spot_img
Home Blog Page 5081

ଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

ପୁରୀ: ଶ୍ରୀକ୍ଷେତ୍ରରେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି 5ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିୟାନ । ପୁରୀରେ ୧୩ ଏକର ପରିମିତ ଅଞ୍ଚଳରେ ଚାଲିଛି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ  । ପୁରୀ ପେଣ୍ଠକଟା ନିକଟରେ ଏହି ଷ୍ଟାଡିୟମ ନିର୍ମାଣ କରାଯାଉଥିବା ବେଳେ, ଏହାକୁ ଜଗନ୍ନାଥ ଷ୍ଟାଡିୟମ ନାଁରେ ନାମିତ କରାଯାଇଛି । ଏଠାରେ ଏକ କ୍ରିକେଟ ଗ୍ରାଉଣ୍ଡ ସହ ସୁଇମିଙ୍ଗ ପୁଲ, ଶହେ ଶଯ୍ୟା ବିଶିଷ୍ଠ କ୍ରୀଡ଼ା ଛାତ୍ରାବାସ ଓ ଇଣ୍ଡୋଲ ହଲ ମଧ୍ୟ ନିର୍ମାଣ କରାଯାଇଛି ।

ପୁରୀରେ ଏହି ଅତ୍ୟାଧୁନିକ ଷ୍ଟାଡ଼ିୟମ ନିର୍ମାଣ କରିବା ନେଇ ରାଜ୍ୟ ସରକାର ବ୍ୟୟ ବରାଦ କରିଥିଲେ  । ସେପଟେ ଏହି ନିର୍ମାଣ କାର୍ଯ୍ୟ କେତେଦୂର ଅଗ୍ରଗତି ହୋଇଛି  । ଏନେଇ 5t ସିଚବ ଆଜି ପୁରୀ ଗସ୍ତରେ ଯିବା ସହ ଏହି ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । 5T ସଚିବଙ୍କ ଏହି ଗସ୍ତ ସମୟରେ  ପୁରୀ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ  ।

ସୀମା ବିବାଦକୁ ନେଇ ଭାରତକୁ ଚୀନ ଗଣମାଧ୍ୟମର ଧମକ- ‘ଯୁଦ୍ଧ କଲେ ହାରିବ’

ନୂଆଦିଲ୍ଲୀ: ଗତବର୍ଷ ଜୁନରେ ଲଦାଖର ଗଲୱାନ ଘାଟିରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଚୀନ-ଭାରତ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏବେ ଏବେ ସୀମା ବିବାଦକୁ ନେଇ ୧୩ତମ ସିନିୟର ସୈନ୍ୟ କମାଣ୍ଡର ବୈଠକ ବି ବଫଳ ହୋଇଛି । ଆଲୋଚନା ପରେ ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା, ଚୀନକୁ ଉପଦେଶ ଦିଆଯାଇଥିବା ବେଳେ ମାନିବାକୁ ପ୍ରସ୍ତୁତ ନୁହେଁ । ସେହିଭଳି ଚୀନ କହିଛି, ଭାରତ ଭୁଲ୍ ଆକଳନ କରୁଛି । ଏବେ ଏହି ମାମଲାରେ ଚୀନର ପ୍ରମୁଖ ସମ୍ବାଦପତ୍ର ବିବାଦୀୟ ଲେଖା ଲେଖିଛି ।

