spot_img
Home Blog Page 5082

ପୁରୀରେ ବ୍ରାଉନସୁଗାର କାରବାର: ୫ଜଣ ଡ୍ରଗ୍ସ ବେପାରୀ ଗିରଫ, ୨୫୨ ଗ୍ରାମ ଜବତ

ପୁରୀ: ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ୫ ଜଣ ଡ୍ରଗ୍ସ ବ୍ୟବସାୟୀ ଗିରଫ । ୫ ଜଣ ଡ୍ରଗ୍ସ ବ୍ରବସାୟୀଙ୍କୁ ଗିରଫ କରିଛି ପୁରୀ ଏସଟିଏଫ୍ । ଏନେଇ ବଳିଆପଣ୍ଡା ଥାନାରେ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତଙ୍କ ପାଖରୁ ୨୫୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଘଟଣାରେ ଗୋଟିଏ ବାଇକ, ଗୋଟିଏ କାର, ୧୧ଟି ମୋବାଇଲ ଫୋନ, ଦୁଇଟି ଡେବିଟ କାର୍ଡ ଜବତ ହୋଇଛି । ଅଭିଯୁକ୍ତ ମାନେ ବଳିଆପଣ୍ଡା ବାଇପାସ ରାସ୍ତାରେ ଡ୍ରଗ୍ସ ବ୍ୟବସାୟ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଓ ଏସଟିଏଫ ମିଳିତ କରି ଏମାନଙ୍କୁ ଗିରଫ କରିଛି ।

ଏଥିସହିତ ପଢ଼ନ୍ତୁ: ଖୋଲୁଛି ମନୀଷଙ୍କ ମୃତ୍ୟୁ ରହସ୍ୟ: ଆତ୍ମସମର୍ପଣ କଲେ ୨ ସନ୍ଦିଗ୍ଧ

 

ପାକିସ୍ତାନୀ ଆତଙ୍କବାଦୀର ସ୍ୱୀକାରୋକ୍ତି: ୨୦୧୧ ହାଇକୋର୍ଟ ବିସ୍ଫୋରଣରେ କରିଥିଲା ରେକି

ନୂଆଦିଲ୍ଲୀ: ସନ୍ଦିଗ୍ଦ ପାକିସ୍ତାନୀ ଆତଙ୍କବାଦୀଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଦିଲୀ ପୋଲିସ । ସ୍ୱତନ୍ତ୍ର ସେଲ ମଙ୍ଗଳବାର ଯେଉଁ ସନ୍ଦିଗ୍ଧ ପାକିସ୍ତାନୀ ଆତଙ୍କୀ ମହମ୍ମଦ ଅସରଫଙ୍କୁ ଧରିଥିଲେ ସେ ପଚରାଉଚରା ବେଳେ ବହୁ ବିଷୟରେ ଖୁଲାସା କରିଛି । ମିଳିଥିବା ସୂଚନା ମୁତାବକ, ୨୦୧୧ ମସିହାରେ ହାଇକୋର୍ଟ ବାହାରେ ଯେଉଁ ବ୍ଳାଷ୍ଟ ହୋଇଥିଲା ସେହି ସମୟରେ ଏହି ଅଭିଯୁକ୍ତ ଜଣଙ୍କ ରେକି କରିଥିଲେ ।

ତେବେ ସେ ସେହି ବ୍ଳାଷ୍ଟରେ ସାମିଲ ଥିଲା କି ନାହିଁ ତାହା ପଚରାଉଚରା ପରେ ହିଁ ସ୍ପଷ୍ଟ ହେବ । ଅସରଫ୍ ଠାରୁ NIA, RAW’ ଏବଂ MI ମଧ୍ୟ ଦୀର୍ଘ ସମୟ ଧରି ପଚରାଉଚରା କରିଛି । ଏହା ବ୍ୟତୀତ ୨୦୧୧ରେ ଏହି ସନ୍ଦିଗ୍ଧ ଜଣଙ୍କ ଆଇଟିଆଇ ସ୍ଥିତ ହେଡକ୍ୱାଟର (ପୁରୁଣା ପୋଲିସ ହେଡକ୍ୱାଟର)ର ମଧ୍ୟ ରେକି କରିଥିଲା । ଏହି ବ୍ୟକ୍ତିଜଣଙ୍କ ଦେଇଥିବା ସୂଚନା ଅନୁଯାୟୀ ସେ ଥରେ ରେକି କରିଥିଲେ କିନ୍ତୁ କିଛି ବିଶେଷ ସୂଚନା ମିଳିନଥିଲା । କାହିଁକି ନାଁ ବାହାର ଲୋକଙ୍କୁ ପୋଲିସ ଡାଇରେକ୍ଟର ରହଣୀ ନେଇ ଅନୁମତି ଦେଉନଥିଲେ । ଏଥିସହିତ ଆଇଏସବିଟିର ମଧ୍ୟ ରେକି କରି ଏ ସମ୍ପର୍କିତ ସୂଚନା ପାକିସ୍ତାନ ହ୍ୟାଣ୍ଡଲର୍ସଙ୍କୁ ପଠାଇଥିଲା । ତେବେ ଅସରଫ୍ ଦିଲ୍ଳୀର କୌଣସି ବିସ୍ଫୋରଣରେ ସିଧାସଳଖ ସାମିଲ ରହିଛି କି ନାହିଁ ଏ ନେଇ ମଧ୍ୟ ତଦନ୍ତ ଚାଲିଛି ।

୧. ୨୦୦୯ ଜୁନ୍‌ରେ ଜମ୍ମୁ ବସଷ୍ଟାଣ୍ଡ ଉପରେ ବ୍ଳାଷ୍ଟ ହୋଇଥିଲା । । ୩ରୁ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଇଏସ୍ଆଇର ଅଧିକାରୀ ନାସିର କହିବା ପରେ ଆକ୍ରମଣ ହୋଇଥିଲା ।

୨, ୨୦୧୧ ମସିହାରେ ଦିଲ୍ଳୀ ହାଇକୋର୍ଟ ବ୍ଳାଷ୍ଟରେ ରେକି କରିଥିଲା । ଏହି ବିସ୍ଫୋରଣ ଭିଆଇବା ଲାଗି ୨ ଜଣ ପାକିସ୍ତାନୀ ଆସିଥିଲେ

୩. ଜମ୍ମୁ କଶ୍ମୀରରେ ୫ ଆର୍ମି ଯବାନଙ୍କୁ ଅତି ନିଷ୍ଠୁରତାର ସହ ହତ୍ୟା କରାଯାଇଥିଲା

୪. ଆଇଏସ୍‌ଆଇର ଅଫିସର ନାସିରର କହିବା ପରେ ଜମ୍ମୁ କଶ୍ମୀରରେ ଅସ୍ତ୍ର-ଶସ୍ତ୍ର ସପ୍ଳାଏ କରିବାକୁ ଯାଇଥିଲା ।

୫. ଆଇଏସ୍‌ଆଇ ଅଫିସର କଥାବାର୍ତ୍ତା ସବୁବେଳେ ଇ-ମେଲ ଜରିଆରେ ହିଁ ହୋଇଥାଏ । ଇମେଲ୍‌ରେ ଡ୍ରାଫ୍ଟରେ ମେସେଜ୍ ଛଡ଼ାଯାଏ

ଖୋଲୁଛି ମନୀଷଙ୍କ ମୃତ୍ୟୁ ରହସ୍ୟ: ଆତ୍ମସମର୍ପଣ କଲେ ୨ ସନ୍ଦିଗ୍ଧ

ଭୁବନେଶ୍ୱର: ମନୀଷ ଅନୁରାଗ ମୃତ୍ୟୁ ମିଷ୍ଟ୍ରି । ଖୋଲିଲା ଆଉ ଏକ ରହସ୍ୟ । ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କଲେ ଦୁଇ ସନ୍ଦିଗ୍ଧ । ଦୁଇ ସନ୍ଦିଗ୍ଧ ହେଲେ ଲିଟୁ ଓରଫ ଦିନେଶ ମହାପାତ୍ର ଓ ମୁନା ଓରଫ ମୃତ୍ୟୁଞ୍ଜୟ । ମୃତ୍ୟୁ ପୂର୍ବରୂ ଏହି ଦୁଇ ଜଣ ହୋଟେଲରେ ମନୀଷଙ୍କ ସହ ଥିଲେ । ସନ୍ଦେହରେ ପୋଲିସ ଉଭୟ ଲିଟୁ ଓ ମୁନ୍ନାଙ୍କୁ ଖୋଜୁଥିଲା ।

ଆଜି ଉଭୟଙ୍କୁ ଭୁବନେଶ୍ୱର ଆଣି ଅଧିକ ପଚରାଉଚରା କରିବ ପୋଲିସ । ଲିଟୁ ଓ ମୁନ୍ନାଙ୍କୁ ଘଟଣା ଦିନ ଫେରାର କରିବା ଅଭିଯୋଗରେ ହିମାଂଶୁ ନାମକ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ । ସମୁଦାୟ ୪ ଜଣଙ୍କୁ ଅଟକ ରଖି ପୋଲିସ ମନୀଷ ମୃତ୍ୟୁ ରହସ୍ୟ ଖୋଜିବାରେ ଲାଗିଛି । ସେପଟେ ଗତକାଲି ମନୀଷଙ୍କ ମୃତ୍ୟୁ ପୂର୍ବର ଶେଷ ଫଟୋ ସାମ୍ନାକୁ ଆସିଥିଲା ।

 

ପାତ୍ରପଡ଼ା ସାଉଥ୍‌ ସିଟି ବାର ନିକଟ ରାସ୍ତାରେ ଚାଲି ଯାଉଥିବାର ସିସିଟିଭି ଫଟୋ ଆସିଥିଲା । ହୋଟେଲ୍‌ରୁ ବାହାରି ମନୀଷ ସାଙ୍ଗଙ୍କ କାର ନିକଟକୁ ଯାଉଥିବା ବେଳର ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ହୋଟେଲ୍‌ରୁ ବାହାରିବା ପରେ ମନୀଷ କୁଆଡ଼େ ଯାଇଥିଲେ ? କେମିତି ହୋଇଥିଲା ମୃତ୍ୟୁ ? ପୋଖରୀ ପାଖକୁ କେମିତି ଗଲେ ମନୀଷ ? ମୃତ୍ୟୁ ପଛରେ ରହିଛି କି ସାଙ୍ଗଙ୍କ ଲିଙ୍କ ? ଶେଷ ଫଟୋରୁ ମନୀଷ ମୃତ୍ୟୁର ସୁରାକ୍‌ ଖୋଜୁଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ନିରୁପମାଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଭାଙ୍ଗିଛି ବେକ ହାଡ଼

ନିଖୋଜ ଆଲିବାବା ଗ୍ରୁପର ପ୍ରତିଷ୍ଠାତା ଜାକ ମାଙ୍କ ମିଳିଲା ସନ୍ଧାନ!

ନୂଆଦିଲ୍ଲୀ: କଳ୍ପନା ଜଳ୍ପନାର ଅବସାନ । ନିଖୋଜ ଆଲିବାବା ଗ୍ରୁପର ପ୍ରତିଷ୍ଠାତା ଜାକ ମାଙ୍କ ମିଳିଛି ସନ୍ଧାନ । ସେ ହଂକଂରେ ରହିଛନ୍ତି ଏବଂ ସେଠାରୁ ନିଜର ବ୍ୟବସାୟ ପରିଚାଳନା କରୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଗତବର୍ଷ ଅକ୍ଟୋବରରେ ସେ ସାଂଘାଇରେ ଏକ ସଭାରେ ଚୀନର ଆର୍ଥିକ କଟକଣା ବିରୋଧରେ ସ୍ବର ଉତ୍ତୋଳନ କରିବା ପରେ ପରେ ନିଖୋଜ ହୋଇଯାଇଥିଲେ । ଏନେଇ ଅନେକ ପ୍ରକାର ଚର୍ଚ୍ଚା ହେଉଥିଲା । ସେ ହଂକଂରେ ସାଧାରଣ ଲୋକଙ୍କ ପରି ରହିଛନ୍ତି ଏବଂ କମ୍ପାନିର ଅଫିସରମାନଙ୍କୁ ଭେଟୁଥିବା ଜଣାଯାଇଛି । ଚୀନର ଆର୍ଥିକ ନୀତିକୁ ସମାଲୋଚନା କରିବା ପରେ ତାଙ୍କ ସ୍ଥିତି ଏପରି ହୋଇଥିଲା ଯେ, ସେ ନିଜର ଆଣ୍ଟ ଗ୍ରୁପର ମେଗା ଆଇପିଓ ରଦ୍ଦ କରିଥିଲେ ।

