ଲିକ୍‌ ହୋଇଥିଲା ପିଏମ୍‌ ମୋଦିଙ୍କ ଫିରୋଜପୁର ପହଞ୍ଚିବା ରୁଟ୍‌?

l Probe Agencies And Punjab Police To Preserve The

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିରୋଜପୁର ରୁଟ୍‌ଲିକ୍‌ହୋଇଥିବା ନେଇ ହେଉଛି ଚର୍ଚ୍ଚା । ଚର୍ଚ୍ଚା ହେଉଛିଯେ ପ୍ରଧାନମନ୍ତ୍ରୀଙ୍କ ରୁଟ୍‌ବିଷୟରେ ପୂର୍ବରୁ ହିଁ ଜାଣି ସାରିଥିଲେ ବିକ୍ଷୋଭକାରୀ । ପରେ ନିକଟସ୍ଥ ଗାଁ ପ୍ୟାରେଆଣାରେ ସ୍ପିକରଙ୍କ ମାଧ୍ୟମରେ ଘୋଷଣା କରି ଭିଡ଼ ଜମାଇଥିଲେ ଏବଂ ପୂରା ରୋଡ୍‌ବନ୍ଦ କରି ଦେଇଥିଲେ ବିକ୍ଷୋଭକାରୀ । ସେତେବେଳକୁ ସେଠାରେ ପହଞ୍ଚି ସାରିଥିଲେ କେତେକ କୃଷି ସଙ୍ଗଠନ । ପ୍ରଥମେ କିନ୍ତୁ ସେମାନେ କେବଳ ରାଲିରେ ଯାଉଥିବା ଭାଜପା କର୍ମଚାରୀଙ୍କ ବସ୍‌ଅଟକାଉଥିଲେ । ଯାହା ନିଜେ ବିକ୍ଷୋଭକାରୀ କ୍ୟାମେରା ସାମ୍ନାରେ କହିଥିବା ଦେଖିବାକୁ ମିଳିଛି । ଏହାର ଭିଡ଼ିଓ ସୋସିଅଲ ମିଡିଆରେ ଖୁବ୍‌ଭାଇରାଲ ହେଉଛି ।


କେବଳ ସେତିକି ନୁହେଁ ଏବେ ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ପିଏମ ମୋଦିଙ୍କ ରୁଟରେ ନିୟୋଜିତ ପୋଲିସକର୍ମୀ ଭିଡ଼ ହଟାଇ ରାସ୍ତା ଖାଲି କରିବା ପରିବର୍ତ୍ତେ ବିକ୍ଷୋଭକାରୀଙ୍କ ସହିତ ଚା’ର ମଜା ନେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପଞ୍ଜାବ ସରକାର ଏବଂ ସେଠାକାର ପୋଲିସ୍‌କର୍ମୀଙ୍କ ଦାୟିତ୍ୱହୀନତାକୁ ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି ।


ପିଏମ୍‌ମୋଦିଙ୍କ ରାସ୍ତା ଅଟକାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ ବିକ୍ଷୋଭାକାରୀ । ପ୍ରଥମେ ତ ସେମାନେ ଭାଜପା କର୍ମଚାରୀଙ୍କ ବସ୍‌ଅଟକାଇଥିଲେ, କିନ୍ତୁ ପରେ ପ୍ରଧାନମନ୍ତ୍ରୀ ବଠିଣ୍ଡା ରୋଡ୍‌ଦେଇ ମୋଗା ହାଇଓ୍ୱେ ଦେଇ ଯାଉଥିବା ବିକ୍ଷୋଭକାରୀ ଜାଣି ସାରିଥିଲେ । ଯାହାପରେ ତୁରନ୍ତ ସେମାନେ ନିକଟରେ ଥିବା ଗାଁ ପ୍ୟାରେଆଣାର ସ୍ପିକରଙ୍କୁ ଏହି ବାବଦରେ ସୂଚନା ଦେଲେ । ଖାଲି ସେତିକି ନୁହେଁ ସମସ୍ତଙ୍କୁ ମେସେଜ୍‌ମାଧ୍ୟମରେ ମଧ୍ୟ ଜଣାଇଦେଲେ । ଏହାପରେ ଟ୍ରଲି ମାଧ୍ୟମରେ ପୂରା ଫ୍ଲାଇଓଭରକୁ ବନ୍ଦ କରି ଦିଆଗଲା । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେଠାରୁ ବାଧ୍ୟ ହୋଇ ଫେରିବାକୁ ପଡ଼ିଲା ।


ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀଙ୍କ ରୁଟରେ କୌଣସି ପ୍ରକାରର ବାଧା ସୃଷ୍ଟି ହୋଇନଥାଏ । କିନ୍ତୁ ଏହାକୁ ନେଇ ଖାମଖିଆଲ ହୋଇ ଯାଇଥିଲା ପଞ୍ଜାବ ପୋଲିସ୍‌। ଲୋକଙ୍କ କହିବା ହେଉଛି ସେମାନେ ଡ୍ୟୁଟି ନାଁ’ରେ କେବଳ ଛିଡ଼ା ହୋଇଥିଲେ । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାକର୍ମୀ ଫେରିବାକୁ ନିଷ୍ପତ୍ତି ନେଇଥିଲେ ।

ଅନ୍ୟପଟେ ଭାଜପା ନେତାଙ୍କ କହିବା ହେଉଛି ୧୦ ମିନିଟ୍‌ପୂର୍ବରୁ କୌଣସି ଭିଡ଼ ନଥିଲା । କିନ୍ତୁ ସଡ଼କ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ଯିବା କଥା ଶୁଣିବା ମାତ୍ରେ ସୂଚନା ଲିକ୍‌ହୋଇଯାଇଥିଲା । ଯାହାପରେ ଭାରି ଭିଡ଼ ଦେଖିବାକୁ ମିଳିଥିଲା ।

Leave a Reply