ପ୍ରେସ୍ କାର୍ଡ ଦେଖାଇ ଖସି ଯାଉଥିଲା ବ୍ରାଉନ୍ ସୁଗର ବେପାରି

300 Gram Brown Sugar Seized, Two Arrested

ଭୁବନେଶ୍ୱର: ସାମ୍ବାଦିକ ଖୋଳପାରେ ନିଶା ବେପାର । ପୋଲିସ୍ ଯାଞ୍ଚରୁ ବର୍ତ୍ତିବା ପାଇଁ ବ୍ୟବହାର କରୁଥିଲେ ପ୍ରେସ୍ କାର୍ଡ । ଭୁବନେଶ୍ୱରରେ ଅପରେସନ୍ ହ୍ୱାଇଟ୍ ସ୍ପାଇଡରକୁ ସଫଳତା ମିଳିଛି । ବାଲିଅନ୍ତା ଅଞ୍ଚଳରୁ ୩୦୦ ଗ୍ରାମ୍ ବ୍ରାଉନ ସୁଗର ଜବତ କରିଛି ପୋଲିସ । ବାଲେଶ୍ୱରର ଶେଖ୍ ଶାମଶୁଦ୍ଧିନ ଓ ଭୁବନେଶ୍ୱରର ଅରୁଣ ନାୟକକୁ ଗିରଫ କରିଛି କ୍ୟୁଏଟି ଓ ବାଲିଅନ୍ତା ଥାନା ପୋଲିସ । ଦୁଇ ଅଭିଯୁକ୍ତ ହଂସପାଳ କେନାଲ ରୋଡ୍ ନିକଟରେ ଡିଲ୍ କରୁଥିବା ବେଳେ ବ୍ରାଉନ୍ ସୁଗର ସହ ଧରା ପଡ଼ିଛନ୍ତି । ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି କହିଛି ପୋଲିସ ।

300 Gram Brown Sugar Seized, Two Arrested

ଅରୁଣ ଠାରୁ ଗୋଟିଏ ପ୍ରେସ୍ କାର୍ଡ, କାର ସହ ବାଲେଶ୍ୱରର ଅଭିଯୁକ୍ତ ଠାରୁ ଗୋଟିଏ ବାଇକ୍ ଜବତ କରାଯାଇଛି । ବ୍ରାଉନ ସୁଗର କାରବାର ବେଳେ ଚେକିଂ ସମୟରେ ପୋଲିସକୁ ପ୍ରେସ କାର୍ଡ ଦେଖାଇ ଖସିବାକୁ ଯୋଜନା କରିଥିଲେ ଏମାନେ । ଅରୁଣ ଭୁବନେଶ୍ବରର ଏକ ବାରରେ ବ୍ରାଉନ ସୁଗର କାରବାରରେ ଲିପ୍ତ । ସେ କେବେ ଠାରୁ ଏ କାରବାର କରୁଥିଲା ? ଏହି ରାକେଟ ପଛରେ କେତେ ଜଣ ଏଜେଣ୍ଟ ଅଛନ୍ତି ? ଭୁବନେଶ୍ୱରରେ କେଉଁ ବସ୍ତିରେ ବିକ୍ରି କରୁଥିଲେ ବ୍ରାଉନ୍ ସୁଗର । ଏ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ଗତ ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ଅପରେସନ୍ ହ୍ୱାଇଟ୍ ସ୍ପାଇଡରରେ ଏବେ ସୁଦ୍ଧା ୩୫ ଜଣ ଗିରଫ ହୋଇଥିବା ବେଳେ ପାଖାପାଖି ୪ କେଜି ବ୍ରାଉନ୍ ସୁଗର ଜବତ କରିଛି ପୋଲିସ ।

Leave a Reply