ଭାରତରେ ତୃତୀୟ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ; ୨ ଦିନ ପୂର୍ବେ ଜିମ୍ବାୱେରୁ ଫେରିଥିଲେ

ଅହମଦାବାଦ: ଭାରତରେ ପୁଣି ଜଣେ ଓମିକ୍ରନ୍ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକ ପରେ ଗୁଜୁରାଟରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଚିହ୍ନଟ । ଓମିକ୍ରନର ନୂଆ ମାମଲା ଗୁଜୁରାଟର ଜାମନଗରରେ ଚିହ୍ନଟ ହୋଇଛି । କରୋନର ନୂଆ ଭାରିଆଣ୍ଟ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଜଣଙ୍କ ଦୁଇ ଦିନ ପୂର୍ବରୁ ଆଫ୍ରିକା ଦେଶ ଜିମ୍ବାୱେରୁ ଫେରିଥିଲେ । ଏୟାରପୋର୍ଟରେ ଯାଞ୍ଚ ସମୟରେ ପିଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ପଜିଟିଭ୍ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସାମ୍ପ୍ୟୁଲ ଜେନମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ପଠାଯାଇଥିବା ସାମ୍ପ୍ୟୁଲରୁ ଜଣାପଡ଼ିଛି କି ସେହି ବ୍ୟକ୍ତି ଜଣଙ୍କ ଓମିକ୍ରନରେ ଆକ୍ରାନ୍ତ ।

ଭାରତରେ ଓମିକ୍ରନର ଏହା ହେଉଛି ତୃତୀୟ କେସ୍ । ଏହା ପୂର୍ବରୁ ଗୁରୁବାର କର୍ଣ୍ଣାଟକରୁ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ଦୁଇ ଜଣ ଦୁଇ ଡୋଜ ଭ୍ୟାକସିନ୍ ମଧ୍ୟ ନେଇଥିଲେ । ଏହି ଦୁଇ ଜଣଙ୍କ ମଧ୍ୟରେ କରୋନାର ସମାନ୍ୟ ଲକ୍ଷଣ ଦେଖାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଦୁବାଇ ଯାଇସାରିଛନ୍ତି ।

ଗୁଜୁରାଟରେ ଆଉ ଏକ ମାମଲା ଚିହ୍ନଟ ହେବା ପରେ ଭାରତରେ ଓମିକ୍ରନ୍ ମାମଲା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । କାହିଁକି ନା ମହାରାଷ୍ଟ୍ରରେ ୩୦ ଜଣଙ୍କ ସାମ୍ପ୍ୟୁଲ ଜେନମ ସିକ୍ବେନ୍ସିଂ ପାଇଁ ପଠାଯାଇଛି । ମହାରାଷ୍ଟ୍ରକୁ ଶୁକ୍ରବାର ସୁଦ୍ଧା ୨ ହଜାର ୮୨୧ ଜଣ ହାଇ ରିସ୍କ ଦେଶରୁ ମୁମ୍ବାଇ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । କିନ୍ତୁ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ କୌଣସି ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ ହୋଇନାହାନ୍ତି । ସେହିପରି ଏକ ପରିବାରର ଚାରି ଜଣ ସଦସ୍ୟ ଦକ୍ଷିଣ ଆଫ୍ରିକାରୁ ରାଜସ୍ଥାନ ଫେରିଛନ୍ତି ଏବଂ ସେମାନଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ସ୍ଥାନୀୟ ପ୍ରଶାସନ ଚିହ୍ନଟ ହୋଇଥିବା ସମସ୍ତଙ୍କ ସାମ୍ପ୍ୟୁଲ ଜେନମ ସିକ୍ବେନ୍ସିଂ ପଠାଇଛି ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କର୍ଣ୍ଣାଟକରୁ ଦୁଇ ଜଣ ଓମିକ୍ରନରେ ଆକ୍ରାନ୍ତ ହେବା ପରେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. କେ ସୁଧାକର କହିଛନ୍ତି କି ଦକ୍ଷିଣ ଆଫ୍ରିକାରୁ ୫୭ ଜଣ ବାଙ୍ଗାଲୋର ଫେରିଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ ୧୦ ଜଣ ଏବେ ବି ଫେରାର ଅଛନ୍ତି ଏବଂ ଏପର୍ଯ୍ୟନ୍ତ ସେମାନଙ୍କୁ ଟ୍ରେସ କରାଯାଇନାହିଁ । ଯାହା ଏକ ଚିନ୍ତାର କାରଣ ଅଟେ ।

Leave a Reply