spot_img
Home Blog Page 4999

ଆସିଲା ମଭେମ୍ବର ମାସ ପାଇଁ କରୋନା ଗାଇଡଲାଇନ୍‌

ଭୁବନେଶ୍ୱର: ଆସିଲା ନଭେମ୍ବର ମାସ ପାଇଁ ନୂଆ କରୋନା ଗାଇଡଲାଇନ୍। ଆଗକୁ ଦୀପାବଳି ଥିବାରୁ ଆସିଛି ନୂଆ ଗାଇଡଲାଇନ୍‌। ତେବେ ଦୀପାବଳି ଥିବାରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି।  ସହରାଞ୍ଚଳରେ ନାଇଟକର୍ଫ୍ୟୁ ବଳବତ୍ତର ରହିବ।  କୋଭିଡ କଟକଣାରେ ପାଳନ ହେବ ଦୀପାବଳିରେ ପାର୍ବଣ। ଏହି କଟକଣା ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ରହିବ। ହେଲେ ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ ହେବନାହିଁ। ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ସେହିପରି ରାଜ୍ୟରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବ ନାହିଁ । ରାଜ୍ୟରେ ସମସ୍ତ ପ୍ରକାରର ଦୋକାନ୍‌ ବଜାର ଖୋଲା ରହିବ। ହେଲେ ନାଇଟ କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ଜାରି ରହିବ।

ସକାଳ ୫ଟାରୁ ରାତି ୧୦ଟା ଯାଏଁ ସବୁ ଖୋଲା ରହିବ । ଏହା କେବଳ ନଭେମ୍ଭର ମାସ ପାଇଁ ଗାଇଡ ଲାଇନ୍‌। ତେବେ ଦୀପାବଳି ପାଇଁ ସ୍ୱତନ୍ତ୍ର ଭାବେ ଗାଇଡଲାଇନ ଆସିବ। ସବୁଠାରୁ ବଡ଼ କଥା ହେଉଛି କର୍ଫ୍ୟୁ ସମୟରେ ଜରୁରୀ ସେବା ଜାରି ରହିବ। ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍‌ମେଣ୍ଟକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଆଗକୁ ଦିପାବଳୀ କାଳି ପୂଜାକୁ ଲକ୍ଷ୍ୟ କରି କଟକଣା ଜାରି କରାଯିବ। କଟକଣା ମାନି ପର୍ବପର୍ବାଣୀ ପାଳନ କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି। ବାଣ ବିକ୍ରି ଓ ଫୁଟାଇବା ଉପରେ ସ୍ୱତନ୍ତ୍ର ନିୟମାବଳୀ ଆସିବ ବୋଲି କୁହାଯାଇଛି ।

 

ବିଜେପି କଂଗ୍ରେସ ଏକ: ଅଖିଳେଶ ଯାଦବ

ଲକ୍ଷ୍ନୌ: ଆସନ୍ତାବର୍ଷ ଉତ୍ତରପ୍ରଦେଶରେ ହେବ ବିଧାନସଭା ନିର୍ବାଚନ ।  କିନ୍ତୁ ନିର୍ବାଚନ ପୂର୍ବରୁ ସରଗରମ ୟୁପି ରାଜନୀତି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆଜି ମୁହାଁମୁହିଁ ହୋଇଛନ୍ତି ସମାଜବାଦୀ ପାର୍ଟି ଓ କଂଗ୍ରେସ । ବାସ୍ତବରେ ଅକ୍ଟୋବର ୩୦ରେ ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ସିଂ ଯାଦବ ଏକ ପ୍ରଶ୍ନର ଉତ୍ତରେ କହିଛନ୍ତି କି କଂଗ୍ରେସ-ବିଜେପି ସମାନ ।

ତେବେ ଅଖିଳେଶ ଯାଦବଙ୍କ ଏହି ବୟାନର ପ୍ରତିଶୋଧ ନେଇଛନ୍ତି ପ୍ରିୟଙ୍କା ଗାନ୍ଧି । ପ୍ରିୟଙ୍କା ରବିବାର ଗୋରଖପୁରରେ ପ୍ରତିଗ୍ୟା ଯାତ୍ରାରେ ଯୋଗ ଦେବା ସମୟରେ ସମାଜବାଦୀ ପାର୍ଟି ବିପକ୍ଷରେ ବିଶଦଗାର କରିଛନ୍ତି । ଅଖିଳେଶ ଯାଦବଙ୍କ ବିବୃତ୍ତି ଉପରେ ପ୍ରିୟଙ୍କା କହିଥିଲେ କି ସପା, ବିଏସପି କହୁଛି କି କଂଗ୍ରେସ ବିଜେପିକୁ ସହଯୋଗ କରୁଛି । କିନ୍ତୁ ଆଜି ମୁଁ ସେମାନଙ୍କୁ ପଚାରିବାକୁ ଚାହୁଁଛି କି ସେମାନେ କେଉଁଠାରେ ଅଛନ୍ତି? ଯେତେବେଳେ କିଛି ବିବାଦ ଆସେ ସେମାନେ କାହିଁକି ଆସନ୍ତି ନାହିଁ । କିଛି ବିପଦ ଆସିଲେ କେବଳ କଂଗ୍ରେସ ଆସେ । କେବଳ କଂଗ୍ରେସ ଲଢ଼େଇ କରେ । ମୁଁ ଆଜି ଏହି ଷ୍ଟେଜରୁ କହୁଛି କି ମୁଁ ମିରିଯିବି କିନ୍ତୁ ବିଜେପି ସହ କଦାପି ନାହିଁ ।

