spot_img
Home Blog Page 4875

ସ୍ବାମୀ ଘର ଆଗରେ ମାଣ ବସେଇ ସ୍ତ୍ରୀ ମାଗୁଛନ୍ତି ନ୍ୟାୟ

ବ୍ରହ୍ମପୁର: ଲକ୍ଷ୍ମୀ ପୁରାଣ ଧ୍ବନୀରେ ପାଟି ପଡୁଛି ଦାଣ୍ଡ । ଲାଗିଛି ଫଳମୂଳର ଭୋଗ । ସ୍ବାମୀଙ୍କ ଘର ଆଗରେ ମାଣ ବସାଇଲେ ସ୍ତ୍ରୀ । ୪ଦିନ ହେବ ନ୍ୟାୟ ଭିକ୍ଷା କରି ଶ୍ବଶୁର ଘର ସାମ୍ନାରେ ଧାରଣାରେ ବସିଥିବା ଏବେ ଆଜି ମାଣ ବସାଇ ଏମିତି ପ୍ରତିବାଦ କରିଛନ୍ତି ପତ୍ନୀ ।

ଘଟଣାଟି ବ୍ରହ୍ମପୁର ବ୍ରହ୍ମାନଗର ଦ୍ବିତୀୟ ଲେନ ଅଞ୍ଚଳର । ୪ ଦିନ ହେବ ବଧୂ ବେଶରେ ସ୍ବାମୀ ସୁମିତଙ୍କ ଘର ଆଗରେ ନ୍ୟାୟ ଦାବିରେ ବସିଛନ୍ତି ତପସ୍ବିନୀ ଓରଫ ଡିମ୍ପଲ୍ । ଆଜି ମାର୍ଗଶୀର ପ୍ରଥମ ଗୁରୁବାର ଥିବାରୁ ଶାଶୁ ଘର ଆଗରେ ଲକ୍ଷ୍ମୀ ପୂଜା କରିଛନ୍ତି ଡିମ୍ପଲ । ଅନ୍ୟପଟେ ପୀଡିତାଙ୍କ ସପକ୍ଷରେ ଗତକାଲି ରାତିରେ ସାହି ବାସିନ୍ଦା ମେଳି ହୋଇଥିଲେ । ସୁମିତ ସେମାନଙ୍କୁ ଆାଇନର ପାଠ ପାଠ ପଢ଼ାଇବା ପରେ ସେମାନେ ନିଜ ନିଜ ଘରକୁ ପଳାଇଥିବା ଅଭିଯୋଗ ହୋଇଛି ।

ଏପଟେ ତପସ୍ବିନୀଙ୍କ ସହ ବାହାଘର ହୋଇଥିବା କଥାକୁ ସୁମିତ ଏବଂ ତାଙ୍କ ବାପା ସ୍ବୀକାର କରିଛନ୍ତି । ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରାଯାଇଥିବା କହିଛନ୍ତି ସୁମିତ୍ । ଅନ୍ୟପଟେ ସୁମିତଙ୍କ ମାଆ ଓ ଜେଜେମାଆ ବନ୍ଦ ଘରେ ରହୁଛନ୍ତି । ସେମାନଙ୍କ ଦେହ ଖରାପ ହୋଇଥିବାରୁ ସେମାନେ ବାହାରକୁ ଆସି ପାରୁନାହାନ୍ତି । ଘଟଣାକୁ ନେଇ ନିଜ ଓକିଲଙ୍କ ସହ ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ସୁମିତ୍ ।

ଚୂନ ମରା ଠକ କମ୍ପାନୀ ଉପରେ ସିବିଆଇ ଚଢ଼ାଉ, ଦୁଇଟି ବ୍ୟାଙ୍କକୁ ଲୁଟିଛି

କଟକ: ଦୁଇ ଦୁଇଟି ବ୍ୟାଙ୍କକୁ ଚୂନ ମାରି ୧୪୦.୪୮ କୋଟି ଟଙ୍କା ଚଳୁ କରିଥିବା ଠକ କମ୍ପାନୀ ଉପରେ ସିବିଆଇ ଚଢ଼ାଉ । କଟକ ସ୍ଥିତ ଏସଆର ଆଲକୋଭେଦ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଉପରେ ଚାଲିଛି ଚଢ଼ାଉ ।

