ଆବଶ୍ୟକ ସାର ଦେଉନି କେନ୍ଦ୍ର, ଭୁବନେଶ୍ୱରରୁ ସମ୍ବଲପୁର ସବୁଠି ପ୍ରତିବାଦ

Fertilizer Shortage In Odisha, BJD Protest Against Centre Fertilizer Shortage In Odisha, BJD Protest Against Centre

ଭୁବନେଶ୍ୱର/ସମ୍ବଲପୁର: ରାଜ୍ୟରେ ସାରର ଘୋର ଅଭାବ ରହିଛି । କେନ୍ଦ୍ରରୁ ଆବଶ୍ୟକ ସାର ଆସୁନଥିବାରୁ ରାଜ୍ୟରେ ସାରର ଅଭାବ ଦେଖା ଦେଇଛି । ଯାହା ଫଳରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆବଶ୍ୟକ ସାର ପାଇଁ ଦାବି କରି ଆସୁଛନ୍ତି ଓଡ଼ିଶା ସରକାର । ଏନେଇ କେନ୍ଦ୍ରକୁ କୃଷି ମନ୍ତ୍ରୀ ମଧ୍ୟ ଚିଠି ଲେଖିଛନ୍ତି । ମରୁଡ଼ି ସମୟରେ ଚାଷୀ ହତାଶ ହେଉଥିବା ବେଳେ କେନ୍ଦ୍ରର ଏହି ଅବହେଳାକୁ ତୀବ୍ର ବିରୋଧ କରିଛି ବିଜେଡି । ଏନେଇ ରାଜଭବନ ନିକଟରେ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରାଯାଇଛି । ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛି ବିଜେଡି ।

Fertilizer Shortage In Odisha, BJD Protest Against Centre

ଅନ୍ୟପଟେ ସାରକୁ ନେଇ ସମ୍ବଲପୁରରେ ସମାନ ସ୍ଥିତି । ସାରର ଅଭାବୀ ବିକ୍ରିକୁ ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେଡି କୃଷକ ଜନତା ଦଳ ଧାରଣା ଦେଇଛି । ଏବେ ରାଜ୍ୟରେ ୪ ଲକ୍ଷ ମେଟ୍ରିକ ଟନ୍‌ ସାର ଦରକାର ଥିବା ବେଳେ ମାତ୍ର ୨ ଲକ୍ଷ ମେଟ୍ରିକ ଟନ୍ କେନ୍ଦ୍ର ଦେଇଛି । ଚାଷ କାର୍ଯ୍ୟ ସରି ଆସୁଥିବା ବେଳେ କେନ୍ଦ୍ର ସରକାର ୟୁରିଆ ସାର ଯୋଗାଉନଥିବା ବିଜେଡି ଅଭିଯୋଗ କରିଛି । ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply