spot_img
Home Blog Page 5409

ଲାଲଗଡରେ ପୋଲିସ ମହାନିର୍ଦ୍ଦେଶକ ଅଭୟ, ଆତ୍ମସମର୍ପଣ କଲେ ୨ ମାଓବାଦୀ

ମାଲକାନଗିରି: ଲାଲଗଡରେ ପୋଲିସ ମହାନିର୍ଦ୍ଦେଶକ ଅଭୟ। ମାଓବାଦୀଙ୍କ ସ୍ଥିତି ସମୀକ୍ଷା କରିବା ଲାଗି ବରିଷ୍ଠ ଆଇପିଏସ୍ ଅଫିସରଙ୍କ ସହିତ ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଟେମୃପାଲିରେ ପହଞ୍ଚିଛନ୍ତି । ତେବେ ପୋଲିସ ଡିଜିଙ୍କ ଉପସ୍ଥିତିରେ ୨ ଜଣ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି।

ମାଓବାଦୀଙ୍କୁ ନିପାତ କରିବା ଲାଗି ଟେମୃପାଲି ଠାରେ ଅବସ୍ଥାପିତ ବିଏସ୍ଏଫ୍ କ୍ୟାମ୍ପରେ ସୁରକ୍ଷା କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଡିଜିପି ଅଭୟ। ସୂଚନା ମୁତାବକ ମାଲକାନଗିରିର ବରିଷ୍ଠ ପୋଲିସ ଓ ବିଏସଏଫ ଅଧିକାରୀଙ୍କ ସହ ଡିଜି ବୈଠକ କରିଛନ୍ତି। ଏହାପୂର୍ବରୁ ସେ କୋରାପୁଟ ଯାଇ ସୁନାବେଡା ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲାର ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଠାରେ ଅପରେସନ IG, ଗୁଇନ୍ଦା ନିର୍ଦ୍ଧେଶକ, BSF IG, କୋରପୁଟ SP ପ୍ରମୁଖ ଉପସ୍ଥିତ ଥିଲେ। ତେବେ ମାଲକାନଗିରି ପରେ କନ୍ଧମାଳ ଗସ୍ତ କରିବେ ପୋଲିସ ଡିଜି।

କପା ଜିନିଂ ୟୁନିଟ ପରିଦର୍ଶନ କଲେ କୃଷି ବିଭାଗ ଯୁଗ୍ମସଚିବ ବିପିନ ପାଣିଗ୍ରାହୀ

ଗଞ୍ଜାମ:  ଦିଗପହଣ୍ଡିରେ କପା ଜିନିଂ ୟୁନିଟ ପରିଦର୍ଶନ କରିଛନ୍ତି କୃଷି ବିଭାଗର ଯୁଗ୍ମସଚିବ ବିପିନ ପାଣିଗ୍ରାହୀ । ଜିଲ୍ଲାରେ କପା ଚାଷୀମାନେ ସେମାନଙ୍କ ଉତ୍ପାଦ ବିକ୍ରି କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଗପହଣ୍ଡିରେ ଥିବା କପା ନିୟନ୍ତ୍ରିତ ବଜାର କମିଟି ମଧ୍ୟରେ ଜିନିଂ ମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ତେବେ ବର୍ତ୍ତମାନ ୟୁନିଟର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କୃଷି ବିଭାଗର ପଦାଧିକାରୀମାନେ ଏହାର ପରିଦର୍ଶନ କରିଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି। ଗସ୍ତ ଅବସରରେ ଯୁଗ୍ମସଚିବ ଚିକିଟି, ଦିଗପହଣ୍ଡି, ସାନଖେମୁଣ୍ଡି ଏବଂ କୁକୁଡ଼ାଖଣ୍ଡି ର ବିଭିନ୍ନ ଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ।