ଅଭିଯୋଗ ଅନୁସାରେକଟକ ଜଗତପୁରରେ ରହିଛି ଏହି ସଂସ୍ଥା । ସଂସ୍ଥା ଏମ୍‌ଡି ରଞ୍ଜନ କୁମାର ପାଢୀ ରହିଥିବା ବେଳେ ତାଙ୍କ ପତ୍ନୀ ସାଇନା କର ନିର୍ଦ୍ଦେଶକ ଅଛନ୍ତି । ବ୍ୟବସାୟ ବଢାଇବା ଆଳରେ କଟକ ବକ୍ସିବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଏବଂ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଆହ୍ଲାବାଦ ବ୍ୟାଙ୍କରେ କମ୍ପାନୀ ଲୋନ୍ ପାଇଁ ଆବେଦନ କରିଥିଲା । ନୈନାଦେବୀ ସପ୍ଲାର୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଚନ୍ଦ୍ରଘଣ୍ଟା ଆଇରନ୍ ଆଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ୍ ଗ୍ୟାରେଣ୍ଟର ପକାଇଥିଲା । ବ୍ୟାଙ୍କର କେତେକ କର୍ମଚାରୀଙ୍କୁ ଧରାଧରି କରି କମ୍ପାନୀ ଲୋନ୍‌ ମଞ୍ଜୁରୀ କରି ନେଇଥିଲେ । ୨୦୧୩ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୪୦ କୋଟି ଓ  ଆହ୍ଲାବାଦ ବ୍ୟାଙ୍କରୁ ୩୩ କୋଟି ଟଙ୍କା ଋଣ ଆକାରରେ ଉଠାଇଥିଲା ।

ଲୋନ୍ ନେବା ପରେ ଆରମ୍ଭ ହୋଇଥିଲା ଠକ ସଂସ୍ଥାର ଠମାକୀ । ଋଣ ନେବା ପରଠାରୁ ସଂସ୍ଥାର ଅଭିଯୁକ୍ତ ଅଧିକାରୀ ମାସକୁ ମାସ ଟଙ୍କା ପୈଠ କରିନଥିଲା । ଏପରିକି ବ୍ୟାଙ୍କ ପକ୍ଷରୁ ନୋଟିସ୍ କରାଯାଇଥିଲେ ମଧ୍ୟ ଶୁଣିନଥିଲେ । ଋଣ ଟଙ୍କା ବଢ଼ି ବଢ଼ି ଏବେ ୧୪୦.୪୮ କୋଟିରେ ପହଞ୍ଚିଛି । ଲୋନ୍‌ ପରିଶୋଧ ନକରିବାରୁ ଶେଷରେ ବ୍ୟାଙ୍କର ମ୍ୟାନେଜର ଏନେଇ ସିବିଆଇରେ ଅଭିଯୋଗ କରିଥିଲେ । ଆଜି ସିବିଆଇ ଟିମ୍ କମ୍ପାନୀର ଅଫିସରେ ଚଢ଼ାଉ କରି କାଗଜପତ୍ର ଜବତ କରିଛି ।

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ

କାନପୁର: ଆଜିଠୁ ଆରମ୍ଭ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ । କାନପୁରରେ ମୁହାଁମୁହଁ ହେବେ ଉଭୟ ଟିମ୍ । ଯୁବ ଟିମକୁ ନେଇ ମୈଦାନକୁ ଓହ୍ଲାଇବ ଭାରତ । ବିରାଟ କୋହଲି, ରୋହିତ ଶର୍ମା ଓ ରିସଭ ପନ୍ଥଙ୍କୁ ବିଶ୍ରାମ ଦିଆଯାଇଛି । ଟିମ ଇଣ୍ଡିଆର ନେତୃତ୍ବ ନେବେ ଆଜିଙ୍କ୍ୟ ରାହାଣେ ।

ଆଜି ଟେଷ୍ଟରେ ଡେବ୍ୟୁ କରିବେ ଯୁବ କ୍ରିକେଟର ଶ୍ରେୟସ ଆୟର । ମାୟଙ୍କ ଅଗ୍ରଓ୍ବାଲ, ଶୁଭମନ ଗିଲ୍, ମହମ୍ମଦ ସିରାଜ, ଜୟନ୍ତ ଯାଦବ, ରିଦ୍ଧିମାନ ଶାହାଙ୍କ ଭଳି ଯୁବ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଭାରତ । ସେପଟେ କେନ୍ ଓ୍ବିଲିୟମସନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ କିଓ୍ବି ଟିମ୍ । ରସ୍ ଟେଲର, ଓ୍ବିଲ୍ ୟଙ୍ଗ, ମିଚେଲ, ଟିମ ସାଉଥୀଙ୍କ ଭରସାରେ ପଡ଼ିଆକୁ ଓହ୍ଲାଇବ କିଓ୍ବି ଟିମ୍ । ଏହା ପୂର୍ବରୁ ଟି-୨୦ରେ ଭାରତ ୩-୦ରେ କ୍ଲିନ ସ୍ବିପ୍ କରିଥିଲା ।

କରୋନା ହଟସ୍ପଟ ପାଲଟିଛି ଭୀମସାର: ୧୭ ନୂଆ ଡାକ୍ତରୀ ଛାତ୍ରଛାତ୍ରୀ ଚିହ୍ନଟ

ସମ୍ବଲପୁର: ବୁର୍ଲା ଭୀମସାରରେ କାୟା ମେଲାଉଛି କରୋନା । ଆଉ ୧୭ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏମାନଙ୍କୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୫୬କୁ ବୃଦ୍ଧି ପାଇଚି ।  ସଂଖ୍ୟା ବଢୁଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଗତକାଲି ବୁର୍ଲାରେ କଣ୍ଟେନମେଣ୍ଟ ଜୋନ୍ ଓ ବଫରଜୋନ୍ ଘୋଷଣା କରାଯାଇଥିଲା ।

ଛାତ୍ରାବାସ ଓ ଛାତ୍ରୀ ନିବାସରେ ତାଲା ପଡିଥିବାବେଳେ ବନ୍ଦ ରହିଛି ଯାତାୟତ । ସହରବାସୀଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ କୋଭିଡ ଗାଇଡଲାଇନ ମାନିବାକୁ ସଚେତନ କରୁଛି ଜିଲ୍ଲା ପ୍ରଶାସନ  ।  ସେପଟେ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏଣିକି ଶିକ୍ଷାନୁଷ୍ଠାନରେ କୋଭିଡ କଟକଣା କଡାକଡ଼ି ହେବ । ମାସ୍କ, ସାମାଜିକ ଦୂରତା ଓ ସଚେତନ ଉପରେ ଗୁରୁତ୍ବ ଦିଆଯିବ । ସଂକ୍ରମଣରେ ବ୍ରେକ ଦେବାକୁ ଟେଷ୍ଟିଂ ଜାରି ରହିବା ସହ ସର୍ଭେଲାନ୍ସକୁ ଗୁରୁତ୍ବ ଦିଆଯାଇଛି । ଯେଉଁ ପିଲାମାନଙ୍କ ଲକ୍ଷଣ ରହିଛି ସେମାନେ ସ୍କୁଲ ନଆସିବାକୁ ପରାମର୍ଶ  ଦେଇଛି ସ୍ବାସ୍ଥ୍ୟ ବିଭାଗ । ତେବେ କଟକଣା ଭିତରେ ଶିକ୍ଷାନୁଷ୍ଠାନ ଖୋଲିବାର ଆବଶ୍ୟକତା ରହିଛି ବୋଲି ଜନସ୍ବାସ୍ଥ୍ୟ ବିଭାଗ କହିଛି ।

କମିଲା ତାତି, ବଢ଼ିଲା ଶୀତ

ଭୁବନେଶ୍ବର: ରାଜ୍ୟରେ ବଢିଛି ଶୀତ । ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ସହ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ । ଆଗକୁ ଶୀତ ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଯାଉଛି ଘନ କୁହୁଡ଼ି । ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଅଧିକାଂଶ ଜିଲ୍ଲାରେ ଶୀତର ପ୍ରକୋପ ବଢିଛି । ଆଗାମୀ ଦିନରେ ରାଜ୍ୟରେ ମୁଖ୍ୟତଃ ଶୁଖିଲା ପାଗ ରହିବ । ଉପାନ୍ତରୁ ଉପକୂଳ ସବୁଠି ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ଶୀତ ବଢିବା ସହ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କୁହୁଡି ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

