କଟା ଆଙ୍ଗୁଳିକୁ ଯୋଡ଼ିଲେ ଡାକ୍ତର

କରୋନା କାଳରେ ଲୋକେ ଡାକ୍ତରଙ୍କୁ ଭଗବାନର ମାନ୍ୟତା ଦେଇଥିବା ବେଳେ ଏହି କଠିନ ସମୟରେ ଲୋକଙ୍କର ଏକମାତ୍ର ଭରଷା ପାଲଟିଥିଲେ ଦେଶର ସମସ୍ତ ଡାକ୍ତର । କରୋନା କାଳରେ ନିଜ ଚମତ୍କାରିତା ପ୍ରଦର୍ଶନ କରିଥିବା ବେଳେ ଏବେ ପୁଣି ଭାରତର ଡାକ୍ତର ଏକ ଚମତ୍କାର ଅସ୍ତ୍ରୋପ୍ରଚାର କରିଛନ୍ତି ଯାହାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ଭାରତବାସୀ । ଦୁବାଇରେ କାର୍ଯ୍ୟ କରୁଥିବା ସନ୍ଦୀପ କୁମାର ନାମକ ଜଣେ ଯୁବକଙ୍କ ହାତ କଟିଯିବାରୁ ନିଜ କଟା ଆଙ୍ଗୁଳି ନେଇ ଦୁବାଇରୁ ଦିଲ୍ଲୀ ଆସିଥିଲେ । ଏଥିମଧ୍ୟରେ ତାଙ୍କ ଶରୀରରୁ ୩୦୦ ଏମଏଲ ରକ୍ତ ବୋହିଯାଇଥିଲା । ଏସବୁ ପରେ ମଧ୍ୟ ଆକାଶ ହସ୍ପିଟାଲର ଡାକ୍ତରମାନେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ।

ରାଜସ୍ଥାନ ବାସିନ୍ଦା ସନ୍ଦୀପ କୁମାର ଚାକିରି ଖୋଜିବା ପାଇଁ ଦୁବାଇ ଯାଇଥିବା କହିଛନ୍ତି । କୈାଣସି ଭଲ ଚାକିରି ନ ମିଳିବାରୁ ସେଠାରେ ସେ କାଠ କାମ କରୁଥିଲେ । କାମ କରିବା ସମୟରେ କୈାଣସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ହାତ ଆଙ୍ଗୁଠି କଟିଯାଇଥିଲା । ପାଖରେ ଥିବା ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ପାଖ ଡାକ୍ତରଖାନାକୁ ନେଇ ଯାଇଥିଲେ । ସନ୍ଦୀପଙ୍କ ଆଙ୍ଗୁଳି ଯୋଡ଼ିବା ପାଇଁ ୪ ଘଣ୍ଟାର ଅସ୍ତ୍ରୋପଚାର ସହ ୨୪ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ବୋଲି ସେଠାକାର ଡାକ୍ତର କହିଥିଲେ । ମାତ୍ର ଏତେ ଟଙ୍କାର ଅସ୍ତ୍ରୋପଚାର ପାଇଁ ସନ୍ଦୀପଙ୍କ ପାଖରେ ଯଥେଷ୍ଟ ପରିଣାଣର ଅର୍ଥ ନଥିଲା । ଯାହାକି ତାଙ୍କ ପକ୍ଷେ ଅସମ୍ଭବ ଥିଲା । ଏହାପରେ ଏହି ଅସ୍ତ୍ରୋପଚାର ଭାରତରେ କରିବା ପାଇଁ ସେ ନିଷ୍ପତ୍ତି ନେଲେ । ଯାହାର ଖର୍ଚ୍ଚ ୩ ଲକ୍ଷ ୬୫ ହଜାର ଟଙ୍କା ।

୧୮ ଘଣ୍ଟାର ବ୍ୟବଧାନ ପରେ ଦୁବାଇରୁ ଦିଲ୍ଲୀରେ ପହଁଞ୍ଚିଥିଲେ ସନ୍ଦୀପ । ଆକାଶ ହସ୍ପିଟାଲର ୬ ଜଣ ଡାକ୍ତରୀ ଟିମଙ୍କ ସହାୟତାରେ ସନ୍ଦୀପଙ୍କ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା । ଡ. ଆଶିଷ ଚୈାଧୁରୀଙ୍କ କହିବାନୁସାରେ ମଣିଷର ସବୁଠୁ ଅଧିକ ଦରକାରୀ ଅଙ୍ଗ ହେଉଛି ଆଙ୍ଗୁଳି । ଦୈନିକ ୪୫ ପ୍ରତିଶତ ମଣିଷ ଆଙ୍ଗୁଳିର ବ୍ୟବହାର ହିଁ କରିଥାଏ । ସେ ଏହା ମଧ୍ୟ କହିଥିଲେ ଶରୀରରୁ ଅଧିକ ପରିମାଣର ରକ୍ତ ବୋହିଯାଇଥିବାରୁ ୨୨ ଘଣ୍ଟାର ଏହି ଅସ୍ତ୍ରୋପଚାର ଜଟିଳ ହୋଇଥିଲା । ମାତ୍ର ଶେଷରେ ଏହା ସଫଳ ହୋଇଛି ।

Leave a Reply