ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ୬୪ ଅଙ୍କ ଆରମ୍ଭ

64th Term Of Puri Gajapati Started

ପୁରୀ: ଆଜି ପବିତ୍ର ସୁନିଆ । ଏହି ଅବସରରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ‘ସୁନିଆ’ ଉତ୍ସବ । ଆଜିଠାରୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ୬୪ ଅଙ୍କ ଆରମ୍ଭ ହୋଇଛି । ଏହି ଅଙ୍କର ଜାତକ ଓ ପାଞ୍ଜି ଗଣନାରେ ରହିଛି ବିଶେଷ ମହତ୍ତ୍ୱ । ଏହି ଅବସରରେ ଗଜପତିଙ୍କ ଅଭିଷେକ ଉତ୍ସବ ଆୟୋଜନ କରାଯାଇଛି । ଶ୍ରୀନଅର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବାର ପରମ୍ପରା ରହିଛି ।

64th Term Of Puri Gajapati Started

ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନଅର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିଥାନ୍ତି । ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଛି । ଆଜିର ଦିନରେ କନକଦୁର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହ ଆଦି ଦେବଦେବୀଙ୍କର ପୂଜାର୍ଚ୍ଚନା କରିଥାନ୍ତି ଗଜପତି ମହାରାଜା । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଇଥାଏ ।

Leave a Reply