ଦେଶର ଆଉ ୪୧ ହଜାର ୧୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ: ୫୧୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୧ ହଜାର ୧୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୪୨ ହଜାର ୪ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଏବେ ମଧ୍ୟ ଚିନ୍ତାଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ମୋଟାମୋଟି ଭାବେ ଏବେ ବି ଟଳିନି କରୋନା ସଂକଟ । ଦେଶରେ ୪ଲକ୍ଷ ଉପରେ ଆକ୍ଟିଭ୍ କେସ୍ ରହିଥିବା ବେଳେ ନୂଆ ସଂକ୍ରମିତ ମଧ୍ୟ ବଢୁଛନ୍ତି । ଦେଶରେ ଦୁଇ ଦିନ ପରେ ପୁଣି ୪୦ ହଜାର ଉପରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୪୧ହଜାର ୧୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୫୧୮ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭୂତାଣୁ । ଗୋଟିଏ ଦିନରେ ୪୨ ହଜାର ୪ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୭ ଦଶମିକ ୩୧ ପ୍ରତିଶତ ପାର୍ କରିଛି । ଏବେ ଦେଶରେ ୪ଲକ୍ଷ ୨୨ହଜାର ୬୬୦ ଆକ୍ଟିଭ୍ କେସ୍ ରହିଛି । ମୋଟ ମୃତ୍ୟୁସଂଖ୍ୟା ୪ଲକ୍ଷ ୧୩ ହଜାର ୬୦୯ ହୋଇଛି ।

ଏଥିସହିତ ପଢ଼ନ୍ତୁ: କୋଭିସିଲ୍ଡ ଟିକାକୁ ୧୬ ୟୁରୋପୀୟ ରାଷ୍ଟ୍ରର ସ୍ୱୀକୃତି: ଅଦର ପୁନାଓ୍ୱାଲା

ଜମି ବିବାଦରୁ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ, ୬ ଗୁରୁତର

ଭଦ୍ରକ: ଜମି ବିବାଦକୁ ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଦେଖିବାକୁ ମିଳିଛି ଗୋଷ୍ଠୀ ସଂଘର୍ଷ । ଆନ୍ଦୋଳା ପଞ୍ଚାୟତ କାଶିପୁର ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଉଭୟ ପକ୍ଷରୁ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ପକ୍ଷ ପରସ୍ପରକୁ ତେଣ୍ଟା ଓ ଭୁଜାଲିରେ ଆକ୍ରମଣ କରିଥିଲେ।

ସୂଚନା ମୁତାବକ,  ଗତକାଲି ରାତିରେ କାଶିପୁର ଗ୍ରାମର ଶଙ୍କର୍ଷଣ ରାଉଳ ନିଜ ଘରକୁ ଏକ ରାସ୍ତା ତିଆରି କରିଥିଲେ। ଏହି ରାସ୍ତା ଦିବ୍ୟସିଂହ ମିଶ୍ରଙ୍କ ଜମି ଉପରେ କରାଯାଇଥିବାରୁ ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ହୋଇଥିବା ବେଳେ ଗୋଟିଏ ଗୋଷ୍ଠୀର ରଞ୍ଜନ ବେହେରାଙ୍କ ଜଙ୍ଘରେ ତେଣ୍ଟା ମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ରଞ୍ଜନଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହାସହ ଶଙ୍କର୍ଷଣ ଓ ତାଙ୍କ ପତ୍ନୀ ତନୁଶ୍ରୀଙ୍କୁ ଆହତ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନଙ୍କ ବ୍ୟତୀୟ ଅନ୍ୟ ଆହତ ହୋଇଥିବା ୪ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯଇଛି । ଘଟଣାକୁ ନେଇ କାଶିପୁର ଗ୍ରାମରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗିରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

ଶହେ ଫୁଟ ତଳକୁ ଖସିଲା ଟ୍ରକ୍, ଜଣେ ମୃତ ଜଣେ ଗୁରୁତର

ମୟୁରଭଞ୍ଜ: ମରଣଜନ୍ତା ପାଲଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟି। ପ୍ରତ୍ୟେକ ଦିନ କିଛି କିଛି ଛୋଟ ବଡ ଦୁର୍ଘଟଣା ଏଠାରେ ଘଟିଥାଏ। ତେବେ ଆଜି ଭୋର ସମୟରେ ଭାରସାମ୍ୟ ହରାଇ ଘାଟିରେ ଶହେ ଫୁଟ ତଳକୁ ଖସିଛି ଟ୍ରକ୍। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲ୍‌ପରଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଅବସ୍ଥାରେ ହେଲପରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁୟାୟୀ, ଆଜି ଭୋରରୁ ଟ୍ରକଟି କେନ୍ଦୁଝରରୁ କୋଲକାତା ଅଭିମୁଖେ ଯାଉଥିଲା। ଟ୍ରକରେ ଲୁହା ପଥର ସହିତ କିଛି କେମିକାଲ୍ ଡବା ଲୋଡ୍ କରାଯାଇଥିଲା। ଘାଟି ରାସ୍ତାରେ ଯିବା ବେଳେ ଭାରସାମ୍ୟ ହରାଇ ଟ୍ରକଟି ଶହେ ଫୁଟ ତଳକୁ ଖସି ପଡ଼ିଥିଲା। ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀ ଟ୍ରକର ହଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଗାଡ଼ି ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଟ୍ରକ ତଳୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି।

