ବିଜୟ ପାଇଁ କସରତ; ଭାରତକୁ ଆବଶ୍ୟକ ୧୦ ଓ୍ବିକେଟ; ନ୍ୟୁଜିଲାଣ୍ଡ ଆଗରେ ୨୮୪ ରନ

1 min read

କାନପୁର: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଜିତିବାକୁ ହେଲେ ୨୮୪ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ । ଦ୍ବିତୀୟ ଇନିଂସରେ ଭାରତ 7 ଓ୍ବିକେଟ ବିନିମୟରେ ୨୩୪ ରନ କରି ଦ୍ବିତୀୟ ଇନିଂସ ଘୋଷଣା କରିଛି ଭାରତ । ଯାହା ଫଳରେ ପ୍ରଥମ ଟେଷ୍ଟ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୨୮୪ ରନ କରିବାକୁ ପଡ଼ିବ । ସେହିପରି ଭାବରେ ଭାରତ କଥା ଯଦି କହିବା ତାହାଲେ ଭାରତକୁ କାନପୁର ଟେଷ୍ଟ ଜିତିବାକୁ ହେଲେ ଆସନ୍ତାକାଲି ଅର୍ଥାତ ଶେଷ ଦିନରେ ନ୍ୟୁଜିଲାଣ୍ଡ ଟିମକୁ ଅଲଆଉଟ କରିବାକୁ ପଡ଼ିବ । ଅନ୍ୟପକ୍ଷରେ ଆଜି ଭାରତ ପାଳି ଘୋଷଣା କରିବା ପରେ ନ୍ୟୁଜିଲାଣ୍ଡ ଆଜି ଦିନରେ ମାତ୍ର ୧୩ ଓଭର ବ୍ୟାଟିଂ କରିବ । ତେବେ ଏହି ୧୩ ଓଭରରେ ମଧ୍ୟରେ ଭାରତ ଓ୍ବିକେଟ ନେବା ପାଇଁ ଆକ୍ରମଣାତ୍ମକ ଢ଼ଙ୍ଗରେ ପଡ଼ିଆକୁ ଓହ୍ଲାଇବ । କିନ୍ତୁ ଖରାପ ଲାଇଟ ପାଇଁ କେବଳ ଚାରି ଓଭର ହିଁ ବୋଲିଂ ହୋଇପାରିଥିଲା । ପଞ୍ଚମ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଗୋଟିଏ ଓ୍ବିକେଟ ବିନିମୟରେ ୪ ରନ କରିଛି । ଭାରତ ପକ୍ଷରୁ ଅଶ୍ବିନୀ ଏହି ସଫଳତା ହାସଲ କରିଛନ୍ତି ।

କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ପ୍ରଥମ ଇନିଂସରେ ଭାରତ ୩୪୫ ରନ କରିଥିଲା । ଭାରତ ପକ୍ଷରୁ ଶ୍ରେୟସ ଆୟର ଶତକ ହାସଲ କରିଥିବାବେଳେ ଶୁଭମନ ଗିଲ୍ ଓ ରବିନ୍ଦ୍ର ଜାଡେଜା ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ପ୍ରଥମ ଇନିଂସରେ ୩୪୫ ରନ କରିବା ପରେ ଭାରତ ନ୍ୟୁଜିଲାଣ୍ଡକୁ ପ୍ରଥମ ଇନିଂସରେ ୨୯୬ ରନରେ ଅଟକାଇ ଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ୫ଟି ଓ୍ବିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନୀ ୩ଟି, ଉମେଶ ଯାଦବ ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଅନ୍ୟପକ୍ଷରେ ଭାରତ ଦ୍ବିତୀୟ ଇନିଂସରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । ତେବେ ଡେବ୍ୟୁ କରିଥିବା ଶ୍ରେୟସଙ୍କ ୬୫ ରନ ଓ ରିଦ୍ଧିମାନ ଶାହାଙ୍କ ୬୧ ରନ ଫଳରେ ଭାରତ ୨୩୪ ରନ କରିଥିଲା ।

 

Leave a Reply