ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିବା ୧୦ ବିଦେଶୀ ନିଖୋଜ, ଚିନ୍ତା ବଢ଼ାଇଲା ଓମିକ୍ରନ୍

ବେଙ୍ଗାଲୁରୁ: ଭାରତରେ ପାଦ ଥାପି ସାରିଛି କରୋନା ନୂଆ ଭାରିଆଣ୍ଟ ଓମିକ୍ରନ । ବେଙ୍ଗାଲୁରୁରୁ ୨ ଦକ୍ଷିଣ ଆଫ୍ରିକା ଫରନ୍ତା ଓମିକ୍ରାନ ଭାରିଆଣ୍ଟ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଯାହାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ସେହି ବେଙ୍ଗାଲୁରୁକୁ ନେଇ ଆସିଛି ଆଉ ଏକ ଭୟଙ୍କର ଖବର । ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଫେରିଥିବା ଲୋକଙ୍କ ମଧ୍ୟରୁ ୧୦ ବିଦେଶୀ ନିଖୋଜ ହୋଇଯାଇଛି । ଏହି ଖବର ଆସିବା ପରେ ସ୍ଥାନୀୟ ପ୍ରଶାସନ ସମେତ ପୂରା ଭାରତରେ ଭୟର ବାତାବରଣ ଖେଳିଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଏହି ନିଖୋଜ ବିଦେଶୀ ନାଗରିକଙ୍କ ଦକ୍ଷିଣ ଆଫ୍ରିକାରେ ବୁଲାବୁଲି କରିଥିବା ତଥ୍ୟ ରହିଛି । ବେଙ୍ଗାଲୁରୁ ମହାନଗରନିଗମ କମିଶନର ଗୌରବ ଗୁପ୍ତା କହିଛନ୍ତି, ‘ସବୁ ବିଦେଶୀ ନାଗରିକ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି । ଏମାନଙ୍କ ଫୋନ ଏବେ ଅଫ୍ ଆସୁଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ସନ୍ଧାନ କରାଯାଉଛି ।’

ସୂଚନାଯୋଗ୍ୟ, ଓମିକ୍ରନ୍ ଆସିବା ପରଠୁ ଦକ୍ଷିଣ ଆଫ୍ରିକାରୁ ୫୭ ଜଣ ବେଙ୍ଗାଲୁରୁ ଫେରିଛନ୍ତି । ଏମାନଙ୍କ ମଧ୍ୟ ୧୦ ବିଦେଶୀ ନାଗରିକଙ୍କ କୌଣସି ସନ୍ଧାନ ମିଳିନି । ଫେରିବା ବେଳେ ଏୟାରପୋର୍ଟରେ ଦେଇଥିବା ଠିକଣାରେ ମଧ୍ୟ ଏମାନେ ନାହାନ୍ତି ।

 

Leave a Reply