spot_img
Home Blog Page 5024

ପୁଣି ଲଟକିଲା କୋଭାକ୍ସିନ୍‌ର ଭାଗ୍ୟ: WHO ଠାରୁ ମିଳିଲାନି ଜରୁରୀକାଳୀନ ଅନୁମତି

0

ନୂଆଦିଲ୍ଲୀ: ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଖରେ ଲଟକିଲା କୋଭାକସିନର ଭାଗ୍ୟ । ଜରୁରୀକାଳୀନ ଅନୁମତି ପାଇଁ ମିଳିଲାନି WHOର ଗ୍ରୀନ ସିଗନାଲ । ଗତକାଲି ଏ ନେଇ WHOର ଟେକ୍ନିକାଲ୍ ଟିମର ବୈଠକ ବସିଥିଲା । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକସିନର ସମସ୍ତ ରିପୋର୍ଟକୁ ନେଇ ତଜର୍ମା କରିଥିଲା ଟେକ୍ନିକାଲ୍ ଟିମ । ଏହି ଅବସରରେ ବରିଷ୍ଠ ବୈଜ୍ଞାନିକମାନେ ସମସ୍ତ ଦିଗକୁ ତଜର୍ମା କରିବା ପରେ ଭାରତ ବାୟୋଟେକକୁ ଅତିରିକ୍ତ ସ୍ପଷ୍ଟୀକରଣ ମାଗିଛନ୍ତି ।

ନଭେମ୍ବର ତିନି ତାରିଖରେ ପରବର୍ତ୍ତୀ ବୈଠକ ବସିବ । ଏଥିରେ କୋଭାକସିନକୁ ନେଇ ଆଲୋଚନା କରିବ WHO । ଏପ୍ରିଲ୍ ୧୯ ତାରିଖରେ କୋଭାକସିନର ଜରୁରିକାଳୀନ ଅନୁମତି ପାଇଁ WHO ପାଖରେ ଆବେଦନ କରିଥିଲା ଭାରତ ବାୟୋଟେକ୍ । ଏବେ ସାରା ଦେଶରେ ବୟସ୍କ ଓ ସାବାଳକଙ୍କୁ ଦିଆଯାଉଛି ଏହି କରୋନା ଟିକା । କରୋନାର ମୂଳ ଭ୍ୟାରିଆଣ୍ଟ ବିରୋଧରେ ୭୭.୮ ପ୍ରତିଶତ ଓ ଡେଲ୍ଟା ଭ୍ୟାରିଆଣ୍ଟ ବିରୋଧରେ ୬୫.୩ ପ୍ରତିଶତ ପ୍ରଭାବଶାଳୀ ଅଟେ ଭାରୟ ବାୟୋଟେକର କୋଭାକସିନ୍ ଟିକା ।

 

ସାମ୍ବାଦିକ ସମ୍ମିଳନୀରେ ମୁହାଁମୁହିଁ ହେଲେ ବିଜେପି ନେତା ଓ ସାମ୍ବାଦିକ

କଳାହାଣ୍ଡି: ମମିତା ମେହେର ହତ୍ୟା ମାମଲାରେ କଳାହାଣ୍ଡିରେ ବିଜେପି ବନାମ ସାମ୍ବାଦିକ । ରାଜ୍ୟ ସଭାପତି ସମୀର ମହାନ୍ତି ଡାକିଥିବା ସାମ୍ବାଦିକ ସମ୍ମିଳନୀରେ ମୁହାଁମୁହିଁ ହେଲେ ବିଜେପି ନେତା ଓ ସାମ୍ବାଦିକ । ଆଜି ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚିଥିଲା କଳାହାଣ୍ଡିରେ । ଘଟଣାସ୍ଥଳ ପରିଦର୍ଶନ ପରେ ପ୍ରେସମିଟର ଆୟୋଜନ କରିଥିଲା । ହେଲେ ସାମ୍ବାଦିକମାନେ ଏହାକୁ ବୟକଟ୍ କରିଥିଲେ । ଜିଲ୍ଲା ବିଜେପି ଉପସଭାପତି ଅଜୟ ପାଣିଗ୍ରାହୀ କ୍ଷମା ନମାଗିବା ପର୍ଯ୍ୟନ୍ତ ବିଜେପିର କୌଣସି କଥାକୁ ରିପୋର୍ଟିଂ କରାଯିବ ନାହିଁ ବୋଲି ରୋକଠୋକ୍ ଶୁଣାଇଥିଲେ ।

Journalists And BJP Leader Face Off In Kalahandi

ଗତକାଲି କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଜୟ ଆଜି କ୍ଷମା ମାଗିଲେ ସତ, ହେଲେ ଯେଉଁ ଶୈଳୀରେ କ୍ଷମା ମାଗିଲେ, ତାହା ଉପସ୍ଥିତ ସାମ୍ବାଦିକଙ୍କୁ ଆହୁରି ଉତକ୍ଷିପ୍ତ କରିଥିଲା । ଯାହାକୁ ନେଇ ବିଜେପି ନେତା ଓ ରିପୋର୍ଟରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଜିଲ୍ଲା ବିଜେପିର ଅନ୍ୟ ନେତା ଭୁଲ୍ ମାଗିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ଓ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇଥିଲା ।

ଲାଇସେନ୍ସ ନାହିଁ, ତଥାପି ଡ୍ୟାନ୍ସ ବାରରେ ରଙ୍ଗୀନ ହେଉଛି ରାତି

ଭୁବନେଶ୍ୱର: ରାଜଧାନୀରେ ବେଆଇନ୍ ଭାବେ ଚାଲୁଥିବା ଡ୍ୟାନ୍ସ ବାର ଉପରେ ରେଡ୍ ହୋଇଛି । କଟକ ରୋଡରେ ଥିବା ୭ଟି ବାର୍ ଉପରେ କଟକ ଫ୍ଲାଇଁ ସ୍କ୍ୱାଡ୍ ଓ ଭୁବନେଶ୍ୱର ଅବକାରୀ ବିଭାଗ ଚଢ଼ାଉ କରିଛି । ବେଆଇନ୍ ଭାବରେ ଅନୁମତି ନଥାଇ ଯୁବତୀ ମାନେ ବାରରେ ଡ୍ୟାନ୍ସ କରୁଥିବା ବେଳେ ରେଡ୍ ହୋଇଥିଲା । ପଚରାଉଚରା ପରେ ଯୁବତୀମାନଙ୍କୁ ଛାଡ଼ି ଦିଆଯାଇଛି ।

Three Illegal Dance Bar Sealed In Bhubaneswar

୩ଟି ବାରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରାଯାଇଥିବା ବେଳେ ୨ଟି ବାରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଗୋଟିଏ ବାରରୁ ୧୬ ଜଣ ଯୁବତୀଙ୍କୁ ଧରା ଯାଇଥିବା ବେଳେ ଛାଡ଼ି ଦିଆଯାଇଛି । ବାରରେ ଡ୍ୟାନ୍ସ ପାଇଁ ଅନୁମତି ନଥିବା ବେଳେ ଯୁବତୀ ମାନେ ଡ୍ୟାନ୍ସ କରୁଥିଲେ । ଏଥିସହ ସହ ପୁଳା ପୁଳା ନକଲି ଟଙ୍କା ସେମାନଙ୍କ ଉପରକୁ ଫିଙ୍ଗା ଯାଉଥିଲା । ଉକ୍ତ ନକଲି ଟଙ୍କାକୁ ମଧ୍ୟ ଅବକାରୀ ବିଭାଗ ଜବତ କରିଛି ।

ପୁଣି ଘୁଞ୍ଚିଲା ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ଜାମିନ ଶୁଣାଣି ସ୍ଥଗିତ ରହିଛି । ଆସନ୍ତାକାଲି ଅର୍ଥାତ ବୁଧବାର କୋର୍ଟ ଏହି ମାମଲାର ଶୁଣାଣି କରିବେ । ଏହି ମାମଲାକୁ ଶାହରୁଖଙ୍କ ପକ୍ଷରୁ ପୂବର୍ତନ ଆଟର୍ଣ୍ଣିଂ ଜେନେରାଲ ମୁକୁଲ ରୋହତଗି ପ୍ରତିନିଧିତ୍ୱ କରୁଛନ୍ତି । ଆଜି ମାମଲାର ଶୁଣାଣି ସମୟରେ ଏନସିବି କହିଥିଲା କି ଯଦି ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରାଯାଏ, ତାହାଲେ ସେ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିପାରନ୍ତି ।

 Mumbai Cruise Ship Drugs Case High Court Adjourns Aryan Khan's Bail Plea Till Tomorrow