ତେବେ ଏହି ଆରୋପ ପ୍ରତ୍ୟାରୋପ ରାଜନୀତି ଖାଲି ମଞ୍ଚରେ ସୀମିତ ରହିନି । ଟୁଇଟରରେ ମଧ୍ୟ ଦେଖିବାକୁ ମିଳିଛି ଏହି ଦୁଇ ଦଳଙ୍କ ମଧ୍ୟ ଚାଲିଥିବା ତୁତୁ ମେମେ ରାଜନୀତି । ଅଖିଳେଶ ଯାଦବଙ୍କ ଏହି ବିବୃତ୍ତି ପରେ ୟୁପି କଂଗ୍ରେସ ଏକ ଫଟୋ ପୋଷ୍ଟ କରି ଲେଖିଛି କି ଇଡି ଇନକମ୍ ଟ୍ୟାକ୍ସରୁ ବଞ୍ଚିବା ପାଇଁ ଅଖିଳେଶ ଯାଦବ ଯୋଗୀ ଆଦିତ୍ୟନାଥଙ୍କ ଘରେ ବୋଲି ଲେଖିଛି କଂଗ୍ରେସ ।  ତେବେ ଏହି କଂଗ୍ରେସର ଏହି ଟୁଇଟ ପରେ ଏହାର ଜବାବ ରଖିଛି ସପା । ସମାଜବାଦୀ ପାର୍ଟିର ମୁଖପାତ୍ର ଅନୁରାଗ ଭାଦୁରିଆ କହିଛନ୍ତି କି ରାଜନୀତିରେ ଲଢ଼େଇ ଅଛି ଏବଂ ସୌଜନମୂଳକ ସାକ୍ଷାତକାର ମଧ୍ୟ ଅଛି ବୋଲି କହିଛନ୍ତି ଅନୁରାଗ ।

ପାକିସ୍ତାନ ନ୍ୟାସନାଲ୍ ବ୍ୟାଙ୍କ ଉପରେ ସାଇବର ଆଟାକ

ପାକିସ୍ତାନ : ପାକିସ୍ତାନ ନ୍ୟାସନାଲ ବ୍ୟାଙ୍କ ସର୍ଭର ଉପରେ ସାଇବର ଆଟାକ୍ ହୋଇଥିବା ଜଣାପଡ଼ିଛି  । ଏହି ଘଟଣା ପରେ ବ୍ୟାଙ୍କର କିଛି ସେବାକୁ କିଛି ଦିନ ପାଇଁ ବନ୍ଦ କରିଦିଆଯାଇଛି ବୋଲି ପାକିସ୍ତାନ ବ୍ୟାଙ୍କ ଆଜି ଘୋଷଣା କରିଛି  । ଅବଶ୍ୟ ବ୍ୟାଙ୍କର ସମସ୍ତ ଡାଟା ଓ ବ୍ୟାଙ୍କରେ ଥିବା ଟଙ୍କା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି  । ବ୍ୟାଙ୍କର କୈାଣସି କ୍ଷତି ହୋଇନାହିଁ  । ମାତ୍ର ବ୍ୟାଙ୍କର ସାଇବର ସିକ୍ୟୁରିଟି ସହ ଜଡ଼ିତ ଏହି ମାମଲାର ଯାଞ୍ଚ କରାଯାଉଛି ବୋଲି ପାକିସ୍ତାନ ବ୍ୟାଙ୍କ ସୂଚନା ଦେଇଛି  । ସେ ଏହା ମଧ୍ୟ କହିଛିଯେ ଅନ୍ୟ କୈାଣସି ବ୍ୟାଙ୍କ ଏଭଳି ସାଇବର ଆଟାକର ଏ ଯାଏ ରିପୋର୍ଟ କରିନାହାଁନ୍ତି  ।

ବ୍ୟାଙ୍କର ସବୁ ସିସଟମ୍ ଠିକ୍ ଭାବେ କାମ କରୁଛି କି ନାଇ ବର୍ତ୍ତମାନ ଏହାର ସଠିକ୍ ଯାଞ୍ଚ କରଯାଉଛି ବୋଲି ବ୍ୟାଙ୍କ କହିଛି  । ନ୍ୟାସନାଲ ବ୍ୟାଙ୍କର କହିବା ଅନୁସାରେ ୨୯ ଅକ୍ଟୋବର ରାତି ଏବଂ ୩୦ ଅକ୍ଟୋବର ସକାଳ ସମୟରେ ବ୍ୟାଙ୍କ ସର୍ଭର ସିସଟମରେ ସାଇବର ଆଟାକ ଡିଟେକ୍ଟ କରାଯାଇଥିଲା  । ବ୍ୟାଙ୍କ ଉପରେ ସାଇବର ଆଟାକ ହୋଇଛି ବୋଲି ଏଥିରୁ ଜଣାପଡ଼ିଥିଲା  । ଏହାପରେ ୪୦ରୁ ୫୦ ଲୋକାଲ ଏବଂ ଇଣ୍ଟରନ୍ୟାସନାଲ ଏକ୍ସପର୍ଟଙ୍କ ମିଳିତ ଉଦ୍ୟମରେ ବ୍ୟାଙ୍କର ସର୍ଭର ସିସଟମରେ ହେବାକୁ ଯାଉଥିବା ହ୍ୟାକ୍ ଭଳି ବଡ଼ ବିପଦରୁ ବର୍ତ୍ତି ପାରିଥିଲା  ।

ସୋମବାରଠାରୁ ଆରମ୍ଭ ହେବ ସେବା :

ମାଇକ୍ରୋସଫ୍ଟ ସହ ତିନୋଟି ପ୍ରଫେସନାଲ କମ୍ପାନୀ ସୋମବାର ଯାଏ ସେବାଗୁଡ଼ିକୁ ଚାଲୁ କରିବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ପାକିସ୍ତାନ ନ୍ୟାସନାଲ ବ୍ୟାଙ୍କର ପ୍ରେସିଡେଣ୍ଟ୍ ଆରିଫ ଉସମାନି ସୂଚନା ଦେଇଛନ୍ତି  । ସୋମବାର ସୁଦ୍ଧା ବ୍ୟାଙ୍କର ସମସ୍ତ ସେବାଗୁଡ଼ିକୁ ଚାଲୁ କରିବାକୁ ହିଁ ପଡ଼ିବ ବୋଲି ସେ କହିଛନ୍ତି  । ସରକାରଙ୍କ ତରଫରପ ଆମେ ପ୍ରତ୍ୟେକ ମାସ ୧ ତାରିଖରେ ବ୍ୟାଙ୍କ କର୍ମଚାରୀଙ୍କୁ ଦରମା ଦିଆଯାଏ  । ସୋମବାର ୧ ତାରିଖ ହୋଇଥିବାରୁ କାଲି ସୁଦ୍ଧା ବ୍ୟାଙ୍କର ସମସ୍ତ ସର୍ଭର ଠିକ୍ କରି ସେବାଗୁଡ଼ିକୁ ଚାଲୁ କରିବାକୁ ହିଁ ପଡ଼ିବ  ।

ଉସମାନୀ ଏହା ମଧ୍ୟ କହିଛନ୍ତିଯେ ଏହି ଆଟାକ୍ ଯେପରି ଫେଡରାଲ ବୋର୍ଡ ଅଫ୍ ରେଭିନ୍ୟୁ(FBR) ଉପରେ ହୋଇଥିଲା ଠିକ୍ ସେହିଭଳି  । ପାଖାପାଖି ଅଢ଼େଇ ମାସ ପୂର୍ବରୁ FBR ଉପରେ ଏହି ଆଟାକ ହୋଇଥିଲା ଏବଂ ବ୍ୟାଙ୍କକୁ ଏଥିରୁ ମୁକୁଳିବା ପାଇଁ ପ୍ରାୟ ଦୁଇ ସପ୍ତାହ ସମୟ ଲାଗିଥିଲା  । ମାତ୍ର ମାଇକ୍ରୋସଫ୍ଟ ଏବଂ ଅନ୍ୟ ନ୍ୟାସନାଲ କମ୍ପାନୀର ସହଯୋଗ ଯୋଗୁଁ ପାକିସ୍ତାନ ନ୍ୟାସନାଲ ବ୍ୟାଙ୍କ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି  ।

ଦୁନିଆର ସବୁଠାରୁ ଧନି ମଣିଷ ଥିଲେ ଏହି ବ୍ୟକ୍ତି, ପରେ ପୁରା ଦେଶ ହୋଇଗଲା କାଙ୍ଗାଳ

ନୂଆଦିଲ୍ଲୀ: ଏବେ ସିଲିକନ୍‌ ବୋଲିରେ ଚାଲିଛି ପୁରା ଦୁନିଆ। ଧନି ବ୍ୟକ୍ତି କହିଲେ ବିଶ୍ୱ ବୁଝେ ଆମାଜନ୍‌ର ଜେଫ୍ ବେଜୋସ୍ ଏବଂ ମାଇକ୍ରୋସଫ୍ଟର ବିଲ୍ ଗେଟ୍ସଙ୍କୁ । ଧନି ବ୍ୟକ୍ତିଙ୍କ ପ୍ରସଙ୍ଗରେ ଅନେକ ପ୍ରସିଦ୍ଧ ମାଗାଜିନ ତାଲିକା ବାହାର କରିଥାନ୍ତି। କିନ୍ତୁ ଯଦି ଆମେ ବହୁ ବର୍ଷ ପଛକୁ ଯିବା, ସେହି ସମୟରେ ମଧ୍ୟ ଲୋକଙ୍କ ଧନି ଜୀବନର କଥା ଚର୍ଚ୍ଚିତ ହେଉଥିଲା। ସମୃଦ୍ଧତା ବିଷୟରେ ଆଲୋଚନା ବହୁ ବର୍ଷ ପର୍ଯ୍ୟନ୍ତ ଚାଲୁଥିଲା। ଏହିପରି ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ ମନସା ମୁସା। ଯଦି ଆପଣ ଇଣ୍ଟରନେଟରେ ତାଙ୍କ ନାମ ଟାଇପ୍ କରନ୍ତି, ତେବେ ଇଣ୍ଟରନେଟବି କହିବ କି ସେ ହେଉଛନ୍ତି ଇତିହାସର ସବୁଠାରୁ ଧନୀ ବକ୍ତି।

ମନସା ମୁସା ପଶ୍ଚିମ ଆଫ୍ରିକାର ଜଣେ ମହାନ ସମ୍ରାଟ। ତାଙ୍କର ଏତେ ଧନ ଥିଲା ଯେ ଆଜି ପର୍ଯ୍ୟନ୍ତ କେହି ତାଙ୍କ ସମ୍ପତ୍ତି ଆକଳନ କରିବାରେ ସକ୍ଷମ ହୋଇ ନାହାଁନ୍ତି। ତାଙ୍କର ଜନ୍ମ ୧୨୮୦ ମସିହାରେ ହୋଇଥିଲା। ମନସାଙ୍କ ବଡ ଭାଇ ମନସା ଆବୁ ବକ୍ର ୧୩୧୨ ପର୍ଯ୍ୟନ୍ତ ଶାସନ କରିଥିଲେ। ଏହା ପରେ ସେ ଏକ ଦୀର୍ଘ ଯାତ୍ରାରେ ପଳାଇଥିଲା। ଯାହାପରେ ମନସା ମୁସା ତାଙ୍କ ବଡ଼ ଭାଇଙ୍କର ରାଜଗଦି ସମ୍ଭାଳିଥିଲେ।

ମନସା ମୁସାଙ୍କ ବିଷୟରେ ଯଦି କହିବା ତେବେ ସେ ଟିମ୍ବକଟୁର ରାଜା ଥିଲେ। ସେ ସେତେବେଳେ ମାଲି ଉପରେ ଶାସନ କରୁଥିଲେ। ସେହି ସମୟରେ ମାଲିରେ ବହୁ ପରିମାଣର ସୁନା ଭଣ୍ଡାର ରହିଥିଲା। ସେତେବେଳେ ସୁନାର ଚାହିଦା ବହୁତ ଅଧିକ ଥିଲାବେଳେ ଦୁନିଆର ଅଧା ସୁନା ସେମାନଙ୍କ ପାଖରେ ରହିଥିଲା। ମନସା ମୁସାଙ୍କର ପ୍ରକୃତ ନାମ ଥିଲା ମୁସା କିଟାI ତେତେ ସେ ଯେବେ ଶାସନ ଭାର ସମ୍ଭାଳିଲେ ସେଠାରୁ ତାଙ୍କୁ ମନସା ବାଦଶାହ ଡକାଗଲା। ଏକ ରିପୋର୍ଟ ଅନୁଯାୟୀ ଆଜିର ମୋରିଟାନିଆ, ସେନେଗଲ, ଗାମ୍ବିଆ, ଗିନିଆ, ବୁର୍କିନା ଫାସୋ, ମାଲି, ଚାଡ ଏବଂ ନାଇଜେରିଆ ସମସ୍ତେ ମୁସାଙ୍କ ସାମ୍ରାଜ୍ୟର ଅଂଶ ଥିଲେ।

