ଦିଲ୍ଲୀରେ ଉପରମୁହାଁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

1 min read

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଫଳରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗୁରୁବାର ଭାରତରେ ୯୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ଦିଲ୍ଲୀ କଥା କହିବା ତାହାଲେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୫ ହଜାରରୁ ଅଧିକ ମାମଲା ଚିହ୍ନଟ କରାଯାଇଛି । ଦିଲ୍ଲୀରେ ଏବେ କରୋନା ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ଦିଲ୍ଲୀରେ ଏବେ ସଂକ୍ରମଣ ୧୫.୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ କରୋନା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଛି ।

ଗୁରୁବାର ଜାରି ହୋଇଥିବା ହେଲଥ ବୁଲେଟିନ ଅନୁସାରେ ଦିଲ୍ଲୀରେ ଆଜି ୧୫ ହଜାର ୯୭ କେସ୍ ଚିହ୍ନଟ ହୋଇଛି । ଯଦି ସକ୍ରିୟ ମାମଲା କଥା କହିବା ତାହାଲେ ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ ମାମଲା ସଂଖ୍ୟା ୩୧ ହଜାର ୪୯୮ରେ ପହଞ୍ଚିଛି । ନୂଆବର୍ଷ ପରଠାରୁ ଲଗାତର ଭାବରେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୧ ଜାନୁଆରୀରେ ଦିଲ୍ଲୀରେ ୨୭୯୬ କେସ୍ ସାମ୍ନାକୁ ଆସିଥିଲା । ସେହିପରି ୨ ଜାନୁଆରୀରେ ୩୧୯୪, ୩ ଜାନୁଆରୀରେ ୪୦୯୯, ୪ ଜାନୁଆରୀରେ ୫୪୮୧, ୫ ଜାନୁଆରୀରେ ଏହି ସଂଖ୍ୟା ୧୦ ହଜାରରେ ପହଞ୍ଚିଥିଲା ।

Leave a Reply