଅନୁମତି ଦିଆଯିବ। ଯିଏ ଯେଉଁ ପକ୍ଷର ହେଉ ନା କାହିଁକି ସମସ୍ତଙ୍କୁ ଏହି ଅନୁମତି ମିଳିବ ବୋଲି କହିଛି ତାଲିବାନ ।

ଏଥିସହିତ ପଢ଼ନ୍ତୁ: ପୁଣି ଫେଲ୍ ମାରିଲା ପଞ୍ଜଶୀରରେ ପ୍ରବେଶ ଉଦ୍ୟମ: ୩୫୦ ଜଣ ତାଲିବାନୀ ନିପାତ

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner