ଓ୍ବାର୍କ ଲୋଡ ପରିଚାଳନା କ୍ରିକେଟ ପାଇଁ ଏକ ବଡ଼ ଆହ୍ବାନ: ରାହୁଲ ଦ୍ରାବିଡ

1 min read

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ବକପ ଥିଲା ବିରାଟ କୋହଲିଙ୍କ ଟି-୨୦ରେ ଶେଷ ଅଧିନାୟକତ୍ବ । ଟି-୨୦ ବିଶ୍ବକପ ପରେ ଟି-୨୦ ଅନ୍ତର୍ଜାତୀୟରୁ ଅଧିନାୟକ ପଦ ଛାଡିଥିଲେ ବିରାଟ କୋହଲି । ସେହିପରି ଭାରତୀୟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ତେବେ ଟି-୨୦ ବିଶ୍ବକପରେ ଗ୍ରୁପ୍ ଷ୍ଟେଜରେ ପରାଜୟ ପରେ ଆସନ୍ତାକାଲିଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଉଭୟ ନୂଆ ଅଧିନାୟକ ଓ ନୂଆ କୋଚ ସହ ବୁଧବାର ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ରବି ଶାସ୍ତ୍ରୀଙ୍କ ପରେ ଭାରତୀୟ ଦଳର ମୁଖ୍ୟ କୋଚ ଭାବରେ ରାହୁଲ ଦ୍ରାବିଡଙ୍କୁ ଦାୟିତ୍ବ ମିଳିଥିବାବେଳେ ଟି-୨୦ ଅନ୍ତର୍ଜାତୀୟରେ ଅଧିନାୟକତ୍ବ ଭାର ସମ୍ଭାଳିବେ ରୋହିତ ଶର୍ମା । ତେବେ ଭାରତୀୟ ଦଳର ମୁଖ୍ୟ କୋଚ ହେବା ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ପ୍ରେସ କନଫରେନ୍ସ କରିଥିଲେ ରାହୁଲ ଦ୍ରାବିଡ । ତାଙ୍କ ସହ ନୂଆ କରି ଅଧିନାୟକ ହୋଇଥିବା ରୋହିତ ଶର୍ମା ମଧ୍ୟ ଥିଲେ ।

ରାହୁଲ ଦ୍ରାବିଡ ଏହି ପ୍ରେସ କନଫରେନ୍ସରେ କହିଥିଲେ କି ଏପର୍ଯ୍ୟନ୍ତ କିଛି ଖେଳାଳିଙ୍କ ସହ କଥା ହୋଇଛି । କାହିଁକି ନା ଖେଳାଳିମାନଙ୍କୁ ଟି-୨୦ ବିଶ୍ବକପ ସମୟରେ ବିବ୍ରତ କରିବାକୁ ଚାହୁଁ ନଥିଲି । କିନ୍ତୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହ କଥା ହୋଇଛି । ରାହୁଲ ଦ୍ରାବିଡ ଆହୁରି କହିଛନ୍ତି କି ଆମେ କେଉଁ ଫର୍ମାଟକୁ ଗୁରୁତ୍ବ ଦେଉନାହୁଁ । କାହିଁକି ନା ଆମ ପାଇଁ କ୍ରିକେଟର ସବୁ ଫର୍ମାଟ ଗୁରୁତ୍ବପୂର୍ଣ୍ଣ । ଖେଳାଳି ଏବଂ ସାଧାରଣ ମଣିଷ ଭାବରେ ଆମେ ସବୁଦିନ ଭଲ କରାବାକୁ ଚେଷ୍ଟା କରିବୁ । ଓ୍ବାର୍କ ଲୋଡ ପରିଚାଳନ ଏବେ କ୍ରିକେଟର ଅଂଶ ବିଶେଷ ହୋଇଯାଇଛି । କାହିଁକି ନା ଫୁଟବଲ ପରି ଏବେ କ୍ରିକେଟରେ ବି ସିଜିନ ହୋଇଯାଇଛି । ଖେଳାଳିମାନେ କିପରି ଉଭୟ ଶାରୀରିକ ଓ ମାନସିକ ଭାବରେ ଫିଟ ରହିବେ ତାହା ଉପରେ ଫୋକସ ଦେବାକୁ ପଡ଼ିବ ଯାହା ଦ୍ବାରା ସେମାନେ ଏକ ସନ୍ତୁଳନ ରକ୍ଷା କରିପାରିବେ । ଯାହା ଦ୍ବାରା ସବୁ ଖେଳାଳି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ପସ୍ତୁତ ରହି ପାରିବେ ।

ତେବେ ଏହି ପ୍ରେସ୍ କନଫରେନ୍ସ ସମୟରେ ଯେତେବେଳେ ରାହୁଲ ଦ୍ରାବିଡଙ୍କ ପଚରାଯାଇଥିଲା କି ଜୁନିଅର ଟିମ୍ ଓ ସିନିୟର ଟିମକୁ କୋଚିଂରେ କ’ଣ ଅନ୍ତର ରହିବ । ସେତେବେଳେ ରାହୁଲ କହିଥିଲେ କି ସବୁ ସମୟରେ କୋଚଂ ପଦ୍ଦତି ଭିନ୍ନ ଭିନ୍ନ ରହିଥାଏ । ଯଦିଓ କିଛି କିଛି ସମାନ ରହିଥାଏ କିନ୍ତୁ ମୁଁ ଯାହା ଅଣ୍ଡର-୧୯ରେ କରିଥିଲି ତାହା ଏବେ ସିନିୟର ଟିମରେ କରାଯାଇପାରିବ ନାହିଁ ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଟିମର ନୂଆ କରି କୋଚ ହୋଇଥିବା ରାହୁଲ ଦ୍ରାବିଡ ।

Leave a Reply