ସ୍ପେସ୍ ଏକ୍ସର ଅନ୍ତରୀକ୍ଷ ମିଶନକୁ ବଡ଼ ଉପଲବ୍ଧି, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ

1 min read
spaceX capsule returns four civilians from orbit, capping off first tourism mission

ଫ୍ଲୋରିଡା: ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସର ପ୍ରଥମ ଅନ୍ତରୀକ୍ଷ ମିଶନ ଇନସ୍ପିରେସନ୍-୪ ସଫଳ ହୋଇଛି । ଏହି ମିଶନରେ ଅନ୍ତରୀକ୍ଷକୁ ୪ ଜଣ ସାଧାରଣ ନାଗରିକ ଯାଇଥିଲେ । ସ୍ପେସ୍ ଏକ୍ସର ଡ୍ରାଗନ ସ୍ପେସକ୍ରାଫ୍ଟ ତିନିଦିନ ପୃଥିବୀ ଚାରିପଟେ ଘୁରିଥିଲା । ଯାହାପରେ ଆଜି ଭୋରରୁ ଫ୍ଲୋରିଡାର ସମୁଦ୍ର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡିଂ ସଫଳ ହୋଇଛି । ସାଧାରଣ ଲୋକଙ୍କୁ ଅନ୍ତରୀକ୍ଷକୁ ନେଇଯିବାରେ ଏହା ଥିଲା ପ୍ରଥମ ସ୍ପେସଫ୍ଲାଇଟ୍ ।

ସେପ୍ଟେମ୍ବର ୧୫ ତାରିଖରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ନାସାର ୩୯ ଏରୁ ମିଶନକୁ ଲଞ୍ଚ କରାଯାଇଥିଲା । ଏହି ମିଶନରେ ଜେରଡ ଇସାକମାନଙ୍କ ସହ ହେଲି ଆର୍ସିନକ୍ସ, ସିୟାନ ପ୍ରାକ୍ଟର ଓ କ୍ରିସ୍ ସେମ୍ବ୍ରୋସ୍କି ମଧ୍ୟ ସାମିଲ୍ ଥିଲେ । ଜେରଡ ଇସାକମାନ ସିଫ୍ଟ ୪ କମ୍ପାନୀର ସିଇଓ ସହ ଜଣେ ପ୍ରଶିକ୍ଷିତ ପାଇଲଟ୍ । ସେହିଭଳି ୨୯ ବର୍ଷର ଆର୍ସିନକ୍ସ ଜଣେ କ୍ୟାନସର ପୀଡ଼ିତ । ଯେତେବେଳେ କି ସିୟାନ ପ୍ରାକ୍ଟର ଓ କ୍ରିସ୍ ସେମ୍ବ୍ରୋସ୍କି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସାମିଲ୍ ହୋଇଥିଲେ ।

ଡ୍ରାଗନ କ୍ୟାପସୁଲ୍ ସମୁଦ୍ର କୂଳରେ ଅବତରଣ ପରେ ସେଥିରୁ ପ୍ରଥମେ ଆର୍ସିନକ୍ସ ବାହାରିଥିଲେ । ଏହାପରେ ମିଶନର କ୍ୟାପଟେନ୍ ପ୍ରାକ୍ଟର ବାହାରକୁ ଆସିଥିଲେ । ଭାରତୀୟ ସମୟ ଗୁରୁବାର ସକାଳ ୫ଟା ୩୩ରେ ୪ ଲୋକଙ୍କୁ ନେଇ ଡ୍ରାଗନ କ୍ୟାପସୁଲ୍ ଫାଲକନ୍-୯ ରକେଟ୍ ଅନ୍ତରୀକ୍ଷକୁ ଯାଇଥିଲା । ଏହି ମିଶନରେ ଯାଇଥିବା ୪ ଜଣଙ୍କ ପାଖରେ ଅନ୍ତରୀକ୍ଷକୁ ଯାତ୍ରାର ଅଭିଜ୍ଞତା ନଥିଲା । ଏମାନଙ୍କୁ ୫ ମାସ ଧରି ଟ୍ରେନିଂ ଦିଆଯାଇଥିଲା ।

Leave a Reply