ପଦ୍ମଭୂଷଣ ଡ. ତ୍ରିଲୋଚନ ପ୍ରଧାନଙ୍କ ଦେହାନ୍ତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପୂବର୍ତନ କୁଳପତି ତଥା ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ପଦ୍ମଭୂଷଣ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କ ପରଲୋକ ହୋଇଯାଇଛି । ଜଣେ ବିଶିଷ୍ଟ ବୈଜ୍ଞାନିକ ଭାବେ ସେ ଆନ୍ତର୍ଜାତିକ ସ୍ତରରେ ପରିଚିତ ଥିଲେ । ଦେଶ ଓ ବିଦେଶରର ବିଭିନ୍ନ ଗବେଷଣା ସଂସ୍ଥାର ଉପଦେଷ୍ଟା ଭାବେ ସେ ପରାମର୍ଶ ଦେଉଥିଲେ । ଶିକ୍ଷା ଓ ଗବେଷଣା ଜଗତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ  । ଓଡ଼ିଶା ଉଚ୍ଚ ଶିକ୍ଷା ସଂସ୍କାର ପାଇଁ ଗଠିତ ଟାସ୍କ ଫୋର୍ସର  ଅଧ୍ୟକ୍ଷ ରହିଥିଲେ ପ୍ରଫେସର ତ୍ରିଲୋଚନ ପ୍ରଧାନ ।

ବିଖ୍ୟାତ ଓଡ଼ିଆ ବୈଜ୍ଞାନିକ ପଦ୍ମଭୂଷଣ ଡ. ତ୍ରିଲୋଚନ ପ୍ରଧାନଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ବିଜ୍ଞାନ ଜଗତରେ ତ୍ରିଲୋଚନ ପ୍ରଧାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ଜୀବନକାଳ ଭିତରେ ଅନେକ ସ୍ୱୀକୃତି ଲାଭ କରିଛନ୍ତି ଡ. ପ୍ରଧାନ  । ତାଙ୍କ ଦେହାନ୍ତ ଓଡ଼ିଶା ପାଇଁ ଦୁଃଖଦାୟକ ଘଟଣା  । ଭଗବାନ ତାଙ୍କ ଆତ୍ମାର ସଦଗତି କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେହିପରି ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରଧାନଙ୍କ ଅବଦାନକୁ ମନେ ପକାଇବା ସହ  ଶୋକ ସନ୍ତପ୍ତ ପରିବାରକୁ ମଧ୍ୟ ସମବେଦନା ଜ୍ଞାପନ କରିଛନ୍ତି  ।

Leave a Reply