 

ଚୀନ ସରକାରଙ୍କୁ ବିରୋଧ କରିବା ପରଠାରୁ ସେ ଖୁବ୍ କମ୍ ଲୋକଙ୍କୁ ଭେଟିଥିଲେ । ପରେ ସେ ନିଖୋଜ ହୋଇଯାଇଥିଲେ । ତାଙ୍କ ସମ୍ପର୍କରେ ବି ଆଲିବାବା କମ୍ପାନୀ କର୍ତ୍ତୃପକ୍ଷ ନୀରବ ରହିଥିଲେ । ଚୀନର ସବୁଠାରୁ ଶକ୍ତିଶାଳୀ କମ୍ପାନିର ମାଲିକ ଭାବେ ଜାକ ମା ଚୀନ ସରକାରଙ୍କ ସବୁଠାରୁ ବଡ଼ ସମାଲୋଚକ ଥିଲେ । ନିଖୋଜ ହେବା ପୂର୍ବରୁ ଜାକ ମା ପୂର୍ବ ଚୀନର ହାଙ୍ଗଝୁ ସହରରେ ରହୁଥିଲେ । ସେଠାରୁ ସେ ତାଙ୍କ ବ୍ୟବସାୟ ସାମ୍ରାଜ୍ୟ ସମ୍ଭାଳୁଥିଲେ । ତିନିମାସ ତଳେ ଏକ ଭିଡିଓରେ ସେ କିଛି ଶିକ୍ଷକଙ୍କ ସହ ଆଲୋଚନା କରୁଥିବା ଦେଖାଯାଇଥିଲା । ମାତ୍ର ତାଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳି ନଥିଲା । ଗତ ମେ ମାସରେ ସେ ହାଙ୍ଗଝୁସ୍ଥିତ ନିଜ ଘରକୁ ଯାଇଥିଲେ ବି ଏହା ଅତି ଗୋପନୀୟ ଥିଲା । ଗତ ସେପ୍ଟେମ୍ବର 1ରେ ବି ସେ ଝେଜିଆଙ୍ଗ ପ୍ରଜାତନ୍ତ୍ରକୁ ଯ଼ାଇଥିବା ନେଇ ଚର୍ଚ୍ଚା ହୋଇଥିଲା ।

ଅପରାହ୍ଣରେ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ୱାଇ: ଆଜି କୋର୍ଟରେ କଣ ହେବ ଆର୍ଯ୍ୟନଙ୍କ ଭାଗ୍ୟ । ବେଲ୍ ମିଳିବ ନା ପୁଣି ଜେଲ । କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ଶାହାରୁଖଙ୍କ ପୁଅ ଆର୍ଯ୍ୟାନଙ୍କ ଆଜି ପୁଣି ହେବ ଜାମିନ ଶୁଣାଣି । ଅପରାହ୍ନ ୨ଟା ୪୫ରେ ଜାମିନ ଆବେଦନର ଶୁଣାଣି କରିବେ କୋର୍ଟ । ପୂର୍ବରୁ ବେଲ୍ ଆବେଦନ କରି ତିନି ଥର ନିରାଶ ହୋଇ ସାରିଛନ୍ତି ଆର୍ଯ୍ୟନ । ଗତ ୧୧ ତାରିଖରେ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ହେବାର ଥିଲା ।

ମାତ୍ର କୋର୍ଟ ତାହାକୁ ଆଜି ପାଇଁ ସ୍ଥଗିତ ରଖିଥିଲେ । ଗିରଫ ପରେ ବାରମ୍ବାର କୋର୍ଟରୁ ନିରାଶ ହୋଇ ଆର୍ଯ୍ୟନ ଏବେ ମୁମ୍ବାଇ ଜେଲରେ ଅଛନ୍ତି । ମାମଲା ଗମ୍ଭୀର ଥିବାରୁ ତଳ କୋର୍ଟରେ ନୁହେଁ, ସେସନ୍ କୋର୍ଟକୁ ଯିବା ପାଇଁ ପୂର୍ବରୁ ଆର୍ଯ୍ୟନଙ୍କ ଓକଲିଙ୍କୁ କହିଥିଲେ କୋର୍ଟ । କୋର୍ଟରେ ଶୁଣାଣି ବେଳେ ଏନସିବି ଓ ଆର୍ଯ୍ୟନଙ୍କ ଓକିଲଙ୍କ ମଧ୍ୟରେ ହୋଇଥିଲା ଜବରଦସ୍ତ ଯୁକ୍ତିତର୍କ । ତଥାପି ଏପର୍ଯ୍ୟନ୍ତ ଆର୍ଯନଙ୍କୁ ଜାମିନ ମିଳିପାରିନାହିଁ । ତେବେ ଆଜି ତାଙ୍କୁ ଜାମିନ ମିଳିବ କି ନାହିଁ ତାହା ଉପରେ ନଜର ।

