ଭଦ୍ରକ: ବିଦ୍ୟୁତ ବିଭାଗର ମନମୁଖି କାର୍ଯ୍ୟ ପାଇଁ ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ରହିଲା ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠ । ଏଥିସହ ଆଖପାଖ ଅଞ୍ଚଳର ୪୦ରୁ ୫୦ ଗାଁରେ ଅନେକ ସମୟରେ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ଆସିଛି । ବିଦ୍ୟୁତ କାଟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଫୋନ କଲେ କୌଣସି ଉତ୍ତର ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ବିଦ୍ୟୁତ କାଟ ଯୋଗୁଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ନାନା ଅସୁବିଧା ହେଉଥିବା ବେଳେ ନିକଟରେ ଥିବା ପୁଷ୍କରିଣୀର ଦୂଷିତ ଜଳରେ ନୀତିକାନ୍ତି ଓ ଜଳାଭିଷେକ ହେଉଥିବା କହିଛନ୍ତି ସେବାୟତ ।
ମାଛ ଜାଲରେ ଫସିଥିଲା ସାପ: ଦେଖନ୍ତୁ କିଭଳି ଉଦ୍ଧାର ହେଲା
ଆଠଗଡ଼: ମାଛ ଜାଲରେ ଫସିଲା ସାପ । ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲାର ଆଠଗଡ ଅନ୍ତର୍ଗତ ବେତଖୋଲି ଗାଁର ପ୍ରଶାନ୍ତ ନାୟକଙ୍କ ବଗିଚାରେରେ ଘେରା ଯାଇଥିବା ମାଛ ଜାଲରେ ଏକ ୫ ଫୁଟ ଲମ୍ବର ବଡ଼ ନାଗ ସାପ ଫସି ଯାଇଥିଲା । ଏହା ଦେଖିବା ପରେ ଭୟଭୀତ ହୋଇ ସ୍ନେକ ହେଲ୍ପ ଲାଇନକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଆଠଗଡ଼ରେ କାମ କରୁଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅସିତ ପ୍ରଧାନଙ୍କ ନେତୃତ୍ୱରେ ଏକ ୩ଜଣିଆ ଟିମ ଘଟଣା ସ୍ଥଳରେ ପହଞ୍ଚି ଯତ୍ନ ସହିତ ଜାଲକୁ କାଟି ନାଗଟିକୁ ଉଦ୍ଧାର କରିଥିଲେ ।
ଏଇ କାମରେ ଅସିତଙ୍କୁ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଅମିତ ସାହୁ ଓ ଲଳିତ ମୋହନ ପଣ୍ଡା ସହଯୋଗ କରିଥିଲେ । ଜଣେ ଜଣେ ପାଳି କରି ନାଗ ସାପର ମୁଣ୍ଡକୁ ଧରି ଅନ୍ୟ ଜଣେ ସାପ ଦେହରେ ଫସିଥିବା ଜାଲର ସୁତାକୁ ଏକ ଛୁରୀ ଦ୍ୱାରା କାଟି ସାପକୁ ମୁକ୍ତ କରାଯାଇଥିଲା । ଏହି ବିପଦପୂର୍ଣ୍ଣ କାମ କରିବା ପାଇଁ ଆସିତଙ୍କୁ ଅଧଘଣ୍ଟା ସମୟ ଲାଗିଥିଲା । ପରେ ସାପ ଟି ନିକଟସ୍ଥ ଜଙ୍ଗଲ ରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆ ଯାଇଛି ।
ଏଥିସହିତ ପଢ଼ନ୍ତୁ: କୋଟିଏ ଟଙ୍କାରେ ବିକ୍ରି ହେଲା ୩୦ଟି ମାଛ: ଜାଣନ୍ତୁ କାହିଁକି
ଆମେରିକା ଉପରେ ଆକ୍ରମଣର ଯୋଜନା କରୁଛି ଆଇଏସ୍ଆଇଏସ୍-କେ
ନୂଆଦିଲ୍ଲୀ: ଆମେରିକା ଉପରେ ଆକ୍ରମଣ ଲାଗି ବଡ଼ ଯୋଜନା । ଆଫଗାନିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ISIS-K ଆକ୍ରମଣ ଯୋଜନା କରିଛି । ଆସନ୍ତା ୬ ମାସ ମଧ୍ୟରେ ଏକ ବଡ଼ ଧରଣର ହମଲା ହୋଇପାରେ ବୋଲି ଆମେରୀକିୟ ଗୁଇନ୍ଦା ସଂସ୍ଥା ଆଶଙ୍କା କରିଛି । ପେଣ୍ଟାଗନର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି, ଆକ୍ରମଣ ସୂଚନା ପାଇବା ନେଇ ଆମେରିକା ସଜାଗ ରହିଛି । ପ୍ରତିରକ୍ଷା ନୀତି ବିଭାଗ ଯୁଗ୍ମସଚିବ କଲିନ କହଲ କହିଛନ୍ତି, ଆମେରିକାର ଜାତୀୟ ନିରାପତ୍ତା ଲାଗି ଆଇଏସ ବଡ ବିପଦ ଭାବେ ଉଭା ହୋଇଛି ଏବଂ ଆକ୍ରମଣ ଲାଗି ଯୋଜନା କରିଛି । ସେ କହିଛନ୍ତି, ଆଫଗାନିସ୍ତାନରେ କ୍ରମଶଃ ଆଇଏସଆଇଏସ-କେ ଶକ୍ତିଶାଳୀ ହେବାରେ ଲାଗିଛି ।
ଏହା ଉପରେ ତାଲିବାନ ନିଜ ନିୟନ୍ତ୍ରଣ ହରାଇଛି । ବିଶେଷ କରି ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ଏସବୁ ସଙ୍ଗଠନ ସକ୍ରିୟ ହୋଇଛନ୍ତି । ଆଫଗାନିସ୍ତାନ ମାଟିକୁ ଆତଙ୍କବାଦୀ ବ୍ୟବହାର ନ କରନ୍ତୁ ବୋଲି ଆମେରିକା ଚାହୁଁଥିବା ବେଳେ ଏହା ସମ୍ଭବ ହୋଇନାହିଁ । ଆଫଗାନିସ୍ତାନରେ ଅଲ କାଇଦା ଓ ISIS ସଙ୍ଗଠନ ନିଜର କାୟା ବିସ୍ତାର କରୁଥିବା ସତ୍ତ୍ବେ ସେମାନଙ୍କ ଗତିବିଧି ଉପରେ ନିୟନ୍ତ୍ରଣ କରାଯାଇ ପାରୁନାହିଁ ବୋଲି ସେ କହିଛନ୍ତି ।
ଏଥିସହିତ ପଢ଼ନ୍ତୁ: ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ହେବ ତଦନ୍ତ: ସମୀର ଓ୍ୱାଙ୍ଖଡ଼େଙ୍କ ବିରୋଧରେ ଛାନ୍ଭିନ୍ କରିବ ଭିଜିଲାନ୍ସ
ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ହେବ ତଦନ୍ତ: ସମୀର ଓ୍ୱାଙ୍ଖଡ଼େଙ୍କ ବିରୋଧରେ ଛାନ୍ଭିନ୍ କରିବ ଭିଜିଲାନ୍ସ
ମୁମ୍ୱାଇ: ବିବାଦରେ ଫସିଥିବା ମୁମ୍ବାଇ ଏନସିବିର ଜୋନାଲ ହେଡ୍ ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ହେବ ତଦନ୍ତ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିବେ ୫ ଜଣିଆ ତଦନ୍ତକାରୀ ଟିମ୍ । ଓ୍ୱାଙ୍ଖଡେଙ୍କ ବିରୋଧରେ ତଦନ୍ତ କରିବେ ଚିଫ ଭିଜିଲାନ୍ସ ଅଫିସର । ଏନସିବି ଉପମହାନିର୍ଦ୍ଦେଶକ ତଥା ଚିଫ ଭିଜିଲାନ୍ସ ଅଫିସର ଜ୍ଞାନେଶ୍ୱର ସିଂହଙ୍କ ନେତୃତ୍ୱରେ ହେବ ତଦନ୍ତ । ସେହିଭଳି ଦିଲ୍ଲୀରେ ଥିବା ସମୀର ଓ୍ୱାଙ୍ଖଡେ ମଧ୍ୟ ମୁମ୍ବାଇରେ ପହଞ୍ଚି ସାରିଛନ୍ତି । ଏନସିବିର ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ପଦରୁ ସମୀର ଓ୍ୱାଙ୍ଖଡେଙ୍କୁ ହଟାଯିବ କି ନାହିଁ ତାହା ସ୍ପଷ୍ଟ ପ୍ରମାଣ ଆଧାରରେ ନିଷ୍ପତ୍ତି ନିଆଯିବ ।
ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ପ୍ରସଙ୍ଗରେ ଓ୍ୱାଙ୍ଖଡ଼େଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଆସୁଛି ତାହାକୁ ତର୍ଜମା କରାଯାଉଛି । ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଏନସିବି ମହାନିର୍ଦ୍ଦେଶକ ସତ୍ୟ ନାରାୟଣ ପ୍ରଧାନ । ତଥାକଥିତ ପ୍ରାଇଭେଟ ଇନଭେଷ୍ଟିଗେଟର ତଥା ରେଭ ପାର୍ଟି ମାମଲାରେ ପଡିଥିବା ସାକ୍ଷୀ କେ.ପି. ଗୋସାଭିଙ୍କ ଡ୍ରାଇଭର ପ୍ରଭାକର ସାଇଲ ଓ୍ୱାଙ୍ଗଡ଼େଙ୍କ ବିରୋଧରେ ଆଣିଥିଲେ ଗୁରୁତର ଅଭିଯୋଗ । ପ୍ରଭାକର ଅଭିଯୋଗ କରିଥିଲେ ଯେ, ଗୋସାଭି ଓ ସାମ ଡିସୋଜାଙ୍କ ମଧ୍ୟରେ ଏକ ଫୋନ ବାର୍ତ୍ତାଳାପ ହୋଇଥିଲା । ଏଥିରେ ଆର୍ଯ୍ୟନଙ୍କ ମୁକ୍ତି ଲାଗି ଏନସିବି 25 କୋଟି ଟଙ୍କା ଦାବି କରିଥିବା ବେଳେ, 18 କୋଟି ଟଙ୍କାରେ ଡିଲ ଚୂଡାନ୍ତ ହୋଇଥିଲା । ସେଥିରୁ ଓ୍ବାଙ୍ଖଡେଙ୍କୁ 8 କୋଟି ଟଙ୍କା ଦେବା ଲାଗି ଦୁଇ ଜଣ କଥା ହୋଇଥିଲେ । ସେପଟେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପ୍ରଭାକର । ସେ କହିଛନ୍ତି ତାଙ୍କର କୌଣସି ମନ୍ତ୍ରୀଙ୍କ ସହ ସମ୍ପର୍କ ନାହିଁ ବା ସେ କାହାରି ଚାପରେ କିଛି କହୁନାହାନ୍ତି । ତେବେ ଓ୍ବାଙ୍ଖଡେଙ୍କ ବିରୋଧରେ ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସତ । ଗୋସାଭି ଆତ୍ମସମର୍ପଣ କରିବା ପରେ ସେ ସବୁ କଥା କହିବେ ।
ଏଥିସହିତ ପଢ଼ନ୍ତୁ: ତୈଳ ଦରରେ ଲାଗିଛି ନିଆଁ: ଭୁବନେଶ୍ୱରରେ ୧୦୮.୯୦ଟଙ୍କାରେ ପହଞ୍ଚିଲା ପେଟ୍ରୋଲ
ତୈଳ ଦରରେ ଲାଗିଛି ନିଆଁ: ଭୁବନେଶ୍ୱରରେ ୧୦୮.୯୦ଟଙ୍କାରେ ପହଞ୍ଚିଲା ପେଟ୍ରୋଲ
ଭୁବନେଶ୍ୱର: ତେଲ ଦରରେ ଲାଗୁନି ଲଗାମ୍ । ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୬ ପଇସା ଓ ଡିଜେଲ ଲିଟର ପିଛା ୩୮ ପଇସା ବୃଦ୍ଧି ପାଇଛି । ଫଳରେ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୧୦୮ଟଙ୍କା ୯୦ପଇସା ଓ ଡିଜେଲ ଲିଟର ପିଛା ୧୦୫ ଟଙ୍କା ୪୭ ପଇସାରେ ପହଞ୍ଚିଛି । ସେହିଭଳି ଦିଲ୍ଲୀରେ ପେଟ୍ରୋଲ ଦର ୧୦୭ ଟଙ୍କା ୯୪ ପଇସା ରହିଛି, ଡିଜେଲ୍ ଦର ୯୬ ଟଙ୍କା ୬୭ ପଇସା ରହିଛି ।

ମୁମ୍ବାଇରେ ପେଟ୍ରୋଲ ଦର ୧୧୩ ଟଙ୍କା ୮୦ ପଇସା ଥିବାବେଲେ ଡିଜେଲ୍ ଦର ୧୦୪ ଟଙ୍କା ୭୫ ପଇସା ରହିଛି । କୋଲକାତାରେ ପେଟ୍ରୋଲ ଦର ୧୦୮ ଟଙ୍କା ୪୫ ପଇସା ଓ ଡିଜେଲ୍ ଦର ୯୯ ଟଙ୍କା ୭୮ ପଇସା ଥିବାବେଳେ ଚେନ୍ନାଇରେ ପେଟ୍ରୋଲ ଦର ୧୦୪ ଟଙ୍କା ୮୩ ପଇସା ଓ ଡିଜେଲ୍ ଦର ୧୦୦ ଟଙ୍କା ୯୨ ପଇସା ରହିଛି । ଲଗାତାର ଭାବେ ବଢୁଥିବା ତୈଳ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ଏଥିସହିତ ପଢ଼ନ୍ତୁ: ଲାଇସେନ୍ସ ନାହିଁ, ତଥାପି ଡ୍ୟାନ୍ସ ବାରରେ ରଙ୍ଗୀନ ହେଉଛି ରାତି
ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ବିଜେଡିର ସଜବାଜ: ଛାତ୍ର ଓ ଯୁବକଙ୍କୁ ଗୁରୁମନ୍ତ୍ର ଦେଲେ ଛାମୁଆ ନେତା
ପୁରୀ: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳର ସଂଗଠନକୁ ଆହୁରି ସୃଦୁଢ କରିବା ପାଇଁ ପୁରୀରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ ମେଗା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜେଡ଼ି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ଡଃ ବ୍ୟୋମକେଶ ରାୟ ସଭାପତିତ୍ୱ କରିଥିଲେ । ଏହି ରାଜ୍ୟସ୍ତରୀୟ ମେଗା ପ୍ରଶିକ୍ଷଣ ଶିବିରରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ମାନ୍ୟବର ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି ଜଣେ ଅସାଧାରଣ ବ୍ୟକ୍ତିତ୍ଵଙ୍କୁ ଆମ ନେତା ରୂପେ ପାଇ ଆମେ ସମସ୍ତେ ଗର୍ବିତ ଅନୁଭବ କରୁଛୁ। ବର୍ତ୍ତମାନର ଦରଦାମ ବୃଦ୍ଧି ପାଇଁ ରାଜ୍ୟ ନୁହେଁ ବରଂ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ” । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଥିଲେ କି” ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପର୍ଣ୍ଣ ନେତୃତ୍ୱ ଆଧାରରେ ବିଜୁ ଜନତା ଦଳ ଏକମାତ୍ର ଦଳ ଯେଉଁ ଦଳ ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଉଛି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏବଂ କୋଭିଡ୍ ମ୍ୟାନେଜମେଣ୍ଟ କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ ଓଡ଼ିଶା ଆଜି ରୋଲ୍ ମଡେଲ ସାଜିଛି। ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଏହି ଅବସରରେ କହିଥିଲେ କି ବିଜୁ ଜନତା ଦଳ କେବଳ ଗୋଟିଏ ରାଜନୈତିକ ଦଳ ନୁହେଁ ଏହା ଏକ ପଲିଟିକାଲ ମୁଭମେଣ୍ଟ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନନ୍ୟ ନେତୃତ୍ୱ ବଳରେ ଓଡ଼ିଶା ଆଜି ବିକଶିତ ହୋଇପାରିଛି ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ନୂତନ ମାଇଲ୍ ଖୁଣ୍ଟ ପ୍ରତିଷ୍ଠା କରିପାରିଛି।
ସର୍ବ ଭାରତୀୟ ଦଳ ମାନେ ସଂଘୀୟ ବ୍ୟବସ୍ଥାକୁ କୁଠାରାଘାତ କରି ଆର୍ଥିକ ଅନୁଦାନ ପ୍ରଦାନ ରେ ଅନ୍ତର ପାନ୍ତର କରି ସଦାବେଳେ ଓଡ଼ିଶା ପ୍ରତି ଆଞ୍ଚଳିକ ବୈମାତୃକ ମନୋଭାବ ପୋଷଣ କରିଆସୁଛନ୍ତି”। କେନ୍ଦ୍ର ସରକାର କୋଷ୍ଟାଲ ହାଇଓ୍ୱେ ନିର୍ମାଣ ଏବଂ ଖଣି ରୟାଲିଟି ପ୍ରଦାନ କରିବା କ୍ଷେତ୍ରରେ ଓଡ଼ିଶା ପ୍ରତି ବାରମ୍ବାର ବୈମାତୃକ ମନୋଭାବ ପ୍ରଦର୍ଶନ କରିଆସୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ରୋଲ୍ ମଡେଲ ରୂପେ ଗ୍ରହଣ କରି ଲୋକ ମାନଙ୍କୁ ତୁମେ ଭଲପାଇଲେ ହିଁ ଲୋକମାନେ ତୁମକୁ ଭଲ ପାଇବେ ଏବଂ ଏହା ଦ୍ୱାରା ଏକ ସମୃଦ୍ଧ ତଥା ସ୍ୱାବଲମ୍ୱୀ ଓଡ଼ିଶା ଗଠନ ହୋଇପାରିବ ବୋଲି ଡଃ ରାୟ ଅଭିଭାଷଣ ପ୍ରଦାନ କରିଥିଲେ। ବିଜେଡ଼ି ସାଧାରଣ ସମ୍ପାଦକ (ଯୁବ-ଛାତ୍ର ବ୍ୟାପାର) ତଥା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଆଗାମୀ ଦିନରେ ବିଜୁ ଜନତା ଦଳର ସଂଗଠନକୁ ଆହୁରି ବ୍ୟାପକ କରିବା ନିମନ୍ତେ ଯୁବ ନେତୃତ୍ୱଙ୍କ ଏକ ଖସଡ଼ା ପ୍ରଦାନ କରିଥିଲେ ।
ମାନ୍ୟବର ମନ୍ତ୍ରୀ ସମୀର ରଞ୍ଜନ ଦାଶ, ତୁଷାର କାନ୍ତି ବେହେରା, ମାନ୍ୟବର ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଜେଡ଼ି ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ରଞ୍ଜିତ ମହାପାତ୍ର ପ୍ରମୁଖ ଏହି ପ୍ରଶିକ୍ଷଣ ଶିବିର ରେ ଓଡ଼ିଶାରୁ କୋଣ ଅନୁକୋଣରୁ ଆସିଥିବା ସମସ୍ତ ଯୁବ ନେତୃତ୍ୱଙ୍କୁ ସଂଗଠନକୁ ଆହୁରି ବ୍ୟାପକ କରିବା ନିମନ୍ତେ ଗୁରୁମନ୍ତ୍ର ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ। ଏହି ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାମାଜିକ ସେବା କାର୍ଯ୍ୟକ୍ରମ ଏବଂ କୋଭିଡ୍ ସମୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଅଭାବର ସମସ୍ତ ସମସ୍ୟାର ସମାଧାନ କ୍ଷେତ୍ରରେ ବିଜୁ ଯୁବ ଜନତା ଦଳ ର ଅବଦାନ ସଂପର୍କିତ ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଶେଷରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ପୁରୀ ବେଳାଭୁମିରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ପ୍ରଶିକ୍ଷଣ ଶିବିର ରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ରାଜ୍ୟ ମହାସଚିବ ଏଲିନା ଦାଶ, ବରିଷ୍ଠ ଉପସଭାପତି ଧୃତି ରଂଜନ ମାର୍ଥା, ଜ୍ୟୋସ୍ନାମୟୀ ପରିଡ଼ା , ଭୁବନେଶ୍ୱର ଜୋନ୍ ସଭାପତି ବିଜୟ କେତନ ସାହୁ , ଅନ୍ୟ ସମସ୍ତ ଜୋନ ସଭାପତି,ଜିଲ୍ଲା ସଭାପତି,ରାଜ୍ୟ ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ, ସମସ୍ତ ଜିଲ୍ଲାର ଡିଜିଟାଲ ସେକ୍ରେଟାରୀ ଏବଂ ରାଜ୍ୟ ର ସମସ୍ତ ବ୍ଲକ୍, ଏନ୍.ଏ.ସି,ମୁନିସିପାଲିଟି ର ସଭାପତି ମାନେ ଯୋଗ ଦେଇଥିଲେ ବୋଲି ବିଜୁ ଯୁବ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ଏକ ପ୍ରେସ ଇସ୍ତିହାରରେ ଜଣାଇଛନ୍ତି। ତେବେ ୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ହୋଇଥିବା ବେଳେ ଆଜି ମଧ୍ୟ ତାଲିମ କାର୍ଯ୍ୟକ୍ରମ ଜାରି ରହିବ ।
ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି: ଅପରାହ୍ଣ ୪ଟାରୁ ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବନକ ଲାଗି ନୀତି । ଏନେଇ ଅପରାହ୍ନ ୪ଟାରୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିପ୍ରହର ଧୂପ ସରିବା ପରେ ଅତ୍ୟନ୍ତ ଗୁପ୍ତ ଭାବେ ଶ୍ରୀମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ସମ୍ପାଦନ କରାଯାଇଥାଏ । ଦତ୍ତମହାପାତ୍ର ସେବକ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିଥାନ୍ତି । ପାରମ୍ପରିକ ରଙ୍ଗ ଯଥା ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କର୍ପୂର, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କୁ ଶୃଙ୍ଗାର କରାଯାଇଥାଏ । ଏହି ଶୃଙ୍ଗାରକୁ ବନକ ଲାଗି କୁହାଯାଏ । ତେବେ ଅପରାହ୍ନ ଦ୍ୱିପ୍ରହର ଧୂପ ପରଠାରୁ ଆଜିର ଦର୍ଶନ ବ୍ୟବସ୍ଥାକୁ ପୁରାପୁରି ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଏଥିସହିତ ପଢ଼ନ୍ତୁ: ରସଗୋଲା ଆମର କହି ସାରେଗାମାପା ଷ୍ଟେଜରେ ଓଡ଼ିଶାର ଦାବିକୁ ମଜବୁତ କରିଥିବା ସ୍ଥିତିପଦ୍ମାଙ୍କଠାରୁ ଶୁଣନ୍ତୁ ସେଠାରେ କ’ଣ ହୋଇଥିଲା
କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ବଲାଙ୍ଗୀର: ଲୋଇସିଂହା ଥାନା ଅନ୍ତର୍ଗତ ସକ୍ମା ଗାଁରେ ଥିବା ଯୁବୋଧ୍ୟୟ ଘରୋଇ ବିଜ୍ଞାନ କଲେଜର ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଛାତ୍ରୀଙ୍କ ନାଁ ଆଶା ମେହେର । ନିଜ ରୁମରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଗତକାଲି ସଂଧ୍ୟାରେ ଝୁଲନ୍ତା ଅବସ୍ଥାରେ ଆଶାଙ୍କୁ ଦେଖି ସହପାଠୀମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ପୋଲିସ ମୃତଦେହ ଉଦ୍ଧାର କରିଛି ।
https://www.youtube.com/watch?v=Q_kWsxgxht4&feature=youtu.be
ତେବେ ଆତ୍ମହତ୍ୟା କଥାକୁ ମାନିବାକୁ ନାରାଜ୍ ପରିବାର ଲୋକେ । ଏପରିକି ମୃତଦେହ ଉଦ୍ଧାର ବେଳେ ହଷ୍ଟେଲ ରୁମର କବାଟ କେମିତି ଖୋଲା ଥିଲା ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି । ସେପଟେ ଅନେକ ସମୟ ଧରି ପୋଲିସ୍ ଓ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ମୃତଦେହ ପାଖକୁ ଛାଡ଼ି ନଥିଲେ । ଯାହାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।



