କୋହଲିଙ୍କ ବ୍ୟତୀତ ଆଉ କାହାକୁ ଦଳରେ ରଖିବ RCB ଜାଣନ୍ତୁ…

1 min read

ନୂଆଦିଲ୍ଲୀ: ୨୦୨୨ରେ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ ପୂର୍ବରୁ ହେବ ମେଗା ଅକ୍ସନ । ତେବେ ମେଗା ଅକ୍ସନ ପୂର୍ବରୁ ନଭେମ୍ବର ୩୦ ପୂର୍ବରୁ ସବୁ ଦଳ କେଉଁ କେଉଁ ଖେଳାଳିଙ୍କୁ ଦଳରେ ରଖିଲେ ତାହା ର ଲିଷ୍ଟ ଦେବେ ବୋଲି କୁହାଯାଇଛି । ତେବେ ଯଦି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କଥା ଯଦି କହିବା ତାହାଲେ ଅଧିନାୟକ ପଦ ଛାଡିଥିବା ବିରାଟ କୋହଲିଙ୍କୁ ଦଳରେ ରଖିବ ଆରସିବି ।

ରିପୋର୍ଟ ଅନୁସାରେ ଆରସିବି ବିରାଟ କୋହଲିଙ୍କ ଅଷ୍ଟ୍ରେଲିଆନ ଧୂଆଁଧାର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ଦଳରେ ରଖିପାରନ୍ତି । ବିରାଟ କୋହଲି ଓ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ବ୍ୟତୀତ ୟୁଜିବେନ୍ଦ୍ର ଚହଲ ଓ ଦେବିଦତ୍ତ ପାଡିକଲଙ୍କ ଭଳି ଖେଳାଳିଙ୍କୁ ଦଳରେ ରଖିବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ଆଲୋଚନା କରାଯାଉଛି । ତେବେ ଆଗାଗୀ ଋତୁରେ ବାଙ୍ଗାଲୋର ଦଳରେ ଅଧିନାୟକ କିଏ ହେବେ ତାହା ଏପର୍ଯ୍ୟନ୍ତ ମ୍ୟାନେଜମେଣ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ତେଣୁ ଆଗାମୀ ଦିନରେ ହେବାକୁ ଥିବା ଆଇପିଏଲର ମେଗା ଅକ୍ସନରେ ଏମିତି ଏକ ଖେଳାଳିଙ୍କୁ ଦଳରେ ନେବାକୁ ଚାହିଁବେ ଯିଏକି ବାଙ୍ଗାଲୋରର ନେତୃତ୍ବ ନେଇ ପାରିବେ ।

ବିସିସିଆଇ ସୂଚନା ଅନୁସାରେ ପ୍ରତ୍ୟେକ ଟିମ୍ ମୋଟ ଚାରି ଜଣ ଖେଳାଳିଙ୍କୁ ମେଗା ଅକ୍ସନ ପୂର୍ବରୁ ଦଳରେ ରଖିପାରିବେ । ସେଥିମଧ୍ୟରୁ ଅତିବେଶୀରେ ୩ ଜଣ ଭାରତୀୟ ଖେଳାଳି ରଖିପାରିବେ ଏବଂ ଅତିବେଶୀରେ ଦୁଇ ଜଣ ବିଦେଶୀ ଖେଳାଳିଙ୍କୁ ମଧ୍ୟ ଦଳରେ ରଖିପାରିବେ ପ୍ରତ୍ୟେକ ଟିମ୍ । ତେବେ ୪ ଜଣ ଖେଳାଳିଙ୍କୁ ଦଳରେ ରଖିବା ପାଇଁ ମୋଟ ୪୨ କୋଟି ଖର୍ଚ୍ଚ କରିପାରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

 

Leave a Reply