ମୁମ୍ୱାଇ ବର୍ଷା ବିତ୍ପାତ ଜନିତ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଲା: ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମୁମ୍ୱାଇ ବର୍ଷା ବିତ୍ପାତରେ ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା । ଲଗାଣ ବର୍ଷା ଯୋଗୁ ପାହାଡ଼ ଧସିଛି । ଫଳରେ ଘର ଭାଙ୍ଗି ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ମୁମ୍ୱାଇର ଚେମ୍ୱୁରରେ ଘଟିଛି ଏହି ଅଘଟଣ । ତେବେ ମୃତକଙ୍କ ସଂଖ୍ୟା ବଢ଼ିବାର ଅନୁମାନ କରାଯାଉଛି । ତେବେ ମହାରାଷ୍ଟ୍ରର ଅନ୍ୟ ଏକ ସ୍ଥାନରେ ମଧ୍ୟ ବର୍ଷା ଜନିତ ଅଘଟଣ କାରଣରୁ ୨ ଜଣଙ୍କ ମୃତ୍ୟୁ ଘଟିଛି । ଏଯାବତ୍ ମୋଟ ୧୯ ଜଣଙ୍କ ମୃତ୍ୟୁ ଘଟିଛି ।

ଆର୍ଥିକ ରାଜଧାନୀ ମୁମ୍ବାଇରେ ଅତି ପ୍ରବଳ ବର୍ଷା କାରଣରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଲଗାଣ ବର୍ଷା ଫଳରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଚେମ୍ବୁର ଓ ବିଖରୋଲି ଅଞ୍ଚଳରେ କାନ୍ଥ ଭୁଶୁଡ଼ି ୧୯ ଜଣଙ୍କ ମୃତ୍ୟୁ ହୋଇଛି ।  ପ୍ରବଳ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିଥବା ବେଳେ NDRF ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ।

Image

ସମସ୍ତ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆହମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରବଳ ବର୍ଷା ଯୋଗୁ ପାହାଡ଼ ଧସିଯିବା ଫଳରେ ଏହାର ଆଖପାଖ ଅଞ୍ଚଳରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଏବେ ବି ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି । ସେପଟେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡରୁ ୨ଲକ୍ଷ ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Image

ଏହାସହ ଆହତଙ୍କ ପରିବାରକୁ ୫୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା ହୋଇଛି । ସେପଟେ ମୁମ୍ବାଇର ଅନ୍ୟ ଅଞ୍ଚଳ ବି ବର୍ଷା ଯୋଗୁ ଜଳମଗ୍ନ ହୋଇଛି । ସଡ଼କ, ବଜାର, ରେଳ ଷ୍ଟେସନ ବର୍ଷା ପାଣିରେ ବୁଡ଼ି ରହିଛି । ହନୁମାନ ନଗରରେ ବି ପ୍ରବଳ ବର୍ଷା ଯୋଗୁ ଅନେକ ଲୋକଙ୍କ ଘରେ ପାଣି ପସିଯାଇଛି । ରେଳ ଟ୍ରାକରେ ପାଣି ଯୋଗୁ ବିଭିନ୍ନ ସ୍ଥାନରେ ଲୋକାଲ ଟ୍ରେନ୍ ଚଳାଚଳ ବନ୍ଦ

