spot_img
Home Blog Page 5339

ରାଜ୍ୟରେ ହଜାରେ ତଳକୁ ଖସିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ହଜାରେ ତଳକୁ ଖସିଲା ଦୈନିକ ସଂକ୍ରମଣ। ଦିନକରେ ୮୮୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୪ଶହ ୬୩। ୨୮ଜିଲ୍ଲା ଓ ଷ୍ଟେଟପୁଲରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀର ଓ ନୂଆପଡାରେ ସଂକ୍ରମଣ ଶୂନ ରହିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୧୨ ଜଣ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ରହିଛି ୩୭୪। ଖୋର୍ଦ୍ଧାରୁ ସର୍ବାଧିକ ୨୫୩, କଟକରୁ ୮୧, ବାଲେଶ୍ୱରରୁ ୬୨, ଯାଜପୁରରୁ ୬୦, ଜଗତସିଂହପୁରରୁ ୫୪, ପୁରୀରୁ ୫୩, ଷ୍ଟେଟପୁଲରୁ ୫୧ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ୩୩, ଅନୁଗୁଳରୁ ୩୨, ଭଦ୍ରକରୁ ୩୧, ମୟୂରଭଞ୍ଜ ଓ ନୟାଗଡ଼ରୁ ୨୫ଜଣ ଲେଖାଏଁ, କେନ୍ଦୁଝରରୁ ୧୮, ସମ୍ବଲପୁରରୁ ୧୫, ସୁନ୍ଦରଗଡ଼ରୁ ୧୨, ଢେଙ୍କାନାଳ ଓ କଳାହାଣ୍ଡିରୁ ୧୧ଜଣ ଲେଖାଏଁ, ମାଲକାନଗିରିରୁ ୯, ବରଗଡ଼ ଓ ଗଞ୍ଜାମରୁ ୮ଜଣ ଲେଖାଏଁ, କୋରାପୁଟରୁ ୭, କନ୍ଧମାଳ ଓ ରାୟଗଡ଼ାରୁ ୫ଜଣ ଲେଖାଏଁ, ଗଜପତି ଓ ନବରଙ୍ଗପୁରରୁ ୪ଜଣ ଲେଖାଏଁ, ଝାରସୁଗୁଡାରୁ ୩, ବୌଦ୍ଧ, ଦେବଗଡ଼ ଓ ସୋନପୁରରୁ ୨ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୮୭ହଜାର ୯୫୬ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୬୯ହଜାର ୯୧୬। ଆକ୍ଟିଭ କେସ୍ ୧୧ହଜାର ୪୮୬।

ରାଜ୍ୟରେ ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ଆରମ୍ଭ ହେଉଛି ସ୍ଲଟ ବୁକିଂ

ଭୁବନେଶ୍ୱର: ରାଜ୍ୟରେ ପୁଣି କଡାକଡି ହେବ ଟ୍ରାଫିକ୍ ନିୟମ। ଆଜିଠୁ ରାଜ୍ୟରେ ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ଆରମ୍ଭ ହେଉଛି ସ୍ଲଟ ବୁକିଂ। ସକାଳ ୭ଟାରୁ ରାତି ୧୦ଟା ମଧ୍ୟରେ ଏଥିପାଇଁ ବୁକିଂ କରିପାରିବେ ଆବେଦନକାରୀ। ପରିବହନ ଆପରେ ବୁକିଂ କରିପାରିବେ ଆବେଦନକାରୀ। ମହାମାରୀ କରୋନା ପାଇଁ ଗତ ମାର୍ଚ୍ଚ ୧୮ ତାରିଖରୁ ବନ୍ଦ ଥିଲା ସ୍ଲଟ ବୁକିଂ। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ପୂର୍ବରୁ ଯେଉଁମାନେ ଆବେଦନ କରିଥିଲେ, ସେମାନଙ୍କ ଆବେଦନ ବାତିଲ ହେବ। ଏଥିପାଇଁ ପୁଣି ଥରେ ଆବେଦନ କରିବାକୁ ପଡିବ। ଏହାସହ ଯେଉଁମାନେ ଡ୍ରାଇଭିଂ ଲର୍ଣ୍ଣିଂ ଟେଷ୍ଟ ପାଇଁ ଦେୟ ପ୍ରଦାନ କରିଥିଲେ, ତାହା ବଳବତ୍ତର ରହିବ। ୧୧ ତାରିଖରୁ ଆରମ୍ଭ ହେବ ଲର୍ଣ୍ଣିଂ ଟେଷ୍ଟ ।

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ୧୪ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

ନୂଆଦିଲ୍ଲୀ: ଆଜି ରାଜ୍ୟ କ୍ୟାବିନେଟ ବୈଠକ। ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଜି ବାଜିବ ମୋହର। ମୋଟ ୧୪ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ବୈଠକରେ ରାଜ୍ୟରେ ଭିତ୍ତିଭୂମିର ବିକାଶ, କ୍ରୀଡା ଭିତ୍ତିଭୂମିର ଉନ୍ନୟନ ଓ କ୍ୟାଡର ରୁଲ୍ ସଂଶୋଧନ ସମ୍ପର୍କିତ ପ୍ରସ୍ତାବ ଆସିପାରେ। କରୋନା କଟକଣା କାରଣରୁ ଭର୍ଚୁଆଲରେ ବୈଠକ ଅନୁଷ୍ଠିତ ହେବ। ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ବୈଠକ ସହିତ ଯୋଡି ହେବେ। ଏହାସହ ଯେଉଁ ମନ୍ତ୍ରୀମାନେ ଜିଲ୍ଲାଗସ୍ତରେ ଅଛନ୍ତି, ସେମାନେ ଜିଲ୍ଲାସ୍ତରରୁ ହିଁ ଯୋଡି ହେବାର ସୁବିଧା କରାଯାଇଛି।

ସାନ ଭଉଣୀର ମୁଣ୍ଡ-ଗଣ୍ଡି ଅଲଗା, ଫ୍ୟାନରେ ଝୁଲୁଛି ବଡ ଭଉଣୀ

କେନ୍ଦୁଝର: ନୟାକୋଟ ଥାନା ଫୁଲଝରରେ ଅଭାବନୀୟ ଘଟଣା। ସାନଭଉଣୀଙ୍କୁ ହତ୍ୟାକରି ଆତ୍ମହତ୍ୟା କଲା ବଡ଼ଭଉଣୀ । ମୃତକ ଦ୍ୱୟ ହେଲେ ରୁକ୍ମଣୀ ଦେହୁରୀ ଓ ବଡ଼ଭଉଣୀ କ୍ଷୀରମଣି ଦେହୁରୀ। ମାଆ ଜେମା ଦେହୁରୀ ବିଲକୁ କାମ କରିବାକୁ ଯାଇ, ସନ୍ଧ୍ୟାରେ ଫେରିବା ବେଳକୁ ଘର ଭିତରୁ କବାଟ ବନ୍ଦ ଥିଲା ।

କବାଟ ଭାଙ୍ଗି ଦେଖିଲା ବେଳେ ଉଭୟଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ରୁକ୍ମଣୀଙ୍କୁ ମୁଣ୍ଡ ଗଣ୍ଡି ଅଲଗା ହୋଇପଡିଥିବା ବେଳେ, ବଡଝିଅ କ୍ଷୀରମଣିଙ୍କ ମୃତଦେହ ଫ୍ୟାନରେ ଝୁଲିରହିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ITBPରେ ପ୍ରଥମ ଥର ଭର୍ତ୍ତି ହେଲେ ମହିଳା, ୨ ଅଫିସରଙ୍କୁ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଦାୟିତ୍ୱ