ଏହାର ଜବାବରେ ରୋହତଗି କହିଛନ୍ତି, ଆର୍ଯ୍ୟନଙ୍କ ବିରୋଧରେ ଡ୍ରଗ୍ସ ନେବା, କିଣିବା କିମ୍ବା ବିକ୍ରୟ କରିବାରେ କୌଣସି ମାମଲା ନାହିଁ । ଅରବାଜ ମରଚ୍ଚାଣ୍ଟଙ୍କ ବ୍ୟତୀତ ସେ ଏହି କେସରେ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତିଙ୍କୁ ଜାଣନ୍ତି ନାହିଁ । ସେ ଆହୁରି କହିଛନ୍ତି କି ଏହି ଘଟଣାଟି ଅକ୍ଟୋବର ୨ରୁ ଆରମ୍ଭ ହୋଇଥିଲା । ଆର୍ଯ୍ୟନ କ୍ରୁଜ୍ ପାର୍ଟିର ଗ୍ରାହକ ନଥିଲେ । ସେ ଏଥିରେ ଏକ ବିଶେଷ ଅତିଥି ଭାବରେ ଯୋଗ ଦେଇଥିଲେ ବୋଲି ଆଜି କୋର୍ଟରେ ଯୁକ୍ତି ବାଢ଼ିଥିଲେ ଆର୍ଯ୍ୟନ ଖାନଙ୍କ ଓକିଲ ମୁକୁଲ ରୋହତଗି ।

କ୍ରୁଜ ରେଭ୍ ପାର୍ଟି ଡ୍ରଗସ ମାମଲାରେ ଗତ ୨ ତାରିଖରେ ଗିରଫ ହୋଇଥିଲେ ଆର୍ଯ୍ୟନ । ଗତ ୮ ତାରିଖରୁ ଆର୍ଯ୍ୟନ ଆର୍ଥର ରୋଡ୍ ଜେଲରେ ରହି ଆସୁଛନ୍ତି । ଗତ ୨୦ ତାରିଖରେ ତାଙ୍କ ଆବେଦନ ଦ୍ୱିତୀୟ ଥର ଲାଗି ଖାରଜ ହେବା ପରେ ମାମଲା ହାଇକୋର୍ଟକୁ ଯାଇଥିଲା । ୨୬ରେ ରାୟ ଦେବାକୁ କହିଥିଲେ ହାଇକୋର୍ଟ ।

5T ଅଧିନରେ ପ୍ରଥମ ପର୍ଯ୍ୟାୟରେ ୪୦ଟି କଲେଜର ହେବ ରୂପାନ୍ତିକରଣ

ଭୁବନେଶ୍ୱର: ‘ମୋ କଲେଜ’ ଅଭିଯାନରେ ସୁନ୍ଦର ଦିଶିବ କଲେଜ, ସୁଧୁରିବ ଭିତ୍ତିଭୂମି । ପ୍ରଥମ ପର୍ଯ୍ୟାୟରେ ୧୨ଟି କଲେଜ ଓ ୨ଟି ବିଶ୍ୱବିଦ୍ୟାଳୟ ପାଇଁ ୧.୫ କୋଟି ଟଙ୍କା ଅର୍ଥ ଅନୁଦାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ କଲେଜ ଅଭିଯାନ ଘୋଷଣା ଅନୁଯାୟୀ ଅନୁଷ୍ଠାନକୁ ମିଳିଥିବା ଅନୁଦାନର ଡବଲ୍ ଅର୍ଥ ସରକାର ଯୋଗାଇ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

 Mo College Campaign CM Naveen Releases Rs 1.5 Crore Matching Grant

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ 5T ଅଭିଯାନରେ ୪୦ଟି କଲେଜର ରୂପାନ୍ତରଣ କରାଯିବ । ଏଥିରେ କ୍ୟାମ୍ପସକୁ ସୁନ୍ଦର କରିବା ସହ ଶ୍ରେଣୀଗୃହର ବିକାଶ କରାଯାଇ ଉନ୍ନତ ଶିକ୍ଷାଦାନ କରାଯିବ । ୟୁଜି ଓ ପିଜିର ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଦ୍ୟାଳୟ ରୂପାନ୍ତିକରଣର ସଫଳତା ଉଚ୍ଚ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମି ବିକାଶ ପାଇଁ ପ୍ରେରଣା ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୦୭୦ଟି ସ୍କୁଲର ରୂପାନ୍ତରଣ ସରକାର କରୁଛନ୍ତି । ଯାହାକି ନଭେମ୍ବର ୧୪ ସୁଦ୍ଧା ସରିବ । ଗତ କିଛି ମାସ ମଧ୍ୟରେ ୫୦ଟି ସ୍କୁଲର ରୂପାନ୍ତିକରଣ ଗଞ୍ଜାମ ଜିଲ୍ଲାର ହିଞ୍ଜଳିରେ ସରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଲେଜ ଜୀବନ କଥା ମନେ ପକାଇଛନ୍ତି । କହିଛନ୍ତି- କଲେଜ ଛାତ୍ର ସମୟ, ଜୀବନର ସ୍ୱର୍ଣ୍ଣିମ ମୁହୂର୍ତ୍ତ । ଉକ୍ତ ସମୟ ସ୍ୱପ୍ନ, ସଂଘର୍ଷ ଓ ସମ୍ଭାବନାର ।

 Mo College Campaign CM Naveen Releases Rs 1.5 Crore Matching Grant

ମୋ କଲେଜ ଅଭିଯାନ ମାଧ୍ୟମରେ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଦାନ କରିଥିବା ଦାତାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଏଭଳି ପଦକ୍ଷେପ ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି ନବୀନ । କାର୍ଯ୍ୟକ୍ରମରେ ଭାଗ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ମୋ କଲେଜ ଅଭିଯାନ ଶିକ୍ଷାନୁଷ୍ଠାନକୁ ନୂଆ ସ୍ତରରେ ପହଞ୍ଚାଇବ ।

ବିଜେପିର ଦୋମୁହାଁ ନୀତି, ମମିତା ମାମଲାରେ ପରିବାରକୁ ଭେଟି କରୁଛନ୍ତି ମାଇଲେଜ୍ ପଲିଟିକ୍ସ

ବଲାଙ୍ଗିର: ଉତ୍ତରପ୍ରଦେଶର ଲଖିମପୁର ହେଉ କି ହାଥରସ । ଅପରାଧ ପରେ ବିରୋଧୀଙ୍କ ଏଣ୍ଟ୍ରି ବ୍ୟାନ୍‌ ହୋଇଥିଲା । ନା ପୀଡ଼ିତଙ୍କୁ ଭେଟିବାକୁ ଅନୁମତି ମିଳିଥିଲା ନା ଘଟଣାସ୍ଥଳକୁ ଯିବାକୁ । ଏପରିକି ଲାଗୁ ହୋଇଥିଲା ୧୪୪ ଧାରା । ହେଲେ ବିଜେପିର ଯେମିତି ୟୁପି ପାଇଁ ଗୋଟେ ଆଉ ଓଡ଼ିଶା ପାଇଁ ଆଉ ଗୋଟେ ଆଭିମୁଖ୍ୟ । ମମିତା ମାମଲାରେ ନିଇତି ପରିବାରକୁ ଭେଟି ବିରୋଧୀ କରୁଛି ମାଇଲେଜ୍ ପଲିଟିକ୍ସ । ସମବେଦନା ଆଳରେ ବିଜେପି କରୁଛି ପବ୍ଲିସିଟି ଷ୍ଟଣ୍ଟ । ମମିତାଙ୍କ ଘରେ ନେତା, କର୍ମୀ ହାଉଯାଉ ।

 Dual Face Of BJP, Mileage Politics In Mahaling Mamita Meher Case

ମମିତା ମାମଲା ପରେ ବିଜେପିର ପଲିଟିକାଲ୍‌ ଟୁରିଜିମ୍ । ସମବେଦନା ନାଁରେ ନିଇତି କରୁଛନ୍ତି ପଲିଟିକାଲ୍‌ ଷ୍ଟଣ୍ଟ, କ୍ରାଇମ୍‌ସ୍ପଟ୍‌ରେ ଫଟୋ ସେସନ୍‌ । ମମିତା ମୃତ୍ୟୁକୁ ଦିନ କେଇଟା ପୂରିନି । ପରିବାର ଆଖିରୁ ଲୁହ ଶୁଖିନି, ହେଲେ ଘଟଣା ଆଞ୍ଚରେ ଚାଲିଛି ରାଜନୀତିର ରୁଟିସେକା । ପରିବାରକୁ ନ୍ୟାୟ ନୁହେଁ ନିଜ ଭାଗର ରାଜନୈତିକ ଫାଇଦା ପାଇଁ ମମିତାଙ୍କ ଘରକୁ ଛୁଟୁଛି ନେତାଙ୍କ ଗାଡ଼ି । ଯୁଆଡ଼େ ଦେଖିଲେ ନେତା, କର୍ମୀ ହାଉଜାଉ । ମୃତ ଝିଅ କଥା କେତେଥର କହିବେ, ଆଉ କେତେ କାହାକୁ କହିବେ ।

