ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ୱେ: ୩୦ବର୍ଷ ପରେ ଦେଶର କୌଣସି ପ୍ରଧାନମନ୍ତ୍ରୀ ପହଞ୍ଚିଥିଲେ ଉଦ୍‌ଘାଟନ କରିବାକୁ

1 min read

ସୁଲତାନପୁର: ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ୱେ’ର ମଙ୍ଗଳବାର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଲତାନପୁର ଇତିହାସରେ ମୋଦି ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଯିଏ ଯୋଜନାର ବର୍ଷା କରିଛନ୍ତି । ଏହା ପୂର୍ବରୁ ସୁଲତାନପୁର ଏବଂ ଆମେଠି ସଂଯୁକ୍ତ ଜିଲ୍ଲା ଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବାକୁ ପହଞ୍ଚିଥିଲେ ।

ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଆମେଠୀର ମୁନ୍ସୁଂଗଞ୍ଜରେ ନିର୍ମିତ ହୋଇଥିବା ହିନ୍ଦୁସ୍ଥାନ ଏରୋନେଟିକ୍ ଲିମିଟେଡ୍ (ଏଚ୍ଏଏଲ୍) ଏବଂ ଇଣ୍ଡୋ ଗଲ୍ଫର ଲୋକାର୍ପଣ କରିଥିଲେ । ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡର ମଧ୍ୟ ଶିଳାନ୍ୟାସ କରିଥିଲେ । ସେ ଇନ୍ଦିରା ଗାନ୍ଧୀ ଉଡ଼ାଣ ଏକାଡେମୀର ଶିଳାନ୍ୟାସ ମଧ୍ୟ କରିଥିଲେ । ୧୯୮୯ ସୁଦ୍ଧା ରାଜୀବ ଗାନ୍ଧୀ ଗୋଟିଏ ପରେ ଗୋଟିଏ ଏହି ଯୋଜନା ଲୋକାର୍ପିତ କରିଥିଲେ । ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହି ଜିଲ୍ଲାକୁ ମାତ୍ର ୩ରୁ ୪ ଥର ଆସିଥିବା ବେଳେ ରାଜୀବ ଗାନ୍ଧୀ ବହୁବାର ଏଠାକୁ ଆସିଥିଲେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଇଣ୍ଡୋ ଗଲ୍ଫ ଏବଂ ଏଚ୍ଏଏଲ୍ ଶୁଭାରମ୍ଭ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କରିଥିଲେ । ୧୯୮୩ରେ ଇନ୍ଦିରା ଯେତେବେଳେ ଇଣ୍ଡୋ ଗଲ୍ଫର  ଶିଳାନ୍ୟାସ କରିଥିଲେ । ଏବଂ ସେହି ଦିନ ଏନ୍‌ଏଚ୍‌ ୫୬, ଲକ୍ଷ୍ଣୌ- ବାରାଣସୀ ରାଜମାର୍ଗ ନିର୍ମାଣ ନେଇ ମଧ୍ୟ ଘୋଷଣା ହୋଇଥିଲା ।  ସେହି ସମୟରେ ରାଜୀବ ଗାନ୍ଧୀ କଂଗ୍ରେସ ମହାସଚିବ ଥିଲେ । ଏବଂସେ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । ସେ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଏକ ପ୍ରସ୍ତାବ ଦେଇଥିଲେ । ସେ କହିଥିଲେ ଯଥା ଶୀଘ୍ର ରାସ୍ତା ପାର୍ଶ୍ୱରେ ଢାବା ଖୋଲିଦିଅନ୍ତୁ । ନଚେତ ସିଂଘି( ଢାବା ସ୍ପେଶାଲିଷ୍ଟ) ଆସି ଢ଼ାବା କରିବେ । ପରେ ଏଥିଲାଗି ପୁଣି ଅଭିଯୋଗ କରିବେ ।

ରାଜୀବ ଗାନ୍ଧୀଙ୍କ ଦେହାନ୍ତର ୪ ଦିନ ପୂର୍ବରୁ ରାଜୀବ ଗାନ୍ଧୀ ସୁଲତାନପୁର ଆସିଥିଲେ । ରାଜୀବ ଗାନ୍ଧୀ ୧୬ ମଇ ୧୯୯୧ରେ ସୁଲତାନପୁର ସହର ସ୍ଥିତ ଖୁର୍ସିଦ କ୍ଳବ୍ ପଡ଼ିଆରେ ନିର୍ବାଚନୀ ସମାକୁ ସମ୍ୱୋଧିତ କରିବାକୁ ଆସିଥିଲେ । ସେ କହିଥିଲେ ଯେ, ରାଜୀବ ଗାନ୍ଧୀ ଯେଉଁ ଜିପରେ ବସି କରି ଆସିଥିଲେ ତାହା ଓଭରଲୋଡ ହୋଇଥିବାରୁ ସଭାସ୍ଥଳର ୧୦୦ ମିଟର ପୂର୍ବରୁ ତିନିଛକରେ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ତାଙ୍କ ହାତର ଆଙ୍ଗୁଳିରେ ଆଘାତ ଲାଗିଥିଲା । ତଥାପି ସେ ଜନସଭାକୁ ସମ୍ୱୋଧିତ କରିବାକୁ ପହଞ୍ଚିଥିଲେ । ଠିକ ୬ ଦିନ ପୂର୍ବରୁ ୧୦ ମଇ ୧୯୯୧ ମସିହାରେ ପୂର୍ବ ପ୍ରଧାନମନ୍ତ୍ରୀ ବିପି ସିଂହ ସେହି ମୈଦାନରେ ସଭା କରିଥିଲେ ।

ବରିଷ୍ଠ ସାମ୍ୱାଦିକ ବିବେକ ବିକ୍ରମ ସିଂହ କୁହନ୍ତି ଯେ, ଯେତେବେଳେ ରାଜୀବ ଗାନ୍ଧୀ ଆସୁଥିଲେ ସେହି ସମୟରେ ରାୟବରେଲୀ-ଆମେଠୀ-ସୁଲତାନପୁର କଂଗ୍ରେସର ଗଢ଼ ଥିଲା । ଏଥିରେ ଆମେଠୀ ଗାନ୍ଧୀ ପରିବାର ଏବଂ ରାଜୀବଙ୍କ କର୍ମଭୂମି ଥିଲା । ସମୟ ଗଡ଼ିବା ସହ ଏଠାରେ କ୍ଷମତାରେ ମଧ୍ୟ ପରିବର୍ତ୍ତନ ଆସିଥିଲା । ଆମେଠୀରେ ସ୍ମୃତି ଇରାନୀ ଏବଂ ସୁଲତାନପୁରରେ ମାନେକା ଗାନ୍ଧୀ ବିଜେପି ସାଂସଦ ନିର୍ବାଚନ ହୋଇଛନ୍ତି । ତେବେ ରାୟବରେଲୀ ଆସନରେ ସୋନିଆ ଗାନ୍ଧୀ ସାଂସଦ ନିର୍ବାଚିତ ହୋଇଥିଲେ ମଧ୍ୟ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆମେଠୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪ସିଟ୍ ମଧ୍ୟରୁ ୩ ଏବଂ ସୁଲତାନପୁରର ୫ ସିଟ୍ ମଧ୍ୟରୁ ୪ ଆସନରେ ବିଜେପିର ଦବଦବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ୱେ ଜରିଆରେ ପୂର୍ବାଞ୍ଚଳର ସବୁ ସିଟ୍ ହାତେଇବାକୁ ଯୋଜନା କରୁଥିବା କୁହାଯାଉଛି ।

Leave a Reply