ନୂଆଦିଲ୍ଲୀ: ପ୍ରଥମ ଥର ଲାଗି ITBP ବା ଇଣ୍ଡୋ-ତିବ୍ବତାନ୍ ବର୍ଡର ପୋଲିସ ଅଫିସର ରାଙ୍କରେ ଭର୍ତ୍ତି ହେଲେ ମହିଳା । ପ୍ରଥମ ପର୍ଯ୍ୟାୟରେ ୨ ମହିଳା ଅଫିସରଙ୍କୁ ITBPରେ ନିଯୁକ୍ତି ଦିଆଯାଇଛି । ଉତ୍ତରାଖଣ୍ଡର ମସୁରୀ ସ୍ଥିତ ITBP ଏକାଡେମୀରେ ୨ ମହିଳା ଅଫିସରଙ୍କୁ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ପୂର୍ବରୁ ITBPରେ ମହିଳାମାନଙ୍କୁ କେବଳ ଯବାନ ଭାବେ ନିଯୁକ୍ତି ଦିଆଯାଉଥିବା ବେଳେ ଏବେ ମହିଳାଙ୍କୁ ଅଫିସର ରାଙ୍କରେ ସାମିଲ କରାଯାଇଛି ।

୨୦୧୬ରେ UPSC ମାଧ୍ୟମରେ ମହିଳାଙ୍କୁ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ପଦରେ ଭର୍ତ୍ତି ପାଇଁ ଅନୁମତି ଦିଆଯାଇଥିଲା । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨ ମହିଳା ୫୨ ସପ୍ତାହ ଧରି ଟ୍ରେନିଂ ନେଇଥିଲେ । ରବିବାର ଦୁଇ ମହିଳା ଅଫିସରଙ୍କ ସମେତ ଅନ୍ୟ ୫୧ଜଣ ପୁରୁଷ ଅଫିସରଙ୍କୁ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି । ନିଯୁକ୍ତି ପାଇଥିବା ସମସ୍ତ ଅଫିସର ଭାରତ-ଚୀନ୍ ସୀମାର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ବା LACର ସୁରକ୍ଷା ଦାୟିତ୍ବ ସମ୍ଭାଳିବେ ।

ପୂର୍ବ ଲଦାଖର କୋରାକୋରମଠାରୁ ଉତ୍ତରାଖଣ୍ଡ, ସିକ୍କିମ ଓ ଅରୁଣାଚଳ ପ୍ରଦେଶର ପର୍ଯ୍ୟନ୍ତ ୩ହଜାର ୪୮୮ କିମି ଲମ୍ବ ସୀମାରେ ITBP ଯବାନମାନେ ନିୟୋଜିତ ହୋଇଥାନ୍ତି । ପୂର୍ବ ଲଦାଖରେ ଚୀନ ସହ ସୀମା ବିବାଦ ଲାଗି ରହିଥିବା ବେଳେ ମାଇନସ ତାପମାତ୍ରାରେ ରହି ଶତ୍ରୁ ଦେଶର ସୈନ୍ୟଙ୍କ ସହ ଲଢ଼େଇ କରିଥିଲେ । ଏହାଛଡ଼ା କେତେକ ମାଓପ୍ରବଣ ଅଞ୍ଚଳରେ ବି ITBP ଯବାନଙ୍କୁ ନିୟୋଜିତ କରାଯାଇଥାଏ । ପାହାଡ଼ି ଇଲାକାରେ ଆସୁଥିବା ପ୍ରକୃତିକ ବିପଦ ସମୟରେ ଫାଷ୍ଟ ରେସପନ୍ସ ଫୋର୍ସ ଭାବେ କାର୍ଯ୍ୟ କରିଥାନ୍ତି ଇଣ୍ଡୋ-ତିବ୍ବେତାନ୍ ବର୍ଡର ପୋଲିସ ।

ସ୍ୱାଧୀନତା ଦିବସରେ ପ୍ଲାଷ୍ଟିକ ପତାକା ମନା, ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ କେହି ବ୍ୟବହାର କରିବେ ନାହିଁ  ପ୍ଲାଷ୍ଟିକ ପତାକା  । ଚଳିତ ସ୍ୱାଧିନତା ଦିବସରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି- ସ୍ବାଧୀନତା ଦିବସ ଲାଗି ଲୋକମାନେ ପ୍ଲାଷ୍ଟିକ ପତାକା ବ୍ୟବହାର କରାଯାଉଥିବା ଦେଖାଯାଉଛି ।