ମନସା ମୁସାଙ୍କ ଧନ ସମ୍ପତ୍ତିକୁ ନେଇ ଏକ ଆକଳନ କରାଯାଇଥିଲ। ଅନୁମାନ କରାଯାଏ ଯେ ମନସାଙ୍କର ୪ ଲକ୍ଷ ମିଲିୟନ୍‌ ଡ଼ଲାର ଥିଲା। ଭାରତୀୟ ମୁଦ୍ରାରେ ଏହାର ପରିମାଣ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ହେବ। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଜେଫ୍ ବେଜୋସଙ୍କର ସମ୍ପତ୍ତି ଏକ ଲକ୍ଷ ୬ ହଜାର ମିଲିୟନ ଆମେରିକୀୟ ଡଲାର ଅଟେ। ଏଥିରୁ ସ୍ପଷ୍ଟ ଯେ ଜେଫ୍‌ ଙ୍କ ଅପେକ୍ଷା ମନସା ଅଧିକ ଧନୀ ଥିଲେ।

ଏମିତି ଥିଲା ମନସାଙ୍କ ଜୀବନ ଶୈଳୀ। ଏହା ପ୍ରାୟ ୧୩୨୪ର କଥା। ମକ୍କାକୁ  ଯାତ୍ରା ଆରମ୍ଭ କଲେ ମନସା। ଯାତ୍ରା ଥିଲା ସାଢ଼େ ୬ ହଜାର କିଲୋମିଟରର। ଲୋକେ ମନସାଙ୍କୁ ପାଖରୁ ଦେଖିବାକୁ ଚାହୁଁଥିଲେ। ଏହି ଯାତ୍ରାରେ ୬୦ ହଜାର ଲୋକ ଜଡିତ ଥିଲେ।

୧୨ ହଜାର କେବଳ ସୁଲତାନର ବ୍ୟକ୍ତିଗତ ଅନୁଗାମୀ ଥିଲେ। ମନସା ଯେଉଁ ଘୋଡା ଉପରେ ଯାଉଥିଲେ ସେହି ଘୋଡ଼ାର ସାମ୍ନାରେ ୫ଶହ ଲୋକଙ୍କର ଏକ ଦଳ ଯାଉଥିଲା। ସବୁ ସମୟରେ ମନସାଙ୍କ ହାତରେ ଏକସୁଚା ଛଡ଼ ରହୁଥିଲା ଏବଂ ମନସା ବହୁତ ଦୟାଳୁ ମଧ୍ୟ ଥିଲେ।

ଏକ ରରିପୋର୍ଟ  ମୁତାବକ ମନସା ମୁସାଙ୍କ ସୁନା ହିଁ ସମଗ୍ର ମିଶରକୁ ଦାରିଦ୍ର୍ୟର ଅବସ୍ଥାକୁ ଆଣିଥିଲା। ସେ ଏତେ ସୁନା ଦାନ କରିଥିଲେ ଯେ ପରବର୍ତ୍ତି ସମୟରେ ଦେଶରେ ସୁନା ମୂଲ୍ୟ ହ୍ରାସ ପାଇଥିଲା। ହଠାତ୍ ମୁଦ୍ରାସ୍ଫୀତି ବୃଦ୍ଧି ପାଇଥିଲା। ଏହାପରେ ମାତ୍ର ୫୭ ବର୍ଷ ବୟସରେ ଦୁନିଆ ଛାଡ଼ି ଆରପାରିକୁ ଚାଲିଯାଇଥିଲେ ମନସା ମୁସା। ଦାରିଦ୍ର୍ୟର ଚିନ୍ତାରେ ବହୁତ ଦୁର୍ବଳ ହୋଇପଡ଼ିଥିଲେ ମନସା। ଯାହାପରେ ତାଙ୍କୁ ମୃତ୍ୟୁର ସାମ୍ନା କରିବାକୁ ପଡ଼ିଥିଲା। ତା’ପରେ ତାଙ୍କ ପୁଅ ସିଂହାସନ ଗ୍ରହଣ କଲେ କିନ୍ତୁ ସେ ଏହି ସାମ୍ରାଜ୍ୟ ଚଳାଇ ପାରିଲେ ନାହିଁ। ଯାହା ପରେ ମନସାଙ୍କ ପୁରା ସାମ୍ରାଜ୍ୟ ସମୟର ସହିତ ଛୋଟ ଛୋଟ ଖଣ୍ଡରେ ବିଭକ୍ତ ହୋଇଥିଲା।

ମୁହଁ ଖୋଲିଲେ ଦିବ୍ୟଶଙ୍କର, ବିରୋଧିକୁ ଦେଲେ ଏମିତି ଜବାବ୍..