 Dual Face Of BJP, Mileage Politics In Mahaling Mamita Meher Case

ମନ ଭିତରର ଅଦେଖା ଘାକୁ ବାରମ୍ବାର ଉଖାଡ଼ି ଦେଉଛନ୍ତି ନେତା । ଆଜି ଜଣେ, ତ କାଲି ଆଉ ଜଣେ । ଅଯଥା ପ୍ରଶ୍ନରେ ଅଥୟ କରୁଛନ୍ତି । ଏପରିକି ବାରମ୍ବାର ପ୍ରଶ୍ନରେ ଅସ୍ତବ୍ୟସ୍ତ ହୋଇ ବେହୋସ୍ ହୋଇଗଲେ ମମିତାଙ୍କ ମାଆ । ତଥାପି ଅଟକିଲାନି ପ୍ରଶ୍ନ, ସରିଲାନି ସମବେଦନା ରାଜନୀତି । ଏସବୁ ପରେ କୋହଭରା କଣ୍ଠରେ ହାତ ଯୋଡ଼ି ରାଜନୀତି ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ମମିତାଙ୍କ ବାପା । ପୋଲିସ ତଦନ୍ତରେ ସେ ସନ୍ତୁଷ୍ଟ, ଗୋବିନ୍ଦଙ୍କୁ ଫାଶୀ ଦେବାକୁ ସେ ଦାବି କରିଛନ୍ତି ।

ମମିତାଙ୍କ ଘରେ ସରିନଥିଲା ବିଜେପିର ପବ୍ଲିସିଟି ଷ୍ଟଣ୍ଟ । ମିଛ ସମବେଦନା ପରେ ସରଜମିନ୍‌ ତଦନ୍ତ ନାଁରେ ହାଇସ୍କୁଲ ପଡ଼ିଆରେ ପହଞ୍ଚିଥିଲେ ବିଜେପି ନେତା । ଯେଉଁ ସ୍ଥାନ ଖୋଳା ହୋଇ ମମିତାଙ୍କ ମୃତଦେହ ମିଳିଥିଲା, ସେଠାରେ ଫଟୋ ସେସନ୍‌ କରିଥିଲେ ବିଜେପି ନେତା । ଉଠାଇଥିଲେ ଗ୍ରୁପ୍ ଫଟୋ । ବିଜେପି ନେତାଙ୍କ ଏପରି ମାଇଲେଜ ରାଜନୀତିକୁ ନିନ୍ଦା କରିଛନ୍ତି ମହାଲିଙ୍ଗ ବାସିନ୍ଦା ।

 Dual Face Of BJP, Mileage Politics In Mahaling Mamita Meher Case

ତଦନ୍ତ ତା’ ବାଟରେ ଚାଲିଛି, ପୋଲିସ ପଞ୍ଝାରେ ଅଭିଯୁକ୍ତ । ତଥ୍ୟ ପ୍ରମାଣ ସବୁ ମିଳିଛି । ଆଇନ୍ ବ୍ୟବସ୍ଥା ଅନୁସାରେ ବିଚାର ହେବ, ପୀଡ଼ିତା ପରିବାରକୁ ନ୍ୟାୟ ମିଳିବ। ହେଲେ ଏଭଳି ସମ୍ବେଦନଶୀଳ ଘଟଣାରୁ ରାଜନୈତିକ ଫାଇଦା ନେବାକୁ ସୁଯୋଗ ଖୋଜୁଛନ୍ତି ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ କହୁଛନ୍ତି, ଗୋବିନ୍ଦ ସାହୁଙ୍କ କଳା କାରନାମା ବହୁ ପୂର୍ବରୁ ଜଣାଥିଲା। ହେଲେ ପ୍ରଶ୍ନ ଉଠୁଛି, ସେ ସମୟରେ କାହିଁକି ମୁହଁ ଖୋଲିନଥିଲେ ?

ପେଟ୍ରୋଲ ପମ୍ପ, ଉଠାଦୋକାନୀ, ଟାୟାର୍ ଦୋକାନୀ, ଢ଼ାବା ଓ ବସ୍ କର୍ମଚାରୀଙ୍କୁ ପ୍ରାଥମିକ ଚିକତ୍ସା ପାଇଁ ଦିଆଯିବ ତାଲିମ୍