ତେବେ ଏହି ଦିବସରେ ଯେପରି କେହି ପ୍ଲାଷ୍ଟିକ ପତାକା ବ୍ୟବହାର କରିବେ ନାହିଁ ସେଥିପ୍ରତି ସତର୍କ ଦୃଷ୍ଟି ଦେବା ଆବଶ୍ୟକ । ଏହା ଦ୍ୱାରା ଜାତୀୟ ପତାକାକୁ ଉପଯୁକ୍ତ ସମ୍ମାନ ମିଳିପାରିବ । ପ୍ଲାଷ୍ଟିକ ପତାକା ପରିବେଶ ପ୍ରତି କ୍ଷତିକାରକ ହେବା ସହ ଦୀର୍ଘ ଦିନ ଧରି ନଷ୍ଟ ନ ହେଉଥିବାରୁ ପରିବେଶବିତ୍ ଉଦ୍‌ବେଗ ପ୍ରକାଶ କରିଆସୁଛନ୍ତି । କାଗଜରେ ତିଆରି ପତାକା ବି ମନଇଚ୍ଛା ରାସ୍ତାରେ ନଫୋପାଡିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି ।

ସ୍ୱାଧିନତା ଦିବସରେ ଛାତ୍ରଛାତ୍ରୀ ହୁଅନ୍ତୁ ଅବା ସାଧାରଣ ଲୋକେ  । ପ୍ଲାଷ୍ଟିକ ପତାକା ବ୍ୟବହାର କରିଥାନ୍ତି  । ପରବର୍ତ୍ତୀ ସମୟରେ ତାହାକୁ ଅନ୍ୟତ୍ର ଫୋପାଡ଼ି ଦେଇଥାନ୍ତି  । ଫଳରେ ଏହା ଉପରେ ଅନେକ ଲୋକ ମଧ୍ୟ ଅସମ୍ମାନ କରିଥିବା ପରିଲିଖିତ ହୁଏ  । ଏହାର ଅନ୍ୟ ଏକ କାରଣ ମଧ୍ୟ ରହିଛି ପରିବେଶ ପ୍ରଦୂଶିତ  । ଅର୍ଥାତ ପ୍ଲାଷ୍ଟିକ ପତାକା ମାଟିରେ ମିଶିନଥାଏ  । ତେଣୁ ସମସ୍ତ ସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ଏହି ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି  ।

କେନ୍ଦୁଝରରେ ବିଜେଡ଼ିର ମହାମିଶ୍ରଣ ପର୍ବ, ଶକ୍ତି ଦେଖାଇଲେ ମିନାକ୍ଷୀ

କେନ୍ଦୁଝର: ଯୋଡ଼ା ବ୍ଲକ ବଡ଼କାଳିମାଟି ପଞ୍ଚାୟତ଼ର ଜଗନ୍ନାଥ ମନ୍ଦିର ପଡିଆଠାରେ ବଡ଼କାଳିମାଟି ଡେଭଲପମେଣ୍ଟ ସୋସାଇଟି ଦ୍ଵାରା ବିଜେଡ଼ିର ମହାମିଶ୍ରଣ ପର୍ବ ଅନୁଷ୍ଠିତ଼ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତ଼ିଥି ଭାବେ ଚ଼ମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତ଼ିଥି ପୂର୍ବତ଼ନ ସଦର ବିଧାୟକ ଅଭିରାମ ନାୟକ ଯୋଗଦେଇଥିଲେ ।

ଯୋଡ଼ା ବ୍ଲକ ସଭାପତି ଦିଲ୍ଲିପ ନାଏକ, ସୁଜିତ଼୍ ମହାନ୍ତ, ସଞ୍ଜୀବ କୁମାର ପଲେଇ, ସଞ୍ଜୀବ ଆପଟ୍ଟ ପ୍ରମୁଖ ଅତ଼ିଥି ଭାବେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଡ଼କାଳିମାଟି ଡେଭଲପମେଣ୍ଟ ସୋସାଇଟିର ସଭାପତ଼ି ବଳଭଦ୍ର ପାତ୍ର, ସମ୍ପାଦକ ସନାତ଼ନ ବାରିକଙ୍କ ସହ ସହକର୍ମୀ ରବିନ୍ଦ୍ର ଖମାଣିଆ,ଭୁବନେଶ୍ବର ମହାକୁଡ଼,ଶ୍ରୀକାନ୍ତ ବାରିକ୍,ପରମେଶ୍ବର ନାଏକ,ଶସି ସିଙ୍କୁ,ଦେବବ୍ରତ଼ ବାରିକ୍,ଅରବିନ୍ଦ ମହାକୁଡ଼,ମିତ୍ରଭାନୁ ନାଏକ,ରୟା ପାତ୍ର,ବନ୍ଦିତ଼ା ହାଁସଦା,ଗୋବିନ୍ଦ ମହାନ୍ତ,ନଟବର ପାତ୍ର,ପ୍ରମୁଖ ଉପସ୍ଥିତ଼ଥିଲେ।

