ବାସନ୍ଦ ଭୟରେ ଭୁଲିଗଲେ ମାଆର ମମତା, ଜଙ୍ଗଲରେ ଛାଡ଼ି ଦେଲେ ୮୦ ବର୍ଷର ମାଆକୁ

ବରଗଡ଼: ମାଆ ଆଖିକୁ ଠିକେ ଭାବେ ଦେଖାଯାଉନି । କଥା କହିବାକୁ ଯୁ ପାଉନି । ଆଶା ଥିଲା ବୟସର ଶେଷ ପାହାଚରେ ସାହାରା ହେବେ ସନ୍ତାନ । ହେଲେ ଏଠି ମାନବିକତା ତ ଦୂରେ ଥାଉ, ମାଆ ପାଇଁ ମରିଯାଇଛି ନିଜ ପିଲାଙ୍କ ମମତା । ଯେଉଁ ମାଆ ଜନ୍ମ ଦେଇଥିଲା, କୋଳେଇ କାଖେଇ ବଡ଼ କରିଥିଲା, ସେହି ମାଆକୁ ଘଞ୍ଚ ଜଙ୍ଗଲରେ ଛାଡି ଦେଇଛନ୍ତି ସନ୍ତାନ । ଚିକିତ୍ସା ପରିବର୍ତ୍ତେ ବୋଝ ଭାବି ମାଆକୁ ଜଙ୍ଗଲରେ ଛାଡ଼ି ଦେଇ ଭୋଜି ଭାତର ଆସର କରୁଛନ୍ତି ଆତ୍ମୀୟ ।

Bargarh 80 Years Old Lady Rescued From Forest

ଏଭଳି ଅଭାବନୀୟ ଆଉ ଅମାନବିକ ଦୃଶ୍ୟ ଆସିଛି ବରଗଡ଼ ଜିଲ୍ଲା ଖରମୁଣ୍ଡା ପଞ୍ଚାୟତ ଘନାଘାଟି ଗାଁରୁ । ୮୦ ବର୍ଷୀୟ ବୃଦ୍ଧା କୌଶଲ୍ୟା ବେହେରାଙ୍କ ମୁଣ୍ଡରେ ଘା ହୋଇ ପୋକ ହୋଇଯାଇଥିବାରୁ ଜଙ୍ଗଲରେ ଏକ ଜରିପାଲ ଘର କରି ଛାଡ଼ି ଦେଇଥିଲେ ପରିବାର ଲୋକ । ଅଭିଯୋଗ ଅନୁସାରେ ବୃଦ୍ଧାଙ୍କ ମୁଣ୍ଡରେ ଘା’ ହୋଇ ପୋକ ହୋଇଯାଇଥିଲା । ଏହା ସହିତ ତାଙ୍କ ହାତରେ ଧଳା ଦାଗ ମଧ୍ୟ ଦେଖାଯାଇଥିଲା  । ଫଳରେ ସାହି ଭାଇ ବୃଦ୍ଧାଙ୍କୁ ଅନ୍ୟତ୍ର ସ୍ଥାନରେ ରଖିବାକୁ ବାଧ୍ୟ କରିବା ସହିତ ଉକ୍ତ ପରିବାରକୁ ବାସନ୍ଦ କରିଥିଲେ ।

Bargarh 80 Years Old Lady Rescued From Forest

ଫଳରେ ପରିବାର ଲୋକ ବୁଢି ମାଆକୁ ଜଙ୍ଗରେ ଛାଡ଼ି ଦେଇ ଭୋଜି କରି ପୁଣି ସାହି ଭାଇଙ୍କ ସହ ମିଶିଥିଲେ । ଘଞ୍ଚ ଜଙ୍ଗଲରେ ୧୫ ଦିନ ରହିବା ପରେ ଖବର ପାଇ ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ଏକ ସ୍ୱେଚ୍ଛାସେବୀ ସଂଗଠନ ।

Leave a Reply