କୁକୁର ନାଁରେ ଦୁଷ୍କର୍ମ ଅଭିଯୋଗ; ଗିରଫ କଲା ପୋଲିସ

ମେକ୍ସିକୋ : ଦୁଷ୍କର୍ମ ଅଭିଯୋଗରେ କୈାଣସି କୁକୁର ଗିରଫ ହୋଇଥିବା ଆପଣ ଶୁଣିଛନ୍ତି କି ? ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ ଅବଗତ କରାଇବୁ ଯାହା ଅବିଶ୍ୱସନୀୟ ହୋଇଥିଲେ ମଧ୍ୟ ସତ । ଆମେରିକାର ଜଣେ ମହିଳା ନିଜ କୁକୁର ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ନିଜ ୯ ବର୍ଷର ଝିଅକୁ ତାଙ୍କ ଘରେ ଥିବା ପୋଷା କୁକୁର ଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗକ୍ରମେ ପୋଲିସ କୁକୁରଟିକୁ ଗିରଫ କରିଥିବା ଜଣାପଡ଼ିଛି ।

‘ଦ ସନ୍ ୟୁକେ’ର ରିପୋର୍ଟ ଅନୁସାରେ ମେକ୍ସିକୋର ଜଣେ ମହିଳା ନିଜ ଘରେ ପାଳିଥିବା କୁକୁର ନାଁରେ ନିଜ ୯ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଘଟଣାର ସଠିକ୍ ତଦନ୍ତ ନିମନ୍ତେ ପୋଲିସ ମହିଳାଙ୍କ କୁକୁରକୁ ଉଠାଇ ନେଇଥିଲା । ତାଙ୍କ ଝିଅ ସହ କୁକୁର ବ୍ୟତୀତ ଅନ୍ୟ କୈାଣସି ବ୍ୟକ୍ତି ଉପସ୍ଥିତ ନଥିବା ମହିଳା ଜଣକ କହିଥିଲେ ଏବଂ ତାଙ୍କୁ ପଚରାଉଚରା ସମୟରେ ମହିଳା ଜଣକ ବାରମ୍ୱାର କୁକୁର ହିଁ ଏକମାତ୍ର ଦୋଷୀ ବୋଲି ଦାବି କରିଥିଲେ । ପୀଡ଼ିତାଙ୍କ ଚିକିତ୍ସା ଚାଲିଥିବା ବେଳେ ପୋଲିସକୁ ମହିଳାଙ୍କ ଏଭଳି ବୟାନ ଉପରେ ସନ୍ଦେହ ହୋଇଥିଲା । ସଠିକ୍ ତଦନ୍ତ କରିବା ପରେ ପୀଡ଼ିତାଙ୍କ ସାବତ ବାପା ଏଭଳି କରିଥିବା ଜଣାପଡ଼ିବା ପରେ ତାଙ୍କୁ ପୋଲିସ ଗିରଫ କରିଥିଲା ଏବଂ ମହିଳା ଜଣକ ନିଜ ସ୍ୱାମୀକୁ ବଞ୍ଚାଇବା ନିମନ୍ତେ ଏଭଳି ଅଭିଯୋଗ କରିଥିବା ଜଣାପଡ଼ିଥିଲା । ବର୍ତ୍ତମାନ ପୀଡ଼ିତାଙ୍କ ଡିଏନଏ ପରୀକ୍ଷା କରାଯାଉଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି । ଏଥିସହ ପୋଲିସ ମହିଳାଙ୍କ ମାନସିକ ସ୍ଥିତି ଆଦି ଉପରେ ଯାଞ୍ଚ ଚଳାଇଛି ।

Leave a Reply