ଏହି ମହା ମିଶ୍ରଣ କାର୍ଯ୍ୟକ୍ରମରେ ବଡ଼କାଳିମାଟି, ବସନ୍ତପୁର, ନୟାଗଡ଼, ବଳଦା ପଞ୍ଚାୟତର ହାରାହାରି ୫ହଜରାରୁ ଉର୍ଦ୍ଧ୍ବ ବ୍ୟକ୍ତି ଏହି ବିଜେଡ଼ି ରେ ମିଶିଥିଲେ। ବିଧାୟିକା ଓ ସଦରର ପୂର୍ବତନ ବିଧାୟକ ବିଜେଡ଼ି ଦ୍ଵାରା କରାଯାଇଥିବା ଉନ୍ନତି ମୁଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

ବିରାମ ନେଲା କ୍ରୀଡ଼ା ମହାକୁମ୍ଭ ଟୋକିଓ: ଆମେରିକାର ହାତେଇଲା ସର୍ବାଧିକ ପଦକ, ଶେଷରେ ଭାରତକୁ ସ୍ୱର୍ଣ୍ଣ

ନ୍ନଦିଘୋଷ ବ୍ୟୁରୋ: ୧୭ ଦିନର କସରତରେ ପଡିଛି ବିରାମ । ସମଗ୍ର ବିଶ୍ୱର ପ୍ରୟୋଗଶାଳା ଟୋକିଓ ଶେଷ ହୋଇଛି  । ଶେଷରେ ଶେଷ ହୋଇଛି ଟୋକିଓ ଅଲିମ୍ପିକ୍ସ । ଆମେରିକା, ଚୀନ ଓ ଜାପାନ ଅଧିକ ମେଡାଲ ହାତେଇ ପଏଣ୍ଟ ଟେବୁଲର ଟପ୍‌ରେ ରହିଥିଲେ ମଧ୍ୟ ସଭିଙ୍କ ନଜର ଥିଲା ଭାରତୀୟ ଖେଳାଳିଙ୍କ ଉପରେ । ରୁପାରୁ ଆରମ୍ଭ ହୋଇ ସୁନାରେ ଶେଷ ହୋଇଛି ଭାରତର ଅଲିମ୍ପିକ୍ସ ଅଭିଯାନ । ଭାରତୀୟ ଆଥଲେଟ୍ ୭ଟି ମେଡାଲ୍ ହାତେଇ ଦେଶବାସୀଙ୍କ ମନ ଜିଣିଛନ୍ତି ।

କିଛିଟା ରୋମାଞ୍ଚ, କିଛିଟା ଟେନସନ୍ ଆଉ ଅନେକ ଖୁସି, କେତେବେଳେ ହାର୍ଟବିଟ୍ ବଢିଯାଉଥିଲା ତ କେତେବେଳେ ଆଖିରୁ ଲୁହ ଆସୁଥିଲା, ପୁଣି କେତେବେଳେ ପଦକ ପାଇଁ ପଡୁଥିଲା ଜୟ ଜୟକାର। ଏହାରି ମଧ୍ୟରେ ଶେଷ ହୋଇଛି କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ। ଜାପାନରେ ମେଡାଲ୍ ବର୍ଷା ହୋଇଛି। ବିଶ୍ବର ମନ ଜିତିଛନ୍ତି ଭାରତୀୟ ଆଥଲେଟ୍ । ଜୁଲାଇ ୨୩ ତାରିଖରୁ ଆରମ୍ଭ ହୋଇଥିବା କ୍ରୀଡା ମହାକୁମ୍ଭ ୧୭ ଦିନ ଧରି ଚାଲିଥିଲା। ଆମେରିକା, ଚୀନ, ଜାପାନ ମେଡାଲ୍ ଟେବୁଲ୍‌ର ଟପ୍‌ରେ ଥିବା ବେଳେ ମନ ଜିତିଥିଲା ଭାରତ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ ରଚିଛନ୍ତି ଇତିହାସ ।

