କିଏ ହେବେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ, ସୋନିଆ ନେବେ ନିଷ୍ପତ୍ତି

Sonia Gandhi To Finalize New Chief Minister Of Punjab

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ ପୁଣି ଥରେ ଆରମ୍ଭ ହୋଇଛି କ୍ଷମତା ଯୁଦ୍ଧ । ୪୦ ବିଧାୟକଙ୍କ ବିରୋଧ ପରେ କ୍ୟାପଟେନ୍ ପଦରୁ ଇସ୍ତଫା ଦେଇଛନ୍ତି ଅମରିନ୍ଦର । ଏହାପରେ ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ନିଷ୍ପତ୍ତି ହୋଇଛି । ନୂଆ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବାଛିବେ । ବୈଠକରେ ପ୍ରାୟ ୭୮ ବିଧାୟକ ଯୋଗ ଦେଇଥିବା ବେଳେ ଅମରିନ୍ଦର ଆସିନଥିଲେ ।

ଏଥିସହ ପଢ଼ନ୍ତୁ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅମରିନ୍ଦର, ସୁନୀଲ ଝକଡ଼ ହୋଇପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ

ବୈଠକ ପରେ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ କହିଛନ୍ତି, ବୈଠକରେ ୨ଟି ପ୍ରସ୍ତାବ ପାରିତ ହୋଇଛି । ସେ ଅମିରନ୍ଦରଙ୍କୁ ପ୍ରଶଂସା କରି କହିଛନ୍ତି, କ୍ୟାପଟେନ୍ ପୂର୍ଣ୍ଣ ଦକ୍ଷତାର ସହ ବହୁତ ଭଲ ସରକାର ଚଳାଉଥିଲେ । ପଞ୍ଜାବ ଆଗରେ ଥିବା ସମସ୍ୟାର ସମାଧାନ କରୁଥିଲେ ।

ତେବେ ମୁଖ୍ୟମନ୍ତ୍ରୀ ରେସରେ ସୁନୀଲ ଝକଡ଼ଙ୍କ ନାଁ ସବୁଠୁ ଆଗରେ ରହିଛି । ପୂର୍ବରୁ ଝକଡ଼ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଥିଲେ । ୨୦୧୨ରୁ ୨୦୧୭ ଯାଏଁ ସୁନୀଲ ଝକଡ଼ ବିରୋଧୀ ଦଳ ନେତା ଥିଲେ । ୨୦୧୭ ଗୁରଦାସପୁର ଲୋକସଭା ଉପନିର୍ବାଚନରେ ବିଜୟୀ ହୋଇଥିଲେ ।

Leave a Reply