ICUରେ ଗୁରୁତର ରୋଗୀଙ୍କ ସହ ଫଟୋ ଉଠା, ତା ପରଦିନ ଆଖି ବୁଜିଲେ

ଭୋପାଳ: ପରିବାର ପାଇଁ କରଜ କରିଥିଲେ  । କିନ୍ତୁ ଠିକ ସମୟରେ ସୁଝିପାରିଲେ ନାହିଁ ଋଣ । ଶେଷରେ ପରିବାରର ସମସ୍ତ ସଦସ୍ୟ ନେଇଥିଲେ ଚରମ ନିଷ୍ପତ୍ତି  । ଏକକାଳୀନ ସମସ୍ତେ କରିଥିଲେ ବିଷପାନ । ଫଳରେ ପରିବାର ଜଣେ ମାତ୍ର ସଦସ୍ୟଙ୍କୁ ଛାଡ଼ିଦେଲେ ଅନ୍ୟ  ସମସ୍ତଙ୍କର ମୃତ୍ୟୁ ଘଟିସାରିଛି । ଏହାରି ଭିତରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି  । ଏହି ଭିଡ଼ିଓ ହିଁ ବୟାନ କରୁଛି ଯେ, ଲୋକ ପତିଆରା ଓ ସାମାନ୍ୟ ପ୍ରଶଂସା ପାଇଁ ମଣିଷ କେଉଁ ସ୍ଥାନକୁ ଅତିକ୍ରମ କରିପାରେ  ।

ଭୋପାଳର ଏକ ପରିବାରର ପାଞ୍ଚ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟାମ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ଘଟିସାରିଛି   । ଦୁଇ ଝିଅ, ବୁଢୀ ମାଆର ମୃତ୍ୟୁ ହୋଇସାରିଛି  । ସେପଟେ ମୃତ୍ୟୁ ସହ ଲଢେଇ କରୁଥିଲେ ପରିବାରର ମୁଖିଆ ସଞ୍ଜୀବ ଯୋଶୀ ଏବଂ ତାଙ୍କ ପତ୍ନୀ  । ଏହାରି ଭିତରେ ହତୋତ୍ସାହିତ କଲାଭଳି ଖବର ହେଉଛି  । ଯେଉଁ ସମୟରେ ସଞ୍ଜୀବ ଯୋଶୀ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି, ଠିକ ସେହି ସମୟରେ ସ୍ଥାନୀୟ ବିଜେପି ବିଧାୟକ କ୍ରିଷ୍ଣା ଗୌର ନିଜ ସମର୍ଥକଙ୍କ ସହ ଖୋଦ ଆଇସିୟୁ ଭିତରେ ପ୍ରବେଶ କରିଛନ୍ତି  ।  ଶେଷ ନିଶ୍ୱାସ ପାଇଁ ସଂଗ୍ରାମ କରୁଥିବା ବ୍ୟକ୍ତିଙ୍କ ହାତରେ ଅନୁକମ୍ପା ମୂଳକ ରାଶିର ଏକ ଚେକ୍ ପ୍ରଦାନ କରିବା ସହ ଫଟୋ ମଧ୍ୟ ଉଠାଉଛନ୍ତି  ।

ଗୋବିନ୍ଦପୁର ବିଜେପି ବିଧାୟକଙ୍କ ଏହି ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି  । ଏହାକୁ ଅନେକ ୟୁଜର ଟ୍ରୋଲ ମଧ୍ୟ କରିଛନ୍ତି  । କଂଗ୍ରେସ ନେତା ନରେନ୍ଦ୍ର ସାଲୁଜା ଏଭଳି ଫଟୋ ଏବଂ ଭିଡ଼ିଓକୁ ବିରୋଧ କରିବା ସଗ ବିଜେପିର କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି  । ସେ କହିଛନ୍ତି ବିଜେପି ବିଧାୟକ ପ୍ରଥମେ ମେଡ଼ିକାଲର ଗାଇଡଲାଇନ ଉଲ୍ଲଂଘନ କରିଛନ୍ତି, ଦ୍ୱିତୀୟତଃ ସେ ଆଇସିୟୁ ଭିତରେ ନିଜ ସମର୍ଥକଙ୍କ ସହ ପ୍ରବେଶ କରିଛନ୍ତି  । ଆଇସିୟୁ ଭିତରେ  ମାତ୍ରାଧିକ ଲୋକ ପ୍ରବେଶ  କରିବା ରୋଗୀ ପାଇଁ ବିପଦ ସୃଷ୍ଟି କରିଛି  ।

ସର୍ବଶେଷରେ କଂଗ୍ରେସ ନେତା ବିଜେପି ଉପରେ ଆରୋପ ଲଗାଇବା ସହ କହିଛନ୍ତି, ସାମାନ୍ୟ ଫଟୋ ସେସନ ପାଇଁ ବିଜେପି ବିଧାୟକ ଜଣେ ଗୁରୁତ୍ତର ରୋଗୀଙ୍କୁ ବେଟିବା ସହ ହାତରେ ତାଙ୍କର ଚେକ ଧରାଇବା ଘୃଣ୍ୟ ମାନସିକତାକୁ ଦର୍ଶାଉଛି  । ତେଣୁ ସ୍ଥାନୀୟ ବିଧାୟକ କ୍ରିଷ୍ଣା ଗୌର, ମେଡ଼ିକାଲ କର୍ତ୍ତୁପକ୍ଷ, ଚିକିତ୍ସା କରୁଥିବା ଡାକ୍ତର ନାମରେ ମାମଲା ହେବା ଉଚିତ ବୋଲି କହିଛନ୍ତି  । କରଜରେ ବୁଡ଼ି ରହିଥିବା ଭୋପାଳର ଏକ ପରିବାର ବିଷ ପିଏ ଆତ୍ମହତ୍ୟା ଉଦ୍ୟମକରିଥିଲେ  । ଏହି ଘଟମାରେ ତିନିଜଣଙ୍କ ମୃତ୍ୟୁ ହୋଇସାରିଥିଲାବେଳେ ଶନିବାର ବିଳମ୍ବିତ ରାତିରେ ଚିକିତ୍ସିତ ହେଉଥିବା ସଞ୍ଜୀବ ଯୋଶୀଙ୍କ ମୃତ୍ୟୁ ଘଟିଛି  । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ୨ ଲକ୍ଷ ଟଙ୍କରା ଅନୁକମ୍ପା ରାଶି ଗୋଷମା କରିଥିଲେ  ।

Leave a Reply