ଭାରତର ଅଭିଯାନ ରୁପାରୁ ଆରମ୍ଭ ସୁନାରେ ଶେଷ । ମଣିପୁରର ଆଇରନ୍ ଲେଡି ମୀରାବାଇ ଚାନୁ ଦେଶ ପାଇଁ ଆଣିଥିଲେ ପ୍ରଥମ ରୌପ୍ୟ । ହେଲେ ଶେଷରେ ସୁନା ପୁଅ ନୀରଜ ଚୋପ୍ରା ହାତେଇଥିଲେ ଗୋଲ୍ଡ ମେଡାଲ । 49 କେଜି ବର୍ଗର ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତି ସମସ୍ତଙ୍କୁ ଚକିତ କରିଥିଲେ ଚାନୁ । ସେହିଭଳି ବ୍ୟାଡମିଣ୍ଟନରେ ଭାରତୀୟ ଆଥଲେଟ୍ ପି ଭି ସିନ୍ଧୁ ବ୍ରୋଞ୍ଜ ପଦକ ହାତେଇବାରେ ସକ୍ଷମ ହୋଇଥିଲେ । କୁସ୍ତିରେ ନିରାଶ କରିନଥିଲେ ବଜରଙ୍ଗ ପୁନିଆ। ସ୍ବର୍ଣ୍ଣ ପଦକ ପାଇଁ ଦାବିଦାର ଥିବା ପୁନିଆ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଟୋକିଓରେ ଚମକିଥିଲେ ଭାରତୀୟ ରେସଲର୍ ରବି ଦହିୟା। 57 କେଜି ଫ୍ରୀଷ୍ଟାଇଲ କୁସ୍ତିରେ ରୌପ୍ୟ ପଦକ ଜିତିଥିଲେ। ତେବେ ଦେଶର ନଜର ଥିଲା ହକି ଟିମ୍ ଉପରେ ।

41 ବର୍ଷ ପରେ ମେଡାଲ୍ ଜିତି ଇତିହାସ ରଚିଥିଲେ ମେନ୍ ଇନ୍ ବ୍ଲୁ। ସେମିଫାଇନାଲରେ ହାରିଥିଲେ ମଧ୍ୟ ପ୍ଲେ ଅଫରେ ବେଲଜିୟମକୁ 5-4ରେ ହରାଇ ବ୍ରୋଞ୍ଜ ପଦକ ହାତେଇଥିଲା ପୁରୁଷ ହକି ଟିମ୍ । ହକି ଟିମ୍ ଆଗକୁ ଯିବା ପଛରେ ରହିଛି ଓଡ଼ିଶା ସରକାରଙ୍କ ଅତୁଳନୀୟ ଅବଦାନ । ଉଭୟ ଟିମ୍ ପାଇଁ ଓଡ଼ିଶା ସରକାର ସ୍ପନସରସିପ୍ ଥିବାବେଳେ ହକି ଇଣ୍ଡିଆକୁ ଆଗେକୁ ନେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରହିଛି ଯଥେଷ୍ଟ ଅବଦାନ । ମହିଳା ବକ୍ସିଂରେ ଆସାମର 23 ବର୍ଷୀୟା ଲଭଲିନା ବ୍ରୋଞ୍ଜ ମେଡାଲ୍ ହାତେଇ ସମସ୍ତଙ୍କୁ ଚକିତ କରିଥିଲେ। ଶେଷରେ ଭାରତ ପାଇଁ ସ୍ବର୍ଣ୍ଣ ଜିତି ଟୋକିଓରେ ସଫଳତାର ନୂଆ ଅଧ୍ୟାୟ ଲେଖିଥିଲେ ହରିୟାଣାର ନୀରୋଜ ଚୋପ୍ରା। ଜାଭଲିନ ଥ୍ରୋର ଫାଇନାଲରେ 87. 58 ମିଟର ଥ୍ରୋ କରି ଇତିହାସ ରଚିଥିଲେ ଗୋଲଡେନ୍ ବଏ ନୀରଜ ଚୋପ୍ରା ।