Image

ବଢୁଛି ସୌମ୍ୟରଞ୍ଜନଙ୍କ ମୃତ୍ୟୁର ରହସ୍ୟ, ମାଆ ଓ ସମ୍ପର୍କୀୟଙ୍କୁ ପଚରାଉଚରା କରିବ ପୋଲିସ

ଗଜପତି: ବଢୁଛି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ। ତଦନ୍ତ ପାଇଁ ପାରଳାଖେମୁଣ୍ଡି ପୋଲିସର ୫ ଜଣିଆ ଟିମ୍ ଆଜି କପ୍ତିପଦା ଗସ୍ତ କରିବ। ଏହା ପୂର୍ବରୁ ପ୍ରଥମେ ବାଲେଶ୍ୱର ଗସ୍ତ କରି ସୌମ୍ୟଙ୍କ ମା’ ଓ ଅନ୍ୟମାନଙ୍କୁ ପଚରାଉଚରା କରିବ ପୋଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ସୌମ୍ୟଙ୍କ ମୃତ୍ୟୁ ପାଇଁ ଦାୟୀ କରାଯାଉଥିବା ବେଳେ, ସୌମ୍ୟଙ୍କ ବନ୍ଧୁ ଡିଏଫ୍ଓଙ୍କୁ ଅଧିକ ପଚରା ଉଚରା କରିବାର ଆବଶ୍ୟକତା ରହିଛି ବୋଲି ପରିବାର ଲୋକ ଦାବି କରିଛନ୍ତି।

ଅନ୍ୟପଟେ ସୌମ୍ୟ ବ୍ୟବହାର କରୁଥିବା ଲାପଟପ, କିଛି ହାତଲେଖା ଚିଠି,ଏକ ଡାଏରି ପୋଲିସ ଜବତ କରିଛି ପୋଲିସ୍ । ଏଥିସହ ସୌମ୍ୟଙ୍କ ସଂପର୍କୀୟ ଓ ରୋଷେୟାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। କିନ୍ତୁ, ବର୍ତ୍ତମାନ ପର୍ଯ୍ୟନ୍ତ ଡିଏଫଓଙ୍କ ବୟାନ ରେକର୍ଡ କରାଯାଇନଥିବା ବେଳେ, ସୌମ୍ୟଙ୍କ ପତ୍ନୀଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇନାହିଁ । ସୌମ୍ୟଙ୍କ ମୃତ୍ୟୁ ପରେ ପୋଲିସ, ସରକାରୀ ବାସଭବନକୁ କାହିଁକି ସିଲ୍ କରିନଥିଲା । ଘରର ଚାବି ପତ୍ନୀ ବିଦ୍ୟାଭାରତୀଙ୍କ ପାଖରେ ଥିଲା,ଲାପଟପ ପ୍ରଥମ ଦିନରୁ ହିଁ ପୋଲିସ କାହିଁକି ଜବତ କରିନଥିଲା । ସୌମ୍ୟଙ୍କ ମୃତ୍ୟୁ ପରଦିନ, ପତ୍ନୀ ବିଦ୍ୟାଭାରତୀ କହିଥିଲେ ଯେ, ସୌମ୍ୟ ଡାଏରୀ ବ୍ୟବହାର କରୁନଥିଲେ । ଯଦି ତାହା ସତ ତେବେ ଆଜି ପୋଲିସ ଜବତ କରିଥିବା ଡାଏରୀ କାହାର ? ସୌମ୍ୟଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ବଦଳରେ ପୋଲିସ୍ ଏହାକୁ ଏକ ଅପମୃତ୍ୟୁ ମାମଲା କରିଦେବାକୁ ଚାହୁଁନି ତ । ଏମିତି ଅନେକ ପ୍ରଶ୍ନ ଉଠାଇଛନ୍ତି ମୃତ ସୌମ୍ୟଙ୍କ ଓକିଲ।

ଏଭଳି ଏକ ଦେଶ, ଯେଉଁଠି ବାହାଘର ପାଇଁ ବଜାରରେ ଝିଅକୁ ବିକ୍ରି କରିଥାନ୍ତି ବାପା-ମାଆ

ଟଙ୍କା ଦେବେ, ବୋହୂ ଆଣିବେ । ହାଟରେ ସଉଦା ନୁହେଁ , ବିକ୍ରି ହେଉଛନ୍ତି ଝିଅ  । ମନ ମୁତାବକ ଝିଅ ଚୟସ କରିବେ , ଦର ମୁତାବକ ଟଙ୍କା ଦେବେ । ଏବଂ ସାଥିରେ ଝିଅକୁ ନେଇ ଘରକୁ ଯିବେ  । ଏମିତି ଏକ ମାର୍କେଟ ରହିଛି ଯେଉଁଠି ବାହାଘର ପାଇଁ ବିକ୍ରି ହେଉଛନ୍ତି ଝିଅ  ।  ପୁଣି ଝିଅକୁ ଆଉ କେହି ନୁହେଁ ବଂର ତାର ବାପା-ମାଆ ହିଁ ମାର୍କେଟରେ ନିଲାମ କରିଥାନ୍ତି ।

