ବିମାନ କମ୍ପାନୀଙ୍କୁ ଆଶ୍ୱସ୍ତି, ମାସକରେ ୧୫ ଦିନ ନିର୍ଦ୍ଧାରଣ କରିବେ ଭଡ଼ା

1 min read
International Flights To Resume From India December 15

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିମାନ କମ୍ପାନୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଏଣିକି ବିମାନ କମ୍ପାନୀ ମାସକୁ ୧୫ ଦିନ ଭଡ଼ା ନିର୍ଦ୍ଧାରଣ କରିପାରିବେ । ବାକି ୧୫ ଦିନ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସୂଚୀ ଅନୁସାରେ ଭଡ଼ା ନିର୍ଦ୍ଧାରଣ ହେବ ।

ଭଡ଼ା ଷ୍ଟକଚର ଅନୁସାରେ, ସରକାର ସବୁଠୁ କମ୍ ଓ ସବୁଠୁ ଅଧିକ ଭଡ଼ା ନିର୍ଦ୍ଧାରଣ କରୁଥିଲେ । ଏବେ ଏଥିରୁ ବିମାନ କମ୍ପାନୀଙ୍କୁ ଆଶ୍ୱସ୍ତି ମିଳିଛି । ସରକାର ମାସକୁ ୧୫ ଦିନ ଭଡ଼ା ନିର୍ଦ୍ଧାରଣ କରିବାକୁ ଥିବାବେଳେ ବାକି ୧୫ ଦିନ ବିମାନ କମ୍ପାନୀ ଚାହିଦାକୁ ଦେଖି ଭଡ଼ା ସ୍ଥିର କରିବେ ।

ଏଥିସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯାତ୍ରୀ କ୍ଷମତା ବୃଦ୍ଧି କରିଛି । ପୂର୍ବରୁ ୭୨.୫ ପ୍ରତିଶତ ଯାତ୍ରୀଙ୍କ ପାଇଁ ଅନୁମତି ରହିଥିଲା । ଏବେ ଏହାକୁ ୮୫ ପ୍ରତିଶତକୁ ବଢ଼ାଇ ଦିଆଯାଇଛି । ଫଳରେ ଘରୋଇ ଉଡ଼ାଣରେ ପୂର୍ବାପେକ୍ଷା ଅଧିକ ଯାତ୍ରୀ ଯାତ୍ରା କରିପାରିବେ । କରୋନା ଫଳରେ ବିମାନକମ୍ପାନୀ ଗୁଡ଼ିକ ପ୍ରଭାବିତ ହୋଇଥିଲେ ।

Leave a Reply