IPL 2021: ଖେଳାଯିବ ବଳକା ମ୍ୟାଚ୍, କାଲି ମୁମ୍ବାଇ-ଚେନ୍ନାଇ ମୁକାବିଲା

IPL 2021 Second Half Starting From Tomorrow CSK Vs MI

ଆବୁଧାବି: ରବିବାର ଠାରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲ୍ ୨୦୨୧ର ବଳକା ମ୍ୟାଚ୍ । ଆଇପିଏଲ୍ ୨୦୨୧ ସିଜିନର ଆରମ୍ଭ ଏପ୍ରିଲରେ ଭାରତରେ ହୋଇଥିଲା । କିନ୍ତୁ କିଛି ଖେଳାଳି ଓ ସର୍ପୋଟ ଷ୍ଟାଫ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ଅବଶିଷ୍ଟ ମ୍ୟାଚକୁ ସ୍ଥଗିତ କରାଯାଇ ଥିଲା । ଏବେ ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ପୁଣିଥରେ ଆଇପିଏଲ୍ ମହାସମର ଆରମ୍ଭ ହେବାକୁ ଯାଉଛି ।

ଆଇପିଏଲ୍ ୨୦୨୧ର ବଳକା ମ୍ୟାଚର ପ୍ରଥମ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ । ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଦୁବାଇରେ ଖେଳାଯିବ । ପୂର୍ବଭଳି ୨ଟି ପର୍ଯ୍ୟାୟରେ ମ୍ୟାଚ୍ ଅନୁଷ୍ଠିତ ହେବ । ଗୋଟିଏ ମ୍ୟାଚ୍ ଦ୍ୱିପ୍ରହର ୩ଟା ୩୦ ଓ ଦ୍ୱିତୀୟ ମ୍ୟାଚ୍ ୭ଟା ୩୦ରେ ଖେଳାଯିବ ।

ୟୁଏଇରେ ଆଇପିଏଲ୍ ୨୦୨୧ର ସମସ୍ତ ମ୍ୟାଚ୍ ଶାରଜାହ, ଆବୁଧାବି ଓ ଦୁବାଇରେ ହେବ । ଏହା ପୂର୍ବରୁ ଆଇପିଏଲ୍ ୨୦୨୦ ସିଜିନର ସମସ୍ତ ମ୍ୟାଚ୍ ୟୁଏଇରେ ଅନୁଷ୍ଠିତ ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍ ହୋଇଥିଲା । ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ୩୧ଟି ମ୍ୟାଚ୍ ଖେଳାଯିବ । ଅକ୍ଟୋବର ୧୫ ତାରିଖରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ ।

Leave a Reply