ମୃତ୍ୟୁ ପରେ ୧୨ ଜଣଙ୍କ ଜୀବନ ବଞ୍ଚାଇଲେ ଦୁଇ ସାଙ୍ଗ

1 min read

ଅହମ୍ମଦାବାଦ: ମୃତ୍ୟୁ ପରେ ୧୨ ଜଣଙ୍କୁ ଦେଲେ ଜୀବଦାନ। ଏଭଳି ଘଟଣା ଘଟିଛି ଗୁଜୁରାଟର ସୁରଟ ଅଞ୍ଚଳରୁ । ବ୍ରେନଡେଡ୍ ହୋଇଥିବା ଦୁଇ ସାଙ୍ଗଙ୍କ ପରିବାର ବର୍ଗ ସୁରଟର ଡୋନେଟ୍ ଲାଇଫ୍ ସଂସ୍ଥା ମାଧ୍ୟମରେ ଅଙ୍ଗଦାନ କରିଛନ୍ତି । ଯେଉଁଥିରେ ଭିନ୍ନ ଭିନ୍ନ ୧୨ ଜଣଙ୍କୁ ଜୀବନଦାନ ମିଳିପାରିଛି ।

ସୂଚନା ଅନୁଯାୟୀ, ସୁରଟର ୧୮ ବର୍ଷୀୟ ମିତ ପାଣ୍ଡ୍ୟା ଓ କ୍ରିଶ୍ ଗାନ୍ଧୀ ଅଗଷ୍ଟ ୨୪ ତାରିଖ ରାତିରେ ସ୍ଥାନୀୟ ଜିଡି ଗୋୟଙ୍କା ସ୍କୁଲ ନିକଟରେ ଦୁର୍ଘଟଣାର ଶୀକାର ହୋଇଥିଲେ । ଯାହାପରେ ପିପଲୋଦ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରାେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଦୁହିଁଙ୍କୁ ବ୍ରେନଡେଡ୍ ଘୋଷଣା କରିଥିଲେ।

ଏହି ଖବର ଜଣାପଡିବା ପରେ ସୁରତର ଡୋନେଟ୍ ଲାଇଫ୍ ସଂସ୍ଥାର ନିଲେଶ ମାଣ୍ଡଲେବାଲା ହସ୍ପିଟାଲରେ ପହଞ୍ଚି ପରିବାର ବର୍ଗଙ୍କୁ ଅଙ୍ଗ ଦାନ ସମ୍ପର୍କରେ ବୁଝାଇଥିଲେ । ପରିବାର ବର୍ଗଙ୍କ ସମ୍ମତି ପରେ କିଡନୀ, ଲିଭର, ହାର୍ଟ, ଫୁସଫୁସ୍ ଓ ଆଖି ଦାନ କରାଯାଇଥିଲା।

ସୂଚନା ଅନୁଯାୟୀ, ଅଗଷ୍ଟ ୨୪ ତାରିଖରେ କ୍ରିଶ୍ ଗାନ୍ଧୀଙ୍କ ଜନ୍ମଦିନ ସେଲିବ୍ରେଟ୍ କରି ଦୁହେଁ ମୋପେଟରେ ଘରକୁ ଫେରୁଥିଲେ। ଆଉ ରାସ୍ତାରେ ଆସୁଥିବା ବେଳେ ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା । ଏହି ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିଛି ।

ସେପଟେ ଅଙ୍ଗଗୁଡିକୁ ଅହମ୍ମଦାବାଦରୁ ହାଇଦ୍ରାବାଦ ନେବା ଲାଗି ଗ୍ରୀନ୍ କରିଡର କରାଯାଇଥିଲା । ସୁରଟରୁ ହାଇଦ୍ରାବାଦର ଦୂରତା ୯୨୬ କିମି. ରହିଛି । ଆଉ ଏହି ଦୂରତାକୁ ୧୮୦ ମି. ମଧ୍ୟରେ କମ୍ପିଲ୍ଟ କରିବାର ଥିଲା । କ୍ରିଶଙ୍କ ଫୁସଫୁସ୍ ସିଆରପିଏଫର ପୁଣେ ୟୁନିଟରେ ମୁତୟନ ୫୪ ବର୍ଷୀୟ ଯବାନଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ୍ କରାଯାଇଛି। ଯିଏକି ଗତ ଦେଢ ବର୍ଷ ହେବ ଅକ୍ସିଜେନ୍ ସପୋର୍ଟରେ ଥିଲେ ।

ଅପରପକ୍ଷେ ସୁରଟରୁ ଅହମ୍ମଦାବାଦର ଦୂରତା ୨୮୮ କିମି. ରହିଛି । ଆଉ ଏହି ଦୂରତାକୁ ୯୦ ମି. ମଧ୍ୟରେ କମ୍ପିଲ୍ଟ କରିବାର ଥିଲା । ମୃତ ମିତ ପାଣ୍ଡ୍ୟାଙ୍କ ହାର୍ଟ ବରୋଦାର ୨୧ ବର୍ଷୀୟା ଯୁବତୀଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ୍ କରାଯାଇଛି। କ୍ରିଶଙ୍କ ଲିଭର ରାଜକୋଟ ବାସିନ୍ଦା ୫୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ୍ କରାଯାଇଛି। ସେହିପରି ମିତଙ୍କ ଲିଭର ଜଣେ ୪୭ ବର୍ଷୀୟ ଶିକ୍ଷକଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ୍ କରାଯାଇଛି।

ସେହିପରି ୪ ଜଣଙ୍କ କିଡନୀକୁ ଅହମ୍ମଦାବାଦର Institute of Kidney Diseases and Research Centre (IKDRC) ହସ୍ପିଟାଲକୁ ଟ୍ରାନ୍ସପ୍ଲାଣ୍ଟ୍ କରାଯାଇଛି।

Leave a Reply