ଗ୍ଲୋବାଲ ଟାଇମ୍ସର ସମ୍ପାଦକୀୟରେ ଲେଖା ଯାଇଛି, ଭାରତ ସହ ସମ୍ପର୍କ ଖରାପ ହେଉଥିବା ବେଳେ ଚୀନର ସୈନ୍ୟ ସଂଘର୍ଷ ପାଇଁ ପ୍ରସ୍ତୁତ ରହିବା ଦରକାର । ଆହୁରି ଲେଖାଯାଇଛି ଭାରତ ଗୋଟିଏ ଜିନିଷ ଭଲ ଭାବେ ବୁଝିବା ଦରକାର- ଭାରତକୁ ସୀମା ସେଭଳି ମିଳିବ ନାହିଁ, ଭାରତ ଯେଭଳି ଚାହୁଁଛି । ଯଦି ଭାରତ ଯୁଦ୍ଧ ଚାହୁଁଛି ତ, ନିଶ୍ଚିତ ଭାବେ ତାକୁ ପରାଜିତ ହେବାକୁ ପଡ଼ିବ । କୌଣସି ପ୍ରକାର ରାଜନୈତିକ ଚାପରେ ଚୀନ ଦବିବ ନାହିଁ । ଭାରତ ଯେତେ ଅସୁବିଧା କରାଇଲେ ବି ଚୀନର ଅଞ୍ଚଳ ଚୀନର ହୋଇ ରହିବ । ଭାରତ ଏବେ ସୀମା ବିବାଦକୁ ନେଇ ଆଖି ବୁଜି ଶୋଇଛି, ଆମେ ତାକୁ ଉଠିବା ପର୍ଯ୍ୟନ୍ତ ଅପେକ୍ଷା କରିବା ବୋଲି ଲେଖିଛି ଗ୍ଲୋବାଲ୍ ଟାଇମ୍ସ ।

ଚୀନର ଲୋକ ଜାଣିଛନ୍ତି ଭାରତ ଓ ଚୀନ ଦୁଇଦେଶ ଶକ୍ତିଶାଳୀ । ଯାହାଙ୍କ ପାଖରେ ସୀମାରେ ଲମ୍ବା ଯୁଦ୍ଧ ପାଇଁ ପର୍ଯ୍ୟାପ୍ତ ଶକ୍ତି ଓ ସମ୍ବଳ ରହିଛି । ଭାରତ ଓ ଚୀନ ମଧ୍ୟରେ ଏଭଳି ଉତ୍ତେଜନା ଦୁଃଖଦାୟକ । ତେବେ ଭାରତ ସେଭଳି କଲେ ଚୀନ୍ କେବେ ପଛକୁ ହଟିବ ନାହିଁ । ଗଲୱାନ ଘାଟି ସଂଘର୍ଷ ପରେ ଜଣାପଡ଼ୁଛି କ୍ଷେତ୍ରର ସୁରକ୍ଷା ଲାଗି ଭାରତ, ଚୀନ କେବେ ବୁଝାମଣା କରିବେ ନାହିଁ । ଚୀନର ଦୃଢ଼ ସଂକଳ୍ପକୁ ଯଦି ଭାରତ କମଜୋର ଭାବେ ତାହେଲେ ତାହା ଭାରତ ପାଇଁ ଅସୁବିଧା ସୃଷ୍ଟି କରିବ । ଏପରିକି ଭାରତକୁ କ୍ଷତି ପହଞ୍ଚାଇବ ।

ବିନା ଅନୁମତିରେ ଦାଣ୍ଡିଆ ପାର୍ଟି, ହୋଟେଲ ସିଲ କଲା ବିଏମସି

ଭୁବନେଶ୍ୱର: କଟକଣା ସ୍ୱତେ ଚାଲିଥିବା ଦାଣ୍ଡିଆ ନାଚ  । ପ୍ରଶାସନର ବିନା ଅନୁମତିରେ ଡିଜେ ନାଇଟ କାର୍ଯ୍ୟକ୍ରମ ଆୟୋଜନ ପଡ଼ିଲା ମହଙ୍ଗା  ।  ନିକୋ ପାର୍କ ନିକଚସ୍ଥ  9ଥ ଷ୍ଟ୍ରିଟ ବଂକ୍ୱୟେଟ ହୋଟେଲରେ ବିଏମସିର କଟକଣାକୁ ଧୂଆଣବାଣ କରାଯାଇଥିଲା  । ଅର୍ଥାତ ପ୍ରଶାସନର ବିନା ଅନୁମତିରେ ଭୁବନେଶ୍ୱରରେ ଚାଲିଥିଲା ଦାଣ୍ଡିଆ ଓ ଡିଜେ ପାର୍ଟି  ।

