ରାଜଧାନୀରୁ  ହାଇ-ପ୍ରୋଫାଇଲ ଠକ ଗିରଫ, ଲୁଟିଥିଲା ୨ କୋଟି ୩୫ ଲକ୍ଷ ଟଙ୍କା

1 min read

ଭୁବନେଶ୍ୱର: ରାଜଧାନୀରୁ  ହାଇ ପ୍ରୋଫାଇଲ ଠକକୁ ଗିରଫ କଲା କମିସନରେଟ ପୋଲସି  । ସୂଚନା ମୁତାବିକ ଠକ ପ୍ରଜ୍ଞା ପ୍ରକାଶ ନାୟକଙ୍କୁ ଗିରଫ କରିବାରେ ସଫଳ ହୋଇଛି ଲିଙ୍ଗରାଜ ଥାନା ପୋଲିସ  । ଅଣ ଓଡିଆ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ 2 କୋଟି 35 ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ନେଇ ହୋଇଥିଲା ଅଭିଯୋଗ  ।

ଶନିବାର ପୋଲିସ ଠକ ପ୍ରଜ୍ଞା ପ୍ରକାଶକୁ ଗିରଫ କରିବା ସହ ଦାମୀ ଗାଡି ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ରକୁ  ଜବତ କରିଛି  । ସେହିପରି ବିଜିନେସ ଡିଲ ପାଇଁ ଠକ ନିଜକୁ ITCAର ପରିଚୟ ଦେଇଥିଲେ  । ସେପଟେ ଠକେଇ ମାମଲାରେ ପଚାର ଉଚରା ପାଇଁ 7 ଦିନ ରିମାଣ୍ଡରେ  ପୋଲିସ ଆଣିବା ନେଇ  ବିଶେଷ ସୂତ୍ରରୁ ଖବର ମିଳିଛି  । ଠକ ଜଣଙ୍କ ନିଜକୁ ଆରବିଆଇ, ଆଇଆରଏସଙ୍କ ସମ୍ପର୍କୀୟ ଓ ବଡ ବଡିଆଙ୍କ ଚିହ୍ନା ପରିଚିତ ଥିବା କଥା କହୁଥିଲା । ସେ ଜଣେ ଆଇଆଇଟି ଓ ଆଇଆଇଏମର ପାସ ଆଉଟ ଛାତ୍ର ଥିଲେବୋଲି ଲୋକଙ୍କୁ କହୁଥିଲେ । ଏବେ ଅଭିଯୁକ୍ତ ଜଣଙ୍କ ଏକ କମ୍ପାନୀ ପଞ୍ଜୀକୃତ କରିଥିଲା । ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ଠକ ଜଣଙ୍କ ବିଜନେସ ଡିଲ ବେଳେ ଷ୍ଟାର ହୋଟେଲକୁ ଡାକି କଥା ହେଉଥିଲା ।

ଏପରିକି ଦାମୀ ଗାଡି ଓ ମୋବାଇଲ ଧରୁଥିଲେ ଏହି ଠକ ଜଣଙ୍କ । ପୂର୍ବରୁ ସମାନ ଧରଣର ଠକେଇ କରି ହ୍ରାଇଦ୍ରାବାଦରୁ ଗିରଫ ହୋଇଥିଲେ ଠକ ପ୍ରଜ୍ଞା । ଗତକାଲି ଠକର ପଟିଆ ଘରେ ରେଡ କରି କିଛି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଓ କାର ଜବତ କରିଥିଲା ପୋଲିସ । ଅଭିଯୁକ୍ତ ଜଣଙ୍କ ଏକାଧିକ ଲୋକଙ୍କୁ ଠକେଇ କରିଥିବା ପୋଲିସ ସନ୍ଦେହ କରିଛି । ଅଧିକ ଖୋଳତାଡ ପାଇଁ ୭ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଛି ଲିଙ୍ଗରାଜ ଥାନା ପୋଲିସ । ଠକର କମ୍ପାନୀ ଓ କ୍ରାଇମ ନେଟୱାର୍କ ବାବଦରେ ଜାଣିବା ପାଇଁ ଚାଟାର୍ଡ ଆକାଉଣ୍ଟ ଓ ଫାଇନସିଆଲ ଏକ୍ସପର୍ଟ ସହାୟତା ନେବ ପୋଲିସ ।

Leave a Reply