ପ୍ରତ୍ୟେକ ବାପା-ମା ଚାହାନ୍ତି, ତାଙ୍କ ଝିଅର ବିବାହ ଏକ ଭଲ ପୁଅ ସହିତ ଧୂମଧାମ୍‌ରେ ହେଉ। କିନ୍ତୁ ବିଶ୍ୱର ଏଭଳି ଏକ ଦେଶ ଯେଉଁଠି ଝିଅଙ୍କୁ ବିବାହ ପାଇଁ ବଜାରରେ ବିକ୍ରି କରାଯାଉଛି | ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଆମେ ଆପଣଙ୍କୁ ସେହି ଦେଶ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ବଜାରରେ ବାହାଘର ପାଇଁ ଝିଅଙ୍କର ନିଲାମ ଡକାଯାଇଥାଏ। କେବଳ ସେତିକି ନୁହେଁ ତାଙ୍କର ବାପା-ମା ହିଁ ତାଙ୍କୁ ବଜାରରେ ବିକ୍ରି କରୁଛନ୍ତି। ବୁଳଗେରିବର ସ୍ତାରା ଜାଗୋର ନାମକ ଏହି ସ୍ଥାନରେ ପ୍ରତି ୪ ବର୍ଷରେ ଧରି ଝିଅଙ୍କୁ ନେଇ ବଜାର ସଜେଇ ହୋଇଥାଏ। ଏଠାକୁ ଆସୁଥିବା ପୁଅ ନିଜ ପସନ୍ଦର ଝିଅକୁ କିଣି ତାକୁ ନିଜର ପତ୍ନୀ କରିଥାଏ।

ଏହି ଝିଅଙ୍କର ବୟସ ୧୩ ରୁ ୨୦ ବର୍ଷ ଭିତରେ ରହିଥାଏ। ଝିଅଙ୍କୁ ଏଭଳି ନିଲାମ କଲାଇଦଝି ସମୁଦାୟର ଲୋକଙ୍କ ପକ୍ଷରୁ କରାଯାଇଥାଏ। ଏଠାକୁ ବାହାରର କୌଣସି ବ୍ୟକ୍ତି ଝିଅକୁ କିଣିବାକୁ ଆସିପାରିବ ନାହିଁ। ଏହି ସମାଜରେ ଏବେ ପ୍ରାୟ ୧୮୦୦୦ ଲୋକ ରୁହନ୍ତି। କୁହାଯାଏ ଯେ, ଏହି ସମୁଦାୟର ଲୋକଙ୍କର ଝିଅଙ୍କୁ ମଧ୍ୟ ଏଭଳି ପରମ୍ପରାକୁ ନେଇ କୌଣସି ଆପତ୍ତି ନାହିଁ। କାରଣ ସେମାନେ ପିଲାବେଳୁ ଏଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଥାନ୍ତି।

ପୁଅକୁ ଯଦି କୌଣସି ଝିଅ ପସନ୍ଦ ଆସିଯାଏ ତେବେ ସେ ଡିଲ୍ କରିବାକୁ ଧାର୍ଯ୍ୟ ଟଙ୍କା ଦେଇଥାଏ। ଏକ ରିପୋର୍ଟ ଅନୁସାରେ, ଏହି ବଜାରରେ ଝିଅଙ୍କୁ ୩୦୦ ରୁ ୪୦୦ ଡଲାରରେ କିଣାଯାଇଥାଏ। ଝିଅମାନେ ବଜାରକୁ ଯିବାର ବହୁଦିନ ପୂର୍ବରୁ ପ୍ରସ୍ତୁତ ହୋଇଯାଇଥାନ୍ତି। ଅଧିକ ଟଙ୍କା ମିଳିବା ପାଇଁ ସେମାନେ ସୁନ୍ଦର ଦେଖାଯିବା ମଧ୍ୟ ଜରୁରୀ ହୋଇଥାଏ। ସେମାନେ ସୁନ୍ଦର ପୋଷାକ ଓ ମେକଅପ୍ ନେଇ ବଜାରକୁ ଆସିଥାନ୍ତି। ବଜାରକୁ ଆସିଥିବା ପୁଅ ଯେଉଁ ଝିଅକୁ ପସନ୍ଦ କରେ ତାକୁ ପତ୍ନୀ ବୋଲି ମାନି ନେଇଥାଏ। ଏହାପରେ ଦୁହିଁଙ୍କର ବାପା-ମା’ଙ୍କୁ ଏହି ବିବାହ ପାଇଁ ରାଜି ହେବାକୁ ପଡିଥାଏ। ପୁଅ-ଝିଅ ସହିତ ପରିବାର ଓ ଆମଦାନୀ ଉପରେ ମଧ୍ୟ ଆଲୋଚନା ହୋଇଥାଏ। ଏହାପରେ ପରିବାରର ଲୋକ ବିବାହର ଅର୍ଥ ଧାର୍ଯ୍ୟ କରିଥାନ୍ତି ଓ ବାହାଘର ହୋଇଯାଇଥାଏ।