ବିଏମସି କମିସନର ଏନେଇ ଖବର ପାଇବା ପରେ ଏକ ଟିମକୁ ଉକ୍ତ ହୋଟେଲକୁ ପଠାଇଥିଲେ  । ଦକ୍ଷିଣ ପୂର୍ବ ଜୋନାଲ ଡେ଼ପୁଟି କମିଶନର ଅଂଶୁମାନ ରଥଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଘଟଣାସ୍ଥଲରେ ପହଗଁଚିଥିଲେ  । ଏବଂ କଟକଣାର ସମ୍ପୂର୍ଣ୍ଣ ଉଲ୍ଲଂଘନ ଘଟିଥିବା ଦେଖିବାକୁ ପାଇଥିଲେ  । ଉକ୍ତ ହୋଟେଲ ମଧ୍ୟ ବିଏମସିର ଅନୁମତି ଆଣିନଥିବା ଗୋଟର ହେବା ପରେ ସ୍ପେସାଲ ସ୍ୱାର୍ଡ ହୋଟେଲକୁ ସିଲ କରିଥିଲେ  ।

ସେପଟେ ହୋଟେଲ 9ଥ ଷ୍ଟ୍ରିଟ ବଂକ୍ୱୟେଟ ସୋସିଆଲ ମିଡିଆରେ ଟିକେଟ ମୂଲ୍ୟ 649ଟଙ୍କା ଥିବା ନେଇ ବିଜ୍ଞାପନ ପ୍ରାଚର ପ୍ରସାର କରିଥିଲେ  ।  ମିଳିଥିବା ସୂଚନା ମୁତବାକ ହୋଟେଲ ପକ୍ଷରୁ ଦୁଇ ଦିନିଆ କାର୍ଯ୍ୟକ୍ରମ ରହିଥିଲା  । ଅର୍ଥାତ ୧୩ ଓ ୧୪ ତାରିଖ ଦୁଇ ଦିନିଆ ଡିଜେ ଏବଂ ଦାଣ୍ଡିଆ ପୋଗ୍ରାମ ଆୟୋଜନ କରିବାର ସୂଚୀ ନିର୍ଦ୍ଧାରଣ କରିଥିଲେ ହୋଟେଲର ଆୟୋଜକ  ।

 

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା

ଭୁବନେଶ୍ୱର:  ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ପାଇବାରୁ ଯାଉଛି ୟୁଜୁସି ମାନ୍ୟତା   ।  ୟୁଜୁସି  ଅଧିନିୟମ 1956, ଧାରା 2(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତ୍ରର୍ଭୁକ୍ତ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

ଏହା ସହିତ ଆଗାମୀ ଦିନରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ୟୁଜିସି ଅଧିନିୟମ 1956, ଧାରା 12(ବି) ଅନୁସାରେ ଖୁବ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ । ଏହା ନିଶ୍ଚିତ ଭାବରେ ଓଡ଼ିଶାର ଆଇନ ବିଦ୍ୟାର୍ଥୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବୋଲି ମତ ପ୍ରକାଶ କରିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ  ।  

ଓଡିଶାରେ ଆଇନଜୀବୀ ଛାତ୍ରମାନେ ଏହା ଦ୍ୱାରା ଫଳପ୍ରଦ ପାଇବା ସହ ଆଗାମୀ ଦିନରେ ଅଧିକ ଶିକ୍ଷଣୀୟ ତଥ୍ୟ ହାସଲରେ ସହାୟକ ହେବ  । କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏକ ପୁରାତନ ଶିକ୍ଷାନୁଷ୍ଠାନ  । ଏହି ବିଶ୍ୱବିଦ୍ୟାଳୟ ୟୁଜିସି ମାନ୍ୟତା ପାଇବା ପରେ ଅଧିକ କ୍ରିୟାଶୀଳ ହେବ  ।

