ବିବାଦୀୟ ମନ୍ତବ୍ୟକୁ ନେଇ କ୍ଷମା ମାଗିଲେ ରାଘବ

1 min read

ମୁମ୍ବାଇ : ସୋସିଆଲ ମିଡିଆରେ ଲୋକେ ନିଜ ଫଟୋ ଏବଂ ଭିଡିଓ ସହ ନିଜ ମତ ପ୍ରକାଶ କରୁଛନ୍ତି । ଭାରତୀୟ ସମ୍ବିଧାନ ଧାରା-୧୯ ଅନ୍ତର୍ଗତ ସମସ୍ତଙ୍କୁ ନିଜ ମତ ପ୍ରକାଶ କରିବାର ଅଧିକାର ଥିବାବେଳେ ଏହା ସେଲିବ୍ରେଟିଙ୍କ ପାଇଁ ଏତେ ସହଜ କଥା ନୁହେଁ । ଆଜିକାଲି ସେଲିବ୍ରେଟିଙ୍କ ଅନେକ ମନ୍ତବ୍ୟ ବିବାଦରେ ପରିଣତ ହେଉଛି । ନିକଟରେ କଲର୍ସର ଏକ ହିନ୍ଦୀ ରିଏଲିଟି ସୋ ଡ୍ୟାନ୍ସ ଦିୱାନେ-୩ର ହୋଷ୍ଟ ରାଘବ ଜୁଆଲଙ୍କର ଏକ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଥିଲା । ଏବେ ରାଘବ ନିଜର ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଜିଆରେ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।

ହୋଷ୍ଟ କରୁଥିବା ସମୟରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ରାଘବ କିଛି ଥଟ୍ଟାମଜା କଥା କହିଦେଇଥିଲେ । ଥଟ୍ଟାମଜାରେ କହିଥିବା କଥା ପାଇଁ ରାଘବଙ୍କୁ ଦିନେ କ୍ଷମା ମାଗିବାକୁ ପଡ଼ିପାରେ ବୋଲି ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଗୁଞ୍ଜନ ସିହ୍ନା ନାମକ ଆସାମର ଜଣେ ପ୍ରତିଯୋଗୀଙ୍କୁ ରାଘବ ଯେଉଁଭଳି ପରିଚୟରେ ମଞ୍ଚ ଉପରକୁ ଆମନ୍ତ୍ରଣ କରିଥିଲେ ତାକୁ ନେଇ ବିବାଦ ଉପୁଜିଥିଲା । ସମସ୍ତେ ରାଘବଙ୍କର ଏଭଳି ସ୍ୱଭାବକୁ ଜାତିବାଦର ଆଖ୍ୟା ଦେଇଥିଲେ । କେବଳ ଏତିକି ନୁହେଁ ରାଘବଙ୍କର ଏଭଳି ମନ୍ତବ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ଡଃ ହେମନ୍ତ ବିଶ୍ୱ ଶର୍ମା ମଧ୍ୟ ନିଜ ପ୍ରତିକ୍ରିୟା ରଖିଥିଲେ । ଏବେ ରାଘବ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କ୍ଷମା ମାଗିଥିବା ଦେଖାଯାଉଛି ।

ସୋରେ ହୋଷ୍ଟ କରୁଥିବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ କହିଥିବା କିଛି କଥାକୁ ଜାତିବାଦ ସହ ଜଡ଼ିତ କରାଯାଉଛି । ଭାଇରାଲ ହେଉଥିବା ଏହି ଭିଡିଓ ଉପରେ ରାଘବ କହିଛନ୍ତିଯେ ସୋ’ରୁ ଏତେ ଛୋଟ ଭିଡିଓ କଟାଯାଇ ଭାଇରାଲ କରାଯାଉଛି । ଲୋକେ ମୋତେ ଜାତିବାଦର ଆଖ୍ୟା ଦେଉଛନ୍ତି  । ଯାହା ମୋର ମାନସିକସ୍ତରରେ ଭୀଷଣ ପ୍ରଭାବ ପକାଉଛି । ଉତ୍ତର-ପୂର୍ବ ଭାରତରେ ମୋର ଅନେକ ବନ୍ଧୁପରିଜନ ଅଛନ୍ତି । ମୁଁ ଉତ୍ତର-ପୂର୍ବ ଭାରତବାସୀଙ୍କୁ କେବଳ ସମ୍ମାନ କରେନି ସେମାନଙ୍କ ଅଧିକାର ପାଇଁ ମଧ୍ୟ ତାଙ୍କ ସାଙ୍ଗରେ ଛିଡ଼ାହୁଏ ବୋଲି ସେ କହିଛନ୍ତି ।
 

 

 

Leave a Reply