ଚିଲିକାରେ ପୁଣି ମାତିଲେ ପକ୍ଷୀ ଶିକାରୀ: ଜଣେ ଗିରଫ

ଟାଙ୍ଗୀ: ଚିଲିକାରେ ପୁଣି ମାତିଲେ ପକ୍ଷୀ ଶିକାରୀ । ଆଭିମାନପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ପାଖରୁ ଜଣେ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ଶିକାରୀ ହେଲେ ଟାଙ୍ଗୀ ଥାନା ସୁନ୍ଦରପୁର ଚାରିଘରିଆପାଟଣାର ବିଦ୍ୟାଧର ରାଉତ । ତାଙ୍କ ପାଖରୁ ଗୋଟିଏ ଗଡୱାଲ, ଗୋଟିଏ ପିନଟେଲ, ୨ ଟି କମନ୍ କୁଟ୍ ଓ ୨ଟି ଲାର୍ଜ୍ ହୁଇଷ୍ଟିଲ ଡକ୍ ଜବତ କରିଛି ବନବିଭାଗ । ପକ୍ଷୀମାନଙ୍କୁ କଇଁ ଫୁଲ କେଶରରେ ଵିଷ ଦେଇ ପକ୍ଷୀ ଶିକାର କରୁଥିଲେ ଗିରଫ ଶିକାରୀ । ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି । ବନବିଭାଗର ପାଟ୍ରୋଲିଂରେ ଢିଲା ଯୋଗୁଁ ଶିକାରୀ ସକ୍ରିୟ ଥିବା ଅଭିଯୋଗ ହୋଇଛି ।

ସୂଚନା ଯୋଗ୍ୟ, ଶୀତ ଆସିଲେ ନିଳାମ୍ବୁ ଚିଲିକାକୁ ବିଦେଶୀ ପକ୍ଷୀମାନଙ୍କ ଆଗମନ ହୋଇଥାଏ । ଚିଲିକାର ଥଣ୍ଡା ଅନ୍ଧାର ହାତଠାରି ସ୍ୱାଗତ କରିବା ପରେ ଦେଶ ବିଦେଶରୁ ଲକ୍ଷଲକ୍ଷ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ସମାଗମ ହୁଏ। । କିଚିରି ମିଚିରି ଶବ୍ଦରେ ଲୁଚିଯାଏ ଚିଲିକାର କୁଳୁକୁଳୁ ଶବ୍ଦ। ସୁରକ୍ଷା ଦୃଷ୍ଟିରୁ ବିଦେଶରୁ ପ୍ରତି ବର୍ଷ ଜାନୁଆରୀର ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା ମଧ୍ୟ ହୋଇଥାଏ । ତେବେ ବିଦେଶୀ ପକ୍ଷୀଙ୍କ ଆଗମନ ସହ ପକ୍ଷୀ ଶିକାରୀ ମଧ୍ୟ ବେଶ ସକ୍ରିୟ ହୋଇଯାଆନ୍ତି ।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ଜୋଓ୍ୱାଦ’: ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ତାଣ୍ଡବ ରଚିବ !

Leave a Reply