୨୯ ବର୍ଷ ପରେ ପାକିସ୍ତାନକୁ ଫେରିଲା ଆଇସିସି ଟୁର୍ଣ୍ଣାମେଣ୍ଟ; ୨୦୨୫ରେ ଆୟୋଜକ ହେବ ପାକିସ୍ତାନ

1 min read

ନୂଆଦିଲ୍ଲୀ: ୨୯ ବର୍ଷ ପରେ ପାକିସ୍ତାନକୁ ଫେରିଛି ଆଇସିସି ଟୁର୍ଣ୍ଣାମେଣ୍ଟ । ୧୯୯୬ ଦିନିକିଆ ବିଶ୍ବକପ ଆୟୋଜନ ପରେ ପ୍ରଥମ ଥର ପାଇଁ ୨୦୨୫ରେ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବ ଆଇସିସି ଟୁର୍ଣ୍ଣାମେଣ୍ଟ । ଏନେଇ ଆଜି ଆଇସିସି ପକ୍ଷରୁ ବିଦ୍ଧିବଦ୍ଧ ଭାବରେ ଘୋଷଣା କରିଛି । ଆଜି ଆଇସିସି ୨୦୨୪ରୁ ୨୦୩୧ ମସିହା ପର୍ଯ୍ୟନ୍ତ ହ୍ବାଇଟ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହୋଷ୍ଟ କେଉଁ ଦେଶ କରିବ ତାହା ଘୋଷଣା କରିଛି । ଏହି ୨୦୨୪ରୁ ୨୦୩୧ ମସିହା ମଧ୍ୟରେ ଆଇସିସିର ୧୧ଟି ପୂର୍ଣ୍ଣ କାଳୀନ ମେମ୍ବର ଥିବା ଦେଶ ଓ ୩ଟି ଆସୋସିଏଟ ମେମ୍ବର ଥିବା ଦେଶ ୮ଟି ଆଇସିସି ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବାକୁ ଯାଉଛି । ଏଥି ମଧ୍ୟରେ ଦୁଇଟି ଦିନିକିଆ ବିଶ୍ବକପ, ଚାରୋଟି ଟି-୨୦ ବିଶ୍ବକପ ଥିବାବେଳେ ଦୁଇଟି ଚମ୍ପିଆନ୍ସ ଟ୍ରଫି ମଧ୍ୟ ରହିଛି ।

ତେବେ ଏହି ଭିତରେ ସବୁଠାରୁ ବଡ଼ କଥା ହେଉଛି ଏହି ଆଇସିସି ଟୂର୍ଣ୍ଣାମେଣ୍ଟ ମଧ୍ୟରୁ ପାକିସ୍ତାନ ଏକ ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବାକୁ ଯାଉଛି । ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବ । ୨୦୨୫ରେ ହେବାକୁ ଥିବା ଆଇସିସି ଚମ୍ପିଆନ୍ସ ଟ୍ରଫି ହୋଷ୍ଟ କରିବ ପାକିସ୍ତାନ । ଶେଷ ଥର ପାଇଁ ପାକିସ୍ତାନ ୧୯୯୬ରେ ଭାରତ ସହ ମିଶି ଦିନିକିଆ ବିଶ୍ବକପ ହୋଷ୍ଟ କରିଥିଲା । ଯଦି ଭାରତ କଥା କହିବା ତାହାଲେ ଭାରତ ତିନୋଟି ଆଇସିସି ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଷ୍ଟ କରିବ । ଭାରତ ୨୦୨୬ରେ ହେବାକୁ ଥିବା ଟି-୨୦ ବିଶ୍ବକପରେ ଭାରତ ଶ୍ରୀଲଙ୍କା ସହ ହୋଷ୍ଟ କରୁଥିବାବେଳେ ୨୦୨୯ ଚମ୍ପିଆନ୍ସ ଟ୍ରଫି ଭାରତ ଏକାକୀ ହୋଷ୍ଟ କରିବ । ସେହିପରି ଭାବରେ ୨୦୩୧ ଦିନିକିଆ ବିଶ୍ବକପ ବାଂଲାଦେଶ ସହ ମିଶି ଭାରତ ହୋଷ୍ଟ କରିବ ।

୨୦୨୪ରୁ ୨୦୩୧ ମଧ୍ୟରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା ଦେଶଗୁଡିକ ହେଉଛି

୨୦୨୪ ଟି-୨୦ ବିଶ୍ବକପ-  ଓ୍ବେଷ୍ଟଇଣ୍ଡିଜ୍ ଏବଂ ୟୁନାଇଟେଡ ଷ୍ଟେଟ୍ସ ଅଫ ଆମେରିକା

୨୦୨୫ ଚମ୍ପିଆନ୍ସ ଟ୍ରଫି- ପାକିସ୍ତାନ

୨୦୨୬ ଟି-୨୦ ବିଶ୍ବକପ- ଭାରତ, ଶ୍ରୀଲଙ୍କା

୨୦୨୭ ଦିନିକିଆ ବିଶ୍ବକପ- ସାଉଥ ଆଫ୍ରିକା, ଜିମ୍ବାମ୍ବେ ଓ ନାମବ୍ୟା

୨୦୨୮ ଟି-୨୦ ବିଶ୍ବକପ- ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ

୨୦୨୯ ଚମ୍ପିଆନ୍ସ ଟ୍ରଫି- ଭାରତ

୨୦୩୦ ଟି-୨୦ ବିଶ୍ବକପ- ଇଂଲଣ୍ଡ, ଆର୍ୟଲାଣ୍ଡ, ସ୍କଟଲାଣ୍ଡ

୨୦୩୧ ଦିନିକିଆ ବିଶ୍ବକପ- ଭାରତ, ବାଂଲାଦେଶ

 

 

Leave a Reply