କଟକ: ଏଣିକି ସଡ଼କ ଦୁର୍ଘଟଣା ହେଲେ ଘଟଣାସ୍ଥଳରେ ମିଳିବ ପ୍ରାଥମିକ ଚିକତ୍ସା । କମିବ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଘଟଣା ସ୍ଥଳରେ ତତକ୍ଷଣାତ୍ ମିଳିବ ପ୍ରାଥମିକ ଚିକତ୍ସା । ମେଡିକାଲ ସ୍ଥାନାନ୍ତର ପାଇଁ ହେବ ସଙ୍ଗେ ସଙ୍ଗେ ବ୍ୟବସ୍ଥା । ଏଭଳି ଲକ୍ଷ୍ୟ ନେଇ ବିଭିନ୍ନ ପଦକ୍ଷେପ ନେଉଛି ରାଜ୍ୟ ପରିବହନ ବିଭାଗ । ଏବେ ଆଉ ଏକ ଅଭିନବ ପ୍ରୟାସ ଆରମ୍ଭ କରିବ ବିଭାଗ । ରାଜପଥ କଡ଼ରେ ଥିବା ପେଟ୍ରୋଲ ପମ୍ପ, ଉଠାଦୋକାନୀ, ଟାୟାର୍ ଦୋକାନୀ, ଢ଼ାବା ଓ ବସ୍ କର୍ମଚାରୀଙ୍କୁ ପ୍ରାଥମିକ ଚିକତ୍ସା ପାଇଁ ତାଲିମ୍ ଦେବ ବିଭାଗ । ଏହି ପ୍ରକ୍ରିୟା ୬ ମାସ ଧରି ଚାଲୁ ରହିବ ।

Transport Department To Train Highway Side Petrol Pump Employee For First Aid

ପ୍ରଥମ ପର୍ଯ୍ୟାୟରେ ୩୦ ହଜାର ଲୋକଙ୍କୁ ଦୁର୍ଘଟଣା ପରବର୍ତ୍ତୀ ତାଲିମ ଦିଆଯିବ । ଆଉ ଏଥିପାଇଁ ସେମାନଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇ ପୃରସ୍କୃତ କରାଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି ।  ସେପଟେ  ରାଜପଥ ମାନଙ୍କରେ ୩୫୦ଟି ବ୍ଲାକ୍ ସ୍ପଟ୍ ଚିହ୍ନଟ କରାଯାଇଛି । ଦୁର୍ଘଟଣା ଜନିକ କାରଣର ସମାଧାନ କରି ପ୍ରଥମ ପର୍ଯ୍ୟାୟରେ ୧୦୦ଟି ବ୍ଲାକସ୍ପଟ୍ ହଟାଇବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ୧୪ଟି ଜିଲ୍ଲାର ବ୍ଲାକ୍ ସ୍ପଟ୍ ଅଡିଟ୍ ଶେଷ ହୋଇଛି । ନଭେମ୍ବର ଶେଷ ସୁଦ୍ଧା ସମସ୍ତ ବ୍ଲାକ ସ୍ପଟ୍ ଚିହ୍ନଟ ପ୍ରକ୍ରିୟା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Transport Department To Train Highway Side Petrol Pump Employee For First Aid

ଉପଯୁକ୍ତ ବ୍ୟବସ୍ଥା ଏବଂ ନିରାପତ୍ତା ପଦକ୍ଷେପ ଅଭାବରୁ ଭାରତରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କେବଳ ୧୧ ପ୍ରତିଶତ ରହିଛି । ଆସନ୍ତା ୨୦୩୦ ସୁଦ୍ଧା ରାସ୍ତାରେ ଦୁର୍ଘଟଣା ଜନିତ ମୃତ୍ୟୁକୁ ୫୦ ପ୍ରତିଶତକୁ ହ୍ରାସ କରାଇବାକୁ ଟାର୍ଗେଟ ରଖିଛି ପରିବହନ ବିଭାଗ । ସେପଟେ ବିଭାଗର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବସ୍ ଓ ପେଟ୍ରୋଲ ପମ୍ପ ମାଲିକ ଏବଂ କର୍ମଚାରୀ ।

ନ୍ୟୁଜଲାଣ୍ଡ ମ୍ୟାଚ ପାଇଁ ଫିଟ୍ ଅଛନ୍ତି ପାଣ୍ଡ୍ୟା

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ଭାରତର ଦ୍ବିତୀୟ ମ୍ୟାଚ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ଆହାତ ହୋଇଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବ୍ୟାଟିଂ କରୁଥିବା ସମୟରେ ହାର୍ଦ୍ଦିକଙ୍କ କାନ୍ଧରେ ଆଘାତ ଲାଗିଥିଲା । ଯାହା ଫଳରେ ଫିଲ୍ଡଂ କରିବା ପାଇଁ ମଧ୍ୟ ପଡ଼ିଆକୁ ଆସିନଥିଲେ ପାଣ୍ଡ୍ୟା । କିନ୍ତୁ ଆଜି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି “ହାର୍ଦ୍ଦିକଙ୍କ ସ୍କାନ ରିପୋର୍ଟ ଆସିଛି ଏବଂ ଆଘାତ ମଧ୍ୟ ଗୁରୁତର ନୁହେଁ । ଦୁଇଟି ମ୍ୟାଚ ମଧ୍ୟରେ ଛଅ ଦିନର ବ୍ୟବଧାନ ଥିବାରୁ ତାଙ୍କୁ ସୁସ୍ଥ ହେବାକୁ ପର୍ଯ୍ୟାପ୍ତ ସମୟ ମିଳିଛି ବୋଲି ବିସିସିଆର ଅଧିକାରୀ ଜଣକ କହିଥିଲେ ।