ପୁଲୱାମାରେ ସେନାର ଏନକାଉଣ୍ଟର, ଜୈଶର ଟପ୍ କମାଣ୍ଡର ଶମ ସୋଫି ମୃତ

ଶ୍ରୀନଗର: ଘାଟିରେ ଜାରି ରହିଛି ଆତଙ୍କବାଦୀ ବିରୋଧୀ ଅପରେସନ୍ । ବୁଧବାର ପୁଲୱାମାର ଟ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜୈଶ ଏ ମହମ୍ମଦର ଟପ୍ କମାଣ୍ଡର ଶମ ସୋଫି ନିହତ ହୋଇଛି । ଏବେବି ଗୁଳିବିନିମୟ ଜାରି ରହିଛି । ସେନା ଓ ପୋଲିସ ଅଞ୍ଚଳକୁ ଘେରାବନ୍ଦୀ କରି ନେଇଛନ୍ତି । ଜୈଶର ଟପ୍ କମାଣ୍ଡର ନିହତ ନେଇ ଜାମ୍ମୁ-କାଶ୍ମୀର ଆଇଜି ସୂଚନା ଦେଇଛନ୍ତି । ବିଗତ ତିନିଦିନ ଭିତରେ ସେନା ୮ ଜଣ ଆତଙ୍କବାଦୀଙ୍କୁ ଗୁଳି କରିଛି ।

Top Jaish commander Sham Sofi killed in an encounter in J&K's Pulwama

ଦକ୍ଷିଣ କାଶ୍ମୀରର ପୁଲୱାମାର ତିଲବାନୀ ମୋହଲ୍ଲାରେ ଆତଙ୍କବାଦୀ ଛପିଥିବା ପୋଲିସକୁ ସୂଚନା ମିଳିଥିଲା । ଗୁପ୍ତ ସୂଚନା ପରେ ଅଞ୍ଚଳକୁ ଘେରି ଯାଇଥିଲେ ସୁରକ୍ଷା ବଳ । ପ୍ରଥମେ ଆତଙ୍କବାଦୀ ଗୁଳି ଚାଳନା କରିବା ପରେ ଜବାବ ଦେଇଥିଲା ସେନା । ଏଥିରେ ଜୈଶର ଟପ୍ କମାଣ୍ଡର ଶମ ସୋଫି ନିହତ ହୋଇଛି ।

Top Jaish commander Sham Sofi killed in an encounter in J&K's Pulwama

ଗୋଟିଏ ଦିନ ପୂର୍ବରୁ ସୋପିଆଁରେ ଅଲଗା ଅଲଗା ଗୁଳିବିନିମୟରେ ୫ ଆତଙ୍କବାଦୀ ନିହତ ହୋଇଥିଲେ । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ନିକଟରେ ବିହାରର ଗୁପଚୁପ୍ ବିକାଳୀଙ୍କୁ ହତ୍ୟା କରିଥିଲା । ୧୧ ଅକ୍ଟୋବରରେ ଅନନ୍ତନାଗ ଓ ବାନ୍ଦିପୁରାରେ ହୋଇଥିବା ଗୁଳି ବିନିମୟରେ ମଧ୍ୟ ୨ ଆତଙ୍କବାଦୀ ନିହତ ହୋଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ DMK ସାଂସଦ କାନିମୋଝି କରୁଣାନିଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଏମକେ ସଂସଦୀୟ ଦଳ ନେତା କାନିମୋଝି କରୁଣାନିଧୀ  । ନବୀନ ନିବାସରେ ଡିଏମକେ ସଂସଦୀୟ ଦଳ ନେତା କାନିମୋଝି ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କୁ କାନିମୋଝି ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିୟାନ ଉପସ୍ଥିତ ରହିଥିଲେ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାନିମୋଝି ଭେଟିବା ସହ ଦୁଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ   ।

