ମୋବାଇଲରେ ଛାଡ଼ୁଥିଲେ ଅଶ୍ଲୀଳ ଭିଡିଓ, ରୋଜଗାର କରୁଥିଲେ ଆମେରିକୀୟ ଡଲାର

1 min read
CBI Arrests Surendra Nayak Of Dhenkanal In Porn Video Case

ଢେଙ୍କାନାଳ: ଫୋନରେ ଚାଲୁଥିଲା ଅବୈଧ ପର୍ଣ୍ଣ ଭିଡିଓ କାରବାର । ଅଶ୍ଲୀଳ ଭିଡିଓ ପଠାଇ ରୋଜଗାର କରୁଥିଲେ ଆମେରିକୀୟ ଡଲାର । ଟଙ୍କା ମୋହରେ ଶିଶୁଙ୍କ ଅଶ୍ଲୀଳ ଭିଡିଓ ଛାଡ଼ୁଥିଲା ସୁରେନ୍ଦ୍ର । ଢେଙ୍କାନାଳର ଜୁବଲି ଟାଉନ୍ କଲୋନୀ ସାହିର ସୁରେନ୍ଦ୍ର ନାୟକକୁ ଗିରଫ କରିଛି ସିବିଆଇ । ଗିରଫ ସୁରେନ୍ଦ୍ରଙ୍କୁ ସିବିଆଇ ଟିମ୍ ଦିଲ୍ଲୀ ନେଇଯିବ । ସିବିଆଇ ଟିମ୍ ସୁରେନ୍ଦ୍ରର ଫୋନ୍ ଜବତ କରିଥିବା ବେଳେ ତା’ଠାରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ ।

CBI Arrests Surendra Nayak Of Dhenkanal In Porn Video Case

ପ୍ରାୟ ୨ ମାସ ହେବ ଅଶ୍ଲୀଳ ଭିଡିଓ ଗ୍ରୁପରେ ଜଡ଼ିତ ଥିଲା ସୁରେନ୍ଦ୍ର । ମୋଟା ଟଙ୍କା ଲୋଭରେ ଅଶ୍ଲୀଳ ଭିଡିଓକୁ ହ୍ୱାଟ୍ସଆପ୍ ଓ ଟେଲିଗ୍ରାମ ଗ୍ରୁପରେ ଛାଡ଼ୁଥିଲେ ସେ । ପ୍ରତି ବଦଳରେ ଆକାଉଣ୍ଟକୁ ଆସୁଥିଲା ଟଙ୍କା । ଦେଶୀ ଏମଏମଏସ୍ ନାମକ ଗ୍ରୁପରେ ଅଶ୍ଲୀଳ ଭିଡିଓ ଛଡ଼ା ଯାଉଥିବା ବେଳେ ଜେରା ବେଳେ ସିବିଆଇକୁ କହିଛି ସୁରେନ୍ଦ୍ର । ଅଶ୍ଲୀଳ ଭିଡିଓ ପାଇଁ ସୁରେନ୍ଦ୍ରକୁ ୨୧ ଡଲାର ବା ଭାରତୀୟ ମୁଦ୍ରାରେ ୧୭୦୦ ଟଙ୍କା ସୁରେନ୍ଦ୍ରର ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ଜଣାପଡ଼ିଛି ।

CBI Arrests Surendra Nayak Of Dhenkanal In Porn Video Case

ଆଜି ସକାଳୁ ସିବିଆଇର ୮ ଜଣିଆ ଟିମ୍ ସୁରେନ୍ଦ୍ରଙ୍କ ଘରେ ରେଡ୍ କରିଥିଲା । ରେଡ୍ ବେଳେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ସିବିଆଇ ଅଧିକାରୀଙ୍କୁ ମାଡ଼ ମାରିଥିଲେ । ଶେଷରେ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିବିଆଇ ଅଧିକାରୀଙ୍କୁ ଉଦ୍ଧାର କରିବା ସହ ସୁରେନ୍ଦ୍ରକୁ ହେପାଜତକୁ ନେଇଥିଲା । ସୁରେନ୍ଦ୍ର ଏକ ହ୍ୱାଟ୍ସଆପ୍ ଗ୍ରୁପର ଆଡମିନ୍ ଥିବାବେଳେ ୨୫ ଜଣ ସଦସ୍ୟ ଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ରେଡ୍ ବେଳେ CBI ଅଧିକାରୀ ହଟହଟା, ତାଲା ପକାଇ ମାଡ଼ ମାରିଲେ ଗ୍ରାମବାସୀ

ଢେଙ୍କାନାଳ ଭଳି ଅନଲାଇନ୍ ଶିଶୁଙ୍କୁ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗରେ ଭଦ୍ରକ ଓ ଯାଜପୁରରେ ମଧ୍ୟ ଛାପା ମାରିଛି ସିବିଆଇ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା କେଉଟନଗୁଆଁ ଗାଁର ଅନୀଲ ମାଝୀଙ୍କ ଘରେ ସିବିଆଇ ରେଡ୍ କରିଛି । ଭଦ୍ରକର ଆଗରପଡ଼ା ଅଞ୍ଚଳର ଅଟୋ ଚାଳକ ମନୋରଞ୍ଜନ ଦାଶଙ୍କ ଘରେ ମଧ୍ୟ ସିବିଆଇ ରେଡ୍ କରିଛି । ତାଙ୍କ ଠାରୁ ମୋବାଇଲ୍ ଓ ଲାପଟପ ଜବତ କରିଛି ସିବିଆଇ ଟିମ୍ । ସାରାଦେଶରେ ୨୩ଟି ନୂଆ ଅଭିଯୋଗକୁ ଭିତ୍ତି କରି ୮୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ଏହି କ୍ରମରେ ଦେଶର ୧୪ଟି ରାଜ୍ୟର ୭୬ଟି ଜାଗାରେ ସିବିଆଇ ଆଜି ଏକକାଳୀନ ରେଡ୍ କରିଛି ।

Leave a Reply