ଅନ୍ୟପଟେ ଆଇପିଏଲ ପୂର୍ବରୁ ପାଣ୍ଡ୍ୟାଙ୍କ ଫିଟେନସ ଏକ ବିସିସିଆଇ ପାଇଁ ଚିନ୍ତାର କାରଣ ଥିଲା । ଆଘାତ କାରଣରୁ ଆଇପିଏଲରେ ଗୋଟିଏ ବି ଓଭର ବୋଲିଂ କରିପାରିନଥିଲେ । ଏହି ପରିପ୍ରେକ୍ଷୀରେ ପାଣ୍ଡ୍ୟାଙ୍କ ଫିଟେନସ୍ ପ୍ରସଙ୍ଗ ଭାରତର ସନ୍ତୁଳନକୁ ଗୁରୁତର ଭାବରେ ପ୍ରଭାବିତ କରିଛି । ଯଦି ପାଣ୍ଡ୍ୟା ଆଗାମୀ ମ୍ୟାଚ ପାଇଁ ଫିଟ୍ ନଥିବେ ତାହାଲେ ତାଙ୍କ ସ୍ଥାନରେ କିଏ ଖେଳିବେ ତାହା ବର୍ତ୍ତମାନ ସମୟରେ ବଡ଼ ପ୍ରଶ୍ନ । ତେବେ ଆଗାମୀ ମ୍ୟାଚରେ ଦଳରେ କିପରି ସନ୍ତୁଳନ ରକ୍ଷା କରୁଛି ତାହା ଦେଖିବାର ବିଷୟ ।

ଏଥିସହିତ ପଢ଼ନ୍ତୁ: କ’ଣ ପାଇଁ ଭାରତୀୟ କ୍ରିକେଟ୍ ପ୍ରେମୀ ଆଜି ଚାହିଁବେ ପାକିସ୍ତାନ ନ୍ୟୁଜଲାଣ୍ଡ ଉପରେ ବିଜୟ ପାଉ ?

କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା: ୨ ଓଡ଼ିଆ ଯୁବକଙ୍କୁ ମିଳିଲା ଜାମିନ

ମୁମ୍ୱାଇ: କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା । କ୍ରୁ୍‌ଜରୁ ଗିରଫ ହୋଇଥିବା ଓଡ଼ିଆ ଯୁବକଙ୍କୁ ମିଳିଲା ଜାମିନ । ଅଭିନ ସାହୁ ଓ ମନୀଷ ରାଜଗରିଆଙ୍କୁ ଏନ୍‌ସିବି ଗିରଫ କରିଛି । ରାଉରକେଲାର ମନୀଷ ରାଜଗରିଆଙ୍କ ସହ ରଘୁନାଥପାଲ୍ଲୀର ଅଭିନ ସାହୁଙ୍କୁ ଗିରଫ କରାଯାଇଥିଲା । ଅପରପକ୍ଷରେ ଆସନ୍ତାକାଲି ମଧ୍ୟ ହେବ ମାମଲାର ଶୁଣାଣି ।ଦୀର୍ଘ ସମୟ ପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ । ଆଜି ବମ୍ବେ ହାଇକୋର୍ଟରେ ଆର୍ଯ୍ୟନ ଖାନଙ୍କ ଜାମିନ୍ ଆବେଦନର ମଧ୍ୟ ହୋଇଥିଲା ଶୁଣାଣି । ପୂର୍ବରୁ ଆର୍ଯ୍ୟନଙ୍କ ବେଲ୍ ଆବେଦନ ୨ଥର ଖାରଜ ହୋଇସାରିଛି ।