ଏହି ଅବସରରେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । NEETରେ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀଙ୍କ ସମସ୍ୟା ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ସବୁବର୍ଗର ପିଲାଙ୍କୁ ଜାତୀୟ ପ୍ରବେଶିକା ପରୀକ୍ଷାରେ ସୁଯୋଗ ଦେବାକୁ ଦାବି କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗ କେନ୍ଦ୍ର ନିକଟରେ ଉଠାଇଥିଲେ । NEETରେ ସବୁସ୍ତରର ଛାତ୍ରଛାତ୍ରୀ ଭାଗ ନେଇପାରୁ ନାହାନ୍ତି । ଏପରିକି IIT ଓ UPSC ପରୀକ୍ଷାରେ ମଧ୍ୟ ସମାନ ସମସ୍ୟା ହେଉଛି । ଏଣୁ ସବୁବର୍ଗର ପିଲାଙ୍କୁ ଜାତୀୟ ପ୍ରବେଶିକା ପରୀକ୍ଷାରେ ସୁଯୋଗ ମିଳିବା ନେଇ ଦାବି ଉଠିଛି ।

ମୋବାଇଲ ଛଡ଼ାଇ ନେବାରୁ ବାଳକର ଆତ୍ମହତ୍ୟା

କୋରାପୁଟ: କୋରାପୁଟରେ ଘଟିଛି ଅଭାବନୀୟ ଘଟଣା । ମୋବାଇଲ୍ ଛଡ଼ାଇ ନେବାରୁ, ବାଳକର ଆତ୍ମହତ୍ୟା ଅଭିଯୋଗ । କୋରାପୁଟ ଗୌତମନଗର ଅଞ୍ଚଳର ଘଟଣା । ବି.ମନୋହର ବାଇଲ୍‌ରେ ଖେଳୁଥିଲା । ବାପା ବି.ଶ୍ରୀନିବାସ ତାକୁ ତାଗିଦ କରିବା ସହ ମୋବାଇଲ୍‌ଟିକୁ ଛଡ଼ାଇ ନେଇଥିଲେ । ବାପାଙ୍କ ରାଗରେ ଉତ୍‌କ୍ଷୀପ୍ତ ହୋଇପଡିଥିଲେ ୧୩ ବର୍ଷର ପୁଅ  । ପରବର୍ତ୍ତୀ ସମୟରେ ନିଜକୁ ଘର ଭିତରେ ବନ୍ଦ କରି ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି  ।

ପରେ ପରିବାର ଲୋକେ ଏହା ଦେଖିବା ପରେ ଥାନାକୁ ଜଣାଇଥିଲେ । ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଏଭଳି ଏକ ଘଟଣା କୋରାପୁଟରେ ଘଟିଥିବାବେଳେ ସାଧାରଣ ଲୋକ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି  ।

ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ଏନ୍‌ସିବିର ବିରୋଧ: କୋର୍ଟଙ୍କୁ କହିଲେ, ନିଶା କାରବାରେ ଆର୍ଯ୍ୟନଙ୍କ ସମ୍ପୃକ୍ତି ରହିଛି

ମୁମ୍ୱାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ୱାଇ କ୍ରୁଜରୁ ଡ୍ରଗ୍ସ ମିଳିବା ମାମଲାରେ କୋର୍ଟ ନିକଟରେ ନିଜ ଜବାବ ଦାଖଲ କରିଛି । ସେଥିରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନକୁ ବିରୋଧ କରିଛି । ଏନ୍‌ସିବି ପକ୍ଷରୁ କୁହାଯାଇଛି ଯେ, ତାଙ୍କ ନିକଟରୁ ଡ୍ରଗ୍ସ ଜବତ ହୋଇନି, କିନ୍ତୁ ଆର୍ଯ୍ୟନ ସମେତ ଅନ୍ୟ ଗିରଫ ଅଭିଯୁକ୍ତ ଏଥିରେ ସାମିଲ ଅଛନ୍ତି । ଏନ୍‌ସିବି ପକ୍ଷରୁ କୁହାଯାଇଛି ଯେ, ଡ୍ରଗ୍ସ କାରବାର ବିଦେଶ ଲିଙ୍କ୍‌ ନେଇ ଯାଞ୍ଚ ଚାଲିଛି ଏବଂ ଏହା ଚାଲିବା ଦରକାର । ସ୍ୱତନ୍ତ୍ର ନାର୍କୋଟିକ ଡ୍ରଗ୍ସ ଆଣ୍ଡ ସବଟେନ୍ସ ଆକ୍ଟ (ଏନଡିପିଏସ୍) କୋର୍ଟରେ ଆର୍ଯ୍ୟନ ଖାନ୍ ଏବଂ ଅନ୍ୟମାନଙ୍କ ଜାମିନ ଆବେଦନ ଉପରେ ଦ୍ୱିପ୍ରହର ୨.୪୫ ମିନିଟରେ ଶୁଣାଣି ହେବ । ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂହଙ୍କ କୋର୍ଟରେ ହାଜର କରାଯିବା ସମ୍ଭାବନା ରହିଛି ।