ନୀରଜଙ୍କ ସଫଳତା ପଛରେ ରହିଛି ଓଡ଼ିଶା ସରକାରଙ୍କ ହାତ । କଳିଙ୍ଗ ଷ୍ଟାଡିୟମରେ ଲଗାତାର ଅଭ୍ୟାସ ଜାରି ରଖିଥିଲେ ନୀରଜ । ଅଭ୍ୟାସ ସମୟରେ କଳିଙ୍ଗ ଷ୍ଟାଡିୟମର ଉନ୍ନତ କ୍ରୀଡା ଭିତ୍ତିଭୂମିକୁ ଖୁବ୍ ପ୍ରଶଂସା କରିଥିଲେ ନୀରଜ । କ୍ରୀଡା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନକୁ ମଧ୍ୟ ସେ ପ୍ରଶଂସା କରିଥିଲେ ।  ବେଜିଂ ଅଲିମ୍ପିକ୍ସରେ ସର୍ବାଧିକ ୬ଟି ପଦକ ପାଇଥିବା ବେଳେ ଏଥର ୭ଟି ପଦକ ହାତେଇଛି ଭାରତ। ଭାରତକୁ ମିଳିଛି ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ । ଚଳିତ ଅଲିମ୍ପିକ୍ସରେ ବେଶ୍‌ ଚର୍ଚ୍ଚାରେ ଥିଲା ଓଡ଼ିଶା । ଓଡ଼ିଶାରୁ ୫ ଜଣ ଆଥଲେଟ୍ ଅଲିମ୍ପିକରେ ପ୍ରତିନିଧତ୍ୱ କରିଥିଲେ । ବିଶେଷକରି ହକି ପାଇଁ ଓଡ଼ିଶା ବିଶ୍ବ ଦରବାରରେ ପ୍ରଂଶସିତ ହୋଇଥିଲା। ଭାରତରୁ ଏଥର ମୋଟ ୧୨୭ ଜଣ ଖେଳାଳି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ।

କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖିଲେ ବିଜେଡ଼ି ସାଂସଦ, ଟଙ୍କା ଦେଲେ ହେବ ଜଳ ନିଷ୍କାସନ

ଭୁବନେଶ୍ୱର: ସହରାଞ୍ଚଳର ଉନ୍ନତୀକରଣ ପ୍ରସ୍ତାବ ଅନୁମୋଦନ କରିବାକୁ କେନ୍ଦ୍ର ପାଖରେ ଦାବି ରଖିଲା ରାଜ୍ୟ । ଭୁବନେଶ୍ବର ସମେତ କଟକ, ବ୍ରହ୍ମପୁର, ପୁରୀ, ସମ୍ବଲପୁର ଭଳି ସହରର ଜଳ ନିଷ୍କାସନ ବ୍ୟବସ୍ଥା ସାଙ୍ଗକୁ ସହରର ଉନ୍ନତୀକରଣ ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ଦେଇଥିବା ୩ହଜାର ୭ଶହ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରିବାକୁ ଦାବି କରିଛି ବିଜେଡି ।

କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଭେଟି ଅମୃତ ଯୋଜନାରେ ସହରାଞ୍ଚଳର ଉନ୍ନତି ପାଇଁ ପ୍ରସ୍ତାବିତ ପ୍ରକଳ୍ପକୁ ମଂଜୁରୀ ଦେବା ପାଇଁ ଦାବି ଜଣାଇଛନ୍ତି ସାଂସଦ ସୁବାସ ସିଂହ, ମହେଶ ସାହୁ ଓ ମମତା ମହାନ୍ତ । ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ସାଙ୍ଗକୁ ସହରୀ ବାସିନ୍ଦାଙ୍କ ପାଇଁ ପାର୍କ, ପିଇବା ପାଣି ଓ ଅର୍ବାନ ଟ୍ରାନ୍ସପୋର୍ଟ ଭଳି ସର୍ବନିମ୍ନ ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ୩୭ ଶହ କୋଟି ଟଙ୍କାର ପ୍ରସ୍ତାବ ଦେଇଛନ୍ତି ।