କଳାହାଣ୍ଡି: ମମିତା ମେହେର ହତ୍ୟା ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର  । ଗୋଟେପଟେ ବିରୋଧି ବିଜେପି ଏବଂ କଂଗ୍ରେସ ମନ୍ତ୍ରୀଙ୍କ ନାଁରେ ଗଣ୍ଡା ଗଣ୍ଡା ଅଭିଯୋଗ ତୋଳି ଧରିଛନ୍ତି  । ରାଜରାସ୍ତାକୁ ବନ୍ଦ କରି ମନ୍ତ୍ରୀଙ୍କ ବହିଷ୍କାର ଦାବି କରୁଛନ୍ତି  । ଘଟଣାର ସତ୍ୟତା ନପରଖି ମିଥ୍ୟା ଆରୋପ ପ୍ରତିଦିନ ଲଗାଉଥିବା ପାଲଟା ଜବାବ ଦେଇଛି ବିଜେଡ଼ି  । ସେପଟେ ମମିତା ମେହେର ମୃତ୍ୟୁ ଘଟଣାରେ ବିରୋଧୀଙ୍କ ଷଡ଼ଯନ୍ତ୍ର ନେଇ ସମାଲୋଚନା କରିଛନ୍ତି ମନ୍ତ୍ରୀ  ଦିବ୍ୟ ଶଙ୍କର ।

କଳାହାଣ୍ତି ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ମୋ ପରିବାର, ବିଜୁ ପରିବାର କାର୍ଯ୍ୟକ୍ରମରେ ଯୋଗଦେଇ ବିରୋଧିଙ୍କ ଉପରେ ବର୍ଷିଛନ୍ତି ମନ୍ତ୍ରୀ । କୌଣସି ସତ୍ୟତା ନଥାଇ ଅନେକ ଲୋକ ଷଡ଼ଯନ୍ତ୍ର କରୁଛନ୍ତି  । କିନ୍ତୁ ମୁଁ ନିଷ୍ଠାପର ଭାବେ ସେବା କରିଚାଲିଛି  । ମୋ ମାଆ ମାନେ ମୋର ଶକ୍ତି ବୋଲି କହିଛନ୍ତି ଦିବ୍ୟଶଙ୍କର  ।  ଏହି ଅବସରରେ ମନ୍ତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ବରିଷ୍ଠ ନାଗରିକଙ୍କୁ ସମ୍ନାନୀତ କରିଛନ୍ତି । ଉପଢୌକନ ପ୍ରଦାନ ସହ ସମସ୍ତଙ୍କୁ ଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରିଛନ୍ତି ।

ନାବାଳିକା ପ୍ରେମିକାକୁ ବ୍ଲାକମେଲିଂ, ପ୍ରେମିକ ଦେଉଥିଲା ଅନ୍ତରଙ୍ଗ ଭିଡ଼ିଓ ଭାଇରାଲ ଧମକ

କଟକ: ନାବାଳିକା ପ୍ରେମିକାର ଅଶ୍ଳୀଳ ଭିଡିଓ ଭାଇରାଲ୍ ଅଭିଯୋଗରେ ବନ୍ଧା ହେଲା ପ୍ରେମିକ । କଟକ ସିଡିଏ ଅଞ୍ଚଳର ଜଣେ ଯୁବତୀଙ୍କ ଅଭିଯୋଗ ପରେ ଅଭିଯୁକ୍ତ ପ୍ରେମିକକୁ ଗୁଜରାଟରୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୋଗ ଅନୁସାରେ ସୋସିଆଲ ମିଡିଆରେ ବିହାରର ପ୍ରକାଶ କୁମାରଙ୍କ ସହିତ ସିଡିଏର ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ସୁଟ କରି ଏହାକୁ ଭାଇରାଲ କରିବା ସହିତ ବାରମ୍ବାର ବ୍ଲାକମେଲ କରୁଥିଲା ପ୍ରେମିକ ।

ନାବାଳିକା ପ୍ରେମିକା ଜଣଙ୍କ ସହିତ ବିହାରର ଏହି ଯୁବକର ପ୍ରେମ ସମ୍ପର୍କ ଗଢି ଉଠିଥିଲା  । ପରବର୍ତ୍ତୀ ସମୟରେ ଉକ୍ତ ଯୁବକ ନାବାଳିକାର ଅନ୍ତରଙ୍ଗ ଭିଡ଼ିଓ ପାଖରେ ରଖିବା ସହ ଏହାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ନେଇ ଧମକ ଦେଇ ଆସୁଥିଲା    । ଏମିତିକି ଅନେକ ଥର ଯୁବତୀଙ୍କୁ ବ୍ଲାକମେଲିଂ କରୁଥିଲା ବିହାରର ଏହି ପ୍ରେମିକ  । ଏନେଇ ଅଭିଯୋଗ ପରେ କମିଶନରେଟ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି  ।

ଛାତିର ଏପଟ ସେପଟ ହୋଇ ପଶିଗଲା ୪୦ ଫୁଟର ଦୁଇଟି ଲୁହା ରଡ, ୫ ଘଣ୍ଟାର ଅପରେସନ ପରେ ବଞ୍ଚିଲା ଜୀବନ

ହରିୟାଣା: ରଖେ ହରି ତ ମାରେ କିଏ। ଯଦି ଯମପୁରରୁ ଡାକରା ଆସିନି ତେବେ ଯେତେ ବଡ଼ ଦୁର୍ଘଟଣା ହେଇଥିଲେ ମଧ୍ୟ ବଞ୍ଚିବାଟା ସୁନିଶ୍ଚିତ। କଥାରେ ମଧ୍ୟ ଆଉଗୋଟିଏ ଲେଖା ଅଛି କି ଜୀବନ ନେବା ଠାରୁ ଜୀବନ ଦେବା ହେଉଛି ମହାନକାର୍ଯ୍ୟ। ବୋଧହୁଏ ସେଥିପାଇଁ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନଙ୍କ ରୂପ ଦିଆଯାଇଛି। ଆଉ ଏହାକୁ ପ୍ରମାଣିତ କରିଛନ୍ତି PGIMS ରୋହତକର ଡାକ୍ତରମାନେ। ଡାକ୍ତରମାନେ ଶନିବାର ଦିନ ବହୁତ କଷ୍ଟଦାୟକ ଅସ୍ତ୍ରୋପଚାର କରି ଯୁବକଙ୍କ ଜୀବନ ରକ୍ଷା କରିଛନ୍ତି।

ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ଏକ ଜଟିଳ ଅପରେସନ୍ ପରେ ଯୁବକଟିର ଶରୀରରୁ ଦୁଇଟି ଖଣ୍ଡ ଲୁଆ ରଡ଼କୁ ବାହାର କରାଯାଇଥିଲା। ଅପରେସନ୍‌ ପରେ ବର୍ତ୍ତମାନ ଯୁବକର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ଡାକ୍ତରମାନେ କହିଛନ୍ତି। ସେପଟେ ଯୁବକଙ୍କର ପରିବାର ଲୋକେ ଡାକ୍ତରି ଦଳକୁ ଧନ୍ୟବାଦ ଜଣାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଥିଲା ହରିୟାଣାର ଗନୌରରେ।

ଗନୌରରେ ଜଣେ ଜଣେ ବେପାରି ତାର ଗାଡ଼ିରେ ଲୁହା ରଡ ନେଇ ଯାଉଥିବା ସମୟରେ ଜଣେ ଯୁବକକୁ ଧକ୍କା ଦେଇଥିଲା। ଯାହା ଫଳରେ ଦୁଇଟି ଲୁହା ରଡ ଯାଇ ଯୁବକର ଛାତିରେ ଭେଦ କରିଥିଲା। ଯୁବକର ନାମ ହେଉଛି କର୍ଣ୍ଣ। ଲୁହାର ରଡର ଲମ୍ଭ ପ୍ରାୟ ୪୦ ଫୁଟ ହେବ। କର୍ଣ୍ଣଙ୍କର ପରିବାର ଲୋକ ସୂଚନା ପାଇବା ପରେ ତୁରନ୍ତ ଖାନପୁର ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ଯେଉଁଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ତାଙ୍କୁ ରୋହତକ PGI ରେଫର୍ କରିଥିଲେ।

ଏହାପରେ ରାତାରାତି ଆରମ୍ଭ ହୋଇଥିଲା ଅପରେସନ୍‌। ଡାକ୍ତରମାନେ ଏକ କଟର ମେସିନ୍ ସାହାଯ୍ୟରେ ରଡକୁ କାଟି ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଅପରେସନ ପରେ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି ଏବଂ ବର୍ତ୍ତମାନ ବିପଦରୁ ମୁକ୍ତ ରହିଛନ୍ତି।

ଦିଲ୍ଲୀ ପରେ ହରିୟାଣାରେ ବ୍ୟାନ୍ ହେଲା ବାଣ

0

ଚଣ୍ଡିଗଡ଼ : ଦିଲ୍ଲୀ ପରେ ହରିୟାଣା ସରକାର ନେଲା କଠୋର ନିଷ୍ପତ୍ତି  । ଦିଲ୍ଲୀରେ ସମ୍ପୂର୍ଣ୍ଣ ଭାବେ ବାଣ ବିକ୍ରି ଓ ବାଣ ଫୁଟାଇହା ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ବର୍ତ୍ତମାନ ହରିୟାଣା ସରକାର ଏହା ଉପରେ ପ୍ରଚିବନ୍ଧକ ଲଗାଇଛନ୍ତି  । ରାଜ୍ୟର କେବଳ ୮ଟି ଜିଲ୍ଲାରେ ଦୀପାବଳି, ଗୁରୁଦିବସ, କ୍ରିସମାସ ଓ ନବବର୍ଷରେ ୨ ଘଣ୍ଟା ଯାଏ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯାଇଥିବା ବେଳେ ଯେଉଁ ସହରର ପ୍ରଦୂଷଣ ମଧ୍ୟମ ଧରଣର ସେଠାରେ କେବଳ ସବୁଜ ବାଣ ବିକ୍ରି ଓ ଫୁଟାଇବା ପାଇଁ ଅନୁମତି ମିଳିଛି  ।

ଆସନ୍ତା ୪ ତାରିଖ ଦୀପାବଳି ଦିନ ରାତି ୮ଟାରୁ ୧୦ଟା କେବଳ ଦୁଇ ଘଣ୍ଟା ଯାଏ ବାଣ ଫୁଟାଇବା ନିମନ୍ତେ ଅନୁମତି ଦିଆଯାଇଛି  । କେବଳ ଏତିକି ନୁହେଁ ନିୟମ ଉଲଙ୍ଘନ କଲେ ଉକ୍ତ ବ୍ୟକ୍ତି ପ୍ରତି କଠୋର କାର୍ଯାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ହରିୟାଣା ସରକାର ସୂଚନା ଦେଇଛନ୍ତି  ।

ଦିଲ୍ଲୀ ପରେ ହରିୟାଣାର ୧୪ଟି ଜିଲ୍ଲାରେ ବାଣ ଉପରେ ବ୍ୟାନ୍ ଲଗାଇଦିଆଯାଇଛି  । ଏନସିଆର ସହ ୧୪ ଟି ଜିଲ୍ଲାରେ ବାଣ ବ୍ୟବହାର ଓ ବିକ୍ରି ଉପରେ ରୋକ ଲଗାଯାଇଛି  । ରାଜ୍ୟର ପ୍ରଦୂଷିତ ଜାଗାରେ ମଧ୍ୟ କୈାଣସି ବ୍ୟକ୍ତି ବାଣର ବ୍ଯବହାର କରିପାରିବେ ନାହିଁ ଏବଂ ଏଠାରେ କେବଳ ସବୁଜ ବାଣର ବ୍ୟବହାର ପାଇଁ ଅନୁମତି ମିଳିଛି  । ସବୁଜ ବାଣ ନିମନ୍ତେ ଅନୁମତି ମିଳିଥିଲେ ମଧ୍ୟ ରାଜ୍ୟ ପ୍ରବନ୍ଧନ ପ୍ରାଧିକରଣ ସଂସ୍ଥା ଏହା ଉପରେ ସମୟସୀମା ଲଗାଇଛି  । ଦୀପାବଳିରେ ଲୋକମାନେ କେବଳ ୨ ଘଣ୍ଟା ଧରି ବାଣ ଫୁଟାଇ ପାରିବେ  । ବାଣ ଫୁଟାଇବା ସମୟସୀମାରେ ପୋଲିସ ନିରୀକ୍ଷଣ ବି କରିବେ  ।

