ଖଣିରୁ ବେଆଇନ ପଥର ଉଠାଉଥିଲେ, NGT କଲେ ପାଞ୍ଚକୋଟି ଜରିମାନା

ଢେଙ୍କାନାଳ: ପରଜଙ୍ଗ ବ୍ଲକ ଝିଲ୍ଲୀ ଗ୍ରାମରେ ଥିବା ଏକ ପଥରଖଣିରୁ ବେଆଇନ ଭାବେ ପଥର ଉତ୍ତୋଳନ କରୁଥିବା ଖଣିମାଲିକଙ୍କୁ ପାଞ୍ଚ କୋଟି ଟଙ୍କାର ଜରିମାନା  । ଏଭଳି କଡ଼ା ଆଦେଶ ଦେଇଛନ୍ତି ଜାତୀୟ ସବୁଜ ପ୍ରାଧିକରଣ ସଂସ୍ଥା  । ସୂଚନା ଅନୁସାରେ ଝିଲ୍ଲୀ ଗ୍ରାମ ନିକଟରେ ଚିନ୍ମୟ କୁମାର ନାୟକ ନାମକ ଜଣେ ବ୍ୟକ୍ତି ସରକାରଙ୍କ ଠାରୁ ଏକ ପଥରଖଣି ଲିଜ ନେଇ ଏହାକୁ ପରିଚାଳନା କରୁଥିଲେ  । କିନ୍ତୁ ସେ ଖଣିରୁ ଲିଜ ପରିମାଣ ଠାରୁ ବହୁତ ଅଧିକ ପରିମାଣରେ ବେଆଇନ ପଥର ଉତ୍ତୋଳନ କରୁଥିଲେ  ।

ଢେଙ୍କାନାଳରେ ଏଭଳି ବେଆଇନ ଖନନ ହେଉଥିବା ନେଇ  କିଛି ସାମାଜିକ କର୍ମୀ ଜାତୀୟ ସବୁଜ ପ୍ରାଧିକରଣ ନିକଟରେ ଅଭିଯୋଗ କରିଥିଲେ  । ଅଭିଯୋଗର ଶୁଣାଣି କରି ଜାତୀୟ ସବୁଜ ପ୍ରାଧିକରଣଙ୍କ ଏକ ପାଞ୍ଚଜଣିଆ ଖଣ୍ଡପୀଠ ଖଣି ମାଲିକ ଚିନ୍ମୟ କୁମାର ନାୟକଙ୍କୁ ଏକ ମାସ ମଧ୍ୟରେ ପାଞ୍ଚକୋଟି ଟଙ୍କା ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି  । ଯଦି ଚିନ୍ମୟ ଏକମାସ ମଧ୍ୟରେ ଜୋରିମାନା ଅର୍ଥରାଶି ଦାଖଲ କରିନପାରିବେ ତାହାଲେ ତାଙ୍କ ନାମ ରେ ଅପରାଧିକ ଓ ଆଇନ ଅନୁଯାୟୀ ମାମଲା ରୁଜୁ କରିବା ପାଇଁ ଖଣ୍ଡପୀଠ ଆଦେଶ ଦେଇଛନ୍ତି  ।

Leave a Reply