ଖୋର୍ଦ୍ଧାରେ କ୍ରାଇମବ୍ରାଞ୍ଚ STFର ଚଢ଼ାଉ, ୧୦ଟି ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ

ଭୁବନେଶ୍ୱର: ଖୋର୍ଦ୍ଧାରେ ବନ୍ଧୁକ ରକେଟର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ STF । କୋଡ୍ ୱାର୍ଡ଼ରେ କରୁଥିଲେ ବନ୍ଧୁକ କାରବାର । ୧୦ଟି ବନ୍ଧୁକ ଜବତ ସହିତ ୨ ଆନ୍ତଃରାଜ୍ୟ ବେପାରୀ ବୁଟୁ ଓରଫ ବସନ୍ତ ମହାରଣା ଓ ଜଗା ଓରଫ କୃଷଚନ୍ଦ୍ର ଶ୍ରୀଚନ୍ଦନଙ୍କୁ ଗିରଫ କରାଯାଇଛି । ଉଭୟଙ୍କ ଘର ନୟାଗଡ଼ ଓ ଖୋର୍ଦ୍ଧା ଅଞ୍ଚଳରେ । ଏମାନଙ୍କ ବିରୋଧରେ ପୂର୍ବରୁ ବେଆଇନ ଅସ୍ତ୍ରଶସ୍ତ୍ର ଠୁଳ ମାମଲା ରହିଛି । ଚୋରା ବନ୍ଧୁକ କାରବାରରେ ବସନ୍ତ ମହାରଣା ପୂର୍ବରୁ ଗିରଫ ହୋଇସାରିଛି । ଏହି ଅପରାଧୀଙ୍କ ନାଁରେ ଅନ୍ୟ କେଉଁ ଅଭିଯୋଗ ରହିଛି କିମ୍ବା ଏହାର ଆନ୍ତଃରାଜ୍ୟ ଲିଙ୍କ ଅଛି ନା ନାହିଁ ତାହାର ତଦନ୍ତ କରୁଛି ଏସଟିଏଫ ।

ଅପରେସନ ଟାଵଲେଟ । ବନ୍ଧୁକ ଡିଲ ବେଳେ ରେଡ୍ ହ୍ୟାଣ୍ଡ ହ୍ୟାଣ୍ଡ କପ୍ ପକାଇଲା ଏସଟିଏଫ । କୋଡ୍ ୱାର୍ଡ଼ ଥିଲା ବଟିକା । STF ପଞ୍ଝାରେ ଦୁର୍ଦ୍ଦାନ୍ତ ବନ୍ଧୁକ ବେପାରୀ ବୁଟୁ ଓରଫ ବସନ୍ତ ମହାରଣା । ଡିମାଣ୍ଡ ଦେଖି ରେଟ କରୁଥିଲେ ଫିକ୍ସ । ପୋଲିସକୁ ଚକମା ଦେବା ପାଇଁ ବସ୍ତାରେ ବନ୍ଧୁକ ପୁରାଇ ବୁଲି ବୁଲି ବିକୁଥିଲେ । ଓଡ଼ିଶାରେ ଚାଲିଛି ବେଆଇନ ବନ୍ଧୁକ କାରଖାନା । ଦୁଇ ବନ୍ଧୁକ ମାଫିଆ ବସନ୍ତ ଓ କଟକ, ଭୁବନେଶ୍ଵର, ଖୋର୍ଦ୍ଧାରେ କରୁଥିଲେ ଡିଲ । ଡ୍ରଗ୍ସ ମାଫିଆ, ଖଣି ମାଫିଆଙ୍କୁ ବନ୍ଧୁକ ଯୋଗାଉଥିଲେ ୨ ବେପାରୀ । ଖୋର୍ଦ୍ଧା ଜଙ୍କିଆ-ରଣପୁର ରାସ୍ତାରେ ଡିଲ ବେଳେ କାବୁ କରିଛି STF ଟିମ ।

ବସ୍ତାରେ ନେଉଥିବା ୫ଟି ସିଙ୍ଗଲ ବୋର ରାଇଫଲ ସହ ୫ଟି ମାଉଜର ଓ ପିସ୍ତଲ ମୋଟ ୧୦ଟି ବନ୍ଧୁକ ସହିତ ୮ଟି ଗୁଳି ଜବତ କରିଛି ଟିମ । ଓଡ଼ିଶା ମେଡ୍ ବନ୍ଧୁକ ବିକୁଥିଲା ଦୁର୍ଦ୍ଦାନ୍ତ ଅପରାଧି ବୁଟୁ ଓରଫ ବସନ୍ତ ମହାରଣା । ଯେକି ସହଯୋଗୀ କୃଷ୍ନ ଚନ୍ଦ୍ର ଶ୍ରୀଚନ୍ଦନ ଓରଫଜଗା ଜରିଆରେ ଚଲାଇଥିଲା ବେଆଇନ ବନ୍ଧୁକ କାରବାର । ୮ରୁ ଦଶ ହଜାର ଟଙ୍କାର ବନ୍ଧୁକ କିଣି ୫ ହଜାର ଟଙ୍କା ଲାଭରେ ବିକୁଥିଲେ। ଏହି ଦୁଇ ଜଣ କେବେଠାରୁ ବନ୍ଧୁକ କାରବାର କରୁଥିଲେ। କେତେ ଜଣକୁ ଏଭିଲି ବନ୍ଧୁକ ବିକ୍ରି କରିଛନ୍ତି। ଏମାନଙ୍କ ରକେଟରେ ଆଉ କେତେ ଜଣ ଅଛନ୍ତି । ଓଡ଼ିଶାରେ କେଉଁଠାର ଚାଲିଛି ବନ୍ଧୁକ କାରଖାନା ସେ ସବୁ ଉପରେ ଖୋଳତାଡ଼ କରୁଛି ଏସଟିଏଫ ।

ପୂର୍ବରୁ ଜଗତସିଂହପୁର ଲିଙ୍କରେ ୯ଟି ବନ୍ଧୁକ ଧରାପଡିବା ପରେ ଏସଟିଏଫ ପାଇଥିଲା ଏହି ଅପରାଧି ବୁଟୁର ଲିଙ୍କ୍ । ବୁଟୁ ଆଣ୍ଡ କୋ କମିସନରେଟ ପୋଲିସ, ଏକ୍ସସାଇଜ ଓ ଏସଟିଏଫ ପାଇଁ ଥିଲେ ମୋଷ୍ଟ ୱାଣ୍ଟେଡ । ପୂର୍ବରୁ ବିଦେଶୀ ବନ୍ଧୁକ କାରବାରରେ ବୁଟୁକୁ ଗିରଫ କରିଥଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ବନ୍ଧୁକ କାରବାରର ଲିଙ୍କ୍ ଜାଣିବାକୁ ଦୁଇ ଜଣକୁ ରିମାଣ୍ଡରେ ଆଣିବ STF । ଏବେ ଦେଶୀ ବନ୍ଧୁକ କାରଖାନା ଠାବ କରିଵା ଓ ସଂଗଠିତ ଅପରାଧ ରୋକିଵା ଚ୍ୟାଲେଞ୍ଜ ରହିଛି ବୋଲି କହିଛନ୍ତି ଏସଟିଏଫ ଏସପି । ବେଇଆନ ବନ୍ଧକୁ କାରବାର ଅଭିଯାନରେ ଗତ ଏକ ବର୍ଷରେ ୪୭ଟି ଚୋରା ବନ୍ଧୁକ ଓ ୮୪ଟି ଗୁଳି ଜବତ କରିବା ସହ ୨୦ରୁ ଅଧିକ ବେପାରୀଙ୍କୁ ଗିରଫ କରିଛି STF । ହେଲେ ବନ୍ଧୁକ କାରବାର ରୋକ ଲାଗି ପାରିନି ।