ଦୀପାବଳି, ଗୁରୁପୂର୍ଣ୍ଣିମା ଏବଂ ଛଟ୍ ପୂଜାରେ ବାଣ ବିକ୍ରି ଓ ଏହାର ବ୍ୟବହାର ଉପରେ ଗାଇଡଲାଇନ୍ ଜାରି କରିଛି  । ଏନସିଆରରେ ଆସୁଥିବା ୧୪ଟି ଜିଲ୍ଲାରେ ବାଣ ବିକ୍ରି ଓ ଫୁଟାଇବା ଉପରେ ବ୍ୟାନ ଲଗାଯାଇଛି  । ଏସବୁ ପ୍ରତିବନ୍ଧକ ସବୁଆଡ଼େ ଲାଗୁହେଉଥିବା ବେଳେ ସବୁଜ ବାଣ ଉପରେ ମଧ୍ୟ କଟକଣା ଲାଗୁ କରାଯାଉଛି  ।

ଦୀପାବଳିରେ ସବୁଜ ବାଣ ରାତି ୮ଟାରୁ ୧୦ଟା ଯାଏ ବାଣ ଫୁଟାଇହା ପାଇଁ ଅନୁମତି ଥିବାବେଳେ ଛଟ ପୂଜାରେ ସକାଳ ୬ରୁ ୮ଟା ଯାଏ ବାଣ ଫୁଟାଇପାରିବେ   । ନବବର୍ଷରେ ୧୧.୫୫ରୁ ୧୨.୩୦ ପର୍ଯ୍ୟନ୍ତ ବାଣ ଫୁଟାଇପାରିବେ  ।

ଆଗରୁ ଅନଲାଇନରେ ବାଣ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ଏହା ଉପରେ କଟକଣା ଲଗାଯାଇଛି  । ଅନଲାଇନ ବାଣ ବିକ୍ରି ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି  । ଅନଲାଇନରେ ବାଣ ବିକ୍ରି ହୋଇପାରିବ ନାହିଁ ବୋଲି ଭାରତ ସରକାର ଘୋଷଣା କରିଛନ୍ତି  । ଏଥିସହ ଯେଉଁ ବ୍ୟକ୍ତି ପାଖରେ ବାଣ ବିକ୍ରିର ଲାଇସେନ୍ସ ଅଛି କେବଳ ସେ ହିଁ ବାଣ ବିକ୍ରି କରିପାରିବେ ବୋଲି ସରକାର କହିଛନ୍ତି  ।

 

ଟି-୨୦ ବିଶ୍ବକପ ଫାଇନାଲକୁ ଯାଇପାରିବନି ଟିମ୍ ଇଣ୍ଡିଆ: ଆକାଶ ଚୋପ୍ରା

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଭାରତ ମାତ୍ର ଗୋଟିଏ ମ୍ୟାଚ ଖେଳିଛି ଏବଂ ପରାଜୟ ବରଣ କରିଛି । ଭାରତର ଏହି ଗୋଟିଏ ପରାଜୟ ପରେ କିଛି ପୂର୍ବ କ୍ରିକେଟର ଏବେଠୁ ଭାରତକୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିସାରିଲେଣି । ଯାହାକୁ ଦେଖି ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି ପ୍ରଶଂସକ । ଚଳିତ ଟି-୨୦ ବିଶ୍ବକପରେ ଭାରତ ଆଜି ତା’ର ଦ୍ବିତୀୟ ମୁକାବିଲା ନ୍ୟୁଜିଲାଣ୍ଡ ସହ ଖେଳିବାକୁ ଯାଉଛି । ଭାରତକୁ ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଟିମ୍ ଇଣ୍ଡିଆକୁ ହେବାକୁ ଥିବା ସମସ୍ତ ମ୍ୟାଚ ଜିତିବାକୁ ପଡ଼ିବ । ଭାରତ ଚଳିତ ବିଶ୍ବକପରେ ଫାଇନାଲକୁ ଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।  କିନ୍ତୁ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ଟୁଇଟରେ ଦୁଇ ଫାଇନାଲିଷ୍ଟଙ୍କ ନାମ କହିଛନ୍ତି । ଯାହାକୁ ନେଇ ଆକାଶ ଚୋପ୍ରାଙ୍କ ଉପରେ ବର୍ଷିଛନ୍ତି ପ୍ରଶଂସକ ।

ଗତକାଲି ଆକାଶ ଚୋପ୍ରା ଟୁଇଟ କରି କହିଥିଲେ କି ଚଳିତ ଟି-୨୦ ବିଶ୍ବକପ ଫାଇନାଲରେ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ । ଚଳିତ ବିଶ୍ବକପରେ ପାକିସ୍ତାନ ଲଗାତର ଭାବରେ ତିନୋଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ପାକିସ୍ତାନ ପ୍ରଥମ ମ୍ୟାଚରେ ଭାରତକୁ ପରାସ୍ତ କରିଥିଲା । ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବାବେଳେ ତୃତୀୟ ମ୍ୟାଚରେ ଆଫଗାନିସ୍ତାନକ ପରାସ୍ତ କରିଛନ୍ତି । ତେବେ ପାକିସ୍ତାନର ଆଉ ଦୁଇଟି ମ୍ୟାଚ ନାମବ୍ୟା ଓ ସ୍କଟଲାଣ୍ଡ ମଧ୍ୟରେ ହେବ । ଅନ୍ୟପକ୍ଷରେ ଇଂଲଣ୍ଡ କଥା ଯଦି କହିବା ତାହାଲେ ଇଂଲଣ୍ଡ ମଧ୍ୟ ତା’ର ପ୍ରଥମ ତିନୋଟି ମ୍ୟାଚକୁ ବିଜୟ ଲାଭ କରିଛି ।  ଇଂଲଣ୍ଡ ପ୍ରଥମ ମ୍ୟାଚରେ ଓ୍ବେଷ୍ଟ ଇଣ୍ଡିଜକୁ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ବଙ୍ଗଳାଦେଶ ଓ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିଫାଇନାଲରେ ନିଜ ସ୍ଥାନ ଏକ ପ୍ରକାର ପକ୍କା କରିଛି । ଏହି ଟି-୨୦ ବିଶ୍ବକପରେ ଏହି ଦୁଇ ଟିମ୍ ଦମଦାର ଖେଳ ପ୍ରଦର୍ଶନ କରୁଛି ।

