କୋଭିଡ୍ କଟକଣା ଉଲ୍ଲଂଘନ, ୨ଟି ବାର୍ ସିଲ୍

1 min read

ଭୁବନେଶ୍ୱର: ମହଙ୍ଗା ପଡ଼ିଲା କୋଭିଡ୍ କଟକଣା ଉଲ୍ଲଂଘନ । ସିଲ୍ ହେଲା BBI ଓ UPRE ବାର୍ । ୨ଟି ଯାକ ବାରକୁ ସିଲ୍ କରିଛି ବିଏମସି । କୋଭିଡ ନିୟମ ଉଲ୍ଲଂଘନ କରି ରାତି ୧୦ଟା ପରେ ବାରରେ ମଦପିଇ ନାଚ ଗୀତ ଚାଲିଥିଲା । ଶନିବାର ରାତିରେ ବାର୍ ଉପରେ ରେଡ୍ କରି ଅନିର୍ଦ୍ଦିଷ୍ଟ ସମୟ ପାଇଁ ବିଏମସି ସିଲ୍ କରି ଦେଇଛି । ଏଥିସହ ଉଭୟ ବାର ବିରୋଧରେ ଚନ୍ଦ୍ରଶେଖପୁର ଥାନାରେ ଏତଲା ଦେଇଛନ୍ତି ବିଏମସିର ଜେଡିସି ଅଂଶୁମାନ ରଥ ।

 BMC Sealed BBI And UPRE Bar For Covid Norms Violation

କୋଭିଡ୍ ନିୟମ ଉଲ୍ଲଂଘନ, ରେଡ୍ ସମୟରେ ବିଏମସିର ଜେଡିସି, କିଛି କର୍ମଚାରୀ ଓ ପୋଲିସଙ୍କୁ ଲିଫ୍ଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ କରି ଦେଇଥିଲେ ସିକ୍ୟୁରିଟି ଗାର୍ଡ । ଏନେଇ ଉଭୟ ବାର ବିରୋଧରେ ଚନ୍ଦ୍ରଶେଖପୁର ଥାନାରେ ମାମଲା ହୋଇଛି । ବାର ମ୍ୟାନେଜରଙ୍କ ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ପରେ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

 BMC Sealed BBI And UPRE Bar For Covid Norms Violation

ଶନିବାର ରାତିରେ ପଟିଆ ଅଞ୍ଚଳରେ ଥିବା ବିଭିନ୍ନ ବାର ଉପରେ ବିଏମସି ରେଡ୍ କରିଥିଲା । Upre ବାର୍ ଓ ରେଷ୍ଟୁରାଣ୍ଟରେ ରେଡ୍ ପାଇଁ ବିଏମସି ଅଧିକାରୀ ଲିଫ୍ଟରେ ଯାଉଥିବା ବେଳେ ନିୟୋଜିତ ସିକ୍ୟୁରିଟି ଲିଫ୍ଟଟିକୁ ବନ୍ଦ କରି ଦେଇଥିଲେ । ଫଳରେ ଲିଫ୍ଟ ମଧ୍ୟରେ କିଛି ସମୟ ପାଇଁ ଫସି ରହିଥିଲେ ବିଏମସି ଅଧିକାରୀ ।

 BMC Sealed BBI And UPRE Bar For Covid Norms Violation

ବାରରେ ଏକାଧିକ ଯୁବକ ଯୁବତୀ ମଦ ନିଶାରେ ମସଗୁଲ୍ ଥିବା ଦେଖିବାକୁ ମିଳିଥିଲା । କୋଭିଡ୍ ନିୟମକୁ ଉଲ୍ଲଂଘନ କରି ବାରରେ ମଦ ସାଙ୍ଗକୁ ନାଚଗୀତର ଚାଲିଥିଲା । ଅତର୍କିତ ଚଢାଉ ପରେ କିଏ ରୋଷେଇ ଘରେ ତ କିଏ ଷ୍ଟୋର ରୁମରେ ମୁହଁ ଲୁଚାଇ ଥିଲେ । ଆଉ କେତେ ଜଣ ଆମର କିଛି ଦୋଷ ନାହିଁ ସବୁ ବାର ମାଲିକର ଦୋଷ କହି ଖସି ପଳାଇଛନ୍ତି ।

Leave a Reply