Junior Hockey World Cup: ଆଜି ଭାରତ-କାନାଡ଼ା ମୁକାବିଲା

ଭୁବନେଶ୍ବର: ବାଜି ସାରିଛି ଜୁନିୟର ହକି ବିଶ୍ବକପ ମହାସମରର ବିଗୁଲ । ପଡ଼ିଆକୁ ଓହ୍ଲାଇ ସାରିଛନ୍ତି ଯୋଦ୍ଧା । ଗତକାଲି ୫ଟି ମ୍ୟାଚ୍ ଖେଳାଯାଇଥିଲା । ୫ମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଗତକାଲି ଫ୍ରାନ୍ସଠାରୁ ୫-୪ ଗୋଲରେ ପରାସ୍ତ ହୋଇଛି । ଆଜି ଭାରତ, କାନାଡାକୁ ଭେଟିବ ।

ଗତକାଲି ପ୍ରଥମ ମ୍ୟାଚ୍ ବେଲଜିୟମ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିଲା । ବେଲଜିୟମ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି । ସେହିପରି ଦ୍ବିତୀୟ ମ୍ୟାଚ ଜର୍ମାନୀ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିଲା । ଏଥିରେ ୫-୨ ଗୋଲରେ ଜର୍ମାନୀ ବାଜିମାତ କରିଥିଲା । ତୃତୀୟ ମ୍ୟାଚରେ ପୋଲାଣ୍ଡ ଓ କାନାଡ଼ା ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ପୋଲାଣ୍ଡ ୧-୦ ଗୋଲରେ କାନାଡ଼ାକୁ ମାତ ଦେଇଥିଲା । ଚତୁର୍ଥ ମା୍ୟା ମାଲେସିଆ ଓ ଚିଲି ମଧ୍ୟରେ ଖେଳା ଯାଇଥିଲା । ଏଇରେ ମାଲେସିଆ ୨-୧ ଗୋଲରେ ବାଜିମାତ କରିଥିଲା ।

ଦୁଇ ଜିଲ୍ଲାରେ ଲେଖା ହେବ ସ୍ମାର୍ଟ ହେଲଥ୍ କାହାଣୀ

ଭୁବନେଶ୍ବର: ସ୍ମାର୍ଟ କାହାଣୀରେ ଯୋଡ଼ି ହେବ ଆଉ ଦୁଇ ଜିଲ୍ଲା । ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାବାସୀଙ୍କ ଦୂର ହେବ ସ୍ବାସ୍ଥ୍ୟ ସମସ୍ୟା । ଉଭୟ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ସ୍ମାର୍ଟ କାର୍ଡ ।

ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ ଦେଢ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ଦ୍ବାରା ଉପକୃତ ହେବେ । ଏହାସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ସୁବର୍ଣ୍ଣପୁରରେ ମୋଟ ୭୯ କୋଟି ୨୨ ଲକ୍ଷ ଟଙ୍କା ପ୍ରକଳ୍ପର ଉଦଘାଟନ ସହିତ ୧୪୮କୋଟି ୪ଲକ୍ଷ ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ସହରରେ ସୁଇମିଂ ପୁଲ, ଟାଉନ ହଲ, ବିଦ୍ୟୁତ୍ ଚାଳିତ ଶବ ସଂସ୍କାର ଗୃହ ସହିତ ଗ୍ରାମାଞ୍ଚଳର ବିଭିନ୍ନ ରାସ୍ତା ଓ ସେତୁକୁ ଉଦଘାଟନ କରାଯିବ ।

ସେହିପରି  ବୌଦ୍ଧ ଜିଲ୍ଲାରେ ୧ ଲକ୍ଷ ୮ ହଜାର ୫ ଶହ ୫୫ ପରିବାରର ୩ ଲକ୍ଷ ୭୨ ହଜାର ୩ ଶହ ୮୭ ଜଣ ହିତାଧିକାରୀ ସ୍ମାର୍ଟକାର୍ଡ ଦ୍ବାରା ଉପକୃତ ହେବେ । ଏଥିସହିତ ୨୩ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ୪୬୩ କୋଟିର ନୂତନ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ସ୍ବାସ୍ଥ୍ୟ ସେବାର ସ୍ମାର୍ଟ ଇତିହାସରେ ସାମିଲ ହେଉଛି ଗୋଟିଏ ପରେ ଗୋଟିଏ ଜିଲ୍ଲା । ସ୍ମାର୍ଟ ହେଲପ୍‌ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । କେବଳ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସପିଟାଲରେ ଉନ୍ନତ ଚିକିତ୍ସା ପାଇପାରିବେ ।

ଗୋଟେ ଦିନରେ ପାଞ୍ଚଟି ମ୍ୟାଚ୍, ଗୁରୁବାର କାନାଡ଼ାକୁ ଭେଟିବ ଭାରତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱକପ୍‌ରେ ବୁଧବାର ପାଞ୍ଚଟି ମ୍ୟାଚ୍ ଖେଳାଯାଇଛି । ପ୍ରଥମ ମ୍ୟାଚରେ ବେଲଜିୟମ ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ ଜର୍ମାନୀର ବୃହତ ବିଜୟ ହୋଇଛି । ପାକିସ୍ତାନ ବିପକ୍ଷରେ ଜର୍ମାନୀ 5-2ରେ ବିଜୟ ହାସଲ କରିଛି । ପ୍ରତିଯୋଗିତା ତୃତୀୟ ମ୍ୟାଚ କାନାଡ଼ା ଓ ପୋଲାଣ୍ଡ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ପୋଲାଣ୍ଡ 0-1 ଗୋଲରେ କାନାଡ଼ାକୁ ପରାସ୍ତ କରିଥିଲା । ପରବର୍ତ୍ତୀ ମ୍ୟାଚ ମାଲେସିଆ ଓ ଚିଲି ମଧ୍ୟରେ ଆୟୋଜିତ ହୋଇଥିଲା ।

ଚତୁର୍ଥ ମ୍ୟାଚରେ ଚିଲ୍ଲୀକୁ 2-1 ଗୋଲରେ ପରାସ୍ତ କଲା ମାଲେସିଆ । ସେହିଭଳି ପଞ୍ଚମ ଓ ଶେଷ ମ୍ୟାଚ ଭାରତ ଓ ଫ୍ରାନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଭାରତର ପରାଜୟ ହୋଇଛି । ଫ୍ରାନ୍ସ ବିପକ୍ଷରେ 5-4ଗୋଲରେ ପରାସ୍ତ ହେଲା ଭାରତ । କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜୁନିୟର ହକି ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚମ୍ପିୟାନ ଭାରତ ପରାଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ଆସନ୍ତାକାଲି ଅର୍ଥାତ ଗୁରୁବାର ଭାରତ ତାର ଦ୍ୱିତୀୟ ମ୍ୟାଚରେ କାନାଡ଼ାକୁ ଭେଟିବ ।

ଓଡିଶାରୁ ଦୂର ହୋଇଛି କୁପୋଷଣ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରେ ରଚିଛି ରେକର୍ଡ

ଭୁବନେଶ୍ୱର: ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରେ ଓଡିଶାର ଉଲ୍ଲେଖନୀୟ ଭୂମିକା  । ଶିଶୁଙ୍କ ପୋଷଣ ଦିଗରେ ଓଡ଼ିଶା ହାସଲ କରିଛି ଉଦାହରଣ  । ଦୂର କରିଛି ରାଜ୍ୟରୁ କୁପୋଷଣ  । ଜାତୀୟ  ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣର ରିପୋର୍ଟ ପ୍ରକାଶ ପାଇଛି  । ଯେଉଁଥିରେ ଓଡ଼ିଶାର ସ୍ଥିତି ସର୍ବାଗ୍ରେ ରହିଛି  । ସେହିପରି ଟିକାକରଣରେ ଓଡ଼ିଶା ମଧ୍ୟ ଉଲ୍ଲେଖନୀୟ ସ୍ଥାନ ଗ୍ରହଣ କରିଛି  । ରାଜ୍ୟରେ ୯୮୦ ପ୍ରତିଶତରୁ ଅଧିକ ପିଲାଙ୍କୁ ଟିକାକରଣ କରାଯାଇଛି  ।

ସଦ୍ୟା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି କି, ଓଡ଼ିଶାର ୬ ମାସରୁ ୨୩ ମାସର ଶିଶୁଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆସିଛି ଉନ୍ନତି  । ପୂର୍ବରୁ କୁପୋଷରେ ଓଡ଼ିଶାର ସ୍ଥିତି ନିମ୍ନଗାମୀ ଥିବାବେଳେ ଏବେ ଓଡ଼ିଶା ସୃଷ୍ଟି କରିଛି ଉଦାହରଣ  । ରାଜ୍ୟରୁ ଦୂର ହୋଇଛି କୂପୋଷଣ  । ଶିଶୁ ଓ ମାତୃ ସୁରକ୍ଷାରେ ଓଡ଼ିଶା ସରକାରଙ୍କ ଉଲ୍ଲେଖନୀୟ ପଦକ୍ଷେପ ହିଁ ଏଭଳି ରେକର୍ଡ ସୃଷ୍ଚି କରିବାର ମାଧ୍ୟମ ସାଜିଛି  ।

