ରେକର୍ଡ କଲେ ଅକ୍ଷର ପଟେଲ; ୪ଟି ମ୍ୟାଚରେ ପଞ୍ଚମ ଥର ନେଲେ ୫ ଓ୍ବିକେଟ

1 min read

କାନପୁର: କାନପୁରରେ ଚାଲିଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟଂ କରିବାର ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତ ୩୪୫ ରନ କରିଥିଲା । ତେବେ ନ୍ୟୁଜିଲାଣ୍ଡ  ପ୍ରଥମ ଇନିଂସର ଆରମ୍ଭରୁ ଦମଦାର ଆରମ୍ଭ କରିଥିଲା । କିନ୍ତୁ ତୃତୀୟ ଦିନରେ ଭାରତୀୟ ସ୍ପିନର ଅକ୍ଷର ପଟେଲଙ୍କ ଯାଦୁଗରୀ ସ୍ପିନ ଆଗରେ ତିଷ୍ଠି ପାରିନଥିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ । ଅକ୍ଷର ପଟେଲ ୫ ଓ୍ବିକେଟ ଅକ୍ତିଆର କରି ଭାରତକୁ ପ୍ରତ୍ୟାବର୍ତ୍ତନ ପାଇଁ ଦେଇଥିଲେ ବଡ଼ ସୁଯୋଗ ।

ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ଅକ୍ଷର ପଟେଲ । ତେବେ ଟେଷ୍ଟରେ ଡେବ୍ୟୁ କରିବା ପରେ ଶାନଦାର ଫର୍ମ ପ୍ରଦର୍ଶନ କରିଥିଲେ । ଏପର୍ଯ୍ୟନ୍ତ ମାତ୍ର ୪ ଟି ମ୍ୟାଚ ଖେଳିଛନ୍ତି ଅକ୍ଷର । କିନ୍ତୁ ଏହି ୪ଟି ମ୍ୟାଚରେ ଏକ ବଡ଼ ରେକର୍ଡ କରିଛନ୍ତି ଅକ୍ଷର । ୪ଟି ମ୍ୟାଚ ଖେଳି ଗୋଟିଏ ଇନିଂସରେ ୫ ଥର ୫ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି । ସେ ମାତ୍ର ୭ଟି ଇନିଂସରେ ୫ ଥର ୫ ଓ୍ବିକେଟ ଅକ୍ତିଆର କରିଛନ୍ତି । ସବୁଠାରୁ କମ୍ ଇନିଂସରେ ୫ ଓ୍ବିକେଟ ଅକ୍ତିଆର କରିଥିବା ରେକର୍ଡ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ରୋଡନେ ହଗଙ୍କ ନାଁରେ ରହିଛି । ରୋଡନୀ ମାତ୍ର ୬ଟି ଇନିଂସରେ ପଞ୍ଚମ ଥର ୫ ଓ୍ବିକେଟ ହାସଲ କରିବାର ରେକର୍ଡ କରିଛନ୍ତି । ସବୁଠାରୁ କମ୍ ଇନିଂସରେ ଅଧିକ ଥର ୫ ଓ୍ବିକେଟ ନେବା ଲିଷ୍ଟରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅକ୍ଷର ପଟେଲ ।

 

Leave a Reply