ବାର୍ ରେଡ୍ ପାଇଁ ଯିବା ବେଳେ ଲିଫ୍ଟ ବନ୍ଦ କରିଦେଲେ ସିକ୍ୟୁରିଟି ଗାର୍ଡ, ଫସିଗଲେ ବିଏମସି ଅଧିକାରୀ

1 min read
BMC Sealed BBI And UPRE Bar For Covid Norms Violation

ଭୁବନେଶ୍ୱର: କରୋନା କଟକଣାକୁ ଫୁ । ଖୁଲମଖୁଲା ଚାଲିଛି ବାର୍ । ଏମିତି ସୂଚନା ପାଇ ପଟିଆ ଅଞ୍ଚଳରେ ଥିବା ବିଭିନ୍ନ ବାର ଉପରେ ରେଡ୍ କରିଛି ବିଏମସି । UPRE ବାର୍ ଓ ରେଷ୍ଟୁରାଣ୍ଟରେ ବିଏମସି ପକ୍ଷରୁ ଚଢ଼ାଉ କରାଯାଇଛି । ରେଡ୍ ପାଇଁ ବିଏମସି ଅଧିକାରୀ ଲିଫ୍ଟରେ ଯାଉଥିବା ବେଳେ ନିୟୋଜିତ ସିକ୍ୟୁରିଟି ଲିଫ୍ଟଟିକୁ ବନ୍ଦ କରି ଦେଇଥିଲେ । ଫଳରେ ଲିଫ୍ଟ ମଧ୍ୟରେ କିଛି ସମୟ ପାଇଁ ଫସି ରହିଥିଲେ ବିଏମସି ଅଧିକାରୀ ।

BMC Raid In Upre Bar And Restaurant In Patia

ବାରରେ ଏକାଧିକ ଯୁବକ ଯୁବତୀ ମଦ ନିଶାରେ ମସଗୁଲ୍ ଥିବା ଦେଖିବାକୁ ମିଳିଛି । କୋଭିଡ୍ ନିୟମକୁ ଉଲ୍ଲଂଘନ କରି ବାରରେ ମଦ ସାଙ୍ଗକୁ ନାଚଗୀତର ଚାଲିଥିଲା । ଅତର୍କିତ ଚଢାଉ ପରେ କିଏ ରୋଷେଇ ଘରେ ତ କିଏ ଷ୍ଟୋର ରୁମରେ ମୁହଁ ଲୁଚାଇ ଥିଲେ । ଆଉ କେତେ ଜଣ ଆମର କିଛି ଦୋଷ ନାହିଁ ସବୁ ବାର ମାଲିକର ଦୋଷ କହି ଖସି ପଳାଇଛନ୍ତି ।

BMC Raid In Upre Bar And Restaurant In Patia

ଅନ୍ୟପଟେ ଭୁବନେଶ୍ବରର ଅମ୍ବାସି ବାରର ୨ ମାଲିକଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି । କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ଗିରଫ କରିଛି ଚନ୍ଦ୍ରଶେଖର ପୋଲିସ । ଏହାସହ ବାରକୁ ସିଲ କରିଛି ବିଏମସି । ଶୁକ୍ରବାର ରାତି ଦଶଟା ପରେ ବାରରେ ଚାଲିଥିଲା ନାଚ ଓ ନିଶାର ଆସର । ପୋଲିସ ଓ ବିଏମସି ଅଚାନକ ଚଢ଼ାଉ କରିଥିଲେ ।

Leave a Reply