ଆଜିର ଶୁଣାଣି ବେଳେ ଏନସିବି ଯେଉଁ ସତ୍ୟପାଠ ଦାଖଲ କରିଛି ସେଥିରେ ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରାଯାଇଥିବା ସହ ପ୍ରମାଣ ନଷ୍ଟ ନିମନ୍ତେ ଉଦ୍ୟମ କରାଯାଇଛି ବୋଲି କୁହାଯାଇଛି । ଆର୍ଯ୍ୟନଙ୍କ ଲାଗି ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣିଂ ଜେନରାଲ ମୁକୁଲ ରୋହତଗୀ । ପୂର୍ବରୁ ମୁମ୍ବାଇର ସେସନ୍ସ କୋର୍ଟ ଆର୍ଯ୍ୟନଙ୍କ ସହ ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କ ଜାମିନ୍ ଖାରଜ କରିଥିଲେ । ଏହା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆର୍ଯ୍ୟନଙ୍କ ଆଇନଜୀବୀ । କ୍ରୁଜ ରେଭ୍ ପାର୍ଟି ଡ୍ରଗସ ମାମଲାରେ ଗତ ୨ ତାରିଖରେ ଗିରଫ ହୋଇଥିଲେ ଆର୍ଯ୍ୟନ ଖାନ୍ । ଏହି ମାମଲାରେ ଗିରଫ ହୋଇଥିଲେ ଆର୍ଯ୍ୟନ, ଅରବାଜ ମର୍ଚ୍ଚାଣ୍ଟ, ମୁନମୁନ ଧମେଚା, ନୁପୂର ସାତିଜା, ଇସମିତ ସିଂ ଚଢା । ଡ୍ରଗ୍ସ କେସ୍‌ରେ ଫସିଥିବା ଦୁଇ ଓଡ଼ିଆ ଯୁବକ ଅଭିନ୍ନ ସାହୁ ଓ ମନୀଷ ରାଜଗରିଆଙ୍କୁ ଜାମିନ ମିଳିଛି ।

 

ଶ୍ୱଶୁର ହାତ ଧରିଲେ, ସ୍ୱାମୀ ନାକ କାଟିଲେ

ଶିବପୁରୀ: ସ୍ତ୍ରୀର ନାକ କାଟିଲ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଘଟିଠି । ଶିବପୁରୀ ଜିଲ୍ଲାର ରାମ ପ୍ରଭେସ ଭାନଶକର ନାମକ ଜଣେ ଯୁବକ ରାଗରେ ତା’ର ସ୍ତ୍ରୀର ନାକ କାଟିଛି । ସ୍ତ୍ରୀଙ୍କ ନାକ କାଟିବା ପୂର୍ବରୁ ତାଙ୍କ ଝିଅମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା ସ୍ବାମୀ । ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁ ଦିନରୁ ବିବାଦ ରହିଥିଲା । ମଦ୍ୟପାନ କରି ତାଙ୍କ ସ୍ତ୍ରୀଙ୍କୁ ମାଡ ମାରୁଥିଲେ । ସ୍ବାମୀଙ୍କ ନିର୍ଯ୍ୟାତନାରେ ଶିକାର ମହିଳା ଜଣକ କିଛି ଦିନ ହେବ ତାଙ୍କ ବାପାଙ୍କ ଘରେ ରହୁଥିଲା ।

ତେବେ ଏହି ଘଟଣାରେ ପୀଡ଼ିତା ସ୍ତ୍ରୀ କହିଛନ୍ତି କି ତାଙ୍କ ଶ୍ବଶୁର ତାଙ୍କୁ ଧରିଥିଲେ ଏବଂ ତାଙ୍କ ସ୍ବାମୀ ତାଙ୍କ ଉପରେ ବସି ତାଙ୍କ ନାକ କାଟିଥିଲେ । ଏହା ପରେ ତାଙ୍କ ସ୍ବାମୀ ଘରୁ ପଳାଇଥିଲେ । ତେବେ ଏହି ଘଟଣାରେ ଶିବପୁରୀ ଏସପି ରାଜେଶ ସିଂ ଚାନ୍ଦେଲ କହିଛନ୍ତି ଯେ ବାମୋର କାଲାନ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଏବଂ ଅଭିଯୁକ୍ତକୁ ପୋଲିସ ଖୋଜୁଛି ବୋଲି କହିଛନ୍ତି ଶିବପୁରୀ ଏସପି ।

ଏଥିସହିତ ପଢ଼ନ୍ତୁ: ଭାରତୀୟ ଦଳର କୋଚ୍ ପଦ ପାଇଁ ଆବେଦନ କଲେ ରାହୁଲ ଦ୍ରାବିଡ: ଲକ୍ଷ୍ମଣ ହୋଇପାରନ୍ତି ଏନସିଏ ମୁଖ୍ୟ