କୋଭିସିଲ୍ଡ ଟିକାକୁ ୧୬ ୟୁରୋପୀୟ ରାଷ୍ଟ୍ରର ସ୍ୱୀକୃତି: ଅଦର ପୁନାଓ୍ୱାଲା

ନୂଆଦିଲ୍ଲୀ: କୋଭିସିଲ୍ଡ ଟିକାକୁ ମିଳିଲା ସ୍ୱୀକୃତି । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପକ୍ଷରୁ ବିକଶିତ ଏବଂ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ଉତ୍ପାଦିତ କୋଭିସିଲ୍ଡ ଟିକାକୁ ବିଶ୍ୱ ଦରବାରରେ ସ୍ୱୀକୃତି ବଢ଼ିବାରେ ଲାଗିଛି ।  ୟୁରୋପୀୟ ସଂଘର ୨୭ଟି ରାଷ୍ଟ୍ର ମଧ୍ୟରୁ ୧୬ଟି ରାଷ୍ଟ୍ର ଏହାକୁ ସ୍ୱୀକୃତି ଦେଇଥିବା ସେରମ୍ ମୁଖ୍ୟ ଅଦର ପୁନାଓ୍ୱାଲା ସୂଚନା ଦେଇଛନ୍ତି । ୟୁରୋପୀୟ ସଂଘର ସଦସ୍ୟ ନଥିବା ସ୍ୱିଜରଲାଣ୍ଡ ମଧ୍ୟ ଅନ୍ୟତମ ୟୁରୋପୀୟ ଦେଶ ଭାବେ ଏହି ଟିକାକୁ ଅନୁମତି ପ୍ରଦାନ କରିଛି । ଅର୍ଥାତ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ନେଇଥିଲେ ଏସବୁ ଦେଶକୁ ଯିବା ପାଇଁ ଅନୁମତି ମିଳିବ । ତେଣୁ ଟିକାର ମାର୍କେଟିଂ ଅଥୋରାଇଜେସନ୍ ପାଇଁ ୟୁରୋପୀୟ ସଂଘକୁ ଆବେଦନ କରିବାର ଆବଶ୍ୟକତା ନାହିଁ ବୋଲି ସେରମ୍ ମୁଖ୍ୟ କହିଛନ୍ତି । ଶେଷ ରାଷ୍ଟ୍ର ଭାବେ ଫ୍ରାନ୍ସ ମଧ୍ୟ ଶନିବାର କୋଭିସିଲ୍ଡ ଟିକାକୁ ଅନୁମତି ଦେଇଛି । ତେବେ କେବଳ ଇଟାଲୀ ଓ ଅନ୍ୟ କେତେକ ଦେଶ ଆଜି ଯାଏ ଏହି ଟିକାକୁ ଅନୁମତି ଦେଇନାହାନ୍ତି । କୋଭିଡ ଟିକାର ଜରୁରୀକାଳନୀ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପ୍ରସ୍ତୁତ କରିଥିବା ତାଲିକାରେ କୋଭିସିଲ୍ଡ ରହିଛି। ତେଣୁ ଏହାକୁ ଅନୁମତି ପ୍ରଦାନରେ ବିଶେଷ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ସିରମ ମୁଖ୍ୟ ଆଦାର ପୁନାୱାଲା । ଅନ୍ୟପକ୍ଷରେ କୋଭାକ୍ସିନ୍‌ର ଅନୁମତି ନେଇ ଅନିଶ୍ଚିତତା ଜାରି ରହିଛି । ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ରିପୋର୍ଟରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଏଯାଏଁ ଏହି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେଇନାହିଁ । ଏଣୁ ବିଦେଶରେ ପାଠ ପଢ଼ିବାକୁ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ସେଭଳି ଅସୁବିଧା ସମ୍ମୁଖୀନ ହେବେନାହିଁ । ତେବେ ଉଭୟ ଭ୍ୟାକ୍ସିନ୍ କରୋନା ମୁକାବିଲା ଦିଗରେ ଭଲ ପ୍ରଦର୍ଶନ କରିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି  ।

ଏଥିସହିତ ପଢ଼ନ୍ତୁ: Tokyo Olympics: କ୍ରୀଡ଼ା ମହାକୁମ୍ଭରେ କରୋନାର ଛାପ: ଆଉ ୩ ଆଥ୍‌ଲେଟ ସଂକ୍ରମିତ ଚିହ୍ନଟ