ବିଜେଡି ସାଂସଦଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏସବୁ ପ୍ରକଳ୍ପକୁ ବିଚାରକୁ ନେଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ସାଂସଦ ସୁବାସ ସିଂହ କହିଛନ୍ତି । ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ ଯଦି ଅନୁମୋଦନ ଦିଅନ୍ତି, ତେବେ ରାଜ୍ୟର ଏହି ସବୁ ପ୍ରମୁଖ ସହର ଗୁଡ଼ିକରେ ବର୍ଷା ଦିନେ ଆଉ ଜଳ ସମସ୍ୟା ହେବନାହିଁ ବୋଲି ଦାବି ଉପସ୍ଥାପନା କରିଛନ୍ତି ବିଜେଡ଼ି ସାସଂଦ  ।

ଏସପିଙ୍କ ନିକଟରେ ଆତ୍ମ ସମର୍ପଣ କଲେ କେ.କେ.ବି.ଏନ ସଂଗଠନରେ ସକ୍ରିୟ ମାଓ ନେତ୍ରୀ

କନ୍ଧମାଳ: ମାଟିରେ ମିଶୁଛି ମାଓଗଡ଼ । ଜଣକ ପରେ ଜଣେ ମାଓବାଦୀଙ୍କ ଆତ୍ମସମର୍ପଣ । ଏବେ ଆଉ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମହିଳା ମାଓବାଦୀ କାନ୍ତି ମଲ୍ଲିକ । ବାଲିଗୁଡା ଥାନା କୁଟିକିଆ ଅଞ୍ଚଳରେ କାନ୍ତିଙ୍କ ଘର । କାନ୍ତି ବହୁ ଦିନ ଧରି କେ.କେ.ବି.ଏନ ସଂଗଠନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ।

ଏବେ ସେ ରାଜ୍ୟ ସରକାର ମାଓ ଅଞ୍ଚଳରେ କରୁଥିବା ବିକାଶମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଆତ୍ମସମର୍ପଣ କରିଥିବା କହିଛନ୍ତି । ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ କନ୍ଧମାଳ ପୋଲିସର ମନୋବଳ ବଢ଼ାଇଛି । ଆଗାମୀ ଦିନରେ ମାଓବାଦୀମାନେ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୋଲିସ ପକ୍ଷରୁ ଆହ୍ଵାନ ଦିଆଯାଇଛି ।

ଉପାନ୍ତରେ ବିକାଶ କରିବାକୁ ଗୋଟେପଟେ ସରକାର ସଂକଳ୍ପବଦ୍ଧ ରହିଥିବାବେଳେ ଅନ୍ୟପଟେ ଦିନକୁ ଦିନ ବିଧ୍ୱଂସ ହେବାରେ ଲାଗିଛି ଲାଲ ଶିବିର  । କାରଣ ମାଲକାନଗିରିରୁ ମାଥିଲି ସବୁଠି ପହଁଚି ପାରିଛି ସରକାରଙ୍କ ବିକାଶ ଗାଡ଼ି  । ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁ ଙେଉ ଅବା ଅପହଞ୍ଚ ହୋଇ ଥିବା ଗାଁ ଗୁଡ଼ିକରେ ସଡ଼କ ଏବଂ ଶିକ୍ଷା ବ୍ୟବସ୍ଥା ସୁଧାରିବାରେ ରାଜ୍ୟ ସରକାର ଏନେକ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି  । ତେଣୁ ଅନେକ ମାଓବାଦୀ ସରକାରଙ୍କ ବିକାଶ ପ୍ରକ୍ରିୟାରେ ସାମିଲ ହେବା ସହ ମୁଖ୍ୟ ସ୍ରୋତକୁ ଫେରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି  ।