https://twitter.com/devyadav14961/status/1454612832461352962?s=20

ତେବେ ଆକାଶ ଚୋପ୍ରାଙ୍କ ଏହି ବୟାନ ତାଙ୍କ ପାଇଁ ଭାରି ପଡ଼ିଛି । କାହିଁକି ନା ଆକାଶ ଚୋପ୍ରା ସିଲେକ୍ଟ କରିଥିବା ଦୁଇଟି ଟିମ୍ ମଧ୍ୟରେ ଟିମ୍ ଇଣ୍ଡିଆର ନାମ ନାହିଁ । ଯେଉଁଥି ପାଇଁ ପ୍ରଶଂସକମାନେ ତାଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ । କିଛି ପ୍ରଶଂସକ ତାଙ୍କ ଟୁଇଟରେ ଲେଖିଥିଲେ କି ଏବେ ଆମ ଟିମ୍ ମାତ୍ର ଗୋଟିଏ ମ୍ୟାଚ ଖେଳିଛି । କିନ୍ତୁ ଆପଣ ଏବେଠାରୁ ଟିମ୍ ଇଣ୍ଡିଆକୁ ଫାଇନାଲ ରେସରୁ ବାହାର କରିଦେଇଛ । ଅପରପକ୍ଷରେ ଆହୁରି କିଛି ପ୍ରଶଂସକ କହିଛନ୍ତି କି ଆପଣଙ୍କଠାରୁ ଏମିତି ଆଶା କରାଯାଉନଥିଲା ।

ଆକାଶ ଚୋପ୍ରାଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଲିଜେଣ୍ଡ ସ୍ପିନ୍ନର ସେନ ଓ୍ବାର୍ଣ୍ଣେ ବି ଚଳିତ ଟି-୨୦ ବିଶ୍ବକପ ପାଇଁ ତାଙ୍କର ଟିମ୍ ନାଁ ଘୋଷଣା କରିଛନ୍ତି । ଓ୍ବାର୍ଣ୍ଣେଙ୍କ ମତରେ ଚଳିତ ବିଶ୍ବକପ ଫାଇନାଲରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇପାରନ୍ତି ନହେଲେ ଇଂଲଣ୍ଡ – ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇପାରେ । ସେମିଫାଇନାଲ କଥା ଯଦି କହିବା ତାହାଲେ ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ ଓ ପାକିସ୍ତାନ ଅଷ୍ଟ୍ରେଲିଆକୁ ଭେଟିବ ବୋଲି କହିଛନ୍ତି ସେନ ଓ୍ବାର୍ଣ୍ଣେ ।

ଦୀପାବଳି ପାଇଁ ନବବଧୂ ପରି ସଜେଇ ହେଉଛି ଅଯୋଧ୍ୟା, ରାମଲଲାଙ୍କ ପାଖରେ ଜଳିବ ୯ ଲକ୍ଷରୁ ଅଧିକ ଦୀପ

ନୂଆଦିଲ୍ଲୀ: ରାମଲଲାଙ୍କ ପାଇଁ ତିଆରି ହେବ ଭବ୍ୟ ମନ୍ଦିର। ଭୂମିପୂଜା ସରିବା ସହ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ। ଆଗକୁ ଆସୁଛି ଦୀପାବଳି ଆଉ ସେଥିପାଇଁ ନବବଧୂ ପରି ସଜେଇ ହେଉଛି ପୁରା ଅଯୋଧ୍ୟା। ରଙ୍ଗ ଏବଂ ଆଲୋକ ମାଳାରେ ନିଜକୁ ସଜଉଛି ଅଯୋଧ୍ୟା। ସମଗ୍ର ଅଯୋଧ୍ୟାରେ ସୌନ୍ଦର୍ଯ୍ୟକରଣ ଏବଂ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆରମ୍ଭ ହୋଇଛି। ସମଗ୍ର ସହରକୁ ସୁନ୍ଦର ବୋହୁଟିଏ ପରି ରଙ୍ଗ ଏବଂ ଆେଲୋ ମାଳାରେ ସଜାଯାଇଛି।

ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ଫ୍ଲାଏ ଓଭର, ପାର୍କ ଏବଂ ମରାମତି କାର୍ଯ୍ୟ କରାଯାଉଛି। ଯାହାଫଳରେ ଯେତେବେଳେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ, ସେତେବେଳେ ଏହାର ମହାନତା ସମଗ୍ର ଲୋକଙ୍କୁ ଆକର୍ଷିତ କରିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଜି ଅଯୋଧ୍ୟା କସ୍ତ କରି ସବୁ କାର୍ଯ୍ୟକୁ ତଦାରଖ କରିଛନ୍ତି।

ଦୀପାବଳିରେ ପ୍ରତ୍ୟେକ ମନ୍ଦିର-ମଠରେ ରାମଲଲାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। କେବଳ ଏତିକି ନୁହେଁ, ପୁରା ଅଯୋଧ୍ୟାକୁ ଆଲୋକିତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଯାହା ଦ୍ୱାରା ପୁରା ଅଯୋଧ୍ୟ ଜକମକ ହୋଇ ଜଳିବ। ସମଗ୍ର ଅଯୋଧ୍ୟାରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିସହ ଏଥର ରାମଲଲା ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେବ। ଘାଟ ଠାରୁ ଆରମ୍ଭ କରି ମନ୍ଦିର ଏବଂ ରାସ୍ତାକୁ ପୁରା ଆଲୋକ ମାଳାରେ ସଜାଯିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାମଲଲାଙ୍କ ମନ୍ଦିର ଠାରୁ ୧୫ କିଲୋମିଟର ପରିଧି ପର୍ଯ୍ୟନ୍ତ ଲୋକରେ ସଜାଯିବ। ଖାଲି ସେତିକି ନୁହେଁ ରାମଲଲାଙ୍କ ଜନ୍ମସ୍ଥାନରେ ୯ଲକ୍ଷ ଦୀପ ଲଗାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।