ଏନସିବି ମୁମ୍ୱାଇ କ୍ରୁଜ ସିପ୍ ଡ୍ରଗ୍ସ ମାମଲାରେ ଫିଲ୍ମ ନିର୍ମାତା ଏବଂ ବାନ୍ଦ୍ରାର ବିଲ୍ଡର ଇମ୍‌ତିଆଜ କ୍ଷେତ୍ରୀଙ୍କୁ ପଚରାଉଚରା ନେଇ ନୋଟିସ କରିଛି । ତୃତୀୟ ଥର ପାଇଁ ଏନ୍‌ସିବି ତାଙ୍କୁ ନୋଟିସ କରିଛି । ମଙ୍ଗଳବାର ଇମ୍‌ତିଆଜ୍ କ୍ଷେତ୍ରୀଙ୍କୁ ଏନ୍‌ସିବି ୩ଘଣ୍ଟା ଯାଏଁ ପଚରାଉଚରା କରିଛି ଏବଂ ପରେ ଛାଡ଼ିଦେଇଛି । ତାଙ୍କୁ ପୁଣି ଏଜେନ୍ସି ସାମ୍ନାରେ ହାଜର ହେବାକୁ ପଡ଼ିବ, କାହିଁକି ନା ବିସ୍ତୃତ ବୟାନ ଦାୟର ହେବାର ଅଛି । ଏନ୍‌ସିବି ପକ୍ଷରୁ କୁହାଯାଇଛି ଯେ, ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନ କ୍ରୁଜ ସିପରେ ଡ୍ରଗ୍ସ ସେବନ କରିଛି । ଏହା ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଟ ସାଇକୋଟ୍ରାପିକ୍ ସବ୍‌ଟେନ୍ସ ଆକ୍ଟ ୧୯୮୫ ଅନୁଯାୟୀ ଭାରତରେ ଏହା ଏକ ଅପରାଧ । ଏନସିବି ଆର୍ଯ୍ୟନ ଖାନ୍ ଉପରେ ଅବୈଧ ଡ୍ରଗ୍ସ ବିକ୍ରି ନେଇ ମଧ୍ୟ ଅଭିଯୋଗ କରିଛି ।

ଏଥିସହିତ ପଢ଼ନ୍ତୁ: ନିଖୋଜ ଆଲିବାବା ଗ୍ରୁପର ପ୍ରତିଷ୍ଠାତା ଜାକ ମାଙ୍କ ମିଳିଲା ସନ୍ଧାନ!

