ଶନିବାର ବର୍ଷର ଶେଷ ସୂର୍ଯ୍ୟ ପରାଗ, ଏହି ୪ ରାଶିଙ୍କୁ ମିଳିବ ଲାଭ

ଭୁବନେଶ୍ୱର: ବର୍ଷର ଅନ୍ତିମ ସୂର୍ଯ୍ୟ ପରାଗ ଆସନ୍ତାକାଲି ଶନିବାର ଲାଗିବ । ଏହା ଏକ ପୂର୍ଣ୍ଣ ସୂର୍ଯ୍ୟ ପରାଗ । ତେବେ, ଏହି ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ ନାହିଁ । ଦକ୍ଷିଣ ଆମେରିକା ସମେତ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଦକ୍ଷିଣ ଆଣ୍ଟଲାଟିକ୍ ଦେଶରେ ଦୃଶ୍ୟମାନ ହେବ । ଜ୍ୟୋତିଷଙ୍କ ଅନୁସାରେ, ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ ନାହିଁ । ତେଣୁ, ଏହା ସମ୍ବନ୍ଧୀୟ ବିଧି ପାଳନ କରାଯିବ ନାହିଁ ।

ଆଂଶିକ ସୂର୍ଯ୍ୟ ପରାଗ ଭାରତୀୟ ସମୟ ଦିନ ୧୦ଟା ୫୯ରୁ ଆରମ୍ଭ ହେବ । ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦ୍ୱିପ୍ରହର ୧୨ଟା ୩୦ରୁ ଆରମ୍ଭ ହୋଇ ଦିନ ୧ଟା ୩ରେ ଆହୁରି ଅଧିକ ପ୍ରଭାବୀ ହେବ । ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦିନ ୧ଟା ୩୩ରେ ସରିବ । ସେହିଭଳି ଆଂଶିକ ସୂର୍ଯ୍ୟ ପରାଗ ଦ୍ୱିପ୍ରହର ୩ଟା ୭ରେ ସରିବ ।

 Surya Grahan 4 December 2021 Time

ସାଧାରଣତଃ ସୂର୍ଯ୍ୟ ପରାଗକୁ ଭଲ କୁହାଯାଏ ନାହିଁ । ଏହା ଅଶୁଭ ଫଳ ଦିଏ ବୋଲି କୁହାଯାଏ । ଏଥରକ ସୂର୍ଯ୍ୟ ପରାଗ କଛି ରାଶି ପାଇଁ ଆଣିଛି ଶୁଭ ଫଳ । ଏହି ପୂର୍ଣ୍ଣ ସୂର୍ଯ୍ୟ ପରାଗରେ ମିଥୁନ ରାଶି, କନ୍ୟା ରାଶି, ମକର ରାଶି ଓ କୁମ୍ଭ ରାଶି ଜାତକର ଲୋକଙ୍କୁ ଶୁଭ ଫଳ ମିଳିପାରେ ।

ଶନିବାର ଲାଗିବାକୁ ଥିବା ସୂର୍ଯ୍ୟ ପରାଗ ବିଛା ରାଶି ଓ ଜ୍ୟେଷ୍ଠା ନକ୍ଷତ୍ରର ଆକାର ନେବ । ବିଛା ରାଶି ମଙ୍ଗଳର ଆଧିପତ୍ୟ ରାଶି । ଯେତେବେଳେ କି ଜ୍ୟେଷ୍ଠା ନକ୍ଷତ୍ରର ସ୍ୱାମୀ ବୁଧ ଦେବ । ବିଛା ରାଶି ଅଥବା ଜ୍ୟେଷ୍ଠ ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷଙ୍କ ଉପରେ ପରାଗର ପ୍ରଭାବ ପଡ଼ିପାରେ । ତେବେ, ସୂର୍ଯ୍ୟ ପରାଗ ଦେଖାଯିବାକୁ ସ୍ଥାନରେ ଥିବା ଏହି ରାଶିର ଲୋକଙ୍କ ଉପରେ ହିଁ ପ୍ରଭାବ ପଡ଼ିବ ।

Leave a Reply