୯ ବର୍ଷର ସମ୍ପର୍କ ପରେ ହାତ ଛାଡ଼ିଦେଲେ ପ୍ରେମିକ: ନ୍ୟାୟ ଦାବି ଧାରଣାରେ ବସିଲେ ପ୍ରେମିକା

ଆସିକା: ବିବାହର ପ୍ରତିଶ୍ରୁତି ଦେଲେ, ସମ୍ପର୍କ ରଖିଲେ । ୯ ବର୍ଷା ଯାଏଁ ଜାରି ରହିଲା ପ୍ରେମ ସମ୍ପର୍କ । ହଠାତ୍ ହାତ ଛାଡ଼ିଦେଲେ ବାହାହେଲେ ଅନ୍ୟତ୍ର । ଆଉ ଏହା ପରେ ନ୍ୟାୟ ଦାବିରେ ପ୍ରେମିକ ଘର ସାମ୍ନାରେ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ପ୍ରେମିକା । ଏମିତି ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ତୋଟା ସାହିରେ । ସାହିର ଗଗନ ବଡତ୍ୟା ମିସ୍ତ୍ରୀ କାମ କରନ୍ତି ଏବଂ ତାଙ୍କ ସହଯୋଗୀ ଭାବେ ଝୁନୁ ନାୟକ କାମ କରନ୍ତି । କାମ କରିବା ମଧ୍ୟରେ ଦୁହିଁ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ଦିନକୁ ଦିନ ସମ୍ପର୍କ ସୁଦୃଢ଼ ହେବ ସହ ବିବାହର ପ୍ରତିଶ୍ରୁତି ଦେଇ ଶରିରୀକ ସମ୍ପର୍କ ରଖିଥିଲେ ଗଗନ । କିନ୍ତୁ ଝୁନୁଙ୍କୁ କିଛି ନ ଜଣାଇ ଗଗନ ଗତ ୨୬ ତାରିଖ ଦିନ ଅନ୍ୟତ୍ର ବିବାହ  କରିଥିଲେ । ଖବର ପାଇବା ପରେ ଝୁନୁ ଥାନାର ଦ୍ୱାରସ୍ତ ହୋଇଥିଲେ । ସେଠାରେ ତାଙ୍କୁ କୌଣସି ସୁଫଳ ନମିଳିବାରୁ ଝୁନୁ ତାଙ୍କ ପ୍ରେମିକ ଗଗନଙ୍କ ଘର ଆଗରେ ନ୍ୟାୟ ଦାବିରେ ଧାରଣାରେ ବସିଲେ । ପୋଲିସ ଖବର ପାଇ ପ୍ରେମିକା ଝୁନୁଙ୍କୁ ତଦନ୍ତ ଲାଗି ଥାନାକୁ ନେଇଛି ।  ଅନ୍ୟପଟେ ନ୍ୟାୟ ପାଇଁ ଗଣମାଧ୍ୟମ ଆଗରେ ନେହୁରା ହୋଇଛନ୍ତି ଝୁନୁ  ।
ଏଥିସହିତ ପଢ଼ନ୍ତୁ: କଲେଜ ଛାତ୍ରୀଙ୍କୁ ବିଚ୍ ରାସ୍ତାରେ ଚାପୁଡ଼ା ମାଡ଼: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Leave a Reply