 

ଅଣ୍ଡାମାଡ଼ କରିଥିବା ୩ ବିଜେପି ଯୁବ ନେତା ଗିରଫ, ବିଜେପିର ହୀନ ରାଜନୀତିକୁ ରାଜ୍ୟ କରୁଛି ନିନ୍ଦା

ପୁରୀ: ମୁଖ୍ୟନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିଥିବା ବିଜେପି ଯୁବ ନେତାଙ୍କ ନାଁରେ ଋଜୁ ହେଲା ମାମଲା  ।  ମୁଖ୍ୟମନ୍ତ୍ରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀ ଗସ୍ତ କରିଥିବାବେଳେ ଫେରିବା ସମୟରେ ଅଣ୍ଡାମାଡ଼ କରିଥିଲେ ପୁରୀର ବିଜେପି ଯୁବ ନେତା  । ପୋଲିସ ଏହି ମାମଲାରେ ତିନି ଜଣଙ୍କୁ ଉଠାଇ ନେଇ ଅଟକ ରଖିଥିଲା  । ପରେ ପୁରୀ ପୋଲିସ ବିଭିନ୍ନ ଦପା ଲଗାଇବା ସହ ଏହି ତିନି ଜଣଙ୍କୁ କୋର୍ଟ ଫରୱାର୍ଡ କରିଛି  ।

ତିନି ଜଣଙ୍କ ବିରୋଧରେ ଆଇପିସିର ବିଭିନ୍ନ ମାମଲା ରୁଜୁ କରାଯିବା ସହ ପୁରୀ ପୋଲିସ ଗିରଫ କରିଛି  । IPCର ଧାରା 294, 341, 353, 332, 336, 506, ଏବଂ ୩୪ ଲଗାଯାଇଛି  । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ପୁରୀ ସିଦ୍ଧମହାବୀର ଅଞ୍ଚଳର ଜୟନ୍ତ ଦାସଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି । ହସ୍ପିଟାଲରେ ବଡ଼ ଧରଣର ଗଣ୍ଡଗୋଳ କରି ଚର୍ଚ୍ଚାକୁ ଆସିଥିଲେ । ଏହି ମାମଲାରେ ଏବେ ବି ବିଚାରଧିନ ରହିଛି । ଅନ୍ୟଜଣେ ଅଭିଯୁକ୍ତ ପ୍ରଦୀପ ପରିଡା ତାଙ୍କ ବିରୋଧରେ ପୂର୍ବରୁ ୪ଟି ସଙ୍ଗୀନ ମାମଲା ବିଚାରଧିନ ରହିଛି ।  ୨୦୦୮ରେ ଏକ ଘଟଣାରେ ତାଙ୍କର ସମ୍ପୃକ୍ତି ମଧ୍ୟ ଥିଲା ।

ଏହାର ଚାର୍ଜସିଟ୍ ମଧ୍ୟ ଫାଇଲ ହୋଇଥିଲା । ଏଥିସହ ସେହିବର୍ଷ ଏକ ଡକାୟତୀ ମାମଲାରେ ମଧ୍ୟ ପ୍ରଦୀପଙ୍କ ସମ୍ପୃକ୍ତି ଥିଲା । ୨୦୦୯ ଏବଂ ୨୦୧୫ରେ ମଧ୍ୟ ତାଙ୍କ ବିରୋଧରେ ସଙ୍ଗୀନ ଅପରାଧିକ ମାମଲା ରୁଜୁ ହୋଇଥିଲା । ଅନ୍ୟ ଜଣ ଅଭିଯୁକ୍ତ ସତ୍ୟବାଦୀ ବିଭୁତି ରଥଙ୍କ ବିରୋଧରେ ମଧ୍ୟ ୨୦୧୬ରେ ଏକ ମାମଲାରେ ସମ୍ପୃକ୍ତି ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ବିରୋଧ ନାଁରେ ବିରୋଧୀ ବିଜେପିର ଏଭଳି ଆଚରଣକୁ ସବୁଠି ନିନ୍ଦା କରାଯାଇଛି ।