 

 

ମାଓ ମୁକାବିଲା ଦିଗରେ ମାଲକାନଗିରି ପୋଲିସକୁ ବଡ଼ ସଫଳତା: ଜିଲ୍ଲା ଗସ୍ତରରେ ଯିବେ ଡିଜିପି

ମାଲକାନଗିରି: ଗତ କିଛି ଦିନ ପରେ ମାଲକାନଗିରି ପୋଲିସକୁ ମିଳିଲା ଏକ ବଡ଼ ଧରଣର ସଫଳତା। ମାଲକାନଗିରି ଜିଲ୍ଲାକୁ ଏକ ସମ୍ପୂର୍ଣ୍ଣ ମାଓମୁକ୍ତ ଅଞ୍ଚଳ ଭାବେ ପରିଣତ କରିବାକୁ ପୋଲିସର ଏହା ଏକ ଦୃଢ଼ ପଦକ୍ଷେପ। ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ଼ ସବୁବେଳେ ମାଓବାଦୀଙ୍କ କାର୍ଯ୍ୟକଳାପ ପାଇଁ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଏହି ପାହାଡର ଅପର ପାର୍ଶ୍ଵରେ ଛତିଶଗଡ଼ ରହିଥିବା ଯୋଗୁଁ ମାଓବାଦୀଙ୍କ ପାଇଁ ସୁରକ୍ଷା ସ୍ଥଳୀ ଭାବେ ପରିଗଣିତ ହୋଇଆସୁଛି। ହେଲେ ଏହି ଅଞ୍ଚଳ ଉପରେ ଏବେ ପୋଲିସ ଓ ସୁରକ୍ଷା ବାହିନୀର ଫୋକସରେ ରହିଛି ।

ଗତକାଲି ଆରମ୍ଭ ହୋଇଥିଲା ମାଓଦମନ ଅପରେସନ। ସାମିଲ ହୋଇଥିଲେ SOG ଓ DVF ଯବାନ । ସର୍ଚିଂ ଅପରେସନ କରିବା ବେଳେ ମୁହାଁମୁହିଁ ହୋଇଥିଲେ ମାଓବାଦୀଙ୍କ ସହ। ଯବାନଙ୍କୁ ଦେଖି ମାଓବାଦୀ ଗୁଳି ଚଳାଇବାରୁ କାଉଣ୍ଟର ଜବାବ ଦେଇଥିଲା ପୋଲିସ । ଏହି ଘଟଣାରେ ୨ ମହିଳା, ମାଓବାଦୀ ସମେତ ୩ଜଣ ନିହତ ହୋଇଥିଲେ। ତୁଳସୀ ପାହାଡ଼ ଅପରେସନ ସାରି ଆଜି ଫେରିଛନ୍ତି ପୋଲିସ ଟିମ। ଦୀର୍ଘ ୧୮ ରୁ ୨୦ ଘଣ୍ଟାର ଅପରେସନ ଚାଲିଥିଲା । ୩ ମାଓବାଦୀଙ୍କ ଶବ ଓ ମାଓ ସାମଗ୍ରୀ ସହ ଫେରିଲା ଏହି ଦଳ। ଆଜି ଡିଜିପି ଅଭୟ କୁମାର ମାଲକାନଗିରି ପହଁଚି ଘଟଣାର ସମୀକ୍ଷା କରୁଛନ୍ତି । ତୁଳସୀ ପାହାଡ଼ ଏନକାଉଣ୍ଟର ଘଟଣାର ମଧ୍ୟ ସେ ସମୀକ୍ଷା କରୁଛନ୍ତି । ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ଓ ମାଓଦମନ ନେଇ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିବେ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଆଣ୍ଡାମାନ ସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ

ଲାଞ୍ଜିଗଡ଼ରେ ହାତୀ ଉତ୍ପାତ: ଘରେ ପଶି ଆସବାବପତ୍ର ଭାଙ୍ଗିଲେ

କଳାହାଣ୍ଡି: ଲାଞ୍ଜିଗଡ ବ୍ଳକର ଛତ୍ରପୁର ପଞ୍ଚାୟତ ମସ୍କାପଦର ଗାଁରେ ହାତୀ ଆତଙ୍କ । କଲୋନୀ ପଡ଼ାର ଲିଙ୍ଗରାଜ ମାଝୀ ଓ ଖଜୁରପଦର ଗାଁର ସୁବର୍ଣ୍ଣ ମାଝୀ, ମେଣ୍ଡି ମାଝୀଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ହାତୀଙ୍କ ଉତ୍ପାତ । ହାତୀପଲ ପଶି ସେମାନଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଆସବାବ ପତ୍ର ଓ ଧାନ ଚାଉଳ ନଷ୍ଟ କରିଦେଇଛନ୍ତି। ଘଟଣା ସମ୍ପର୍କରେ ସ୍ଥାନୀୟ ବିଡ଼ିଓ ଜାଣିବା ପରେ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ଚାଉଲ ଯୋଗାଇ ଦିଆଯିବ ବୋଲି କହିବା ସହ ପାଇଁ ତହସିଲଦାର ପଲିଥିନ ଓ ବନ ବିଭାଗ ପକ୍ଷରୁ ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ରେଞ୍ଜ ଅଧିକାରୀ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଶିକ୍ଷକ କଲୋନୀରେ ବଡ଼ ଧରଣର ଲୁଟ: ଦେଢ଼ ଲକ୍ଷ ନଗଦ ସହ ୩ଭରି ସୁନା ଲୁଟ୍

ଶିକ୍ଷକ କଲୋନୀରେ ବଡ଼ ଧରଣର ଲୁଟ: ଦେଢ଼ ଲକ୍ଷ ନଗଦ ସହ ୩ଭରି ସୁନା ଲୁଟ୍

ବୌଦ୍ଧ: ପୁରୁଣାକଟକ ଥାନା ଚାରି ଛକ ସ୍ଥିତ ଏସବିଆଇ ଶାଖା ନିକଟରେ ଥିବା ଶିକ୍ଷକ କଲୋନୀରେ ଏକ ବଡ଼ ଧରଣର ଲୁଟ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ସମତେ ଶିକ୍ଷକ ଦାମଦର ରାଉତ ଏବଂ ତାଙ୍କ ପତ୍ନୀ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ୩ଦିନ ପୂର୍ବରୁ ବାହାରକୁ ଯାଇଥିଲେ।ଘରେ କେହି ନଥିବା ବେଳେ ସେମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘରର ତାଲା ଓ ଗଡ଼ରେଜ ଭାଙ୍ଗି ଅଜଣା ଦୁର୍ବୃତ୍ତ ମାନେ ଦେଢ଼ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ଟଙ୍କା, ସୁନା ୩ ଭରି ଓ ରୁପା ୫୦ ଗ୍ରାମ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ସେମାନେ ଘରକୁ ଫେରି ଘରର ବିଭିନ୍ନ ବଖରାର ତାଲା ଓ ଗଡ଼ ରେଜ ସବୁ ଭଙ୍ଗା ଯାଇଥିବା ଦେଖିବାକୁ ପାଇବା ପରେ ପୁରୁଣାକଟକ ଥାନାକୁ ଜଣାଇଥିଲେ।ପୋଲିସ ଘଟଣା ସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରି ଚୋରୀ ହୋଇଥିବା ଘର ପାଖରେ ରହୁଥିବା ପଶ୍ଚିମବଙ୍ଗ ଅଞ୍ଚଳର ବଙ୍ଗାଳି ମିସ୍ତ୍ରୀ ମାନଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ମଣ୍ଡପରେ ଆଜି ମାଆଙ୍କ ମହାଷ୍ଟମୀ, ପୀଠରେ ନବମୀ: କୋଭିଡ କଟକଣା ମଧ୍ୟରେ ଚାଲିଛି ଆରାଧାନା