ରାଜ୍ୟ କଂଗ୍ରେସ ଭବନରେ ଗୋଷ୍ଠୀ ସଂଘର୍ଷ: ଯୁବ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ଗୋଷ୍ଠୀ ସଂଘର୍ଷ  । କଂଗ୍ରେସ ଭବନ ଭିତରେ ଯୁବ କଂଗ୍ରେସର ଦୁଇଗୋଷ୍ଠୀ ମୁହାଁମୁହିଁ । ଯୁବ କଂଗ୍ରେସ ସଭାପତିଙ୍କ ଅଫିସରେ ବ୍ୟାପକ ଭଙ୍ଗାରୁଜା । ଗତକାଲି ରାତିରେ ଦୁଇ ଗୋଷ୍ଠୀ ହୋଇଥିଲେ ମୁହାଁମୁହିଁ । ରାଜ୍ୟ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଂଗଠନିକ ମୁଖ୍ୟକୁ ନେଇ ଦଳ ଭିତରେ ଅସନ୍ତୋଷ ଥିବା ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଦଳୀୟ କର୍ମୀଙ୍କୁ ଅଧିକ ହତୋତ୍ସାହିତ କରିବା ସହ କ୍ଷୁବ୍ଧ କରୁଛି । ଏଣୁ ବିଭିନ୍ନ ସମୟରେ ଦଳର ରାଜ୍ୟ ନେତୃତ୍ୱକୁ ନେଇ ବିରୋଧ ପ୍ରଦର୍ଶନ ହୋଇଆସୁଛି ।

ସୂଚନା ଯୋଗ୍ୟ ଯେ, କଂଗ୍ରେସରେ କିଛି ଭଲ ନାହିଁ । ଏ କଥାକୁ ମାନିଛନ୍ତି ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ । ରାଜ୍ୟ କଂଗ୍ରେସ ଏବେ ଏକ ଘଡ଼ିସନ୍ଧି ସମୟ ଦେଇ ଗତି କରୁଥିବା ଗତ କିଛି ଦିନ ତଳେ ସ୍ୱୀକାର କରିଥିଲେ ଚିରଞ୍ଜୀବ । ପିପିଲିରେ କଂଗ୍ରେସ ମାତ୍ର ୪ ହଜାର ଭୋଟ୍ ପାଇବା ଦଳର ନେତା ଓ କର୍ମୀଙ୍କୁ କ୍ଷୁବ୍ଧ କରିଛି । ଯାହାର ପ୍ରତିଫଳନ କଂଗ୍ରେସ ଭବନ ସମ୍ମୁଖରେ ହୋଇଥିଲା । କିଛି କଂଗ୍ରେସ କର୍ମୀ ଦଳୀୟ ସଭାପତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିଥିଲେ ।

ଏଥିସହିତ ପଢ଼ନ୍ତୁ: ଘଡ଼ିସନ୍ଧି ସମୟ ଦେଇ ଗତି କରୁଛି ରାଜ୍ୟ କଂଗ୍ରେସ: ଚିରଞ୍ଜୀବ ବିଶ୍ୱାଳ

ବଢ଼ୁଛି ଦୈନିକ ସଂକ୍ରମଣ: ରେଡ୍ ଜୋନ୍‌କୁ ଫେରିଲା ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା ସଂକ୍ରମଣ । ଦିନକରେ ୬୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୁଣି ରେଡ୍ ଜୋନକୁ ଫେରିଲା ଖୋର୍ଦ୍ଧା । ଦିନକରେ ଖୋର୍ଦ୍ଧାରୁ ୩୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପର୍ବ ପର୍ବାଣୀ ଯୋଗୁ ଭିଡ଼ ବଢିଛି । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ବଢିଛି । ରାଜ୍ୟର ସଂକ୍ରମଣ ଉପର ତଳ ହେଉଛି । ଏନେଇ ଚିନ୍ତା ପ୍ରକଟ କରିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ତେବେ ଟେଷ୍ଟ ପିଜିଟିଭ ରେଟ, ଆକ୍ଟିଭ କେସକୁ ଦେଖି ଖୋର୍ଦ୍ଧାକୁ ରେଡ୍ ଜୋନ୍ ଘୋଷଣା କରିଛି ସ୍ୱାସ୍ଥ୍ୟ ବିଭାଗ । ସଚେତନତା ହିଁ ସଂକ୍ରମଣ ରୋକିବ । ତେଣୁ ପାର୍ବଣରେ ଭିଡ ନକରି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ।

ସୂଚନା ଯୋଗ୍ୟ ଯେ, ଆଜି ରାଜ୍ୟରେ ମୋଟ ୬୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୩୫୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।