ଆଗକୁ ଆସୁଛି ବାତ୍ୟା ‘ଜାଓ୍ବଦ’: କେମିତି ହୋଇଥାଏ ବାତ୍ୟାର ନାମକରଣ ଜାଣିଛନ୍ତି କି ?

1 min read

ନୂଆଦିଲ୍ଲୀ: ଆପଣ ଗୋଟିଏ ପରେ ଗୋଟିଏ ବାତ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରାୟ ପ୍ରତିବର୍ଷ ଓଡ଼ିଶା ବାତ୍ୟାକୁ ସାମ୍ନା କରୁଛନ୍ତି । ବାତ୍ୟା ଆସିବା ପୂର୍ବରୁ ଏହାର ଏକ ନାଁ ଦିଆଯାଇଥାଏ । ଏହି ନାଁ ଅନୁସାରେ ବାତ୍ୟାର ଗତିବିଧି ଉପରେ ନଜର ରଖିଥାନ୍ତି ପୂରା ବିଶ୍ବର ପାଣିପାଗ କେନ୍ଦ୍ରଗୁଡ଼ିକ । ତେବେ ଏହି ନାଁ କେଉଁଠୁ ଆସିଥାଏ ଓ କିଏ ଦେଇଥାଏ ଜାଣିଛନ୍ତି କି ? ଆଗକୁ ଆସୁଥିବା ବାତ୍ୟା ନାଁ କ’ଣ ଆପଣକୁ ଜଣା ଅଛି କି ?

ଆଗକୁ ଆସୁଥିବା ବାତ୍ୟାର ନାଁ ଜାଓ୍ବଦ ରଖାଯାଇଛି । ସାଉଦୀ ଆରବ ଏହି ବାତ୍ୟାର ନାମକରଣ କରିଛି । ଭାରତ ମହାସାଗର ସହ ବଙ୍ଗୋପସାଗର ଓ ଆରବ ସାଗର ମଧ୍ୟରେ ଏହି ବାତ୍ୟା ଘନିଭୂତ ହୋଇପାରେ । ଆଗକୁ ଆସୁଥିବା ବାତ୍ୟା ଜଓ୍ବାଦ ନାଁ ସାଉଦୀ ଆରବ ଦେଇଛି । ଆରବିକ ଭାଷା ଅନୁସାରେ ଏହାର ନାଁ ଦିଆଯାଇଛି । ଯାହାର ଅର୍ଥ ମହାନ, ଉଦାର ବା ଦୟାଳୁ ।

କିଏ ଦେଇଥାନ୍ତି ବାତ୍ୟାର ନାଁ ?

ଆମେ ସମ୍ମୁଖୀନ ହେଉଥିବା କିମ୍ବା ଆମ ପଡୋଶୀ ଦେଶ ଉପରେ ପ୍ରଭାବ ପକାଇଥିବା ବାତ୍ୟାର ନାଁ WMO/ESCAP ପ୍ୟାନେଲର ସଦସ୍ୟ ଦେଶଗୁଡ଼ିକ ଦେଇଥାନ୍ତି । ଭାରତ ମହାସାଗର, ବଙ୍ଗୋପ ସାଗର ଓ ଆରବ ସାଗରରେ ହେଉଥିବା ବାତ୍ୟାରେ ଏହି ଦେଶମାନେ ପ୍ରଭାବିତ ହୋଇଥାନ୍ତି । ଏହି ପ୍ୟାନେଲରେ ୧୩ଟି ଦେଶ ସଦସ୍ୟ ଅଛନ୍ତି । ଏମାନେ ହେଲେ ଭାରତ, ଇରାନ, ମଲାଦ୍ବିପ, ବାଂଲାଦେଶ, ମିଆଁମାର, ଓମାନ, ପାକିସ୍ତାନ, କୁଏତ, ସାଉଦୀ ଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ, ୟୁଏଇ ଓ ୟେମେନ୍ । ୨୦୨୦ ଏପ୍ରିଲରେ ବାତ୍ୟାର ନାଁର ନୂଆ ଲିଷ୍ଟ ପ୍ରକାଶ ପାଇଥିଲା । ଏଥିରେ ଉପରୋକ୍ତ ୧୩ଟି ଦେଶ ୧୬୯ଟି ନାଁ ଦେଇଥିଲେ । ଯାହା ଗୋଟିଏ ପରେ ଗୋଟିଏ ହୋଇ ଆଗକୁ ଆସୁଥିବା ବାତ୍ୟାର ନାମକରଣ କରାଯାଉଛି ।

ସୂଚନାଯୋଗ୍ୟ, ଗୋଟିଏ ବାତ୍ୟାରେ ବ୍ୟବହାର ହୋଇଥିବା ନାଁ ଅନ୍ୟ ବାତ୍ୟାରେ ବ୍ୟବହାର କରାଯାଇ ପାରିବ ନାହିଁ । ଅର୍ଥାତ ଗୋଟିଏ ନାଁ ଗୋଟିଏ ବାତ୍ୟାରେ ହିଁ ବ୍ୟବହାର ହୋଇଥାଏ ।

ଆଗକୁ ଆସୁଥିବା ୭ଟି ବାତ୍ୟାର ନାଁ ଏମିତି

ଜଓ୍ବାଦ ପରେ ଆସିବାକୁ ଥିବା ବାତ୍ୟାର ନା ‘ଆସାନୀ’ ରହିବ । ଶ୍ରୀଲଙ୍କା ଏହାର ନାଁ ଦେଇଛି । ଏହାପର ବାତ୍ୟାର ନାଁ ଥାଇଲାଣ୍ଡ ଅନୁସାରେ ‘ସିତାଙ୍ଗ’ ରହିବ । ଏହାପର ନାଁ ୟୁଏଇ ଅନୁସାରେ ‘ମାଣ୍ଡୋସ’ ରହିବ । ପରବର୍ତ୍ତି ବାତ୍ୟାର ନାଁ ୟେମେନ ଅନୁସାରେ ‘ମୋଖା’ ରଖାଯିବ । ଏହା ପର ଦୁଇଟି ବାତ୍ୟାର ନାଁ ବାଂଲାଦେଶ ଓ ଭାରତ ଅନୁସାରେ ‘ନିସର୍ଗ’ ଓ ‘ତେଜ୍’ ରଖାଯିବ ।

Leave a Reply