ମୋ ସରକାରକୁ ଅନୁସରଣ କରିବ କେନ୍ଦ୍ର, କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

1 min read

ଭୁବନେଶ୍ୱର: ଦୁଇ ଦିନିଆ ଆଞ୍ଚଳିକ ସମ୍ମିଳନୀର ଶୀର୍ଷକ ‘ରେପ୍ଲିକେସନ ଅଫ ଗୁଡ୍ ପ୍ରାକ୍ଟିସେସ୍’  ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କ ଉଦବୋଧନ  ।  ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗଦେବା ସହ ଓଡ଼ିଶାରେ କାର୍ଯ୍ୟକାରୀ ମୋ ସରକାରର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି  । ନାଗରିକଙ୍କ ପାଇଁ ସନ୍ତୋଷଜନକ ପଦକ୍ଷେପ ମୋ ସରକାର । ‘ମୋ ସରକାର’ ଲୋକଙ୍କ ମତାମତ ନେଉଛି । ସରକାରୀ ସେବାକୁ ଆହୁରି ଉନ୍ନତ ମାନର କରିବା ପାଇଁ ଲୋକଙ୍କୁ ସେମାନଙ୍କର ନିଜସ୍ୱ ମତ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୋ ସରକାର ପ୍ରତ୍ୟେକ ଲୋକଙ୍କ ଜୀବନରେ ଆଶା ଆଣି ଦେଇଛି । ମୋ ସରକାରରେ ସରକାରୀ ଅନୁଷ୍ଠାନର ବୃତ୍ତିଗତ ସେବାକୁ ସମୀକ୍ଷା କରାଯାଉଥିବା ସମ୍ମିଳନୀରେ ସମ୍ବୋଧନ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଗଣତନ୍ତ୍ରରେ ‘ମୋ ସରକାର’ର ଉଦ୍ଦେଶ୍ୟ ରହିଛି । ନାଗରିକ ହେଉଛନ୍ତି ସର୍ବୋଚ୍ଚ, ସେମାନଙ୍କ ମତାମତକୁ ସକ୍ରିୟ ଭାବେ ନେବା ଉଚିତ । ନାଗରିକଙ୍କ ମତାମତ ପରିବର୍ତ୍ତନ ଆଣିବାର ମାପଦଣ୍ଡ । ଓଡ଼ିଶାବାସୀ ଏହାକୁ ସ୍ବାଗତ କରିଛନ୍ତି । ମୋ ସରକାରରେ ଲୋକଙ୍କ ସେବା ହେଉଛି ପ୍ରଥମ ।

ଏଥିପାଇଁ ସ୍ୱତନ୍ତ୍ର ରଣନୀତି ରହିଛି । ଉତ୍ତରଦାୟୀ ଧାର୍ଯ୍ୟ କରାଯାଉଛି । ଲୋକଙ୍କ ପ୍ରତି ସରକାରଙ୍କ ଗୁରୁଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଇ-ଜନଶୁଣାଣି ମାଧ୍ୟମରେ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁଛି । ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଉଚ୍ଚ ପ୍ରଶଂସା କରିଛନ୍ତି । ଆଗକୁ ରାଜ୍ୟ ସରକାରଙ୍କ ସହ ମିଶି ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ଯୋଜନା କରାଯିବ ବୋଲି ସେ କହିଛନ୍ତି । ମୋ ସରକାର ଭଳି ଡିଜିଟାଲ ଇନିସିଏଟିଭକୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ପ୍ରଶଂସା କରିଛନ୍ତି ।

Leave a Reply