କଟକ/ଭୁବନେଶ୍ୱର: କୋଭିଡ ସଂକଟରେ ଧରାବତରଣ କରିଛନ୍ତି ମାଆ । କଟକଣାରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ନାହିଁ ସୁଉଚ୍ଚ ତୋରଣ କିମ୍ବା ଆଖି ଝଲସିଲା ପରି ଆଲୁଅ ମାଳା । କେବଳ ବିଧି ଅନୁସାରେ ଚାଲିଛି ମାଆଙ୍କ ଆରାଧନା । ଆଜି ମଣ୍ଡପରେ ମାଆଙ୍କର ମହାଷ୍ଟମୀ, ପୀଠରେ ନବମୀ ପୂଜା । ଆଜି ଅଷ୍ଟମୀରେ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି ।

ମହିଳା ମାନେ ମଣ୍ଡପରେ ଦୁର୍ଗାଷ୍ଟମୀ ବ୍ରତ ପୂଜା କରି ଧାରଣ କରିବେ । ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଷୋଡଶ ଉପଚାର ପୂଜାର୍ଚ୍ଚନା ହେଉଛି । ଆଜି ମାଆ କଟକ ଚଣ୍ଡୀ ଗଡଚଣ୍ଡୀ ସହିତ ଅନ୍ୟ ଶକ୍ତିପୀଠରେ ମଧ୍ୟ ନବମୀ ପୂଜା ଅନୁଷ୍ଠିତ ହେବ । ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି କଟକ ଚଣ୍ଡୀ । ସେହିଭଳି ଗଡଚଣ୍ଡୀ ମହାକାଳି ବେଶରେ ଦର୍ଶନ ଦେଉଛନ୍ତି । ଆସନ୍ତାକାଲିଠୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । ଶୁକ୍ରବାର ଦଶମୀରେ ପୂଜା ଅନୁଷ୍ଠିତ ହେବ ।

IPL 2021: ଦ୍ୱିତୀୟ କ୍ୱାଲିଫାୟାରରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ – କୋଲକାତା ନାଇଟ ରାଇଡର୍ସ

ଦୁବାଇ: ଫଟାଫଟ କ୍ରିକେଟରେ ଆଜି ଖେଳାଯିବ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ । ଚଳିତ ଆଇପିଏଲରେ ଆଜି ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍ । ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ । କିଏ ପାଇବ ଫାଇନାଲ୍ ଟିକେଟ୍ । ଶକ୍ତିଶାଳୀ ଚେନ୍ନାଇକୁ କିଏ ଦେବ ଚ୍ୟାଲେଞ୍ଜ ? ଏନେଇ ଆଜି ମ୍ୟାଚରେ ହେବ ଫଇସଲା । ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବ ହାଇଭୋଲଟେଜ୍ ମ୍ୟାଚ୍ ।

ପୂର୍ବରୁ ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ଚେନ୍ନାଇଠୁ ପରାସ୍ତ ହୋଇ ଦ୍ୱିତୀୟ ସୁଯୋଗ ପାଇଛି ଦିଲ୍ଲୀ । ଏହାର ଫାଇଦା ଉଠାଇ ଚେନ୍ନାଇକୁ ପୁଣି ଟକ୍କର ଦେବାକୁ ଆପ୍ରାଣ ଉଦ୍ୟମ କରିବ ଦଳ । ସେପଟେ ଏଲିମିନେଟର୍ ମ୍ୟାଚରେ ଆରସିବିକୁ ଚେକ୍ ଦେଇ କ୍ୱାଲିଫାୟାରକୁ ଆସିଛି କେକେଆର୍ । କୋଲକାତା ମଧ୍ୟ ଆଜିର ମ୍ୟାଚ୍ ଜିତି ଟ୍ରଫି ହାତେଇବା ଦିଗରେ ଅଗ୍ରସର ହେବାକୁ ଚେଷ୍ଟା କରିବ । ତେବେ ଫଳାଫଳ ଅପେକ୍ଷାରେ ରହିଛନ୍ତି କ୍ରିକେଟ ପ୍ରେମୀ ।