ଭ୍ୟାକ୍ସିନ୍ ନେଲେ ପିଲା ଜନ୍ମ କରିପାରିବେନି !

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର କବଜାରେ ପୂରା ଦେଶ । ମହାମାରୀକୁ ରୋକିବା ପାଇଁ ଭ୍ୟାକ୍ସିନକୁ ସବୁଠାରୁ ବଡ଼ ଅସ୍ତ୍ର ବୋଲି କୁହାଯାଉଛି । ଏହାକୁ ନଜରରେ ରଖି ଭାରତ ସରକାର ନୂଆବର୍ଷରେ କିଶୋରଙ୍କୁ ଟିକା ଦେବାପାଇଁ ନିଷ୍ପତ୍ତି ନେଲେ ଏବଂ ଏବେ ଏହା କାର୍ଯ୍ୟକାରୀ ମଧ୍ୟ ହେଉଛି । ଏହା ମଧ୍ୟରେ କେତେକ ଉଡ଼ା ଖବର ମଧ୍ୟ ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ଶୁଣିବାକୁ ମିଳୁଛିଯେ, ଭ୍ୟାକ୍ସିନ୍‌ ନେଲେ ପିଲା ହେବନି । କିନ୍ତୁ ଏହି ଉଡ଼ା ଖବରକୁ ଖଣ୍ଡନ କରିଛନ୍ତି ସରକାର ।

Vaccination of children with Zydus vaccine will begin by September Expert Panel Chief
ଭ୍ୟାକ୍ସିନକୁ ନେଇ ଏଭଳି ଉଡ଼ା ଖବର ଆସିବା କିଛି ନୂଆ କଥା ନୁହେଁ । ପୋଲିଓ ଭ୍ୟାକ୍ସିନକୁ ନେଇ ମଧ୍ୟ ଏଭଳି କିଛି ଖବର ସାମ୍ନାକୁ ଆସିଥିଲା । କିନ୍ତୁ ପୋଲିଓ ରୋଗକୁ ସମ୍ପୂର୍ଣ୍ଣ ନାଶ କରିବା ପାଇଁ ଭ୍ୟାକ୍ସିନେସନର ଏକ ବଡ଼ ଅଭିଯାନ ଆରମ୍ଭ ହୋଇଥିଲା । ଯାହା କୋଭିଡ ପୂର୍ବରୁ ବିଶ୍ୱର ସବୁଠାରୁ ବଡ଼ ଟୀକାକରଣ ଅଭିଯାନ । ସେହି ସମୟରେ ମଧ୍ୟ ଭାରତ ସମେତ ଅନ୍ୟ କେତେକ ଦେଶରେ ଏଭଳି ଉଡ଼ା ଖବର ଶୁଣିବାକୁ ମିଳିଥିଲା ।

Odisha Covid Vaccination Update
କୋଭିଡ ୧୯କୁ ନେଇ ଖେଳା ଯାଉଥିବା ଉଡ଼ା ଖବରକୁ ଖଣ୍ଡନ କରି ପିଆଇବି ଫ୍ୟାକ୍ଟ ଚେକ୍‌ ଟ୍ୱିଟ୍‌ କରି ଏହାକୁ ଉଡ଼ା ଖବର ବୋଲି ଦାବି କରିଛନ୍ତି । ଏହା ସହିତ ଏଭଳି ଭ୍ରମାତ୍ମକ ମେସେଜ୍‌ କିମ୍ବା ଭିଡ଼ିଓ ଶେୟାର ନ କରିବାକୁ ପରାମର୍ଶ ଦେଇଛନ୍ତି । ଦେଶରେ ଦିଆଯାଉଥିବା ସମସ୍ତ ଭ୍ୟାକ୍ସିନ୍‌ ସମ୍ପୂର୍ଣ୍ଣ ସୁରକ୍ଷିତ ।

Leave a Reply